Tiki Chadhei (Padya), Bhasha Mahak Class IV. Odia Book, Solutions, The best one

ସ୍ଵାଧୀନ ଦେଶର ସନ୍ତାନ ଆମେ – ସାରାଂଶ

‘ସ୍ଵାଧୀନ ଦେଶର ସନ୍ତାନ ଆମେ’ କବିତାଟି ଏକ ଦେଶପ୍ରେମମୂଳକ କବିତା। ଏଥିରେ କବି ଭାରତମାତା ପ୍ରତି ଆମର କର୍ତ୍ତବ୍ୟ ଏବଂ ସ୍ଵାଧୀନତାର ମହତ୍ତ୍ଵ ବର୍ଣ୍ଣନା କରିଛନ୍ତି।

କବିଙ୍କ ଅନୁସାରେ, ଆମେ ଏକ ସ୍ଵାଧୀନ ଦେଶର ସନ୍ତାନ ଏବଂ ଭାରତ ଆମର ଜନ୍ମଭୂମି। ଆମେ ଏହାର ପ୍ରାକୃତିକ ପରିବେଶ – ନଦୀ, ବନ ଓ ପବନ ମଧ୍ୟରେ ଖେଳି ବୁଲି ବଢ଼ିଛୁ। ଏହି ମାଟିର ଜଳ, ବାୟୁ ଏବଂ ଶସ୍ୟ ଆମ ଶରୀରକୁ ଶକ୍ତି ଯୋଗାଇଥାଏ। ଭାରତମାତାଙ୍କ ଆଖିରେ ସମସ୍ତେ ସମାନ, ଏଠାରେ ସାନ-ବଡ଼ ଭେଦଭାବ ନାହିଁ। ଏହି ପବିତ୍ର ଭୂମିରୁ ହିଁ ମହାପୁରୁଷ ବୁଦ୍ଧଦେବ ସମଗ୍ର ବିଶ୍ଵକୁ ପ୍ରଥମେ ସମାନତାର ବାଣୀ ଶୁଣାଇଥିଲେ। ସେହିପରି ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସା ପଥରେ ଚାଲି ନିଜ ରକ୍ତ ଦେଇ ଦେଶକୁ ମୁକ୍ତିର ସ୍ଵାଦ ଚଖାଇଛନ୍ତି।

କବି ଆଜିର ଶିଶୁ ତଥା ଯୁବସମାଜକୁ ଆହ୍ଵାନ ଦେଇଛନ୍ତି ଯେ, ଆମେ ଆମ ପୂର୍ବପୁରୁଷଙ୍କ କୀର୍ତ୍ତିକୁ ମନେ ପକାଇ ଜଡ଼ତା ବା ଆଳସ୍ୟ ତ୍ୟାଗ କରି ଦେଶ ଗଠନ କାର୍ଯ୍ୟରେ ଲାଗିବା ଉଚିତ୍। ଆମେ ଶିକ୍ଷା କ୍ଷେତ୍ରରେ ଆଗୁଆ ହେବା ଏବଂ ଦେଶରୁ ଅଜ୍ଞାନତା ଦୂର କରିବା। ଯଦି ଶତ୍ରୁ ଦେଶ ଉପରକୁ ଆଖି ପକାଏ, ତେବେ ଜୀବନ ଦେଇ ମଧ୍ୟ ଦେଶର ରକ୍ଷା କରିବା ପାଇଁ ପଣ କରିବା। ବିଜ୍ଞାନ ଓ ଶିଳ୍ପ କ୍ଷେତ୍ରରେ ନୂତନ ଉନ୍ନତି ଆଣିବା ଏବଂ ସମସ୍ତ ଭେଦଭାବ ଭୁଲି ‘ନବ ଭାରତ’ର ସେବକ ସାଜିବା। ଆମେ ଯିଏ ଯେଉଁଠି ଥାଉ ନା କାହିଁକି, ସଦାବେଳେ ଜନ୍ମଭୂମିର କଲ୍ୟାଣ ପାଇଁ କାର୍ଯ୍ୟ କରିବା। ସ୍ଵାଧୀନତାକୁ ଆମ ଜୀବନର ବ୍ରତ ଭାବେ ଗ୍ରହଣ କରିବା।

सारांश

‘स्वाधीन देशर संतान आमे’ (हम स्वाधीन देश की संतान हैं) एक देशभक्तिपूर्ण कविता है। इसमें कवि ने भारतमाता के प्रति हमारे कर्तव्यों और स्वतंत्रता के महत्व का वर्णन किया है।

 

कवि के अनुसार, हम एक स्वतंत्र देश की संतान हैं और भारत हमारी जन्मभूमि है। हम इसके प्राकृतिक वातावरण – नदियों, वनों और पवन के बीच खेल-कूदकर बड़े हुए हैं। इस मिट्टी का जल, वायु और अन्न हमारे शरीर को शक्ति प्रदान करते हैं। भारतमाता की आँखों में सभी समान हैं, यहाँ ऊँच-नीच या छोटे-बड़े का भेदभाव नहीं है। इसी पवित्र भूमि से महापुरुष बुद्ध ने संपूर्ण विश्व को सबसे पहले समानता का संदेश दिया था। उसी प्रकार महात्मा गांधी ने सत्य और अहिंसा के मार्ग पर चलते हुए, अपने रक्त की धार से देश को स्वतंत्रता का स्वाद चखाया।

कवि आज के बच्चों और युवाओं का आह्वान करते हैं कि हमें अपने पूर्वजों के गौरव को याद करते हुए, जड़ता या आलस्य को त्याग कर देश निर्माण के कार्य में लग जाना चाहिए। हमें शिक्षा के क्षेत्र में अग्रणी बनना होगा और देश से अज्ञानता को दूर करना होगा। यदि कोई शत्रु देश को हानि पहुँचाने की कोशिश करे, तो प्राणों की बाजी लगाकर भी देश की रक्षा करने की प्रतिज्ञा करनी होगी। हमें विज्ञान और उद्योग के क्षेत्र में नई प्रगति लानी होगी और सभी भेदभावों को भुलाकर ‘नव भारत’ का सेवक बनना होगा। हम चाहे जहाँ भी रहें, हमेशा जन्मभूमि के कल्याण के लिए कार्य करते रहें। स्वतंत्रता को हमें अपने जीवन का व्रत मानना चाहिए।

ଶବ୍ଦ (Word)

ଓଡ଼ିଆ ଅର୍ଥ (Odia Meaning)

हिन्दी अर्थ (Hindi Meaning)

English Meaning

କାନନ

ବଣ, ଜଙ୍ଗଲ

वन, जंगल

Forest, Woods

ସାମ୍ୟ

ସମାନତା

समानता, बराबरी

Equality

ଅଜ୍ଞ

ମୂର୍ଖ, ଜ୍ଞାନହୀନ, ନିରକ୍ଷର

अज्ञानी, मूर्ख, अनजान

Ignorant, Uneducated

ଅରଜିବା

ଅର୍ଜନ କରିବା, ରୋଜଗାର କରିବା

अर्जित करना, कमाना

To earn, To acquire

କୀରତି

ଯଶ, ଖ୍ୟାତି, ଗୌରବ

कीर्ति, यश, प्रसिद्धि

Fame, Glory, Reputation

ସମୀର

ପବନ, ବାୟୁ

पवन, हवा, समीर

Wind, Breeze

ହେଜି

ମନେପକାଇ, ସ୍ମରଣ କରି

याद करके, स्मरण करके

Remembering, Recalling

ଗ୍ରାସିବା

ଖାଇଯିବା, ମାଡ଼ି ବସିବା

निगलना, कब्ज़ा करना

To devour, To swallow, To capture

ସରଜିବା

ସୃଷ୍ଟି କରିବା, ନିର୍ମାଣ କରିବା

सृजन करना, निर्माण करना

To create, To build

ଜନତା

ସାଧାରଣ ଲୋକ, ଲୋକସମୂହ

जनता, लोग, जनसमूह

Public, People, Mass

Odia Word (Original)

Odia Meaning (ସମାର୍ଥବୋଧକ ଶବ୍ଦ)

Hindi Meaning (हिन्दी अर्थ)

English Meaning

ସ୍ଵାଧୀନ (Swadhina)

ମୁକ୍ତ / ସ୍ଵାଧୀନ

आज़ाद / स्वतंत्र

Independent / Free

ସନ୍ତାନ (Santana)

ପିଲାମାନେ / ସନ୍ତତି

बच्चे / संतान

Children / Offspring

ଜନମଭୂଇଁ (Janama bhuin)

ଜନ୍ମଭୂମି / ମାତୃଭୂମି

जन्मभूमि / मातृभूमि

Motherland / Birthplace

କାନନ (Kanana)

ଜଙ୍ଗଲ / ବଣ

जंगल / वन

Forest / Woods

ସମୀର (Samira)

ପବନ / ବାୟୁ

हवा / पवन

Wind / Breeze

ଚଉଦିଗ (Chaudiga)

ଚାରିଆଡ଼

चारों दिशाएं / हर तरफ

All directions / Everywhere

ସାମ୍ୟ (Samya)

ସମାନତା

समानता

Equality

ରକତଧାରେ (Rakata dhare)

ରକ୍ତର ଧାରାରେ

रक्त की धारा में

In the stream of blood

ଅନୁସରି (Anusari)

ଅନୁସରଣ କରି / ପଛେ ପଛେ ଯାଇ

अनुसरण करके / पालन करके

Following (the path)

କୀରତି (Kirati)

ଖ୍ୟାତି / ଯଶ

कीर्ति / यश

Glory / Fame

ହେଜି (Heji)

ମନେପକାଇ / ସ୍ମରଣ କରି

याद करके / स्मरण करके

Remembering / Recalling

ଜଡ଼ତା (Jadata)

ଆଳସ୍ୟ / ନିଷ୍କ୍ରିୟତା

आलस्य / निष्क्रियता

Lethargy / Inactivity

ତେଜି (Teji)

ତ୍ୟାଗ କରି / ଛାଡ଼ି

त्याग कर / छोड़कर

Forsaking / Leaving behind

ଅଗ୍ରଣୀ (Agrani)

ଆଗୁଆ / ମୁଖ୍ୟ

अग्रणी / आगे रहने वाले

Leader / At the forefront

ଅଜ୍ଞ (Agya)

ମୂର୍ଖ / ଅଶିକ୍ଷିତ

अज्ञानी / अनपढ़

Ignorant / Uneducated

ଅରାତି (Arati)

ଶତ୍ରୁ

शत्रु / दुश्मन

Enemy / Foe

ଗ୍ରାସିବାକୁ (Grasibaku)

କବଳିତ କରିବାକୁ / ଆକ୍ରମଣ ପାଇଁ

निगलने / कब्जा करने के लिए

To devour / To invade

ରଣେ (Rane)

ଯୁଦ୍ଧରେ

युद्ध में / रण में

In battle / In war

ଅରଜିବା (Arajiba)

ଅର୍ଜନ କରିବା / ଲାଭ କରିବା

अर्जित करना / कमाना

To earn / To acquire

ସରଜିବା (Sarajiba)

ସୃଷ୍ଟି କରିବା / ଗଢ଼ିବା

सृजन करना / बनाना

To create / To build

ବରଜିବା (Barajiba)

ବର୍ଜନ କରିବା / ଦୂରେଇ ଦେବା

वर्जित करना / त्यागना

To abandon / To reject

ଭେଦାଭେଦ (Bhedabheda)

ପାତରଅନ୍ତର / ପ୍ରଭେଦ

भेदभाव / अंतर

Discrimination / Differences

ବ୍ରତ (Brata)

ସଂକଳ୍ପ / ପ୍ରତିଜ୍ଞା

संकल्प / व्रत

Vow / Pledge

. ପ୍ରଶ୍ନ – ଆମ ଦେଶର ନାମ କୁହ?

ଉତ୍ତର – ଆମ ଦେଶର ନାମ ଭାରତ।

. ପ୍ରଶ୍ନ – ଆମ ଦେଶ ବିଶ୍ଵକୁ ଶିଖାଇଲା?

ଉତ୍ତର – ଆମ ଦେଶ ବିଶ୍ଵକୁ ସାମ୍ୟ ବା ସମାନତାର ବାଣୀ ଶିଖାଇଲା।

. ପ୍ରଶ୍ନ – କବିତାରେ ଅଜ୍ଞତାକୁ କିପରି ନଷ୍ଟ କରିବା କଥା କୁହାଯାଇଛି?

ଉତ୍ତର – କବିତାରେ ଶିକ୍ଷାର ପ୍ରସାର କରି ଏବଂ ଦେଶରେ ଜଣେ ହେଲେ ବି ଅଜ୍ଞ ଅର୍ଥାତ ନିରକ୍ଷର ଲୋକ ନ ରଖି ଅଜ୍ଞତାକୁ ନଷ୍ଟ କରିବା କଥା କୁହାଯାଇଛି।

. ପ୍ରଶ୍ନ – ଆମେ ଦେଶକୁ କିପରି ରକ୍ଷା କରିବା?

ଉତ୍ତର – ଦେଶକୁ ଗ୍ରାସିବାକୁ ବା ଆକ୍ରମଣ କରିବାକୁ ଯଦି ଶତ୍ରୁ ଆସେ, ତେବେ ଜୀବନ ଦେବାକୁ ବ୍ରତ କରି ଯୁଦ୍ଧ କ୍ଷେତ୍ରରେ ପଶି ଆମେ ଦେଶକୁ ରକ୍ଷା କରିବା।

. ପ୍ରଶ୍ନ – କାହା ଆଖିରେ ଆମେ ସମସ୍ତେ ସମାନ?

ଉତ୍ତର – ଜନମ ଭୂଇଁ ବା ଭାରତମାତାର ଆଖିରେ ଆମେ ସମସ୍ତେ ସମାନ।



ଆସ ଉତ୍ତର ଲେଖିବା

. ପ୍ରଶ୍ନ – ଆମ ଦେଶ କେବେ ସ୍ଵାଧୀନ ହୋଇଥିଲା?

ଉତ୍ତର – ଆମ ଦେଶ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନ ହୋଇଥିଲା।

. ପ୍ରଶ୍ନ – ଆମ ଶରୀରକୁ କିଏ ଶକ୍ତି ଯୋଗାଇଛି?

ଉତ୍ତର – ଆମ ଜନମ ଭୂଇଁର ପବନ ଏବଂ ଜଳ ଆମ ଶରୀରକୁ ଶକ୍ତି ଯୋଗାଇଛି।

. ପ୍ରଶ୍ନ – ଆମେ ଶସ୍ୟ କେଉଁଠାରୁ ପାଉ?

ଉତ୍ତର – ଆମେ ଆମ ଜନମ ଭୂଇଁର ମାଟିରୁ ଶସ୍ୟ ଫଳ ପାଉ।

. ପ୍ରଶ୍ନ – ପରାଧୀନତାରୁ ମୁକ୍ତି ପାଇଁ କିଏ ଜନତାଙ୍କୁ ପ୍ରେରଣା ଯୋଗାଇଥିଲା?

ଉତ୍ତର – ପରାଧୀନତାରୁ ମୁକ୍ତି ପାଇଁ ମହାତ୍ମା ଗାନ୍ଧୀ ଜନତାଙ୍କୁ ପ୍ରେରଣା ଯୋଗାଇଥିଲେ।

. ପ୍ରଶ୍ନ – ବିଜ୍ଞାନର ଅଗ୍ରଗତି ହେଲେ ଆମେ କରିପାରିବା?

ଉତ୍ତର – ବିଜ୍ଞାନର ଅଗ୍ରଗତି ହେଲେ ଆମେ ବିଜ୍ଞାନ-ଧନ ଅର୍ଜନ କରିପାରିବା ଏବଂ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା କରିପାରିବା।



ଭାଷାର କଥାପଢ଼, ବୁଝ ଲେଖ

. ପ୍ରଶ୍ନ – ଆମେ କେଉଁଠି ଖେଳି ବୁଲି ବଢ଼ିଛୁ?

(କ) କାନନରେ

(ଖ) ନଦନଦୀରେ

() ଜନମ ଭୂଇଁର କୋଳରେ (ଉତ୍ତର)

(ଘ) ଚଉଦିଗରେ

 

. ପ୍ରଶ୍ନ –ସତ୍ୟର ଜୟକଥା କିଏ ଶିଖାଇଲେ?

(କ) ଜବାହରଲାଲ୍ ନେହେରୁ

() ମହାତ୍ମାଗାନ୍ଧୀ (ଉତ୍ତର)

(ଗ) ବାଲ୍ ଗଙ୍ଗାଧର ତିଳକ

(ଘ) ସର୍ଦାର ବଲ୍ଲଭଭାଇ ପଟେଲ

 

. ପ୍ରଶ୍ନ – ନବ ଭାରତର ସେବକ ସାଜି ଆମେ କରିବା?

() ଭେଦାଭେଦ ଭାବ ଦୂର କରିବା (ଉତ୍ତର)

(ଖ) ଖେଳି ବୁଲି ବଡ଼ ହେବା

(ଗ) ଶରୀରରେ ଶକ୍ତି ସଞ୍ଚୟ କରିବା

(ଘ) ବୁଦ୍ଧି ବଢ଼ାଇବା

 

. ପ୍ରଶ୍ନ – ଆମେ ଜଡ଼ତା ତେଜି କରିବା?

(କ) ମୁକ୍ତିର କଥା ଶୁଣାଇବା

(ଖ) ଯୁଦ୍ଧ କରିବା

(ଗ) ଶିକ୍ଷା କ୍ଷେତ୍ରରେ ଆଗେଇବା

() ଦେଶ ପାଇଁ କାମ କରିବା (ଉତ୍ତର)



. କବିତାରୁ ଖୋଜି ଲେଖ (ଲୟଯୁକ୍ତ ଶବ୍ଦ)

ଯେପରି : ଜଳ – ଫଳ

ସେହିପରି:

(କ) ପ୍ରାଣୀ – ବାଣୀ

(ଖ) ହେଜି – ତେଜି

(ଗ) ଜଣେ – ରଣେ

(ଘ) ଶିଳ୍ପ ରାଜି – ସାଜି

(ଙ) ବାରେ – ଧାରେ



. ପଦ୍ୟର ଅଂଶକୁ ସଜାଡ଼ି ଖାଲି ଘରେ ଲେଖ

(କ) ଭାରତ ଆମର ଜନମଭୂଇଁ

(ଖ) ମାଟି ତା’ର ଦିଏ ଶସ୍ୟ ଫଳ

(ଗ) ସରଜିବା ନୂଆ ଶିଳ୍ପୀରାଜି

(ଘ) ସ୍ଵାଧୀନତା ଆମ ଜୀବନ ବ୍ରତ

(ଙ) ଆସରେ ଲାଗିବା ଜଡ଼ତା ତେଜି


. ନିମ୍ନ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ

(କ) ସ୍ଵାଧୀନ – ପରାଧୀନ

(ଖ) ଜନମ – ମରଣ

(ଗ) ଆଲୋକ – ଅନ୍ଧକାର

(ଘ) ଅଜ୍ଞ – ବିଜ୍ଞ

(ଙ) ନଦ – ନଦୀ



ତୁମ ପାଇଁ କାମ (ସୃଜନଶୀଳ ଲିଖନ)

ପ୍ରଶ୍ନ – ନିମ୍ନ ଚିତ୍ରକୁ ଦେଖି ଦୁଇଧାଡ଼ି କବିତା ଲେଖ

ଗଛଟିଏ ଲଗାଇବା, ପାଣି ଦେଇ ବଞ୍ଚାଇବା,

ସବୁଜ ସୁନ୍ଦର ଆମ ଧରିତ୍ରୀକୁ ସଜାଇବା

ଉତ୍ତର –

ତ୍ରିରଙ୍ଗା ପତାକା ଉଡ଼େ ଫରଫର,

ସଲାମ କରୁଛି ଦେଶ ଆମର

You cannot copy content of this page