Tinoti Bara (Story) – Collected from the Teachings of Swami Vivekananda, Sahitya Sudha Class VI, Odia Book, The Best Solutions,

ତିନୋଟି ବର

ହାରୁ ବୋଲି ଜଣେ ବାଳକ ଥିଲା । ତା’ର ନାକଟି ଛୋଟ ଓ ଚେପ୍‌ଟା ଥିଲା । ଏକା ବିଧବା ମା’ଛଡ଼ା ସଂସାରରେ ତା’ର ନିଜର ବୋଲି କେହି ନ ଥିଲେ । ସେ ସବୁବେଳେ ପୁରୁଣା ଓ ମଇଳା ପୋଷାକ ପିନ୍ଧୁଥିଲା । ହାରୁ ଲେଖାପଢ଼ା ଅଳ୍ପ ଜାଣିଥିଲେ ମଧ୍ୟ ପରିଶ୍ରମୀ ଥିଲା । ସାରାଦିନ ପରିଶ୍ରମ କରି ଯାହା ଉପାର୍ଜନ କରୁଥିଲା, ସେଥ‌ିରେ ତା’ର ମା’ ଓ ସେ ଖୁସିରେ ଚଳି ଯାଉଥିଲେ । କିନ୍ତୁ ଗାଁର ପିଲାମାନେ ତା’ର ଅସୁନ୍ଦର ନାକପାଇଁ ତାକୁ ‘ଚେପ୍‌ଟନାକା’ ବୋଲି ଚିଡ଼ାଉଥିଲେ । ସେଥିପାଇଁ ହାରୁ ଭାରି ଦୁଃଖତ ଥିଲା ।

କ୍ରମେ ହାରୁ ଯୁବକ ହେଲା । ଯେଉଁଦିନ ହାରୁର ମା’ଙ୍କର ମୃତ୍ୟୁ ହେଲା, ସେଦିନ ହାରୁ ମା’ଙ୍କ ମୃତଦେହ ନିକଟରେ କାନ୍ଦୁକାନ୍ଦୁ କହିଲା,-“ମା’, ତୁମେ ମୋତେ ଛାଡ଼ି ଚାଲିଗଲ । ମୁଁ ଅନାଥ ହୋଇଗଲି । ବର୍ତ୍ତମାନ ମୋତେ ଦେଖୁବ କିଏ ? ” ପଡ଼ୋଶୀମାନେ ହାରୁକୁ ସାନ୍ତନା ଦେଲେ ।

ଗ୍ରାମପ୍ରଧାନ ଅନ୍ୟମାନଙ୍କ ସହ ପରାମର୍ଶ କରି ହାରୁକୁ କହିଲେ,–‘ଦେଖ ହାରୁ, ତୁମ ମା’ ମରିଗଲେ । ବର୍ତ୍ତମାନ ତୁମକୁ ଦେଖିବାକୁ କେହି ନାହିଁ । ଆମେ ଭାବୁଛୁ,–“ତୁମେ ବିବାହ କଲେ ଭଲ ହେବ । ତୁମର ମତାମତ କ’ଣ ?”

ବିବାହ କଥା ଶୁଣି ହାରୁକୁ ଲାଜ ମାଡ଼ିଲା । କିନ୍ତୁ ମନେମନେ ଖୁସି ହୋଇ ହାରୁ କହିଲା,–”ମୁଁ ଆସନ୍ତାକାଲି ଆପଣଙ୍କୁ ମୋର ମତାମତ ଜଣାଇବି ।”

ଶ୍ମଶାନରେ ମା’ଙ୍କ ମୃତଦେହ ଦାହ କରି ହାରୁ ଘରକୁ ଫେରିଲା । ଘରେ ତାକୁ ଏକୁଟିଆ ଲାଗିଲା । ସେ ଭାବିଲା, ଗ୍ରାମପ୍ରଧାନ ଠିକ୍ କହିଛନ୍ତି– ମୋର ବିବାହ କରିବା ଉଚିତ୍ । ବାରଣ୍ଡାରେ ବସି ଗାଲରେ ହାତ ଦେଇ ହାରୁ ବିବାହ କଥା ଚିନ୍ତା କରିବାକୁ ଲାଗିଲା ।

ପ୍ରଥମେ ହାରୁ ଭାବିଲା-ମୁଁ ଗୋଟିଏ ସୁନ୍ଦରୀ ଝିଅକୁ ବାହା ହେବି । ପରେ ପୁଣି ଭାବିଲା-ସୁନ୍ଦରୀ ଝିଅ ଯଦି ମୋର ଅସୁନ୍ଦର ଚେପ୍‌ଟା ନାକ ଦେଖୁ ଗାଁ ପିଲାଙ୍କ ପରି ହସେ ! ବହୁତ ଭାବି ଶେଷରେ ସେ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିଲା । ପରଦିନ ଗ୍ରାମପ୍ରଧାନଙ୍କୁ ଦେଖା କରି ହାରୁ କହିଲା, ‘ମୁଁ ବାହା ହେବାକୁ ରାଜି, କିନ୍ତୁ ସେ ଝିଅର ନାକ ଚେପ୍‌ଟା ହୋଇଥ‌ିବା ଦରକାର ।

“ଚେପ୍‌ଟା ନାକ ଥିବା ଝିଅ କାହିଁକି ତୁମର ପସନ୍ଦ, ହାରୁ ?”-ଗ୍ରାମପ୍ରଧାନ ପଚାରିଲେ ।

ହାରୁ କହିଲା, –”ସେ ଝିଅ କାଳେ ମୋର ଚେପ୍‌ଟା ନାକ ଦେଖୁ ଥଟ୍ଟା କରିବ ସେଥ‌ିପାଇଁ ।”

ଗ୍ରାମପ୍ରଧାନ ହସିହସି କହିଲେ, “ହଉ ହେଲା, ମୁଁ ଖୁସି ଯେ ତୁମେ ବାହା ହେବାକୁ ରାଜି ହୋଇଛ । ତୁମ ପସନ୍ଦର ଝିଅ ଯୋଗାଡ଼ କରିବାକୁ ମୁଁ ଚେଷ୍ଟା କରିବି ।”

ଗୋଟିଏ ଦୂର ଗାଁରେ ହାରୁ ପସନ୍ଦର କନ୍ୟାର ସନ୍ଧାନ ମିଳିଲା ଓ ସେହି କନ୍ୟା ସହ ବିବାହ ହେବାରୁ ହାରୁ ଭାରି ଖୁସି ହେଲା, କିନ୍ତୁ ହାରୁର ସେ ଖୁସି ବେଶି ଦିନ ରହିଲା ନାହିଁ । ‘ଦେଖରେ ବଢ଼ିଆ ଯୋଡ଼ି, ଚେପ୍‌ଟା ନାକାକୁ ଚେପ୍‌ଟୀ ନାକୀ କହି ଗାଁ ପିଲାମାନେ ହାରୁ ଓ ତା’ସ୍ତ୍ରୀକୁ ଚିଡ଼େଇବାକୁ ଲାଗିଲେ ।

 ପିଲାମାନେ ତା’କୁ ହଇରାଣ ନ କରିବାକୁ ସେ ସେମାନଙ୍କୁ ବୁଝାଇଲା । ସେମାନଙ୍କ ବାପାମା’ଙ୍କୁ କହିଲା ଓ ଗ୍ରାମପ୍ରଧାନ ପାଖରେ ନାଲିଶ କଲା । ବେଳେବେଳେ ରାଗିଯାଇ ସେମାନଙ୍କୁ ଢେଲା ମାରିଲା, ତଥାପି ଏଥରେ କିଛି ଫଳ ହେଲା ନାହିଁ । ଦିନେ ହାରୁ ଭାବିଲା “ଦେଖୁଛି ମୋତେ କେହି ସାହାଯ୍ୟ କରିବେ ନାହିଁ । ମୁଁ କ’ଣ କରିବି ?” ସେ ମନେମନେ ବିଚାରିଲା “ଭଗବାନ ତ ଆମକୁ ସୃଷ୍ଟି କରିଛନ୍ତି, ତାଙ୍କୁ ପ୍ରାର୍ଥନା କଲେ ସେ ନିଶ୍ଚୟ ବିପଦରୁ ଉଦ୍ଧାର କରିବେ । ତାଙ୍କୁ ପ୍ରାର୍ଥନା କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ।”

ହାରୁ ତା’ ସ୍ତ୍ରୀକୁ ଡାକି କହିଲା,–”ମୁଁ ଫେରି ନ ଆସିବା ଯାଏ ତୁମେ ଘରେ ଥ‌ିବ ।” ଏହା କହି ସେ ଅରଣ୍ୟକୁ ଗଲା ।

ଘନ ଅରଣ୍ୟରେ ସେ ଗୋଟିଏ ବଡ଼ ପଥର ଦେଖିଲା । ସେହି ପଥର ଉପରେ ସାରାଦିନ ବସି ସେ ଏକାଗ୍ର ମନରେ ଭଗବାନଙ୍କୁ ପ୍ରାର୍ଥନା କଲା । ତା’ର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଜଣେ ଦେବତା ତା’ ସମ୍ମୁଖରେ ଆବିର୍ଭାବ ହେଲେ । ସମ୍ମୁଖରେ ଦେବତାଙ୍କୁ ଦେଖ୍ ହାରୁ ଅତି ଆନନ୍ଦିତ ହେଲା । ଭକ୍ତି ସହକାରେ ଦେବତାଙ୍କୁ ପ୍ରଣାମ କରି ଯୋଡ଼ହସ୍ତରେ ହାରୁ କହିଲା,–”ପ୍ରଭୁ, ଆପଣ କୃପାକରି ମୋର ପ୍ରାର୍ଥନା ପୂରଣ କରନ୍ତୁ” । ଦୟାଳୁ ଦେବତା ହାରୁକୁ ତିନୋଟି ପଶାକାଠି ଦେଇ କହିଲେ, -”ତୁମେ ଏହି ପଶାକାଠି ନିଅ । କୌଣସି ବର ପ୍ରାର୍ଥନା କରି ଗୋଟିଏ ପଶାକାଠି ଭୂମିରେ ପକାଇଲେ ତୁମେ ସେହି ବର ଲାଭ କରିବ ।”

ଏକାଥରେ ତିନୋଟି ବର ! ଅତି ଖୁସିମନରେ ହାରୁ ଘରେ ପହଞ୍ଚି କବାଟରେ ଧକ୍‌କା ମାରି ପାଟି କରି ତା’ ସ୍ତ୍ରୀକୁ କହିଲା,–‘ଶୀଘ୍ର କବାଟ ଖୋଲ।’

ସ୍ତ୍ରୀ କବାଟ ଖୋଲିଲାରୁ ହାରୁ ଯାଇ ଖଟ ଉପରେ ରାଜା ଭଳି ବସି ପଡ଼ିଲା । ସ୍ଵାମୀର ବ୍ୟବହାରରେ ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁ ରହିଥାଏ । ହାରୁ ପାଣି ଗ୍ଲାସେ ଆଣିବାକୁ ସ୍ତ୍ରୀକୁ ଆଦେଶ ଦେଲା । ତଥାପି ସ୍ତ୍ରୀ ବଲବଲ ହୋଇ ଚାହିଁ ରହିଛି ଦେଖ୍ ହାରୁ ଚିତ୍କାର କରି କହିଲା, ‘ଯାଅ, ଶୀଘ୍ର ପାଣି ଆଣ ।

ଏଥର ହାରୁର ସ୍ତ୍ରୀ କପାଳରେ ବାମହାତ ବାଡ଼େଇ କାନ୍ଦିକାନ୍ଦି କହିଲା,-“ତୁମର କ’ଣ ହେଲା ଲୋ ମା’ ? ତୁମକୁ କିଏ ପାଗଳ କରିଦେଇଛି ଲୋ ମା’ ।”

“କାନ୍ଦ ବନ୍ଦ କରି ଚୁପ୍ ହୁଅ”- ହାରୁ ଧମକ ଦେଇ କହିଲା । ତା’ପରେ ହଠାତ୍ ତା’ ସ୍ତ୍ରୀର କାନ ପାଖରେ ଚୁପ୍ କରି କହିଲା, -‘ଦେଖ, ଆମ ଭାଗ୍ୟ ଖୋଲିଗଲା…. ।’ ସେ ସବୁକଥା ସ୍ତ୍ରୀକୁ କହିଲା ।

ଏ କଥା ଶୁଣି ହାରୁର ସ୍ତ୍ରୀ ଆନନ୍ଦରେ ନାଚିନାଚି ଘର ଭିତରେ ବୁଲିଲା । ତା’ପରେ ହାରୁ ପାଖରେ ବସି କଅଁଳ ସ୍ୱରରେ କହିଲା, ‘ଦେଖ, ତୁମେ କିନ୍ତୁ ପ୍ରଥମେ ବହୁତ ଧନ-ସମ୍ପତ୍ତି ଚାହିଁବ ।’

କିନ୍ତୁ ହାରୁ କହିଲା,-“ଦେଖ, ଆମ ଦୁଇଜଣଙ୍କ ନାକ ଚେପ୍‌ଟା, ତାହା ଦେଖି ଲୋକେ ଆମକୁ ଥଟ୍ଟା କରୁଛନ୍ତି । ତେଣୁ ପ୍ରଥମଥର ପଶାକାଠି ପକାଇ ନାକ ପ୍ରାର୍ଥନା କରାଯାଉ ।”

ସ୍ତ୍ରୀର ମତ କିନ୍ତୁ ତାହା ନୁହେଁ । ସ୍ତ୍ରୀ ଚାହେଁ ଧନ ଆଉ ହାରୁ ଚାହେଁ ନାକ । ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା । ହାରୁର ହାତ ଧରି ତା’ର ସ୍ତ୍ରୀ ପଶାକାଠି ପକାଇବାକୁ ଦେଲାନାହିଁ । ଏଥରେ ହାରୁ ରାଗିଯାଇ ସ୍ତ୍ରୀ ହାତରୁ ନିଜ ହାତ ଛଡ଼ାଇ ନେଲା ଓ ପଶାକାଠି ଗଡ଼ାଇ ଦେଇ କହିଲା- “ଆମର କେବଳ ସୁନ୍ଦର ନାକ ହେଉ, ଆଉ କିଛି ନୁହେଁ ଖାଲି ନାକ ।”

ଆଶ୍ଚର୍ଯ୍ୟର କଥା ! ଯେମିତି ପଶାକାଠି ପଡ଼ିଯାଇଛି, ସେମିତି ସଙ୍ଗେସଙ୍ଗେ ସେମାନଙ୍କର ସାରା ଦେହରେ ନାକ ଭର୍ତ୍ତି ହୋଇଗଲା । ସ୍ତ୍ରୀ ଆଡ଼କୁ ଚାହିଁ ହାରୁ ଚିତ୍କାର କରି କହିଲା,–“ହେ ଭଗବାନ ! ତୁମେ କେତେ ଅସନ୍ଦୁର ଦେଖା ଯାଉଛ ।” ‘ତୁମେ ମଧ୍ଯ ବଡ଼ କଦାକାର ଦେଖାଯାଉଛ ।’-ସ୍ତ୍ରୀ ହାରୁକୁ କହିଲା । ଭୟ ଓ ବିସ୍ମୟରେ ପରସ୍ପର ପରସ୍ପରକୁ ଚାହିଁରହିଲେ । ସେମାନେ ସୁନ୍ଦରସୁନ୍ଦର ନାକ ପାଇଲେ ଠିକ, କିନ୍ତୁ ନାକକୁ ନେଇ ଏପରି ବିପଦ ହେଲା ଯେ ନାକସବୁକୁ ଦୂର କରିବାକୁ ଉଭୟେ ପଶାକାଠି ପକାଇବାକୁ ରାଜି ହୋଇଗଲେ ।

ତା’ପରେ ଦ୍ଵିତୀୟଥର ପଶାକାଠି ପକାଇ ହାରୁ ଯେତେବେଳେ କହିଲା,-‘ଆମର ନାକ ସବୁ ଚାଲିଯାଉ ।’ ସଙ୍ଗେସଙ୍ଗେ ସବୁ ନାକ ଚାଲିଗଲା, ତା’ ସହିତ ସେମାନଙ୍କ ନିଜ ନାକ ବି ଚାଲିଗଲା । ବିସ୍ମୟରେ ପୁଣି ସ୍ଵାମୀସ୍ତ୍ରୀ ପରସ୍ପର ନାକବିହୀନ କୁତ୍ସିତ ମୁହଁ ଆଡ଼କୁ ଚାହିଁ ରହିଲେ ।

ହାରୁ କାନ୍ଦକାନ୍ଦ ହୋଇ ତା’ ସ୍ତ୍ରୀକୁ କହିଲା,-“ହାୟ ! ମୁଁ କ’ଣ କଲି ? ତୁମ କଥା ନ ଶୁଣି ବଡ଼ ଭୁଲ କଲି । ବର୍ତ୍ତମାନ ତ ଆମେ ଦୁଇଟି ସୁନ୍ଦର ନାକପାଇଁ ତୃତୀୟ ବର ପ୍ରାର୍ଥନା କରିବା–ନା କ’ଣ ?”

ନାକବିହୀନ ମୁହଁକୁ ପାପୁଲିରେ ଘୋଡ଼ାଇ ରଖ୍ ସ୍ତ୍ରୀ କହିଲା,-“ଦେଖ, ଯଦି ଏଥର ପଶାକାଠି ପକାଇ ଭଲ ନାକ ପାଇବା, ଲୋକେ ଅବଶ୍ୟ ଆମ ଚେପ୍‌ଟା ନାକ ବଦଳରେ ଭଲ ନାକ ହେବାର କାରଣ ପଚାରିବେ । ସେମାନଙ୍କୁ ସବୁ କଥା କହିବାକୁ ହେବ । ସେତେବେଳେ ସେମାନେ ଆମକୁ ମୂଢ଼ ବୋଲି କହି ଆହୁରି ଥଟ୍ଟା କରିବେ । କହିବେ ଯେ, ଏମାନେ ଏଭଳି ତିନୋଟି ବର ପାଇ ମଧ୍ଯ ନିଜ ଅବସ୍ଥାର ଉନ୍ନତି କରିପାରିଲେ ନାହିଁ । ବରଂ ତୃତୀୟବରରେ ଆମେ ଆମର ସେହି ପୂର୍ବ ଚେପ୍‌ଟା ନାକପାଇଁ ପ୍ରାର୍ଥନା କରିବା । ଏଥର ତୁମେ ଭାରି ସାବଧାନ ହୋଇ ବର ମାଗ, ଯେପରି ଭୁଲ ନ ହୁଏ ।”

ନିଜର ଭୁଲ ବୁଝିପାରି ହାରୁ ଦୁଃଖ କରି କହିଲା,-“ହାୟ ! ସୁବର୍ଣ୍ଣ ସୁଯୋଗ ହରାଇଲି । କି ମୂର୍ଖମି କଲି ? କିନ୍ତୁ ବର୍ତ୍ତମାନ ଦୁଃଖ କରି ଲାଭ କଅଣ ?” ଶେଷରେ ହାରୁ ତୃତୀୟଥର ପଶାକାଠି ପକାଇ ପ୍ରାର୍ଥନା କଲା- “ଠାକୁର, କୃପା କରି ଆମର ଚେପ୍‌ଟା ନାକ ଦୁଇଟି ଏଥର ଫେରେଇ ଦିଅନ୍ତୁ ।”

ହାରୁର ପ୍ରାର୍ଥନା ପୂର୍ଣ୍ଣ ହେଲା, ସେମାନେ ଚେପ୍‌ଟା ନାକ ଫେରି ପାଇଲେ ।

ଲେଖକ ପରିଚୟ

‘ତିନୋଟି ବର’ କାହାଣୀଟି ବିବେକାନନ୍ଦଙ୍କ କଥା ଉପଦେଶରୁ ସଂଗୃହୀତ । ପୁସ୍ତକଟିକୁ ସ୍ଵାମୀ ପ୍ରିୟରୂପାନନ୍ଦ (ଅଧକ୍ଷ)ଙ୍କ ଦ୍ବାରା, ଶ୍ରୀରାମକୃଷ୍ଣ ମଠ ଭୁବନେଶ୍ଵରରୁ ପ୍ରକାଶିତ । ଜୀବନରେ ଆସୁଥ‌ିବା ସୁଯୋଗର ସଦ୍‌ଉପଯୋଗ କରି ନ ପାରିଲେ କିଭଳି ବିଫଳତା ଆସେ, ତାହା ଏହି କାହାଣୀରେ କୁହାଯାଇଛି ।

ସାରାଂଶ : ତିନୋଟି ବର

ହାରୁ ନାମକ ଜଣେ ଗରିବ ବାଳକ ତାର ବିଧବା ମାଆଙ୍କ ସହ ରହୁଥିଲା। ତାର ନାକଟି ଛୋଟ ଏବଂ ଚେପ୍‌ଟା ଥିବାରୁ, ଗାଁର ପିଲାମାନେ ତାକୁ ‘ଚେପ୍‌ଟନାକା’ ବୋଲି ଡାକି ଚିଡ଼ାଉଥିଲେ। କିଛିଦିନ ପରେ ଯେତେବେଳେ ତାର ମାଆ ମରିଗଲେ, ଗ୍ରାମପ୍ରଧାନଙ୍କ ଉପଦେଶ ଅନୁଯାୟୀ ସେ ବାହା ହେବାକୁ ରାଜି ହେଲା। କେହି ଯେମିତି ତାକୁ ନ ଚିଡ଼ାନ୍ତି, ସେଥିପାଇଁ ସେ ଗୋଟିଏ ଚେପ୍‌‌ଟା ନାକ ଥିବା ଝିଅକୁ ହିଁ ବାହା ହେଲା। କିନ୍ତୁ ବିବାହ ପରେ ବି ପିଲାମାନେ ତାଙ୍କ ଯୋଡ଼ିକୁ ଦେଖି ଥଟ୍ଟା କରିବାରୁ ହାରୁ ବହୁତ ଦୁଃଖିତ ହେଲା ଏବଂ ଭଗବାନଙ୍କୁ ଡାକିବା ପାଇଁ ଜଙ୍ଗଲକୁ ଗଲା।

ହାରୁର କଠୋର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଜଣେ ଦେବତା ଆବିର୍ଭାବ ହେଲେ ଏବଂ ତାକୁ ତିନୋଟି ପଶାକାଠି ଦେଇ କହିଲେ ଯେ, ପଶାକାଠି ପକାଇ ସେ ତିନୋଟି ବର (ବରଦାନ) ମାଗିପାରିବ। ହାରୁ ଆନନ୍ଦରେ ଘରକୁ ଫେରି ତା’ ସ୍ତ୍ରୀକୁ ସବୁକଥା କହିଲା। ସ୍ତ୍ରୀ ଧନସମ୍ପତ୍ତି ମାଗିବାକୁ କହିଲା, କିନ୍ତୁ ହାରୁ ରାଗିଯାଇ ପଶାକାଠି ପକାଇ ସୁନ୍ଦର ନାକ ମାଗିଲା ଏବଂ ତାଙ୍କ ସାରା ଦେହରେ ନାକ ଭର୍ତ୍ତି ହୋଇଗଲା। ଦ୍ୱିତୀୟ ଥର ପଶାକାଠି ପକାଇ ହାରୁ କହିଲା “ଆମର ନାକ ସବୁ ଚାଲିଯାଉ”, ଯାହାଫଳରେ ତାଙ୍କ ଦେହର ନାକ ସହ ନିଜର ଅସଲି ନାକ ମଧ୍ୟ ଚାଲିଗଲା। ଶେଷରେ ଲୋକଙ୍କ ଥଟ୍ଟା ପରିହାସକୁ ଡରି, ହାରୁ ତୃତୀୟ ବରରେ ତାଙ୍କର ସେହି ପୁରୁଣା ଚେପ୍‌ଟା ନାକ ଫେରାଇଦେବାକୁ ପ୍ରାର୍ଥନା କଲା। ଏହିପରି ଭାବରେ, ମୂର୍ଖାମୀ ଯୋଗୁଁ ହାରୁ ଭଗବାନଙ୍କଠାରୁ ମିଳିଥିବା ସୁବର୍ଣ୍ଣ ସୁଯୋଗକୁ ହରାଇଲା।

सारांश : तीन वरदान

हारू नाम का एक गरीब लड़का अपनी विधवा माँ के साथ रहता था। उसकी नाक छोटी और चपटी थी, इसलिए गाँव के बच्चे उसे ‘चपटी नाक वाला’ (चेप्टनाका) कहकर चिढ़ाते थे। माँ के निधन के बाद, गाँव के मुखिया की सलाह पर वह शादी करने के लिए तैयार हो गया। कोई उसका मजाक न बनाए, इसलिए उसने एक चपटी नाक वाली लड़की से ही शादी की। लेकिन शादी के बाद भी बच्चों ने उस जोड़े को चिढ़ाना नहीं छोड़ा। इससे दुखी होकर हारू भगवान से प्रार्थना करने जंगल चला गया।

हारू की कठिन प्रार्थना से प्रसन्न होकर एक देवता प्रकट हुए और उसे तीन पासे (पासा) दिए। उन्होंने कहा कि पासा फेंककर वह तीन वरदान माँग सकता है। हारू खुशी-खुशी घर लौटा और पत्नी को सब कुछ बताया। पत्नी ने धन-संपत्ति माँगने को कहा, लेकिन हारू ने गुस्से में पासा फेंककर ‘सुंदर नाक’ माँग ली, जिससे उनके पूरे शरीर पर नाक ही नाक भर गए। फिर घबराकर हारू ने दूसरा पासा फेंका और कहा कि “हमारी सारी नाक चली जाए”। ऐसा कहने पर शरीर की नाक के साथ-साथ उनकी अपनी असली नाक भी गायब हो गई। अंत में लोगों के ताने और मजाक से बचने के लिए हारू ने तीसरे वरदान में अपनी पुरानी ‘चपटी नाक’ ही वापस माँग ली। इस प्रकार, अपनी मूर्खता के कारण हारू ने भगवान से मिला सुनहरा अवसर गँवा दिया।

 

ଶବ୍ଦାର୍ଥ

Odia Word

Meaning in Odia

Meaning in Hindi

Meaning in English

ଚେପ୍‌ଟା (Chepta)

ଦବିଯାଇଥିବା / ସମତଳ

चपटा

Flat / Flattened

ଦାହ କରି (Daha kari)

ପୋଡ଼ି / ଶବ ସତ୍କାର କରି

दाह संस्कार करके

Cremating

ସିଦ୍ଧାନ୍ତ (Siddhanta)

ନିଷ୍ପତ୍ତି

निर्णय / निष्कर्ष

Decision / Conclusion

ଥଟ୍ଟା (Thatta)

ପରିହାସ / ମଜାକ

मजाक / उपहास

Mockery / Joke

ଏକାଗ୍ର ମନରେ (Ekagra manare)

ଗୋଟିଏ ଆଡ଼େ ଧ୍ୟାନ ଦେଇ

एकाग्र मन से / ध्यान से

With full concentration

ଆବିର୍ଭାବ (Abirbhaba)

ପ୍ରକଟ ହେବା

प्रकट होना

Appearance / Manifestation

ବଲବଲ ହୋଇ (Balabala hoi)

ଆଶ୍ଚର୍ଯ୍ୟରେ ଏକଲୟରେ ଚାହିଁବା

टकटकी लगाकर / आश्चर्य से

Staring blankly / In amazement

କଦାକାର (Kadakara)

ଅସୁନ୍ଦର / କୁତ୍ସିତ

भद्दा / कुरूप

Ugly / Hideous

ବିସ୍ମୟରେ (Bismayare)

ଆଶ୍ଚର୍ଯ୍ୟରେ

आश्चर्य में

In astonishment / In wonder

ସୁବର୍ଣ୍ଣ ସୁଯୋଗ (Subarna suyoga)

ସୁବିଧା / ବଢ଼ିଆ ସୁଯୋଗ

सुनहरा अवसर

Golden opportunity

 

 

ପାଠ ଅନ୍ତର୍ଗତ

ମୋ ବୁଝିବାରେ

(କ) ଠିକ୍ ଉତ୍ତର ପାଖରେ ତାରା (*) ଚିହ୍ନ ଦିଅ ।

୧. ହାରୁ ମା’ଙ୍କ ମୃତ ଦେହକୁ କ’ଣ କଲା ?

ଦାହ କଲା । (*)

ପୋତି ଦେଲା।

ନଦୀରେ ଭସାଇ ଦେଲା ।

ଶ୍ମଶାନରେ ଛାଡ଼ିଦେଲା।

 

୨. ଗ୍ରାମପ୍ରଧାନ ଅନ୍ୟମାନଙ୍କ ସହ ପରାମର୍ଶ କରି ମା’ର ମୃତ୍ୟୁପରେ ହାରୁକୁ କ’ଣ ଉପଦେଶ ଦେଲେ ?

ଗ୍ରାମରୁ ବାହାରି ଯିବାକୁ ।

କାମ କରିବାକୁ।

ବିବାହ କରିବାକୁ । (*)

ବିବାହ ନ କରିବାକୁ ।

 

(ଖ) ତୁମେ ଏହି ଉତ୍ତରଗୁଡ଼ିକ କାହିଁକି ବାଛିଲ?

ଉତ୍ତର – ପ୍ରଥମ ପ୍ରଶ୍ନର ଉତ୍ତର ‘ଦାହ କଲା’ ବାଛିଲି କାରଣ ବହିରେ ଲେଖାଅଛି ଯେ ହାରୁ ଶ୍ମଶାନରେ ମା’ଙ୍କୁ ଦାହ କରି ଘରକୁ ଫେରିଲା। ଦ୍ୱିତୀୟ ପ୍ରଶ୍ନର ଉତ୍ତର ‘ବିବାହ କରିବାକୁ’ ବାଛିଲି କାରଣ ହାରୁର ମା’ ମରିଗଲା ପରେ ତାକୁ ଦେଖିବାକୁ କେହି ନଥିବାରୁ ଗ୍ରାମପ୍ରଧାନ ତାକୁ ବିବାହ କରିବାକୁ କହିଥିଲେ।

 

ଶୀର୍ଷକ

(କ) ଏହି ଗଳ୍ପଟିର ନାମ କାହିଁକି ‘ତିନୋଟି ବର’ ରଖାଯାଇଛି ବୋଲି ତୁମେ ଭାବୁଛ ? ସାଙ୍ଗମାନଙ୍କ ସହ ଦଳରେ ଆଲୋଚନା କରି ଲେଖ ।

ଉତ୍ତର – ଏହି ଗଳ୍ପରେ ଦେବତା ସନ୍ତୁଷ୍ଟ ହୋଇ ହାରୁକୁ ତିନୋଟି ପଶାକାଠି ଦେଇ ତିନୋଟି ବର ମାଗିବାକୁ ସୁଯୋଗ ଦେଇଥିଲେ ଏବଂ ଗଳ୍ପର ମୁଖ୍ୟ ଘଟଣା ସେହି ତିନୋଟି ବରକୁ ନେଇ ଗଢ଼ି ଉଠିଛି। ତେଣୁ ଏହାର ନାମ ‘ତିନୋଟି ବର’ ରଖାଯାଇଛି।

 

(ଖ) ଯଦି ତୁମକୁ ଏହି ଗଛର ନାମ ଦେବାପାଇଁ ସୁଯୋଗ ମିଳିଥାନ୍ତା; ତେବେ ଏହାର ନାମ କ’ଣ ରଖୁଥାନ୍ତ ଓ କାହିଁକି ?

ଉତ୍ତର – ମୁଁ ଏହି ଗଳ୍ପର ଅନ୍ୟ ଏକ ନାମ “ମୂର୍ଖ ହାରୁ” ବା “ବୋକାମୀର ଫଳ” ରଖିଥାନ୍ତି। କାରଣ ହାରୁ ନିଜ ବୋକାମୀ ଯୋଗୁଁ ତିନୋଟି ବର ପାଇ ମଧ୍ୟ ତାର ସଦୁପଯୋଗ କରିପାରିଲା ନାହିଁ ଏବଂ କିଛି ଲାଭ ପାଇଲା ନାହିଁ।

 

ବାକ୍ୟ ଉପରେ ଆଲୋଚନା

‘ତିନୋଟି ବର’ କାହାଣୀ ଅନ୍ତର୍ଗତ କିଛି ବାକ୍ୟ ନିମ୍ନରେ ଦିଆଗଲା । ଦଳରେ ବସି ଏଗୁଡ଼ିକ ପଢ଼ । ଏହାର ଅର୍ଥ କ’ଣ ବୁଝୁଛ ଦଳରେ ସାଙ୍ଗମାନଙ୍କ ସହ ଆଲୋଚନା କରି ଲେଖ ।

୧. “ମୁଁ ଅନାଥ ହୋଇଗଲି । ବର୍ତ୍ତମାନ ମୋତେ ଦେଖିବ କିଏ ? ”

ଅର୍ଥ – ହାରୁର ଦୁନିଆରେ ନିଜର ବୋଲି କେବଳ ତା’ର ମାଆ ଥିଲେ। ମାଆଙ୍କ ମୃତ୍ୟୁ ପରେ ସେ ନିଜକୁ ସମ୍ପୂର୍ଣ୍ଣ ଏକୁଟିଆ ଓ ଅସହାୟ ମନେକରି ଏପରି ଦୁଃଖରେ କହିଛି।

 

୨. “ମୁଁ ଫେରି ନ ଆସିବା ଯାଏ ତୁମେ ଘରେ ଥିବ ।”

ଅର୍ଥ – ଲୋକମାନଙ୍କ ଥଟ୍ଟା ପରିହାସ ସହି ନପାରି ହାରୁ ଭଗବାନଙ୍କୁ ଡାକିବା ପାଇଁ ଜଙ୍ଗଲକୁ ବାହାରିଲା ଏବଂ ନିଜ ସ୍ତ୍ରୀକୁ ଘରେ ସୁରକ୍ଷିତ ଭାବେ ଅପେକ୍ଷା କରିବାକୁ ଏପରି କହିଲା।

 

୩. “ହାୟ ! ସୁବର୍ଣ୍ଣ ସୁଯୋଗ ହରାଇଲି, କି ମୂର୍ଖାମି କଲି ।”

ଅର୍ଥ – ତିନୋଟି ଯାକ ବର ନଷ୍ଟ ହୋଇଯିବା ପରେ ହାରୁ ନିଜର ବୋକାମୀ ପାଇଁ ଅନୁତାପ କରି ଏହା କହିଛି ଯେ, ସେ ଭଗବାନ ଦେଇଥିବା ଏତେ ଭଲ ସୁଯୋଗକୁ ନିଜ ହାତରେ ନଷ୍ଟ କରିଦେଲା।

 

 

ଚିନ୍ତା କରିବା

କାହାଣୀକୁ ପୁନର୍ବାର ପଠନ କର ଏବଂ ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।

(କ) କେଉଁମାନେ ହାରୁକୁ ସାନ୍ତନା ଦେଲେ ?

ଉତ୍ତର – ପଡ଼ୋଶୀମାନେ ହାରୁକୁ ସାନ୍ତନା ଦେଲେ।

 

(ଖ) ହାରୁର ସ୍ତ୍ରୀ ପ୍ରଥମେ କେଉଁ ବର ମାଗିବା କଥା କହିଥିଲା ?

ଉତ୍ତର – ହାରୁର ସ୍ତ୍ରୀ ପ୍ରଥମେ ବହୁତ ଧନ-ସମ୍ପତ୍ତି ମାଗିବା କଥା କହିଥିଲା।

 

(ଗ) ହାରୁ ଓ ତା’ ସ୍ତ୍ରୀ ମଧ୍ୟରେ କାହିଁକି ଯୁକ୍ତିତର୍କ ହେଲା ?

ଉତ୍ତର – ହାରୁ ଚାହୁଁଥିଲା ପ୍ରଥମେ ସୁନ୍ଦର ନାକ ମାଗିବାକୁ, କିନ୍ତୁ ତା’ ସ୍ତ୍ରୀ ଚାହୁଁଥିଲା ବହୁତ ଧନସମ୍ପତ୍ତି ମାଗିବାକୁ। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା।

 

(ଘ) “ହାୟ ! ମୁଁ କ’ଣ କଲି ? ତୁମ କଥା ନ ଶୁଣି ବଡ଼ ଭୁଲ କଲି”, କିଏ କାହାକୁ ଓ କାହିଁକି କହିଛି ?

ଉତ୍ତର – ଏ କଥା ହାରୁ ତା’ ସ୍ତ୍ରୀକୁ କହିଛି। କାରଣ ସେ ତା’ ସ୍ତ୍ରୀ କଥା ନ ଶୁଣି ନିଜ ଜିଦ୍‌‌ରେ ନାକ ମାଗିଥିଲା ଏବଂ ଶେଷରେ ସବୁ ନାକ ସହ ନିଜ ଅସଲି ନାକ ବି ହରାଇ ବସିଥିଲା। ନିଜ ଭୁଲ ବୁଝିପାରି ସେ ଏପରି କହିଥିଲା।

ଦିନଚର୍ଯ୍ୟା

(ଖ) ତୁମେ ସକାଳୁ ଉଠି ଶୋଇବା ଯାଏ କିପରି ଦିନ ବିତାଅ, ତାହା ଖାତାରେ ଲେଖ।

ଉତ୍ତର – ମୁଁ ସକାଳ ୬ଟାରେ ଉଠି ଦାନ୍ତ ଘଷେ ଏବଂ ଗାଧୋଇ ସାରି ଜଳଖିଆ ଖାଏ। ତା’ପରେ ଘଣ୍ଟାଏ ପାଠ ପଢ଼ି ୯ଟା ବେଳକୁ ସ୍କୁଲ୍ ଯାଏ। ସ୍କୁଲ୍‌ରୁ ୪ଟାରେ ଫେରି ସାଙ୍ଗମାନଙ୍କ ସହ ଖେଳେ। ସନ୍ଧ୍ୟାରେ ହାତଗୋଡ଼ ଧୋଇ ପଢ଼ିବାକୁ ବସେ। ରାତି ୯ଟାରେ ରାତିଭୋଜନ ସାରି ୧୦ଟାରେ ଶୋଇବାକୁ ଯାଏ।

ଖୋଜିବା

ନିମ୍ନରେ ଦିଆଯାଇଥ‌ିବା ବାକ୍ୟର ଅର୍ଥ କାହାଣୀର କେଉଁ ବାକ୍ୟମାନଙ୍କ ସହ ମେଳଖାଉଛି । ତାହା ଲେଖ ।

(କ) ଗ୍ରାମପ୍ରଧାନ ଖୁସି ଯେ ହାରୁ ବିବାହପାଇଁ ମାନିଗଲା ।

ମେଳଖାଉଥିବା ବାକ୍ୟ – “ହଉ ହେଲା, ମୁଁ ଖୁସି ଯେ ତୁମେ ବାହା ହେବାକୁ ରାଜି ହୋଇଛ ।”

 

(ଖ) ଭଗବାନଙ୍କୁ ପ୍ରାର୍ଥନା କଲେ ସେ ନିଶ୍ଚୟ ରକ୍ଷା କରିବେ ।

ମେଳଖାଉଥିବା ବାକ୍ୟ – “ଭଗବାନ ତ ଆମକୁ ସୃଷ୍ଟି କରିଛନ୍ତି, ତାଙ୍କୁ ପ୍ରାର୍ଥନା କଲେ ସେ ନିଶ୍ଚୟ ବିପଦରୁ ଉଦ୍ଧାର କରିବେ ।”

 

କାହାଣୀର ରଚନାଶୈଳୀ

ଗଳ୍ପରୁ ଆଉ କିଛି ଚିତ୍ରକଳାର ଭାଷା ବା ବିଶେଷ କଥା ଖୋଜି ଲେଖ –

ଉତ୍ତର –

୧. “ସ୍ତ୍ରୀ କପାଳରେ ବାମହାତ ବାଡ଼େଇ କାନ୍ଦିକାନ୍ଦି କହିଲା…”

୨. “ହାରୁ ଯାଇ ଖଟ ଉପରେ ରାଜା ଭଳି ବସି ପଡ଼ିଲା।”

୩. “ବିସ୍ମୟରେ ପୁଣି ସ୍ଵାମୀସ୍ତ୍ରୀ ପରସ୍ପର ନାକବିହୀନ କୁତ୍ସିତ ମୁହଁ ଆଡ଼କୁ ଚାହିଁ ରହିଲେ ।”

 

 

ସମସ୍ୟା ଓ ସମାଧାନ

ଏହି କାହାଣୀରେ କିଛି ସମସ୍ୟା ଓ ତା’ର ସମାଧାନ ଦିଆଯାଇଛି । କାହାଣୀକୁ ପଢ଼ି ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ ।

(କ) ମା’ ମରିଗଲା ପରେ ହାରୁ କେଉଁ ସମସ୍ୟା ଅନୁଭବ କଲା ? ତା’ର ସମାଧାନ ଗ୍ରାମପ୍ରଧାନ କିପରି କଲେ ?

ଉତ୍ତର – ମା’ ମରିଗଲା ପରେ ହାରୁ ନିଜକୁ ଏକୁଟିଆ ଓ ଅସହାୟ ଅନୁଭବ କଲା। ଏହାର ସମାଧାନ ପାଇଁ ଗ୍ରାମପ୍ରଧାନ ତାକୁ ବିବାହ କରିବାକୁ ଉପଦେଶ ଦେଲେ ଓ ତା’ ପାଇଁ ଗୋଟିଏ କନ୍ୟା ଖୋଜିଦେଲେ।

 

(ଖ) ତା’ସ୍ତ୍ରୀ କାନ୍ଦିକାନ୍ଦି ତାକୁ କିଏ ପାଗଳ କରିଦେଇଛି କି ବୋଲି କହିଲା, କିନ୍ତୁ ହାରୁ ଏହି ସମସ୍ୟାର ସମାଧାନ କିପରି କଲା ?

ଉତ୍ତର – ହାରୁ ନିଜ ସ୍ତ୍ରୀକୁ ଧମକ ଦେଇ ଚୁପ୍ କରାଇଲା ଏବଂ ତା’ପରେ ତା’ କାନ ପାଖରେ ଚୁପ୍ କରି ଭଗବାନଙ୍କ ତିନୋଟି ବର କଥା କହି ସମସ୍ୟାର ସମାଧାନ କଲା।

 

(ଗ) ପ୍ରଥମ ଦୁଇଟି ବର ମାଗିବା ପରେ ସେମାନେ କେଉଁ ସମସ୍ୟାରେ ସମ୍ମୁଖୀନ ହେଲେ । ଶେଷରେ କେଉଁ ବର ମାଗି ସମସ୍ୟାର ସମାଧାନ କଲେ ?

ଉତ୍ତର – ପ୍ରଥମ ବରରେ ସାରା ଦେହରେ ନାକ ଭର୍ତ୍ତି ହୋଇଗଲା ଏବଂ ଦ୍ୱିତୀୟ ବରରେ ସବୁ ନାକ ସହ ନିଜର ନାକ ବି ଚାଲିଗଲା। ଶେଷରେ ତୃତୀୟ ବରରେ ସେମାନେ ନିଜର ପୁରୁଣା ଚେପ୍‌ଟା ନାକ ଫେରାଇଦେବାକୁ ମାଗି ସମସ୍ୟାର ସମାଧାନ କଲେ।

 

ମନର ଭାବ

ଉତ୍ତର –

୧. ଦୁଃଖ

୨. ଆନନ୍ଦ (କିମ୍ବା ଖୁସି)

୩. ଲାଜ

୪. ରାଗ

ବିପରୀତାର୍ଥବୋଧକ ଶବ୍ଦ (ମିଳାଇ ଲେଖ)


ଅଳ୍ପ ➔ ବହୁତ

ସୁଖୀ ➔ ଦୁଃଖୀ

କାନ୍ଦ ➔ ହସ

ବେଶି ➔ କମ୍

ଲାଭ ➔ କ୍ଷତି

ଠିକ୍ ➔ ଭୁଲ

ପୂର୍ବ ➔ ପର

ଉନ୍ନତି ➔ ଅବନତି

ପ୍ରବାଦ

ଆସ, ଆମେ ନିମ୍ନୋକ୍ତ ପ୍ରବାଦକୁ ଆଲୋଚନା କରିବା ଏବଂ କାହାଣୀର କିଛି ପରିସ୍ଥିତି ସହ ସଂଯୋଗ ଥିଲେ ଯୋଡ଼ିବା ।

୧. ଧରାକୁ ସରା ମଣିବା (ଅତି ଗର୍ବ କରିବା) – ବର ପାଇବା ପରେ ହାରୁ ଘରେ ପହଞ୍ଚି ଖଟ ଉପରେ ରାଜା ଭଳି ବସି ସ୍ତ୍ରୀକୁ ଯେତେବେଳେ ଆଦେଶ ଦେଲା, ତା’ ମନରେ ଏହିପରି ଗର୍ବ ଆସିଥିଲା।

୨. ଖନାକୁ ଖନୀ, ଭଲା ଖଞ୍ଜିଛନ୍ତି ଚକରପାଣି – ଚେପ୍‌ଟା ନାକ ଥିବା ହାରୁକୁ ଠିକ୍ ତା’ରି ପରି ଚେପ୍‌ଟୀ ନାକ ଥିବା ସ୍ତ୍ରୀ ମିଳିବା ଘଟଣା ସହ ଏହି ପ୍ରବାଦଟି ମେଳ ଖାଉଛି।

 

ପାଠ ବାହାରୁ

ଅନୁମାନ ଓ କଳ୍ପନା

(କ) ହାରୁ ପରିବର୍ତ୍ତେ ତା’ର ସ୍ତ୍ରୀ ଯଦି ବର ମାଗିଥାନ୍ତା; ତେବେ କ’ଣ ହୋଇଥାନ୍ତା ?

ଉତ୍ତର – ଯଦି ସ୍ତ୍ରୀ ବର ମାଗିଥାନ୍ତା, ତେବେ ସେ ବହୁତ ଧନସମ୍ପତ୍ତି ମାଗିଥାନ୍ତା ଏବଂ ସେମାନେ ଧନୀ ହୋଇ ଜୀବନସାରା ଖୁସିରେ ଚଳିଥାନ୍ତେ। ବରଗୁଡ଼ିକ ନଷ୍ଟ ହୋଇନଥାନ୍ତା।

 

(ଖ) ତୁମକୁ ଗୋଟିଏ ବର ମାଗିବାର ସୁଯୋଗ ମିଳିଲେ ତୁମେ କେଉଁ ବର ମାଗିଥାନ୍ତ ଓ କାହିଁକି ?

ଉତ୍ତର – ମୁଁ ବର ମାଗିଥାନ୍ତି ଯେ “ଏ ଦୁନିଆର ସମସ୍ତେ ସୁସ୍ଥ ଓ ଖୁସିରେ ରୁହନ୍ତୁ ଏବଂ କେହି କେବେ ଭୋକିଲା ନଶୁଅନ୍ତୁ।” କାରଣ ସମସ୍ତେ ଖୁସିରେ ରହିଲେ ଦୁନିଆ ସୁନ୍ଦର ହେବ।

 

ବିଜ୍ଞାପନ

ସବୁଜ ଓ ସୁନ୍ଦର ଗାଁ ପାଇଁ ବିଜ୍ଞାପନ

“ଆସନ୍ତୁ ଗଛ ଲଗାଇବା, ପରିବେଶ ବଞ୍ଚାଇବା!

ଆସନ୍ତା ରବିବାର ଦିନ ପଞ୍ଚାୟତ ତରଫରୁ ଗାଁ ମନ୍ଦିର ପାଖରେ ମାଗଣା ଚାରା ବଣ୍ଟନ କରାଯିବ। ସମସ୍ତ ଗ୍ରାମବାସୀଙ୍କୁ ଅନୁରୋଧ, ନିଜ ଘର ଅଗଣାରେ ଗୋଟିଏ ଲେଖାଏଁ ଗଛ ଲଗାନ୍ତୁ।”

 

(ଗ) ବିଜ୍ଞାପନ ଦ୍ୱାରା ଲାଭ-କ୍ଷତି – ବିଜ୍ଞାପନ ଦ୍ୱାରା ଲାଭ ହେଉଛି ଆମେ ନୂଆ ନୂଆ ଜିନିଷ ଓ ସରକାରୀ ଯୋଜନା ବିଷୟରେ ଜାଣିପାରୁ। କ୍ଷତି ହେଉଛି, ବେଳେବେଳେ ଖରାପ ଜିନିଷକୁ ବିଜ୍ଞାପନରେ ଭଲ ବୋଲି ଦେଖାଇ ଲୋକଙ୍କୁ ଠକି ଦିଆଯାଏ।

 

କାହାଣୀର ଆଗକୁ

‘ତିନୋଟି ବର’ ଗଳ୍ପଟି ସମାପ୍ତ ହେବା ପରେ ଆଗକୁ କ’ଣ ହୋଇପାରିବ?

ଉତ୍ତର – ଘଟଣା ପରେ ହାରୁ ଏବଂ ତା’ ସ୍ତ୍ରୀ ବୁଝିଗଲେ ଯେ ବାହାର ରୂପ କିଛି ନୁହେଁ। ସେମାନେ ଆଉ ଲୋକଙ୍କ କଥା ଓ ଥଟ୍ଟାକୁ ଖାତିର କଲେ ନାହିଁ। ନିଜ କଠିନ ପରିଶ୍ରମରେ ବଞ୍ଚିବାକୁ ଲାଗିଲେ ଏବଂ ଖୁସିରେ ରହିଲେ।

 

ତୁମକଥା

(କ) ଯଦି ତୁମେ ହାରୁ ସ୍ଥାନରେ ଥାନ୍ତ; ତେବେ କେଉଁ ତିନୋଟି ବର ମାଗିଥାନ୍ତ ?

ଉତ୍ତର – ମୁଁ ମାଗିଥାନ୍ତି- (୧) ଉତ୍ତମ ସ୍ୱାସ୍ଥ୍ୟ, (୨) ଭଲ ବିଦ୍ୟା ଓ ଜ୍ଞାନ, ଏବଂ (୩) ଦୁନିଆର ସମସ୍ତଙ୍କ ପାଇଁ ଶାନ୍ତି ଓ ଖୁସି।

 

(ଖ) ଯଦି ତୁମକୁ ଶ୍ରେଣୀର ମୁଖ ଚୟନ କରିବାକୁ ହୁଏ, ତୁମେ କିପରି ଚୟନ କରିବ ? ତୁମେ ତା’ ମଧ୍ୟରେ କେଉଁ ସବୁ ଗୁଣ ଦେଖୁବ ? ସେ ଗୁଣଗୁଡ଼ିକ ଚିହ୍ନିବାପାଇଁ କ’ଣ କରିବ ?

ଉତ୍ତର – ମୁଁ ଦେଖିବି ଯିଏ ସମସ୍ତଙ୍କ ସହ ଭଲରେ ମିଶିପାରୁଥିବ, ପାଠରେ ଆଗ୍ରହୀ ଥିବ ଏବଂ ଶୃଙ୍ଖଳିତ ଥିବ। ମୁଁ ଶ୍ରେଣୀର ସବୁ ପିଲାଙ୍କୁ ପଚାରି ଭୋଟ୍ ମାଧ୍ୟମରେ ସେହିଭଳି ଜଣେ ପିଲାକୁ ମୁଖ୍ୟ ଭାବେ ବାଛିବି।

ନୂଆ ଓ ପୁରୁଣା


ମୋ ପାଇଁ ନୂଆବସ୍ତୁ – ସ୍ମାର୍ଟଫୋନ୍, କମ୍ପ୍ୟୁଟର, ଇଣ୍ଟରନେଟ୍।

ମୋ ପାଇଁ ପୁରୁଣାବସ୍ତୁ – ଲୁଡୁ ବୋର୍ଡ, ସାଇକେଲ୍।

ପରିବାର ପାଇଁ ନୂଆବସ୍ତୁ – ସ୍ମାର୍ଟ ଟିଭି, ୱାଶିଂ ମେସିନ୍।

ପରିବାର ପାଇଁ ପୁରୁଣାବସ୍ତୁ – ରେଡିଓ, ଲଣ୍ଠନ, ପାନ ଡବା।

ଭଲଗୁଣର ପ୍ରଦର୍ଶନ

(କ) ପ୍ରତ୍ୟେକ ବ୍ୟକ୍ତି ନିଜ ବୁଦ୍ଧି ଅନୁସାରେ ନିଜକୁ ଭଲ ଦେଖାଇବାକୁ ଚେଷ୍ଟା କରନ୍ତି । ନିଜକୁ ଭଲ ଦେଖାଇବାପାଇଁ ଆମେ କ’ଣ କରୁ ?

ଉତ୍ତର – ଆମେ ସମସ୍ତଙ୍କ ସହ ଭଲରେ କଥା ହେଉ, ବଡ଼ମାନଙ୍କୁ ସମ୍ମାନ ଦେଉ, ପରିଶ୍ରମ କରୁ ଏବଂ ନିଜକୁ ସଫାସୁତୁରା ରଖୁ।

(ଖ) ନିଜକୁ ଭଲ ଦେଖାଇବା’ ଏବଂ ‘ ନିଜେ ଭଲ ହେବା’ ମଧ୍ୟରେ ପାର୍ଥକ୍ୟ ରହିଛି କି ? ଯଦି ରହିଛି, ସାଙ୍ଗମାନଙ୍କ ସହ ଆଲୋଚନା କର ।

ଉତ୍ତର – ହଁ। ‘ନିଜକୁ ଭଲ ଦେଖାଇବା’ ବେଳେବେଳେ ଏକ ଛଳନା ହୋଇପାରେ, କିନ୍ତୁ ପ୍ରକୃତରେ ‘ନିଜେ ଭଲ ହେବା’ ହେଉଛି ମଣିଷର ଭିତରର ପ୍ରକୃତ ଗୁଣ।

 

ଭିନ୍ନଭିନ୍ନ ପରିଧାନ (ତୁମ ଅଞ୍ଚଳରେ କ‘ଣ କହନ୍ତି)

ସାର୍ଟ ➔ ଜାମା ବା କାମିଜ୍

ପ୍ଯାଣ୍ଟ୍ ➔ ପ୍ୟାଣ୍ଟ୍ (ଫୁଲ୍ ପ୍ୟାଣ୍ଟ ବା ହାଫ୍ ପ୍ୟାଣ୍ଟ)

ଧୋତି ➔ ଧୋତି ବା ଲୁଗା

ଶାଢ଼ି ➔ ଶାଢ଼ି ବା ଲୁଗା

ଫ୍ରକ୍ ➔ ଫ୍ରକ୍ ବା ଗାଉନ୍

ଲୁଙ୍ଗି ➔ ଲୁଙ୍ଗି ବା ଗାମୁଛା ପିନ୍ଧା

ପଗଡ଼ି ➔ ପଗଡ଼ି ବା ମୁଣ୍ଡିଆ

 

ତୁମ ପରୀକ୍ଷା

କାମଟିଏ କରିବା ପରେ ତା’ର ସଫଳତା ବା ବିଫଳତା ଜାଣିବାପାଇଁ ପରୀକ୍ଷା କରାଯାଏ । ଆମେ ଜୀବନରେ ଅନେକଥର ବିଭିନ୍ନ କାମପାଇଁ ପରୀକ୍ଷା ଦେଇଛୁ । ଅନ୍ୟର ପରୀକ୍ଷା ମଧ୍ୟ ନେଇଛୁ । ତୁମେ ଜୀବନରେ କାହାକୁ, କେବେ, କ’ଣପାଇଁ ପରୀକ୍ଷା ଦେଇଛ, କୁହ ।

ଉତ୍ତର – ହଁ, ମୁଁ ଥରେ ମୋ ସାନ ଭାଇକୁ ୧ ରୁ ୧୦ ପର୍ଯ୍ୟନ୍ତ ପଣିକିଆ ଡାକି ତାର ପରୀକ୍ଷା ନେଇଥିଲି ଏବଂ ସେ ଠିକ୍ ଉତ୍ତର ଦେଇଥିଲା। ଏହାଛଡ଼ା ମୁଁ ମୋ ବାପାଙ୍କୁ ସାଇକେଲ୍ ଚଲାଇବା ଶିଖିଯାଇଛି ବୋଲି ଚଲାଇକି ଦେଖାଇ ମୋ ନିଜର ପରୀକ୍ଷା ଦେଇଥିଲି।

 

ଆଜିର ପ୍ରହେଳିକା

ତୁମପାଇଁ ଆଜି ଏକ ସୁନ୍ଦର ପରୀକ୍ଷା ଅଛି। ତଳେ ଦିଆଯାଇଥିବା

ଚିତ୍ର ଦୁଇଟିକୁ ଦେଖ । ଚିତ୍ର ଦୁଇଟିରେ କିଛି ଭିନ୍ନତା ରହିଛି । ଦେଖ‌ିବା ତୁମେ କେତୋଟି ଭିନ୍ନ-କଥା କେତେ ଶୀଘ୍ର ଦେଖେଇ ପାରୁଛ ।

 

୧. ଟ୍ରାଫିକ୍ ଲାଇଟ୍: ବାମ ପାର୍ଶ୍ୱ ଚିତ୍ରରେ ଟ୍ରାଫିକ୍ ଲାଇଟ୍ ନାଲି ଥିବାବେଳେ, ଡାହାଣ ଚିତ୍ରରେ ଏହା ସବୁଜ ରଙ୍ଗର ଅଛି।

୨. ବୁଦା ଗଛ: ବାମ ଚିତ୍ରରେ ଟ୍ରାଫିକ୍ ଲାଇଟ୍ ପାଖରେ 4ଟି ବୁଦାଗଛ ଥିବାବେଳେ, ଡାହାଣ ଚିତ୍ରରେ 5ଟି ବୁଦାଗଛ ଅଛି।

୩. ପଶୁର ଅବସ୍ଥା: ଡାହାଣ ପଟ ପଛରେ ଥିବା ପଶୁଟି (ଛେଳି/କୁକୁର) ବାମ ଚିତ୍ରରେ ମୁଣ୍ଡ ଟେକି ଠିଆ ହୋଇଛି, କିନ୍ତୁ ଡାହାଣ ଚିତ୍ରରେ ତାର ମୁଣ୍ଡ ତଳକୁ (ଖାଇବା ଅବସ୍ଥାରେ) ଅଛି।  

୪. ରୋଡ ସେପଟେ ଥିବା ଘରର କାନ୍ଥରେ ଅସମାନ ଝରକା ରହିଛି।

୫. ରୋଡ ସେପଟେ ଥିବା ଘରର କାନ୍ଥ ସାମନା ରେ ଗଛ ଟିଏ ଅଛି ଆଉ ଅନ୍ୟ ଚିତ୍ରରେ ନାହିଁ।

You cannot copy content of this page