ଛଉନୃତ୍ୟ
ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ବିଦ୍ୟାଳୟ । ବିଦ୍ୟାଳୟରେ ବାର୍ଷିକ ଉତ୍ସବ ନିମନ୍ତେ ଯୋଜନା ଚାଲିଥାଏ । ସେଥିରେ ବିଭିନ୍ନ ଖେଳ ସହ, ଗୀତ, ନୃତ୍ୟ, ବକ୍ତୃତା, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ହେବାକୁ ଥାଏ । ଷଷ୍ଠଶ୍ରେଣୀର ଛାତ୍ରଛାତ୍ରୀ ବାର୍ଷିକ ଉତ୍ସବରେ ସେହି ଅଞ୍ଚଳର ପ୍ରସିଦ୍ଧ ଲୋକନୃତ୍ୟ ‘ଛଉ’ ପରିବେଷଣ କରିବାକୁ ସ୍ଥିର କଲେ । ତେଣୁ ଚାରିଜଣ ମିଶି ‘ଛଉ’ ସମ୍ବନ୍ଧୀୟ ଅଧୂକ କଥା ଜାଣିବାକୁ ଚାହିଁଲେ । ସେଥିପାଇଁ ବିଦ୍ୟାଳୟର ପାଠଗାରକୁ ଯାଇ ଛଉନୃତ୍ୟ ସମ୍ବନ୍ଧରେ ଲେଖାଥିବ ବା ବହି ଖୋଜିବାକୁ ଲାଗିଲେ । ସେଠାରୁ ସେମାନେ ‘ ଓଡ଼ିଆ ଲୋକସାହିତ୍ୟ ଓ ଲୋକସଂସ୍କୃତି’ ନାମକ ପୁସ୍ତକଟିକୁ ପାଇଲେ । ସେଠାରେ ଚାରିଜଣ ମିଶି ବହିରେ ଥିବା ‘ଛଉନୃତ୍ୟ’ ବିଷୟଟିକୁ ଆଗ୍ରହରେ ପଢ଼ିବାକୁ ଲାଗିଲେ ।
ଛଉନାଚ – ‘ଛଉ’ ଶବ୍ଦର ଉତ୍ପତ୍ତି ଓ ଅର୍ଥ ସମ୍ପର୍କରେ ମତପାର୍ଥକ୍ୟ ଲକ୍ଷ୍ୟ କରାଯାଇଥାଏ । ଷଢ଼େଇକଳାରେ ‘ଛଉ’ର ଅର୍ଥ ମୁଖା । ଏହି ନୃତ୍ୟରେ ମୁଖାର ବ୍ୟବହାର କରାଯାଉଥିବାରୁ ଏହାକୁ ‘ଛଉନାଚ’ କୁହାଯାଏ । ଅନ୍ୟ ଏକ ଶବ୍ଦ ‘ଛାଉଣି’ରୁ ‘ଛଉ’ ଶବ୍ଦ ଆସିଥିବା କଥା ମଧ୍ୟ ପ୍ରଚଳିତ । “ଏ ଦେଶର ପାଇକମାନେ ସମ୍ରାଟ ଅଶୋକଙ୍କଠାରୁ ଆରମ୍ଭ କରି ଗଜପତି ପ୍ରତାପରୁଦ୍ରଦେବଙ୍କ ପର୍ଯ୍ୟନ୍ତ ପ୍ରାୟ ଦୀର୍ଘ ଦୁଇହଜାର ବର୍ଷ ଧରି ଭାରତର ବିଭିନ୍ନ ରଣକ୍ଷେତ୍ରରେ ବିଜୟ ହାସଲ କରିଥିଲେ । କିନ୍ତୁ ବିଜୟ ଅଭିଯାନ ନ ଥିବା ଅବସ୍ଥାରେ ପାଇକମାନେ ନିଜ ନିଜ ଛାଉଣିରେ ସମରାଭ୍ୟାସ ଛଳରେ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନପୂର୍ବକ ଅଭିନୟ କରୁଥିଲେ । ଏହି ଛାଉଣି ଶବ୍ଦରୁ ‘ଛଉ’ ର ଉତ୍ପତ୍ତି ହୋଇଥିବାର ଅନୁମାନ ।” ଡ. ସୁକୁମାର ସେନ୍ ‘ଶୌଭିକ’ ଶବ୍ଦରୁ ‘ଛଉ’ ଶବ୍ଦ ଆସିଛି ବୋଲି ମତ ଦେଇଥାନ୍ତି । ସେ ପତଞ୍ଜଳିଙ୍କ ମହାଭାଷ୍ୟରୁ ‘ମୂକାଭିନୟ’ ପର୍ଯ୍ୟାୟବାଚୀ ଏହି ଶୌଭିକ ଶବ୍ଦଟି ଗ୍ରହଣ କରିଛନ୍ତି । ତେବେ ‘ଛଉ’ ଅର୍ଥରେ ମୁଖା ଶବ୍ଦଟି ବ୍ୟବହାର କରାଯାଉଥିବାରୁ ଏହି ମୁଖାପିନ୍ଧା ନୃତ୍ୟଟିକୁ ‘ଛଉନୃତ୍ୟ’ କୁହାଯିବା ଅଧିକ ଯୁକ୍ତିଯୁକ୍ତ ମନେହୁଏ । “ଛାଉଣି” ଶବ୍ଦରୁ ‘ଛଉ’ଶବ୍ଦ ଆସିବା କେତେକ ପରିମାଣରେ ଯୁକ୍ତିଯୁକ୍ତ ହେଲେ ହେ ‘ଛାଉଣି’ରେ ଅନୁଷ୍ଠିତ ନୃତ୍ୟକୁ କାହିଁକି ‘ଛଉନୃତ୍ୟ’ କୁହାଯିବ, ତା’ର ନିର୍ଦ୍ଦିଷ୍ଟ କାରଣ ଜାଣି ହେଉ ନାହିଁ । ‘ଛାଉଣି’ ଓ ‘ଛଉ’ ଦୁଇଟିଯାକ ଭିନ୍ନାର୍ଥବୋଧକ ଶବ୍ଦ ଅବଶ୍ୟ ଏଥିରେ ବୀରତ୍ଵର ଗାଥା ମୂକାଭିନୟ ମାଧ୍ୟମରେ ପ୍ରଦର୍ଶିତ ହୋଇଥାଏ ଏବଂ ବୀରପରମ୍ପରା ସହିତ ଏହାର ସମ୍ପର୍କ ରହିଛି । ସର୍ବୋପରି ‘ବୀରରସ’ ଏହି ନୃତ୍ୟର ମୁଖ୍ୟରସ । ତେବେ ‘ଛାଉଣି’ ଓ ‘ଛଉ’ (ମୁଖା) କେଉଁଥୁରୁ ଯଥାର୍ଥରେ ଛଉନୃତ୍ୟର ସୃଷ୍ଟି, ତାହା ଅଧିକ ଗବେଷଣାକୁ ଅପେକ୍ଷା ରଖେ ।”
ଏତିକିବେଳେ ମଧ୍ୟାହ୍ନ ଭୋଜନର ଘଣ୍ଟି ବାଜିଗଲା, ସମସ୍ତେ ଖାଇବାକୁ ଗଲେ । ସେମାନଙ୍କର ଛଉନୃତ୍ୟ ବିଷୟରେ ଜାଣିବାର ଇଚ୍ଛା ପ୍ରବଳ ଥାଏ । ତେଣୁ ପୁଣି ଥରେ ସେମାନେ ପାଠାଗାରକୁ ଆସିଗଲେ । ସେଠାରେ ସଭିଏଁ ପୁସ୍ତକଟିକୁ ତା’ପର ଅନୁଚ୍ଛେଦଠାରୁ ପଢ଼ିବା ଆରମ୍ଭ କଲେ ।
ଭାରତୀୟ ଲୋକନାଟ୍ୟ ପରମ୍ପରାକୁ ଓଡ଼ିଶାର ‘ଛଉନୃତ୍ୟ’ ଏକ ବିଶିଷ୍ଟ ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶାର ମୟୂରଭଞ୍ଜ ଅଞ୍ଚଳର ଏହା ଏକ ଲୋକପ୍ରିୟ ନୃତ୍ୟ । ଭାରତରେ ‘ଛଉନୃତ୍ୟ’ର ତିନୋଟି ବିଭାଗ ଭିନ୍ନଭିନ୍ନ ସ୍ଥାନରେ ପରିଲକ୍ଷିତ ହୋଇଥାଏ । ତାହା ହେଉଛି ଓଡ଼ିଶାର ମୟୂରଭଞ୍ଜ, ବିହାରର ଷଢ଼େଇକଳା ଏବଂ ପଶ୍ଚି ମବଙ୍ଗର ‘ ପୁରୁଲିଆ’ । ଅତୀତରେ ଷଢ଼େଇକଳା ଓଡ଼ିଶାର ଅଂଶବିଶେଷ ଥିବାରୁ ଓଡ଼ିଶାରୁ ଏହା ଯେ ଷଢ଼େଇକଳାକୁ ଯାଇଛି, ତାହା ଅସ୍ଵୀକାର କରାଯାଇ ନ ପାରେ । ସେହିପରି ପୁରୁଲିଆ ଓଡ଼ିଶାର ପଡ଼ୋଶୀ ରାଜ୍ୟର ଅଂଶବିଶେଷ ହୋଇଥିବାରୁ ଏବଂ ଅତୀତରେ ଏହା ଓଡ଼ିଶାର ପାର୍ଶ୍ଵବର୍ତୀ ଅଂଶ ଥିବାରୁ ‘ଛଉନୃତ୍ୟ’ର ପ୍ରଭାବଦ୍ଵାରା ପ୍ରଭାବିତ ହୋଇ & ସେମାନେ ଏହି ନୃତ୍ୟକୁ ଆପଣାର କରି ନେଇଥବା ଅନୁମାନ ମଧ୍ଯ ଭ୍ରମପୂର୍ଣ୍ଣ ନୁହେଁ ।
ଅନ୍ୟାନ୍ୟ ନୃତ୍ୟ ପରି ଏଥରେ ମଧ୍ଯ ଜାତି, ବର୍ଷ, ଧର୍ମ ନିର୍ବିଶେଷରେ ଏକ ଐକ୍ୟବୋଧ ସୃଷ୍ଟିପାଇଁ ଉଦ୍ୟମ ରହିଛି । ଚୈତ୍ର ମାସର ଶେଷଭାଗରେ ଏହା ଅନୁଷ୍ଠିତ ହୁଏ । ଭିନ୍ନଭିନ୍ନ ବୃତ୍ତିଗତ ଗୋଷ୍ଠୀର ଲୋକ ଏଥିରେ ଅଂଶଗ୍ରହଣ କରନ୍ତି । ଏକ ମୁକ୍ତ ରଙ୍ଗମଞ୍ଚରେ ପୁରାଣର କାହାଣୀକୁ ଅଭିନେତାମାନେ ନୃତ୍ୟ ମାଧ୍ୟମରେ ଉପସ୍ଥାପନ କରନ୍ତି । କୃଷିଭିତ୍ତିକ ସଭ୍ୟତାର ଏହା ପ୍ରଥମ ପର୍ବ । ଭାଲ୍ଲିକ ବିଶ୍ଵାସ ଓ ଜୀବନ ଉପଭୋଗ ହିଁ ନୃତ୍ୟ ରଚନା ଓ ପରିକଳ୍ପନାର ଭୂମି । ପ୍ରାୟ ସବୁ ଲୋକନାଟକ ପରି ଛଉରେ ମଧ୍ୟ ପ୍ରଥମେ ଆରାଧ୍ୟ ଦେବଦେବୀଙ୍କୁ ପୂଜା-ଅର୍ଜନା କରାଯାଏ । ପରେପରେ ରଙ୍ଗ ବାଜା ବାଜେ । ମଞ୍ଚ ଉପରକୁ ଆସନ୍ତି ନଟ-ନଟୀ, ନାଟକ ବିଷୟରେ ସୂଚନା ଦିଅନ୍ତି । ଧୁମ୍, ନାଗରା, ଚଡ଼ବଡ଼ି, ଢୋଲ, ମହୁରୀର ତାଳେତାଳେ ଚରିତ୍ରମାନେ ମଞ୍ଚ ଉପରକୁ ଆସନ୍ତି । ଗୀତ, ନୃତ୍ୟ ଓ ବାଦ୍ୟରେ ରଙ୍ଗଭୂମି କମ୍ପିଉଠେ । ପଶୁପକ୍ଷୀଙ୍କର ଗତିବିଧୂ, ସାମରିକ ଅଭିଯାନ, ଶିକାର ଆଦି ଭାବଗର୍ଭକ ନୃତ୍ୟକୁ ଜୀବନ୍ତ ରୀତିରେ ପରିବେଷଣ କରାଯାଏ । ‘ଛଉନାଚ’ର ପୂର୍ବ ପ୍ରସ୍ତୁତି ଅତ୍ୟନ୍ତ କଷ୍ଟସାଧ୍ୟ । ଦଶହରାର ପବିତ୍ର ଦିନଠାରୁ ନୃତ୍ୟଶିକ୍ଷା ଆରମ୍ଭ ହୋଇଥାଏ । ଓସ୍ତାତ ଏହିଦିନ ସମସ୍ତ ଅଭିନେତା ବା କଳାକାରଙ୍କ ହାତରେ ‘ନାଡ଼ାବନ୍ଧା’ (ଲାଲ୍କନା ବାନ୍ଧିବା) କରନ୍ତି । ତା’ପରେ କଳାକାରମାନେ ପବିତ୍ର ଭାବରେ ନୃତ୍ୟ, ଦଣ୍ଡ, ବୈଠକ, କସରତ କରିଥାନ୍ତି । ନୃତ୍ୟ ଶିକ୍ଷାର ବିଭିନ୍ନ ପର୍ଯ୍ୟାୟ ରହିଛି । ସେଗୁଡ଼ିକ ହେଲା ‘ଚୌକବନ୍ଧା’, ‘ଧରଣ’, ‘ଟକା’ ପ୍ରଭୃତି । ନୃତ୍ୟକାରୀମାନେ ଗୋଟିକ ପରେ ଗୋଟିଏ କରି ଏହି ସମସ୍ତ ବିଭବକୁ ଆୟତ୍ତ କରିଥାନ୍ତି । ହସ୍ତପଦ ଚାଳନାର ବିଭିନ୍ନ କୌଶଳ ହିଁ ଏହାଦ୍ଵାରା ଶିକ୍ଷା ଦିଆଯାଇଥାଏ । ଅଭିବ୍ୟକ୍ତିର ବୀରତ୍ଵବ୍ୟଞ୍ଜକ ଓ କଳାତ୍ମକ କୌଶଳ ଅଭିନେତାର ଆୟତ୍ତ ହୋଇଗଲେ ତାହାର ଶିକ୍ଷା ସମାପ୍ତ ହୁଏ । ଅଭିନୟକୁ ଆଳଙ୍କାରିକ ସୁଷମ-ମଣ୍ଡିତ କରିବା ନିମନ୍ତେ ଓସ୍ତାତ୍ରମାନେ ପ୍ରାୟ ‘ଛତିଶଗୋଟ’ ଉଫିଲ୍ ବା ଉପଲୟ ଶିକ୍ଷା ଦେଇଥାଆନ୍ତି । ଏହି ଉଫିଲ୍ ହେଲା ଛୁଞ୍ଚଦିଆ, ହଳଦୀବଟା, ଗାଧୁଆ, ବାସନମଜା ଇତ୍ୟାଦି ।
ଛଉନାଚ ମୁଖ୍ୟତଃ ମୂକାଭିନୟ । ବାଚିକ ଅଭିନୟ ନାହିଁ କହିଲେ ଚଳେ । କଳାକାରମାନେ ଗୀତ ଗାଇବା ପରିବର୍ତ୍ତେ ନେପଥ୍ୟରୁ ଅନ୍ୟ କଳାକାର ଗୀତ ଗାଇଥାନ୍ତି ଓ ତାହାକୁ ଅନୁସରଣ କରି ଅଭିନୟ-କଳା ଅଭିନେତା ଚାଲୁ ରଖୁଥାଏ । ନୃତ୍ୟ ମଧ୍ୟରେ କଳାକାର ସାମୟିକ ବିଶ୍ରାମ ନେଇଥାଏ। ହାତରେ ଢାଲ, ତରବାରି ଧରି ଆୟାସ-ସାଧ୍ୟ ଅଭିନୟ କରିବାକୁ ପଡ଼ିଥାଏ । ପାଦ ଏବଂ ଶରୀରର ଅଙ୍ଗଚାଳନାରେ କଳାକାର ନିଜର ଅଭିନୟ ବ୍ୟକ୍ତ କରି ଥାଏ । ଏକ ଚତୁଷ୍କୋଣାକୃତି ମଣ୍ଡପ ବା ମଞ୍ଚ ଉପରେ ଏହି .. ନୃତ୍ୟ ପରିବେଷିତ ହୋଇଥାଏ । ବାଦ୍ୟର ତାଳେତାଳେ କଳାକାର ମଞ୍ଚ ଉପରକୁ ଆସନ୍ତି ଏବଂ ନୃତ୍ୟ ଓ ଅଭିନୟ ପରିବେଷଣ କରନ୍ତି ।
ବର୍ତ୍ତମାନ ‘ଛଉନାଚ’ ଶାସ୍ତ୍ରୀୟନୃତ୍ୟର ମର୍ଯ୍ୟାଦା ଲାଭ କରିଛି । ଭାରତୀୟ ଶାସ୍ତ୍ରୀୟନୃତ୍ୟ ପରମ୍ପରାରେ ଏହା ବିଶିଷ୍ଟ ସ୍ଥାନ ଅଧ୍ବକାର କରିଛି । ଓଡ଼ିଶାରୁ ସୃଷ୍ଟି ଲାଭ କରିଥିବା ‘ଛଉନାଚ’ ପରି ଏକ ଲୋକନୃତ୍ୟ ଶାସ୍ତ୍ରୀୟନୃତ୍ୟରେ ପରିଣତ ହେବା କମ୍ ଗର୍ବ ଏବଂ ଗୌରବର କଥା ନୁହେଁ ।
ଓଡ଼ିଆ ଲୋକସାହିତ୍ୟ ଓ ଲୋକସଂସ୍କୃତି ପୁସ୍ତକଟି ପଢ଼ିବା ପରେ ପିଲାମାନେ ଛଉନୃତ୍ୟ ସହ ଅନ୍ୟ କେତେକ ଲୋକନୃତ୍ୟ ବିଷୟରେ ମଧ୍ୟ ଅନେକ ତଥ୍ୟ ପାଇଗଲେ । ଏଥର ସେମାନଙ୍କର ଚିନ୍ତା ହେଲା, କିପରି ନୃତ୍ୟ ଶିଖୁବେ । ସେହି ଗାଁ ଆଖଡ଼ାରେ ନୃତ୍ୟ ଶିଖାଉଥବା ଓସ୍ତାତ୍ରଙ୍କ କଥା ସେମାନଙ୍କର ମନେପଡ଼ିଲା । ସମସ୍ତେ ମିଶି ଓସ୍ତାତ୍ରଙ୍କ ଆଖଡ଼ାକୁ ଗଲେ । ତାଙ୍କୁ ଛଉନୃତ୍ୟ ଶିଖାଇବାପାଇଁ ଅନୁରୋଧ କଲେ । ପିଲାଙ୍କର ଆଗ୍ରହ ଦେଖ୍ ଓସ୍ତାତ୍ ମନା କରିପାରିଲେ ନାହିଁ, କାରଣ ତାଙ୍କର ମଧ୍ୟ ମନେପଡ଼ିଲା ପିଲାଦିନେ ଏହିଭଳି ସ୍ଥିତିରେ ଛଉନୃତ୍ୟ ଶିଖୁଛନ୍ତି ତେଣୁ ସେ ଛଉନୃତ୍ୟ ଶିଖାଇଲେ ଏବଂ ପିଲାମାନେ ଠିକ୍ ସମୟରେ ନୃତ୍ୟ ଶିଖିଗଲେ ।
ବାର୍ଷିକ ଉତ୍ସବରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସରିଲା । ତା’ପରେ ନୃତ୍ୟ ପରିବେଷଣର ସମୟ ଆସିଲା । ସବୁପିଲା ଆଗ୍ରହର ସହ ସେହି ସମୟକୁ ଅପେକ୍ଷା କରିଥିଲେ ।
ଚାରିବନ୍ଧୁ ଏତେ ସୁନ୍ଦର ଓ ନିଖୁଣ ଭାବରେ ନୃତ୍ୟ ପରିବେଷଣ କଲେ ଯେ ସମସ୍ତ ପିଲା, ଅଭିଭାବକ, ଶିକ୍ଷକ । ଶିକ୍ଷୟିତ୍ରୀ ମନ୍ତ୍ରମୁଗ୍ଧ ହୋଇଗଲେ । ପ୍ରଧାନଶିକ୍ଷକ ଏହାକୁ ଭିଡ଼ିଓ କରାଉଥାନ୍ତି । ସେ କହିଲେ, “ଏହାକୁ ମୁଁ ନିଶ୍ଚିତ ସ୍କୁଲର ୟୁଟ୍ୟୁବ୍ ଚ୍ୟାନେଲରେ ଛାଡ଼ିବି ।”
ଲେଖକଙ୍କ ପରିଚୟ
ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ : ୧୯୫୯ ମସିହା ଫେବୃୟାରୀ ମାସ ଦୁଇତାରିଖରେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇଠାରେ ଜନ୍ମ ହୋଇଥିଲେ । ଡକ୍ଟର ପ୍ରଧାନ ଏକାଧାରରେ ଜଣେ ପ୍ରାବନ୍ଧିକ, ସମାଲୋଚକ ଓ ସୁସାହିତ୍ୟିକ ଭାବରେ ପରିଚିତ । ତାଙ୍କର କେତୋଟି ପୁସ୍ତକ ହେଉଛି – ‘ଓଡ଼ିଆ ରୀତି ସାହିତ୍ୟ ପରମ୍ପରା ଓ ପୁରୋଦୃଷ୍ଟି, ‘ସାରସ୍ଵତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ’, ‘ଦେଶ ଭାଷାର କାରିଗର ଫକୀରମୋହନ’ ଇତ୍ୟାଦି । ସେ ୨୦୧୩ ମସିହାରେ ‘ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ପଠିତ ଗଦ୍ୟଟି ପ୍ରାବନ୍ଧିକଙ୍କର ‘ଓଡ଼ିଆ ଲୋକସାହିତ୍ୟ ଓ ଲୋକସଂସ୍କୃତି’ ପୁସ୍ତକରୁ ଉଦ୍ଧୃତ ।
ସାରାଂଶ : ଛଉନୃତ୍ୟ
ମୟୂରଭଞ୍ଜ ଜିଲ୍ଲାର ଏକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିଲା। ଷଷ୍ଠ ଶ୍ରେଣୀର ଚାରିଜଣ ଛାତ୍ରଛାତ୍ରୀ ସେମାନଙ୍କ ଅଞ୍ଚଳର ପ୍ରସିଦ୍ଧ ଲୋକନୃତ୍ୟ ‘ଛଉନୃତ୍ୟ’ ପରିବେଷଣ କରିବାକୁ ସ୍ଥିର କଲେ ଏବଂ ଏହା ବିଷୟରେ ଅଧିକ ଜାଣିବା ପାଇଁ ପାଠାଗାରରୁ ବହି ପଢ଼ିଲେ।
ସେମାନେ ଜାଣିବାକୁ ପାଇଲେ ଯେ, ‘ଛଉ’ ଶବ୍ଦର ଉତ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ମତ ରହିଛି। କେତେକଙ୍କ ମତରେ ଷଢ଼େଇକଳାରେ ‘ଛଉ’ର ଅର୍ଥ ‘ମୁଖା’ ଏବଂ ଏଥିରେ ମୁଖା ପିନ୍ଧି ନାଚ କରାଯାଉଥିବାରୁ ଏହାର ନାମ ଛଉନୃତ୍ୟ। ଅନ୍ୟ କେତେକଙ୍କ ମତରେ ପାଇକମାନେ ରଣକ୍ଷେତ୍ର ବାହାରେ ଥିବା ବେଳେ ‘ଛାଉଣି’ରେ ସମରାଭ୍ୟାସ (ଯୁଦ୍ଧ ଅଭ୍ୟାସ) କରୁଥିବାରୁ, ଏହି ଛାଉଣି ଶବ୍ଦରୁ ଛଉ ଶବ୍ଦ ଆସିଛି। ପୁଣି କେତେକ ଶୌଭିକ ବା ମୂକାଭିନୟରୁ ଏହା ଆସିଛି ବୋଲି କହନ୍ତି। ଛଉନୃତ୍ୟରେ ‘ବୀରରସ’ ହିଁ ମୁଖ୍ୟ। ଭାରତରେ ଏହା ମୟୂରଭଞ୍ଜ (ଓଡ଼ିଶା), ଷଢ଼େଇକଳା (ବିହାର/ଝାଡ଼ଖଣ୍ଡ) ଏବଂ ପୁରୁଲିଆ (ପଶ୍ଚିମବଙ୍ଗ) – ଏହି ତିନୋଟି ଶୈଳୀରେ ଦେଖିବାକୁ ମିଳେ।
ଏହି ନୃତ୍ୟ ଚୈତ୍ର ମାସର ଶେଷ ଆଡ଼କୁ ଅନୁଷ୍ଠିତ ହୁଏ। ଏହା ଏକ ମୁକ୍ତ ରଙ୍ଗମଞ୍ଚରେ ଢୋଲ, ମହୁରୀ ଓ ନାଗରା ବାଦ୍ୟ ତାଳରେ ପରିବେଷିତ ହୁଏ। ଏଥିରେ ମୂକାଭିନୟ ମୁଖ୍ୟ ଥାଏ ଏବଂ କଳାକାରମାନେ ଗୀତ ଗାଇବା ବଦଳରେ ପଛପଟୁ (ନେପଥ୍ୟରୁ) ଗୀତ ବୋଲାଯାଏ। ଛଉନାଚ ଶିଖିବା ଅତ୍ୟନ୍ତ କଷ୍ଟସାଧ୍ୟ। ଦଶହରା ଦିନ ଓସ୍ତାତଙ୍କଠାରୁ ନାଡ଼ାବନ୍ଧା (ଲାଲ୍ କନା ବାନ୍ଧି) ଏହି ନୃତ୍ୟ ଶିକ୍ଷା ଆରମ୍ଭ ହୁଏ। ଏବେ ଏହି ଲୋକନୃତ୍ୟ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଲାଭ କରିଛି, ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ।
ପିଲାମାନେ ବହିରୁ ସବୁକଥା ଜାଣିବା ପରେ ଗାଁ ଆଖଡ଼ାର ଓସ୍ତାତଙ୍କ ପାଖକୁ ଯାଇ ନୃତ୍ୟ ଶିଖିଲେ। ବାର୍ଷିକ ଉତ୍ସବରେ ସେମାନେ ଏତେ ସୁନ୍ଦର ଛଉନୃତ୍ୟ ପରିବେଷଣ କଲେ ଯେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇଗଲେ। ପ୍ରଧାନଶିକ୍ଷକ ଏହାର ଭିଡିଓ କରି ସ୍କୁଲର ୟୁଟ୍ୟୁବ୍ ଚ୍ୟାନେଲ୍ରେ ଛାଡ଼ିବେ ବୋଲି କହିଲେ।
सारांश : छऊ नृत्य
मयूरभंज जिले के एक स्कूल में वार्षिक उत्सव की तैयारी चल रही थी। छठी कक्षा के चार छात्रों ने अपने क्षेत्र के प्रसिद्ध लोकनृत्य ‘छऊ नृत्य’ को प्रस्तुत करने का फैसला किया और इसके बारे में अधिक जानने के लिए पुस्तकालय (लाइब्रेरी) से किताबें पढ़ीं।
उन्हें पता चला कि ‘छऊ’ शब्द की उत्पत्ति को लेकर अलग-अलग मत हैं। कुछ के अनुसार सरायकेला में ‘छऊ’ का अर्थ ‘मुखौटा’ होता है, और इस नृत्य में मुखौटा पहनकर नाचा जाता है, इसलिए इसका नाम छऊ नृत्य पड़ा। अन्य लोगों का मानना है कि पुराने समय में सैनिक युद्ध के मैदान से बाहर होने पर अपनी ‘छावनी’ (कैंप) में युद्ध का अभ्यास करते थे, इसलिए छावनी शब्द से छऊ शब्द आया है। छऊ नृत्य में ‘वीर रस’ (वीरता) मुख्य होता है। भारत में यह मयूरभंज (ओड़िशा), सरायकेला (बिहार/झारखंड) और पुरुलिया (पश्चिम बंगाल) – इन तीन शैलियों में देखने को मिलता है।
यह नृत्य चैत्र महीने के अंत में आयोजित किया जाता है। इसे एक खुले मंच पर ढोल, महुरी और नगाड़ा जैसे वाद्यों की ताल पर प्रस्तुत किया जाता है। इसमें मूक अभिनय मुख्य होता है और कलाकार खुद नहीं गाते, बल्कि पीछे से (नेपथ्य से) गीत गाए जाते हैं। छऊ नृत्य सीखना बहुत कठिन है। दशहरे के दिन उस्ताद (गुरु) से हाथ में लाल कपड़ा बँधवाकर (नाड़ा बँधा) इसका प्रशिक्षण शुरू होता है। अब इस लोकनृत्य को शास्त्रीय नृत्य (Classical Dance) का दर्जा मिल गया है, जो ओडिशा के लिए गर्व की बात है।
किताब से सारी जानकारी हासिल करने के बाद, बच्चों ने गाँव के अखाड़े के उस्ताद के पास जाकर नृत्य सीखा। वार्षिक उत्सव में उन्होंने इतना सुंदर छऊ नृत्य प्रस्तुत किया कि सभी मंत्रमुग्ध हो गए। हेडमास्टर ने इसका वीडियो बनाकर स्कूल के यूट्यूब चैनल पर डालने की बात कही।
ଶବ୍ଦାର୍ଥ
Odia Word | Meaning in Odia | Meaning in Hindi | Meaning in English |
ମୁଖା (Mukha) | କୃତ୍ରିମ ମୁହଁ | मुखौटा | Mask |
ଛାଉଣି (Chauni) | ସୈନ୍ୟମାନଙ୍କ ରହିବା ସ୍ଥାନ | छावनी / सैनिक शिविर | Cantonment / Camp |
ସମରାଭ୍ୟାସ (Samarabhyasa) | ଯୁଦ୍ଧ ଅଭ୍ୟାସ | युद्ध का अभ्यास | Martial practice / Drill |
ମୂକାଭିନୟ (Mukabhinaya) | ବିନା କଥାରେ ଅଭିନୟ | मूक अभिनय | Pantomime / Mime |
ଅତ୍ୟୁକ୍ତି (Atyukti) | ବଢ଼ାଇ କରି କହିବା / ବେଶି କହିବା | अतिशयोक्ति / बढ़ा-चढ़ा कर कहना | Exaggeration |
ଐକ୍ୟବୋଧ (Aikyabodha) | ଏକତା ଭାବନା | एकता की भावना | Sense of unity |
ନେପଥ୍ୟ (Nepathya) | ରଙ୍ଗମଞ୍ଚର ପଛଭାଗ / ପରଦା ପଛ | नेपथ्य / परदे के पीछे | Backstage / Behind the scenes |
ଆୟାସ-ସାଧ୍ୟ (Ayasa-sadhya) | କଠିନ ପରିଶ୍ରମ ଦରକାର କରୁଥିବା | बहुत मेहनत वाला / कष्टसाध्य | Strenuous / Requiring hard work |
ଓସ୍ତାତ୍ (Ostat) | ଗୁରୁ ବା ପ୍ରଶିକ୍ଷକ | उस्ताद / गुरु | Master / Trainer |
ମନ୍ତ୍ରମୁଗ୍ଧ (Mantramugdha) | ଆଶ୍ଚର୍ଯ୍ୟ ହୋଇ ବିମୋହିତ ହେବା | मंत्रमुग्ध / मोहित | Spellbound / Mesmerized |
ପାଠ ଅନ୍ତର୍ଗତ thon
ମୋ ବୁଝିବାରେ
(କ) ତଳେ ଦିଆଯାଇଥିବା ପ୍ରଶ୍ନର ଠିକ୍ ଉତ୍ତର ପାଖରେ ତାରା (*) ଚିହ୍ନ ଦିଅ ।
୧. କେଉଁ ପ୍ରକାର ପରିବେଶରୁ ଛଉନୃତ୍ୟ ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ।
ଶିକ୍ଷକଙ୍କଦ୍ବାରା ବିଦ୍ୟାଳୟରୁ
କୃଷକଙ୍କଦ୍ବାରା କୃଷିକ୍ଷେତ୍ରରୁ
ନୃତ୍ୟଶିଳ୍ପୀଙ୍କ ଆଖଡ଼ାରୁ
ସୈନିକଙ୍କ ସେନାଛାଉଣିରୁ (*)
୨. ଛଉନୃତ୍ୟ ସାଧାରଣତଃ ମୂକାଭିନୟ, କାହିଁକି ?
ଛଉନୃତ୍ୟ ଅଭିନୟ କରୁଥିବା ସମସ୍ତ କଳାକାର ମୂକ ଅଟନ୍ତି ।
କଳାକାରମାନେ ଗୀତ ନ ଗାଇ ନେପଥ୍ୟରୁ ଗୀତ ଗାଇଥିବା ଶିଳ୍ପୀଙ୍କୁ ଅନୁସରଣ କରୁଥିବାରୁ । (*)
ଛଉନୃତ୍ୟର କୌଣସି କଥାବସ୍ତୁ ନ ଥିବାରୁ ।
ଏହି ନିଃଶବ୍ଦ ନୃତ୍ୟ ଦର୍ଶକଙ୍କୁ ଆକୃଷ୍ଟ କରୁଥିବାରୁ ।
(ଖ) ବର୍ତ୍ତମାନ ତୁମ ସାଙ୍ଗମାନଙ୍କ ସହ ଆଲୋଚନା କରି କୁହ, ଏହି ଉତ୍ତର ଦୁଇଟି କାହିଁକି ବାଛିଲ ?
ଉତ୍ତର – ପ୍ରଥମ ପ୍ରଶ୍ନର ଉତ୍ତର ବାଛିଲି କାରଣ ପାଇକମାନେ (ସୈନିକମାନେ) ଯୁଦ୍ଧ ନଥିବା ବେଳେ ସେମାନଙ୍କ ‘ଛାଉଣି’ ବା କ୍ୟାମ୍ପରେ ସମରାଭ୍ୟାସ କରୁଥିଲେ ଏବଂ ସେହି ଛାଉଣି ଶବ୍ଦରୁ ‘ଛଉ’ ଆସିଥିବା କୁହାଯାଏ। ଦ୍ୱିତୀୟ ପ୍ରଶ୍ନର ଉତ୍ତର ବାଛିଲି କାରଣ ଏହି ନୃତ୍ୟରେ ନାଚୁଥିବା ଲୋକ ନିଜେ ପାଟିରେ କିଛି ନ କହି କେବଳ ପଛପଟୁ ବୋଲାଯାଉଥିବା ଗୀତ ତାଳରେ ନାଚନ୍ତି।
ମିଳିମିଶି ଯୋଡ଼ବା
ପାଠରୁ କିଛି ଶବ୍ଦ ବାଛି ‘କ’ ସ୍ତମ୍ଭରେ ଦିଆଯାଇଛି, ‘ଖ’ ସ୍ତମ୍ଭରେ ସେ ସମ୍ବନ୍ଧୀୟ କିଛି ବାକ୍ୟ ଦିଆଯାଇଛି । ଦଳରେ ବସି ଉଭୟ ସ୍ତମ୍ଭକୁ ପଢ଼ି, ‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭର ବାକ୍ୟକୁ ଯୋଡ଼ ।
ଛଉ ନୃତ୍ୟ ➔ ଏହା ଏକ ପାରମ୍ପରିକ ବୀରତ୍ୱବ୍ୟଞ୍ଜକ ନୃତ୍ୟ ଯାହା ଶାସ୍ତ୍ରୀୟ ମାନ୍ୟତା ପାଇଛି।
ଷଢ଼େଇକଳା ➔ ପୂର୍ବେ ଓଡ଼ିଶାରେ ଥିବା ଏକ ସ୍ଥାନର ନାମ, ଯାହା ବର୍ତ୍ତମାନ ଝାଡଖଣ୍ଡରେ ଅଛି ।
ଛାଉଣି ➔ ଯୁଦ୍ଧ ସମୟରେ ସୈନ୍ୟମାନେ ଯେଉଁ ସ୍ଥାନରେ ବିଶ୍ରାମ ନିଅନ୍ତି ।
ନାଡ଼ାବନ୍ଧା ➔ ଛଉନୃତ୍ୟ ଶିକ୍ଷା, ଦଶହରାର ପବିତ୍ର ଦିନରୁ ଆରମ୍ଭ ହୁଏ । ଏହିଦିନ ଓସ୍ତତ ସମସ୍ତ କଳାକାରଙ୍କ ହାତରେ ଯେଉଁ ‘ଲାଲ୍କନା’ ବାନ୍ଧନ୍ତି ।
ଚୌକବନ୍ଧା ➔ ଛଉନୃତ୍ୟ ଶିକ୍ଷାର ବିଭିନ୍ନ ପର୍ଯ୍ୟାୟ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ।
ବାକ୍ୟ ଉପରେ ଆଲୋଚନା
ପାଠରୁ ଖୋଜି କେତୋଟି ବାକ୍ୟ ତଳେ ଦିଆଯାଇଛି । ସେଗୁଡ଼ିକୁ ମନଦେଇ ପଢ଼ ଓ ବୁଝ । ଯାହା ବୁଝିଲ, ତା’ର ଭାବାର୍ଥକୁ ଶ୍ରେଣୀ ମଧ୍ଯରେ ଆଲୋଚନା କରି ନିଜ ଖାତାରେ ଲେଖ ।
(କ) ‘ଭାକ୍ତିକ ବିଶ୍ଵାସ ଓ ଜୀବନ ଉପଭୋଗ ହିଁ ନୃତ୍ୟ ରଚନା ଓ ପରିକଳ୍ପନାର ଭୂମି’ ।
ଭାବାର୍ଥ – ଏହାର ଅର୍ଥ ହେଲା, ମଣିଷର ଧର୍ମ ଉପରେ ଥିବା ବିଶ୍ୱାସ (ଭକ୍ତି) ଏବଂ ନିଜ ଜୀବନକୁ ଆନନ୍ଦରେ ଉପଭୋଗ କରିବାର ଇଚ୍ଛାରୁ ହିଁ ନୃତ୍ୟକଳା ସୃଷ୍ଟି ହୋଇଥାଏ।
(ଖ) “ସମାଜର ଅନ୍ୟ ନୃତ୍ୟ ପରି ଏଥରେ ମଧ୍ଯ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକ ଐକ୍ୟବୋଧ ସୃଷ୍ଟି ପାଇଁ ଉଦ୍ୟମ ରହିଛି ।”
ଭାବାର୍ଥ – ଛଉନୃତ୍ୟରେ କୌଣସି ଜାତି କିମ୍ବା ଧର୍ମର ଭେଦଭାବ ନଥାଏ। ସବୁ ବର୍ଗର ଲୋକ ମିଶି ଏହି ନୃତ୍ୟରେ ଅଂଶଗ୍ରହଣ କରନ୍ତି, ଯାହା ସମାଜରେ ଏକତା (ଐକ୍ୟବୋଧ) ବଜାୟ ରଖିବାରେ ସାହାଯ୍ୟ କରେ।
ଚିନ୍ତା କରିବା
୧. ଯଦି ତୁମକୁ ଏକ ମୂକାଭିନୟ କରିବାର ସୁଯୋଗ ମିଳେ, ତେବେ ତୁମେ କେଉଁ ଘଟଣାକୁ ମୂକାଭିନୟ କରି ଦେଖେଇବାକୁ ଚାହିଁବ?
ଉତ୍ତର – ମୁଁ ଜଣେ ଚୋର ଘରେ ପଶି ଜିନିଷ ଚୋରି କରିବା ଏବଂ ପୋଲିସ୍ ଆସି ତାକୁ ଚୁପ୍ଚାପ୍ ଧରିନେବାର ଏକ ମଜାଳିଆ ଘଟଣାକୁ ମୂକାଭିନୟ କରି ଦେଖାଇବାକୁ ଚାହିଁବି।
୨. କୃଷିଭିତ୍ତିକ ସଭ୍ୟତାର ପ୍ରଥମପର୍ବ ଭାବରେ ଛଉକୁ କାହିଁକି ବିଚାର କରାଯାଏ ?
ଉତ୍ତର – କାରଣ ଛଉ ନୃତ୍ୟ ଚୈତ୍ର ମାସ ଶେଷରେ (ବସନ୍ତ ଋତୁ ପରେ) ଅନୁଷ୍ଠିତ ହୁଏ, ଯେତେବେଳେ ଚାଷୀମାନେ ନୂଆ ଫସଲ ଅମଳ ପାଇଁ ଆନନ୍ଦିତ ହୋଇ ଉତ୍ସବ ପାଳନ କରନ୍ତି। ଏହା କୃଷି ସଂସ୍କୃତି ସହ ଜଡ଼ିତ ଏକ ପର୍ବ।
୩. ଶାସ୍ତ୍ରୀୟନୃତ୍ୟ କହିଲେ କ’ଣ ବୁଝ ? କେଉଁ କେଉଁ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି ?
ଉତ୍ତର – ଯେଉଁ ନୃତ୍ୟ କିଛି ନିର୍ଦ୍ଦିଷ୍ଟ ନିୟମ, ବ୍ୟାକରଣ (ଶାସ୍ତ୍ର) ଏବଂ ତାଳ ଲୟ ଅନୁସାରେ କରାଯାଏ, ତାକୁ ଶାସ୍ତ୍ରୀୟ ନୃତ୍ୟ କୁହାଯାଏ। ଭାରତରେ ଓଡ଼ିଶୀ, ଭାରତନାଟ୍ୟମ୍, କଥକଲୀ, କଥକ ଏବଂ ଛଉ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି।
୪. ଛଉନୃତ୍ୟ ଯଦିଓ ଓଡ଼ିଶାର ଲୋକନୃତ୍ୟ ତେବେ ତାହା କାହିଁକି ‘ଷଢ଼େଇକଳା’ ଓ ‘ପୁରୁଲିଆ’ରେ ମଧ୍ୟ ପରିବେଷିତ ହେଉଛି ।
ଉତ୍ତର – ଅତୀତରେ ଷଢ଼େଇକଳା ଏବଂ ପୁରୁଲିଆ ଓଡ଼ିଶାର ଅଂଶ ଥିଲା ବା ପଡ଼ୋଶୀ ଅଞ୍ଚଳ ଥିଲା। ତେଣୁ ସେଠାକାର ଲୋକମାନେ ଓଡ଼ିଶାର ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ଛଉନୃତ୍ୟକୁ ଆପଣାଇ ନେଇଥିଲେ।
ଅନୁମାନ ଓ କଳ୍ପନାରୁ
(କ) ପାଇକମାନେ ନିଜନିଜ ଛାଉଣିରେ ସମରାଭ୍ୟାସ କରୁଥିଲେ କାହିଁକି ?
ଉତ୍ତର – ଯୁଦ୍ଧ ନଥିବା ସମୟରେ ନିଜ ଶରୀରକୁ ସୁସ୍ଥ ରଖିବାକୁ ଏବଂ ଯୁଦ୍ଧ କୌଶଳ ଭୁଲି ନଯିବା ପାଇଁ ପାଇକମାନେ ଛାଉଣିରେ ନିୟମିତ ସମରାଭ୍ୟାସ ଅର୍ଥାତ ଯୁଦ୍ଧ ଅଭ୍ୟାସ କରୁଥିଲେ।
(ଖ) ନୃତ୍ୟଶିକ୍ଷା ଦଶହରା ପୂର୍ବରୁ କାହିଁକି ଆରମ୍ଭ ହୁଏ ନାହିଁ ?
ଉତ୍ତର – ଦଶହରା ହେଉଛି ମା’ ଦୁର୍ଗା ବା ଶକ୍ତିଙ୍କର ପର୍ବ। ଛଉନୃତ୍ୟ ଏକ ବୀରରସର ଅର୍ଥାତ ଶକ୍ତି ଓ ସାହସର ନୃତ୍ୟ ହୋଇଥିବାରୁ, ଏହି ପବିତ୍ର ଶକ୍ତିପୂଜା ଦିନଠାରୁ ଶୁଭ ଆରମ୍ଭ କରାଯିବାର ପରମ୍ପରା ରହିଛି।
(ଗ) ଛଉନୃତ୍ୟ କରୁଥିବା ଅଭିନେତାମାନେ ସଂଳାପ କହିଲେ ହୁଅନ୍ତା କି ?
ଉତ୍ତର – ନା। କାରଣ ସଂଳାପ କହିଲେ ଅଭିନେତାଙ୍କର ନିଶ୍ୱାସ ବଢ଼ିଯିବ ଏବଂ ଏତେ ଓଜନିଆ ମୁଖା ପିନ୍ଧି, ଢାଲ ତରବାରି ଧରି ଜୋର୍ରେ ନାଚିବା ସମ୍ଭବ ହେବ ନାହିଁ। ମୂକାଭିନୟ ହିଁ ଏହି ନୃତ୍ୟର ବିଶେଷତ୍ୱ।
ଶବ୍ଦକଥା
ନିମ୍ନରେ ଶବ୍ଦ ସମ୍ପର୍କିତ କିଛି ଅଭ୍ୟାସ କାର୍ଯ୍ୟ ଦିଆଯାଇଛି । ସେଗୁଡ଼ିକୁ ବୁଝିବାପାଇଁ ଶବ୍ଦକୋଷ, ସାଙ୍ଗସାଥୀ, ଶିକ୍ଷକ ବା ଇନଟର୍ନେଟ୍ର ସାହାଯ୍ୟ ନେଇପାରିବ ।
ଉତ୍ତର –
ଓଡିଶା – କଳିଙ୍ଗ, ଉତ୍କଳ, ଓଡ୍ର (ବା ଉଡ୍ରଦେଶ), କୋଶଳ (ଦକ୍ଷିଣ କୋଶଳ), ତୋଷାଳି, କଙ୍ଗୋଦ
ଓଡ଼ିଆଙ୍କ ବ୍ୟାୟାମର ନାମ – ଦଣ୍ଡ, ବୈଠକ, କସରତ।
ଓଡ଼ିଶାର ବାଦ୍ୟଯନ୍ତ୍ର – ଧୁମ୍, ନାଗରା, ଚଡ଼ଚଡ଼ି, ଢୋଲ, ମହୁରୀ।
ଓଡ଼ିଶାରେ ହେଉଥିବା ସାଧାରଣ କାର୍ଯ୍ୟ – ହଳଦୀବଟା, ବାସନମଜା, ଛୁଞ୍ଚଦିଆ।
ପାଠ ବାହାରୁ
ତୁମକଥା :
ଆଲୋଚନା କର
ପାଠଟିରେ ବହୁ ସ୍ଥାନରେ ପିଲା ଶବ୍ଦର ବ୍ୟବହାର ହୋଇଛି । ଶିକ୍ଷକ ପିଲାମାନଙ୍କୁ ଡାକିବା ସମୟରେ ବାବୁରେ, ଧନରେ, ମାଆରେ ଆଦି ଶବ୍ଦ ବ୍ୟବହାର କରିଥାଆନ୍ତି ।
(କ) ତୁମ ଘରେ ତୁମକୁ ସ୍ନେହରେ କିଭଳି ଡାକନ୍ତି ?
ମୋ ଘରେ ମୋତେ ସ୍ନେହରେ ‘ବାବୁ’, ‘ଧନ’ ବା ମୋର ଡାକନାମ ମୁନା ଧରି ଡାକନ୍ତି।
(ଖ) ତୁମ ନାମର ଅର୍ଥ କଅଣ ଅଟେ ? ତୁମ ନାମ କିଏ ରଖୁଥଲେ, ବୁଝିକରି କୁହ ।
ମୋ ନାମର ଅର୍ଥ ହେଉଛି ‘ସୂର୍ଯ୍ୟ’ (ନିଜ ନାମର ଅର୍ଥ ଲେଖିବ)। ମୋର ଏହି ନାମ ମୋ ଜେଜେବାପା ରଖିଥିଲେ।
(ଗ) ଚାରିଜଣ ବନ୍ଧୁ ଯେଉଁପରି ଛଉନୃତ୍ୟରେ ଅଂଶଗ୍ରହଣ କରିଥିଲେ, ସେହିଭଳି ତୁମେମାନେ ବାର୍ଷିକ ଉତ୍ସବରେ କେଉଁ ନୃତ୍ୟରେ ଭାଗ ନେଇଛ, ସାଙ୍ଗମାନଙ୍କ ସହ ଆଲୋଚନା କର ।
ମୁଁ ଆମ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୋ ସାଙ୍ଗମାନଙ୍କ ସହ ମିଶି ‘ସମ୍ବଲପୁରୀ ନୃତ୍ୟ’ରେ ଭାଗ ନେଇଥିଲି।
(ଘ) “ମୟୂରଭଞ୍ଜରେ ନୃତ୍ୟର ଏକ ସମୃଦ୍ଧ ପରମ୍ପରା ରହିଛି ।”
ଏହି ପାଠରୁ ଆମେ ଛଉନୃତ୍ୟ ସମ୍ପର୍କରେ ବୁଝିଲୁ । ତୁମ ଆଖପାଖରେ ଅନେକ ଲୋକନୃତ୍ୟ ପରିବେଷଣ ହେଉଥିବାର ତୁମେ ଦେଖୁଥିବ । ତୁମକୁ କେଉଁ ନୃତ୍ୟ ପସନ୍ଦ ଲାଗେ ? ଶ୍ରେଣୀରେ ଆଲୋଚନା କର ।
ମୋତେ ଆମ ଅଞ୍ଚଳର ‘ଘୋଡ଼ାନାଚ’ ଏବଂ ‘ସମ୍ବଲପୁରୀ ନୃତ୍ୟ’ ସବୁଠାରୁ ବେଶି ପସନ୍ଦ ଲାଗେ କାରଣ ଏହାର ବାଦ୍ୟ ଓ ବେଶଭୂଷା ବହୁତ ସୁନ୍ଦର।
ଉତ୍ତର ପୂର୍ବଦିଗକୁ ଯାତ୍ରା
ଓଡ଼ିଶାର ଉତ୍ତର ପୂର୍ବ ଭାଗରେ ମୟୂରଭଞ୍ଜ ଜିଲ୍ଲା । ମୟୂରଭଞ୍ଜ ଜିଲ୍ଲାକୁ ଲାଗି କେନ୍ଦୁଝର ଜିଲ୍ଲା, ବାଲେଶ୍ଵର ଜିଲ୍ଲା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟ ରହିଛି । ତୁମକୁ ସୁଯୋଗ ମିଳିଲେ କେଉଁ ଜିଲ୍ଲା ବା ରାଜ୍ୟକୁ ବୁଲିବାକୁ ଯିବାକୁ ଚାହିଁବ କୁହ ?
ମୋତେ ସୁଯୋଗ ମିଳିଲେ ମୁଁ ମୟୂରଭଞ୍ଜ ଜିଲ୍ଲା ବୁଲିବାକୁ ଯିବାକୁ ଚାହିଁବି। କାରଣ ସେଠାରେ ଥିବା ପ୍ରସିଦ୍ଧ ‘ଶିମିଳିପାଳ ଅଭୟାରଣ୍ୟ’, ବରେହିପାଣି ଜଳପ୍ରପାତ ଏବଂ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ମୋର ବହୁତ ଇଚ୍ଛା ଅଛି।
ଟାଇମ୍ ମେସିନ୍
(କ) ଯଦି ତୁମକୁ ଟାଇମ୍ ମେସିନ୍ ଦିଆଯାଏ, ତେବେ ତୁମେ କେଉଁ ସମୟକୁ ଯିବାକୁ ପସନ୍ଦ କରିବ ?
ଉତ୍ତର – ଯଦି ମୋତେ ଟାଇମ୍ ମେସିନ୍ ମିଳେ, ତେବେ ମୁଁ ଅତୀତକୁ ଯାଇ ଆମ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏବଂ ପୁରୁଣା କାଳର ରାଜାମହାରାଜାଙ୍କୁ ନିଜ ଆଖିରେ ଦେଖିବାକୁ ପସନ୍ଦ କରିବି।
(ଖ) ଯଦି ତୁମକୁ ଏପରି ମେସିନ୍ ତିଆରି କରିବାପାଇଁ ସୁଯୋଗ ମିଳେ, ତୁମେ କେଉଁ ମେସିନ୍ ତିଆରି କରିବ ଓ କାହିଁକି ?
ଉତ୍ତର – ମୁଁ ଏକ ‘ଉଡ଼ନ୍ତା ଗାଡ଼ି’ କିମ୍ବା ମହାକାଶ ଯାନ (Spacecraft) ତିଆରି କରିବାକୁ ଚାହିଁବି। କାରଣ ଏହାଦ୍ୱାରା ମୁଁ ମହାକାଶକୁ ଯାଇ ଅନ୍ୟ ଗ୍ରହମାନଙ୍କ ବିଷୟରେ ନୂଆ ନୂଆ କଥା ଜାଣିପାରିବି।
(ଗ) ତୁମେ କୌଣସି ସଂଗ୍ରାହଳୟକୁ ଯାତ୍ରା କରିଛ କି ? ସଂଗ୍ରହାଳୟରେ ବହୁ ପୁରାତନ ବସ୍ତୁ ଥାଏ । ସେଗୁଡ଼ିକ ଦେଖିଲେ ଲାଗେ ଯେପରି ଟାଇମ୍ ମେସିନ୍ ଆମକୁ ଅତୀତକୁ ନେଇଯାଉଛି । ସୁବିଧା ମିଳିଲେ ତୁମେ କୌଣସି ସଂଗ୍ରହାଳୟକୁ ଯାଅ । ଯାହା ଅନୁଭବ କରିପାରିଲ ଶ୍ରେଣୀରେ ଆଲୋଚନା କର ।
ଉତ୍ତର – ହଁ, ମୁଁ ଭୁବନେଶ୍ୱରରେ ଥିବା ‘ରାଜ୍ୟ ସଂଗ୍ରହାଳୟ’ ବୁଲିବାକୁ ଯାଇଛି। ସେଠାରେ ଥିବା ପୁରୁଣା ରାଜାମାନଙ୍କର ଖଣ୍ଡା, ଢାଲ, ପୁରୁଣା ମୁଦ୍ରା ଓ ତାଳପତ୍ର ପୋଥି ଦେଖି ମୋତେ ସତରେ ଲାଗିଲା ଯେମିତି ମୁଁ ଅନେକ ବର୍ଷ ପଛକୁ ବା ଅତୀତ କାଳକୁ ଚାଲିଯାଇଛି।
ବିଭିନ୍ନ ପ୍ରକାରର ଖେଳନା
ପିଲାମାନେ ! ତୁମେ ବହୁତ ପ୍ରକାରର ଖେଳନା ଧରି ଖେଳିଛ । କେତେବେଳେ ବଜାରରୁ କିଣି ପୁଣି କେତେବେଳେ ନିଜ ହାତରେ ତିଆରି କରି ଖେଳିଛ । ତେବେ କୁହ –
(କ) ତୁମେ ବଜାରରୁ କେଉଁ ଖେଳନା କିଣିଛ ?
ଉତ୍ତର – ମୁଁ ବଜାରରୁ ପ୍ଲାଷ୍ଟିକ୍ ମଟରଗାଡ଼ି, ଟ୍ରେନ୍, ବ୍ୟାଟ୍, ବଲ୍ ଏବଂ ସୁନ୍ଦର କଣ୍ଢେଇ କିଣିଛି।
(ଖ) ତୁମେ ଘରେ କେଉଁ ଖେଳନା ଧରି ଖେଳିଛ ?
ଉତ୍ତର – ମୁଁ ଘରେ ଲୁଡୁ, କ୍ୟାରମ୍ ବୋର୍ଡ, ଏବଂ କାଗଜ ତିଆରି ଡଙ୍ଗା ଓ ଉଡ଼ାଜାହାଜ ଧରି ଖେଳିଛି।
(ଗ) ଓଡ଼ିଶାର ପ୍ରତ୍ୟେକ ପ୍ରାନ୍ତରେ ପିଲାମାନେ ହାତରେ ଖେଳନା ତିଆରି କରିଥାନ୍ତି । ତୁମ ଅଞ୍ଚଳର
ଉତ୍ତର – ଆମ ଅଞ୍ଚଳରେ ପିଲାମାନେ ନିଜ ହାତରେ ମାଟିର ଛୋଟ ଛୋଟ ବାସନ ଓ ବଳଦ, ତାଳପତ୍ରର ଡୁଗୁଡୁଗୁ ବାଜା ଓ ଭିରଭିରି (ଚକ୍ରୀ), ଏବଂ କାଗଜର ଡଙ୍ଗା ତିଆରି କରନ୍ତି।
(ଘ) ପିଲାମାନଙ୍କର ଖେଳିବାପାଇଁ କେଉଁ ସବୁ ଖେଳନା ମିଳେ ଲେଖ ।
ଉତ୍ତର – ପିଲାମାନଙ୍କ ଖେଳିବା ପାଇଁ ବଜାରରେ କାଠ ଓ ମାଟିର ରଙ୍ଗୀନ ଖେଳନା, ପ୍ଲାଷ୍ଟିକ୍ ଗାଡ଼ି, ବ୍ୟାଟେରୀ ଚାଳିତ ଇଲେକ୍ଟ୍ରୋନିକ୍ ଖେଳନା ଏବଂ ନରମ ଟେଡି ବିୟର (Teddy Bear) ଆଦି ମିଳିଥାଏ।
ପତ୍ର ଲିଖନ
(କ) ତୁମେ ବାରିପଦା ଛଉନୃତ୍ୟ ଦେଖିବାପାଇଁ ଯାଇଛ, ସେଠାକାର ଅନୁଭୂତି ସଂପର୍କରେ ବର୍ଣ୍ଣନା କରି ସାଙ୍ଗ ପାଖକୁ ଚିଠିଟିଏ ଲେଖ ।
ତାରିଖ: ୦୧.୧୦.୨୦୨୬
ବାରିପଦା
ପ୍ରିୟ ସାଙ୍ଗ ମହେଶ,
ମୋର ସ୍ନେହ ନେବୁ। ମୁଁ ଏଠାରେ ଭଲରେ ଅଛି। ଗତକାଲି ମୁଁ ବାପାମାଆଙ୍କ ସହ ବାରିପଦା ଯାଇଥିଲି ଏବଂ ସେଠାରେ ପ୍ରସିଦ୍ଧ ‘ଛଉନୃତ୍ୟ’ ଦେଖିବାର ସୁଯୋଗ ପାଇଲି। ମୁକ୍ତ ରଙ୍ଗମଞ୍ଚରେ ଢୋଲ, ମହୁରୀ ଓ ଚଡ଼ଚଡ଼ି ବାଦ୍ୟ ତାଳରେ କଳାକାରମାନଙ୍କର ନାଚ ଖୁବ୍ ଚମତ୍କାର ଥିଲା। ସେମାନେ ହାତରେ ଢାଲ ଓ ତରବାରି ଧରି ବୀରବେଶରେ ଯେପରି ଯୁଦ୍ଧ କୌଶଳ ଦେଖାଉଥିଲେ, ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସୁଯୋଗ ମିଳିଲେ ତୁ ନିଶ୍ଚୟ ଥରେ ଏହି ନୃତ୍ୟ ଦେଖିବୁ। ତୋ ବାପାମାଆଙ୍କୁ ମୋର ପ୍ରଣାମ ଜଣାଇବୁ। ଚିଠିର ଉତ୍ତର ଦେବୁ।
ଇତି,
ତୋର ପ୍ରିୟ ସାଙ୍ଗ
ଅବିନାଶ
(ଖ) ତୁମେ ଜାଣିଥୁବ, ପତ୍ର ଲେଖିବାପାଇଁ କ’ଣ ସବୁ ଆବଶ୍ୟକ ହୁଏ । ଆବଶ୍ୟକ ସାମଗ୍ରୀ ଯେପରି ପତ୍ର, ପୋଷ୍ଟକାର୍ଡ଼, ଅନ୍ତର୍ଦେଶୀୟ ଲଫାପା ଆଦି ଡାକଘରୁ କିଣାଯାଇପାରେ । ତୁମେ ନିକଟରେ ଥିବା ଡାକଘରକୁ ଯାଅ ଏବଂ ଗୋଟିଏ ପୋଷ୍ଟକାର୍ଡ଼ କିଣି ସେଥିରେ ସାଙ୍ଗ ପାଖକୁ ଚିଠି ଲେଖ ।
ଉତ୍ତର – ପତ୍ର ଲେଖିବା ପାଇଁ କଲମ, ପୋଷ୍ଟକାର୍ଡ଼ ବା ଲଫାପା (ଖାମ୍) ଏବଂ ଡାକଟିକଟ୍ ଦରକାର ହୁଏ। ମୁଁ ପାଖ ଡାକଘରକୁ (Post Office) ଯାଇ ଗୋଟିଏ ପୋଷ୍ଟକାର୍ଡ଼ କିଣିବି ଏବଂ ସେଥିରେ ଉପରେ ଲେଖାଯାଇଥିବା ଚିଠିଟିକୁ ଲେଖି ମୋ ସାଙ୍ଗର ସଠିକ୍ ଠିକଣାରେ ଡାକବାକ୍ସରେ ପକାଇବି।
(ଗ) ତୁମେ ଡାକଟିକଟ୍ ଦେଖୁଛ ? ବିଶ୍ଵର ପ୍ରତ୍ୟେକ ଦେଶ ନିଜର ଡାକଟିକଟ ପ୍ରଚଳିତ କରନ୍ତି । ଭାରତର ଡାକ-ବିଭାଗ ମଧ୍ୟ ବିଭିନ୍ନ ସମୟରେ ନୂଆନୂଆ ଡାକ-ଟିକେଟ୍ ପ୍ରଚଳନ କରିଥାଆନ୍ତି । ଡାକ ଟିକେଟ୍ରୁ ଦେଶର ସଂସ୍କୃତି ସଂପର୍କରେ ଜଣାପଡ଼େ । ସେଥିପାଇଁ ଅନେକ ଲୋକ ଦେଶବିଦେଶରେ ଡାକଟିକେଟ୍ ସଂଗ୍ରହ କରନ୍ତି ।
ଉତ୍ତର – ହଁ, ମୁଁ ଡାକଟିକଟ୍ ଦେଖିଛି। ଆମ ଦେଶର ଡାକଟିକଟ୍ଗୁଡ଼ିକରେ ମହାପୁରୁଷମାନଙ୍କ ଚିତ୍ର, ଐତିହାସିକ ସ୍ଥାନ, ଜାତୀୟ ପଶୁପକ୍ଷୀ ଓ ସଂସ୍କୃତିର ଚିତ୍ର ଦେଖିବାକୁ ମିଳେ। ଦେଶ ବିଦେଶର ନୂଆ ନୂଆ ଡାକଟିକଟ୍ ସଂଗ୍ରହ କରି ରଖିବା ଏକ ବହୁତ ଭଲ ଏବଂ ଜ୍ଞାନବର୍ଦ୍ଧକ ଅଭ୍ୟାସ ଅଟେ।
ନିମ୍ନରେ ଭାରତର ବିଭିନ୍ନ ଲେଖକଙ୍କ ସମ୍ମାନରେ ପ୍ରଚଳିନ କରାଯାଇଥିବା କିଛି ଡାକଟିକେଟର ଚିତ୍ର ଦିଆଯାଇଛି । ସେଗୁଡ଼ିକୁ ଧ୍ୟାନ ଦେଇ ଦେଖ।
(କ) ତୁମକୁ ଏହା ମଧ୍ୟରୁ କେଉଁ ଡାକ-ଟିକେଟ୍ଟି ଖୁବ ଭଲ ଲାଗୁଛି ।
ଉତ୍ତର – ମୋତେ ସବା ତଳ ଧାଡ଼ିରେ ଥିବା ‘ସୁମିତ୍ରାନନ୍ଦନ ପନ୍ତ‘ କିମ୍ବା ‘ଦୁଷ୍ମନ୍ତ କୁମାର‘ଙ୍କ ରଙ୍ଗୀନ ଡାକଟିକଟଟି ଖୁବ୍ ଭଲ ଲାଗୁଛି କାରଣ ସେଥିରେ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଓ ବହିର ଚିତ୍ର ରହିଛି।
(ଖ) ଡାକ-ଟିକେଟରୁ କେଉଁ ସବୁ ବିଷୟ ଜଣାପଡ଼ିଥାଏ ?
ଉତ୍ତର – ଗୋଟିଏ ଡାକଟିକଟରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥାଏ, ଯେପରିକି
ଦେଶର ନାମ (ଚିତ୍ରରେ ‘ଭାରତ‘ ଏବଂ ‘INDIA’ ଲେଖାଅଛି)।
ଡାକଟିକଟର ମୂଲ୍ୟ (ଯେପରିକି ୨୫, ୧୦୦, ୨୦୦, ୫୦୦ ଇତ୍ୟାଦି)।
ସମ୍ମାନିତ କରାଯାଇଥିବା ବିଶିଷ୍ଟ ବ୍ୟକ୍ତି (ଲେଖକ/କବି) ଙ୍କର ଚିତ୍ର ଏବଂ ନାମ।
ଆଜିର ପ୍ରହେଳିକା
୧. ଦାନ୍ତ କରିଲେ ସେ କଡ଼ମଡ଼ ଆକାଶ ଗୋଟାକ ଛାତି କରିଦିଏ ଧଡ଼ ଧଡ଼ କହିଲ ଦେଖୁ ସେ କିଏ ?
ଉତ୍ତର – ଘଡ଼ଘଡ଼ି (ବିଜୁଳି ମାରିବା ଶବ୍ଦ)
୨. ଆକାଶରେ ଛତା ଟାଣିଲା କିଏ ? ସାତଟି ରଙ୍ଗରେ ରଙ୍ଗିଲା ସିଏ…
ଉତ୍ତର – ଇନ୍ଦ୍ରଧନୁ
୩. ବଡ଼ ସେନେହରେ ଘରକୁ ପଶେ ସଭିଙ୍କୁ ପଢ଼ାଏ ସଭିଙ୍କୁ ରସାଏ ଦୁନିଆର କଥା ଭାଷେ…
ଉତ୍ତର – ଖବରକାଗଜ (କିମ୍ବା ବହି)
୪. ଚଣ୍ଡି ପୁରାଣରୁ ମହାଭାରତ ଧନ୍ୟ କରିଦେଲେ ଆମ ସାହିତ୍ୟ ଝଙ୍କଡ଼ ବାସିନୀ ମା, ତାଙ୍କ ଭକତିରେ…
ଉତ୍ତର – ସାରଳା ଦାସ (ସେ ଝଙ୍କଡ଼ ମା’ ସାରଳାଙ୍କ ଭକ୍ତ ଥିଲେ ଏବଂ ଓଡ଼ିଆ ମହାଭାରତ ଲେଖିଥିଲେ)।
ଏହାକୁ ମଧ୍ୟ ଜାଣ (ବାଦ୍ୟଯନ୍ତ୍ର ନାମ ସଂଗ୍ରହ କର)
କାଠିଦ୍ଵାରା ବାଡ଼େଇ ବଜାଇବା ଭଳି ଆହୁରି ଅନେକ ବାଦ୍ୟ ରହିଛି। ସେଗୁଡ଼ିକର ନାମ ସଂଗ୍ରହ କରି ଲେଖ ।
ଉତ୍ତର – ତାସା, ନିଶାଣ, ଟିମକି, ଖଞ୍ଜଣି (କିଛି ଜାଗାରେ କାଠିରେ ବାଜେ) ଏବଂ ଡ୍ରମ୍ (Drum)।

