Sana Sina, Dana Ta’ Mahana, Odisha Board, Class III, Aama Bhasha Aama Sahitya, The Best Solutions.

ସାନ ସିନା, ଦାନ ତା’ ମହାନ

ଆଜକୁ ପ୍ରାୟ ଆଠଶହ ବର୍ଷ ତଳର କଥା। ଲାଙ୍ଗୁଳା ନରସିଂହ ଦେବ ନାମରେ ଜଣେ ରାଜା ଓଡ଼ିଶାରେ ରାଜୁତି କରୁଥାଆନ୍ତି। ସେ ସୂର୍ଯ୍ୟଙ୍କର ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳାଇବାକୁ ଇଚ୍ଛାକଲେ। ରାଜାଙ୍କ ଆଦେଶରେ ସାରା ରାଜ୍ୟର ଅନେକ କାରିଗର ଆସି ଠୁଳ ହେଲେ। ସେମାନଙ୍କ ଭିତରୁ ବାରଶହ ଭଲଭଲ କାରିଗରଙ୍କୁ ବଛା ଗଲା।

ସେତେବେଳେ ପଥରରେ ସୁନ୍ଦର କାମ କରି ଓଡ଼ିଶାର କାରିଗରମାନେ ନାଁ କରିଥିଲେ। ସେତେବେଳେ ତ ସିମେଣ୍ଟ ନ ଥାଏ। ପଥରକୁ ଯୋଡ଼ିବା ପାଇଁ ଏକପ୍ରକାର ଚୂନ ବ୍ୟବହାର କରାଯାଉଥିଲା।

ସମୁଦ୍ର କୂଳରେ ଚନ୍ଦ୍ରଭାଗା ନଦୀ ମୁହାଣରେ ଏହି ମନ୍ଦିର ତୋଳା ହେଲା। ମନ୍ଦିରଟି ତିଆରି ହେଲା ଗୋଟିଏ ରଥ ଆକାରରେ। ସେଥିରେ ସାତଟି ପଥରଘୋଡ଼ା ଯୋଖା ହେଲା। ମନ୍ଦିରର ସିଂହାସନରେ ରହିଲା ସୂର୍ଯ୍ୟଙ୍କର ପ୍ରତିମା। ପୂର୍ବ ଦିଗରେ ସୂର୍ଯ୍ୟ ଉଇଁଲା ମାତ୍ରେ ପ୍ରଥମ କିରଣ ସୂର୍ଯ୍ୟ ମୂର୍ତ୍ତିର ପାଦତଳେ ପଡ଼ୁଥିଲା। ଏହି ମନ୍ଦିର ନିର୍ମାଣରେ ଓଡ଼ିଶାର ବାର ବର୍ଷର ରାଜସ୍ଵ ଖର୍ଚ୍ଚ ହୋଇଥିଲା।

ଆସ୍ତେଆସ୍ତେ ମନ୍ଦିର, ନାଟ ମନ୍ଦିର, ମୁଖଶାଳା ଆଦି ତିଆରି ସରିଥାଏ। ଗଛଲତା, ଫୁଲଫଳ, ହାତୀଘୋଡ଼ା ଆଦି ଜୀବଜନ୍ତୁ, ଦେବଦେବୀ, ମନୁଷ୍ୟ ପ୍ରଭୃତି ମୂର୍ତ୍ତିରେ ମନ୍ଦିର ଝଲମଲ କରୁଥାଏ। ତଥାପି ମନ୍ଦିରଟି ସମ୍ପୂର୍ଣ୍ଣ ହୋଇପାରୁ ନ ଥାଏ। କାରିଗରମାନେ ଯେତେ ଥର ମନ୍ଦିର ଉପରେ ଦଧିନଉତିକୁ ବସାଉଥାଆନ୍ତି, ତାହା ଖସି ପଡୁଥାଏ। ମୁଖ୍ୟ କାରିଗର ଥାଆନ୍ତି ବିଶୁ ମହାରଣା। ସେ ତାଙ୍କର ସବୁ ବିଦ୍ୟାବୁଦ୍ଧି ଖଟାଇ ମଧ୍ଯ ମନ୍ଦିରର ଦଧିନଉତିକୁ ବସାଇ ପାରୁ ନ ଥାଆନ୍ତି। ଦଧିନଉତିକୁ ବସାଇ ସାରିବା ପରେ ହଁ ମନ୍ଦିର କାମ ଶେଷ ହେବ।

ଏଣେ ରାଜା ଅଧୀର ହୋଇ ପଡ଼ିଲେଣି। ସେ ବିଶୁ ମହାରଣାଙ୍କୁ ଡକାଇ କହିଲେ, “ ମୁଁ ଆଉ ସାତଦିନମାତ୍ର ସମୟ ଦେଉଛି। ଏହାରି ଭିତରେ ଦେଉଳର ମୁଣ୍ଡିମାରିବ, ନ ହେଲେ ବାରଶହ କାରିଗରଙ୍କର ମୁଣ୍ଡ କାଟ ହେବ।’’

ବିଶୁ ମହାରଣା ମନ ଦୁଃଖରେ ଫେରି ରାଜାଙ୍କର ଆଦେଶ କାରିଗର ଭାଇମାନଙ୍କୁ ଜଣାଇଦେଲେ। ସମସ୍ତଙ୍କ ମୁହଁ ଶୁଖିଗଲା। ଘରଦ୍ଵାର ଛାଡ଼ି ବାରବର୍ଷ କାଳ ଲାଗି ଏଡ଼େ ବଡ଼ ମନ୍ଦିରଟିଏ ତୋଳିଲେ; ଅଥଚ ମନ୍ଦିରର ଦଧିନଉତି ଖଞ୍ଜାଯାଇ ପାରୁନାହିଁ। ସେଥିପାଇଁ ସମସ୍ତଙ୍କ ମୁଣ୍ଡକାଟ ହେବ।

ବିଶୁ ମହାରଣା ଦେଉଳ ତୋଳିବାକୁ ଘରୁ ଆସିବାବେଳେ ତାଙ୍କର ପୁଅଟିଏ ହୋଇଥାଏ। ପୁଅର ନାଆଁ ଦିଆ ହୋଇଥାଏ ‘ଧର୍ମପଦ’। ଡାକ ନାଆଁ ଧରମା। ତାକୁ ଯେତେବେଳେ ବାର ବର୍ଷ, ସେ ବାପାଙ୍କ ପାଖକୁ ଯିବାପାଇଁ ଅଳିକଲା। ଧରମାକୁ ଏକୁଟିଆ ଛାଡ଼ିବା ପାଇଁ ମାଆ ପ୍ରଥମେ ଅମଙ୍ଗ ହେଉଥିଲେ; ମାତ୍ର ଯିବାପାଇଁ ପୁଅର ଜିଗର ଦେଖି ମନାକରି ପାରିଲେ ନାହିଁ। ଧରମାକୁ କାଳେ ଏତେଦିନ ପରେ ବିଶୁ ଚିହ୍ନି ପାରିବେ ନାହିଁ, ସେଥିପାଇଁ ସାଥିରେ ବାଡ଼ି ବରକୋଳି କିଛି ଦେଇଥା’ନ୍ତି।

ଧରମା ପଚାରି ପଚାରି କୋଣାର୍କ ଗଲା ଓ ବିଶୁ ମହାରଣାଙ୍କୁ ଠାବ କଲା। ବିଶୁ ମହାରଣା ନିଜ ବାଡ଼ି ବରକୋଳି ଦେଖି ପୁଅକୁ ଚିହ୍ନି ପାରିଲେ। ଆନନ୍ଦରେ ତାକୁ କୁଣ୍ଢାଇ ପକାଇଲେ।

ଧରମା ଦେଖିଲା, ବାପାଙ୍କ ମନରେ ସୁଖ ନାହିଁ। ସେ ତାହାର କାରଣ ପଚାରି ବୁଝିଲା। ରାତି ପାହିଲେ ବିଶୁ ମହାରଣା ସହିତ ବାରଶହ କାରିଗରଙ୍କର ମୁଣ୍ଡ କାଟ ହେବ। ଏକଥା ଜାଣି ଧରମାର ମନ ବିକଳ ହୋଇ ଉଠିଲା।

ଧରମା ବି କାରିଗର କୁଳର ପିଲା। ତାକୁ ମଧ୍ୟ କାରିଗରୀ ବିଦ୍ୟା ଜଣା ଥିଲା। ଦଧିନଉତି ବସାଇ ମନ୍ଦିରର ମୁଣ୍ଡି ମାରିପାରିବ ବୋଲି ଧରମାର ସାହସ ହେଲା। ସେ ବାପାଙ୍କ ଠାରୁ ଅନୁମତି ନେଇ ମନ୍ଦିରଚୂଳକୁ ଉଠିଲା। ରାତାରାତି ମାପଚୁପ କରି ଦଧିନଉତି ବସାଇ ଦେଲା। ସକାଳ ହେବା ଆଗରୁ ଦେଖାଗଲା ମନ୍ଦିର କାମ ଶେଷ।

ବିଶୁ ମହାରଣା ପୁଅର କାମ ଦେଖି ଆନନ୍ଦରେ ଫାଟି ପଡ଼ିଲେ। ତାକୁ କୋଳକୁ ନେଇ କହିଲେ, ‘ ଏଡ଼େ ସାନ ପିଲାଟିଏ ହୋଇ ମଧ୍ୟ ତୁ ଆଜି ଆମର ମାନ ରଖିଦେଲୁ।’

ଅନ୍ୟ କାରିଗରମାନେ ବିଶୁ ମହାରଣାଙ୍କ ପାଖକୁ ଆସି କହିଲେ, ‘ରାଜା ଏବେ ଜାଣିବେ, ବାରଶହ ବଢ଼େଇ ଯାହା କରିପାରିଲେ ନାହିଁ, ତାହା ସାମାନ୍ୟ ବାର ବର୍ଷର ପିଲାଟିଏ କରିଦେଇଛି। ସେ ନିଶ୍ଚୟ ଆମ୍ଭମାନଙ୍କର ମୁଣ୍ଡ କାଟର ଆଦେଶ ଦେବେ। ତେଣୁ ତୁମକୁ ଆଜି ସ୍ଥିର କରିବାକୁ ହେବ, ଆମେ ରହିବୁ ନା ତୁମ ପୁଅ ରହିବ? ତୁମେ ବାରଶହ ବଢ଼େଇରେ ଦାୟ ନା ପୁଅରେ ଦାୟ?” 

ବିଶୁ ମହାରଣା ବଡ଼ ଦ୍ବନ୍ଦ୍ବରେ ପଡ଼ିଲେ। ପୁଅ ପାଇଁ କ’ଣ ବାରଶହ ବଢ଼େଇ ମରିବେ !

ଏକଥା ଶୁଣି ଧରମା ତା’ର ବାପାଙ୍କୁ କହିଲା, ‘ବାପା, ମୋ ପାଇଁ ଆଜି ବାରଶହ ବଢ଼େଇଙ୍କର ଜୀବନ ଯିବ, ଏହା ଭଲ କଥା ନୁହେଁ। ମୁଁ ତ ଗୋଟିଏ ଛୋଟିଆ ପିଲା। ମୁଁ ଏକୁଟିଆ ବଞ୍ଚିରହି କି ଲାଭ? ମୋ ଜୀବନ ପଛେ ଯାଉ, ହେଲେ ବାରଶହ କାରିଗରଙ୍କ ଜୀବନ ରହୁ। ମୁଁ ଯେ ମନ୍ଦିର ମୁଣ୍ଡି ମାରିଛି, ଏକଥା ରାଜା ନ ଜାଣନ୍ତୁ |’’

ଏକଥା ଶୁଣି ବିଶୁ ପୁଅକୁ କୁଣ୍ଢାଇ ପକାଇଲେ। ତାଙ୍କ ଆଖିରୁ ଲୁହ ଝରିଗଲା। ବାପାଙ୍କ ଆଖିରୁ ଲୁହ ପୋଛି ଦେଇ ଧରମା କହିଲା, ‘ବାପା, ଜନ୍ମ ହେଲେ ଦିନେ ନା ଦିନେ ମରିବାକୁ ହେବ। ମହତ୍ କାର୍ଯ୍ୟରେ ଜୀବନ ଦେବା କେତେ

ଜଣଙ୍କ ଭାଗ୍ୟରେ ଘଟେ? ଆଜି ଆମର ପରୀକ୍ଷାର ବେଳ। ଏତେବେଳେ ମୋ ପାଇଁ ଚିନ୍ତା କରି ତୁମେ ଅଧୀର ହୁଅ ନାହିଁ। ମୋତେ ହସିହସି ବିଦାୟ ଦିଅ।’’ ପୁଅର କଥା ଶୁଣି ବିଶୁ ମହାରଣାଙ୍କ ମୁହଁରୁ କଥା ବାହାରୁ ନ ଥାଏ। ଧର୍ମପଦ ବାପାଙ୍କ ପାଦତଳେ ମୁଣ୍ଡ ଲଗାଇ କହିଲା, “ମାଆଙ୍କ ସହିତ ଆଉ ଦେଖା ହୋଇପାରିବ ନାହିଁ। ତାଙ୍କୁ ବୁଝାଇ କହିବ, ତାଙ୍କ ପୁଅ ଜାତି ପାଇଁ ଜୀବନ ଦେଇଛି।” ଏତକ କହି ଆଉ ତିଳେ ମାତ୍ର ଅପେକ୍ଷା ନ କରି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସେ ମନ୍ଦିର ଉପରକୁ ଚଢ଼ିଗଲା। ସେଇଠାରୁ ସେ ହସି ହସି ଚନ୍ଦ୍ରଭାଗା ନଦୀ ମଝିକୁ ଡେଇଁ ପଡ଼ିଲା।

ଆଜି ଧର୍ମପଦ ନାହିଁ। କୋଣାର୍କ ମନ୍ଦିର ମଧ୍ଯ ଭଗ୍ନ ଅବସ୍ଥାରେ। କିନ୍ତୁ ବାରବର୍ଷର ପିଲାଟିଏ ଜାତି ପାଇଁ, ଦେଶ ପାଇଁ ଯାହା କରିଗଲା ତାହା କାଳକାଳକୁ ରହିଗଲା। ଏବେବି ସମସ୍ତେ କହନ୍ତି :

‘ସାନ ସିନା, ଦାନ ତା’ ମହାନ’’।

ଆସ ଜାଣିବା କେତୋଟି ନୂଆ ଶବ୍ଦ

Odia Word (Transliteration)

Meaning in Odia

Meaning in Hindi

Meaning in English

ସାନ (sāna)

ସାନ, ଛୋଟ, ଅଳ୍ପ

सान, छोटा, अल्प

Small, tiny, little

ସିନା (sinā)

ସିନା, ଶିକ୍ଷା, ଗୁଣ

सिना, है

Teaching, virtue, quality

ଦାନ (dāna)

ଦାନ, ଦୟା, ଦେବା

दान, दया, देना

Charity, giving, donation

ତା’ (tā’)

ତା’, ତାହାର, ସମ୍ପର୍କ

ता’, उसके, संबंध

His/her, of that, relation

ମହାନ (mahāna)

ମହାନ, ବଡ଼, ଗୁଣ

महान, बड़ा, गुण

Great, noble, quality

ଆଜକୁ (ājakū)

ଆଜକୁ, ଆଜି, ସମୟ

आजकु, आज, समय

Until today, today, time

ପ୍ରାୟ (prāya)

ପ୍ରାୟ, ଲଗଭଗ, ସମ୍ପର୍କ

प्राय, लगभग, संबंध

Approximately, nearly, relation

ଆଠଶହ (āṭasaha)

ଆଠଶହ, ৮০০, ସଂଖ୍ୟା

आठसह, 800, संख्या

Eight hundred, number

ବର୍ଷ (barṣa)

ବର୍ଷ, ବର୍ଷକାଳ, ସମୟ

वर्ष, वर्षकाल, समय

Year, period, time

ତଳର (taḷara)

ତଳର, ନିମ୍ନ, ସ୍ଥାନ

तलर, निम्न, स्थान

Below, lower, place

କଥା (kathā)

କଥା, କାହାଣୀ, ସମ୍ବାଦ

कथा, कहानी, संवाद

Story, talk, dialogue

ଲାଙ୍ଗୁଳ (lāṅguḷa)

ଲାଙ୍ଗୁଳ, ଖଞ୍ଜ, ଅଙ୍ଗ

लांगुल, खंज, अंग

Tail, limb

ନରସିଂହ (narasiṁha)

ନରସିଂହ, ଦେବ, ନାମ

नरसिंह, देव, नाम

Narasimha (deity), name

ଦେବ (deba)

ଦେବ, ଭଗବାନ, ବ୍ୟକ୍ତି

देव, भगवान, व्यक्ति

God, deity, person

ନାମରେ (nāmare)

ନାମରେ, ନାମରେ, ସମ୍ପର୍କ

नामरे, नाम में, संबंध

In the name, relation

ଜଣେ (jaṇe)

ଜଣେ, ଗୋଟିଏ, ସଂଖ୍ୟା

जणे, गोटिए, संख्या

One (person), number

ରାଜା (rājā)

ରାଜା, ରାଜକର୍ତ୍ତା, ବ୍ୟକ୍ତି

राजा, राजकर्ता, व्यक्ति

King, ruler, person

ଓଡ଼ିଶା (ōḍiśā)

ଓଡ଼ିଶା, ସ୍ଥାନ, ନାମ

ओड़िशा, स्थान, नाम

Odisha, place, name

ରାଜୁତି (rājuti)

ରାଜୁତି, ଶାସନ, କାମ

राजुती, शासन, काम

Rule, governance, work

କରୁଥାଆନ୍ତି (karuthā’nti)

କରୁଥା’ନ୍ତି, କାମ, ଗତି

करुथांती, काम, गति

Are ruling, work, movement

ସୂର୍ଯ୍ୟ (sūrya)

ସୂର୍ଯ୍ୟ, ସୂର୍ଯ୍ୟଦେବ, ଦେବ

सूर्य, सूर्यदेव, देव

Sun, Sun God, deity

ପୂଜା (pūjā)

ପୂଜା, ଉପାସନା, କାମ

पूजा, उपासना, काम

Worship, prayer, work

ପାଇଁ (pāiṁ)

ପାଇଁ, ପାଇଁଲେ, କାରଣ

पाईं, पाईले, कारण

For, because, reason

ସୁନ୍ଦର (sundara)

ସୁନ୍ଦର, ଶୋଭନ, ଗୁଣ

सुंदर, शोभन, गुण

Beautiful, lovely, quality

ମନ୍ଦିର (mandira)

ମନ୍ଦିର, ଦେଉଳ, ସ୍ଥାନ

मंदिर, देवल, स्थान

Temple, shrine, place

ଟିଏ (ṭie)

ଟିଏ, ଗୋଟିଏ, ସଂଖ୍ୟା

टीए, गोटिए, संख्या

One, a, number

ତୋଳାଇବାକୁ (tōḷāibākū)

ତୋଳାଇବାକୁ, ନିର୍ମାଣ, ଗତି

तोलईबाकु, निर्माण, गति

To build, construction, movement

ଇଚ୍ଛାକଲେ (ichchhākale)

ଇଚ୍ଛାକଲେ, ଚାହିଁଲେ, ସମ୍ପର୍କ

इच्छाकले, चाहीले, संबंध

Wished, desired, relation

ଆଦେଶ (ādeśa)

ଆଦେଶ, ନିର୍ଦ୍ଦେଶ, କାମ

आदेश, निर्देश, काम

Order, command, work

ସାରା (sārā)

ସାରା, ସମସ୍ତ, ସଂଖ୍ୟା

सारा, समस्त, संख्या

All, whole, number

ରାଜ୍ୟ (rājya)

ରାଜ୍ୟ, ଦେଶ, ସ୍ଥାନ

राज्य, देश, स्थान

State, kingdom, place

ଅନେକ (anekā)

ଅନେକ, ବହୁତ, ସଂଖ୍ୟା

अनेक, बहुत, संख्या

Many, numerous, number

କାରିଗର (kārigara)

କାରିଗର, ଶିଳ୍ପୀ, ବ୍ୟକ୍ତି

कारीगर, शिल्पी, व्यक्ति

Craftsman, artisan, person

ଆସି (āsi)

ଆସୁଛି, ପ୍ରବେଶ, ଗତି

आसी, प्रवेश, गति

Coming, entry, movement

ଠୁଳ (ṭhuḷa)

ଠୁଳ, ସମାବେଶ, ସ୍ଥାନ

ठुल, सम्मेलन, स्थान

Gathered, assembly, place

ଭିତରୁ (bhitaru)

ଭିତରୁ, ଅନ୍ତର୍ଗତ, ସ୍ଥାନ

भितरु, अंतर्गत, स्थान

From within, inside, place

ବାରଶହ (bāraśaha)

ବାରଶହ, 1200, ସଂଖ୍ୟା

बारशह, 1200, संख्या

Twelve hundred, number

ଭଲଭଲ (bhalabhala)

ଭଲଭଲ, ଉତ୍ତମ, ଗୁଣ

भलभल, उत्तम, गुण

Good, excellent, quality

ବଛା (bachhā)

ବଛା, ଚୟନ, କାମ

बच्चा, चयन, काम

Selected, chosen, work

ଗଲା (gala)

ଗଲା, ଗତି, ସମ୍ପନ୍ନ

गला, गति, संपन्न

Went, movement, completed

ପଥର (pathara)

ପଥର, ଶିଳା, ଦ୍ରବ୍ୟ

पथर, शिला, द्रव्य

Stone, rock, material

କାମ (kāma)

କାମ, କର୍ମ, କାଜ

काम, कर्म, काज

Work, deed, task

ନାଁ (nā’ā)

ନାଁ, ପରିଚୟ, ସମ୍ପର୍କ

नाम, परिचय, संबंध

Fame, name, relation

କରିଥିଲେ (karithile)

କରିଥିଲେ, କରୁଥିଲେ, କାମ

करिथिले, करुथिले, काम

Were doing, work

ସିମେଣ୍ଟ (simenṭa)

ସିମେଣ୍ଟ, ବନ୍ଦୁକ, ଦ୍ରବ୍ୟ

सीमेंट, बंदुक, द्रव्य

Cement, binding material

ଥାଏ (thāe)

ଥାଏ, ଅଛି, ସ୍ଥିତି

थाए, अछी, स्थिति

Is, exists, condition

ନ (na)

ନ, ନାହିଁ, ବିରୋଧ

न, नहीं, विरोध

Not, no, opposition

ଯୋଡ଼ିବା (yōḍibā)

ଯୋଡ଼ିବା, ସଂଯୋଗ, ଗତି

योड़िबा, संयोग, गति

To join, connection, movement

ଏକପ୍ରକାର (ekaprakāra)

ଏକପ୍ରକାର, ଏକରୂପ, ସମ୍ପର୍କ

एकप्रकार, एकरूप, संबंध

One kind, similar, relation

ଚୂନ (chūna)

ଚୂନ, ଚୁନକାଳ, ଦ୍ରବ୍ୟ

चून, चूनकाल, द्रव्य

Lime, limestone, material

ବ୍ୟବହାର (byabahāra)

ବ୍ୟବହାର, ଉପଯୋଗ, କାମ

व्यवहार, उपयोग, काम

Use, application, work

କରାଯାଉଥିଲା (karāyāuthilā)

କରାଯାଉଥିଲା, କରାହେଲା, କାମ

कराया जा रहा था, कराया गया, काम

Was being done, work

ସମୁଦ୍ର (samudra)

ସମୁଦ୍ର, ସମୁଦ୍ରତଟ, ସ୍ଥାନ

समुद्र, समुद्रतट, स्थान

Sea, ocean, place

କୂଳ (kūḷa)

କୂଳ, ତଟ, ସ୍ଥାନ

कूल, तट, स्थान

Shore, coast, place

ଚନ୍ଦ୍ରଭାଗା (chandrabhāgā)

ଚନ୍ଦ୍ରଭାଗା, ନଦୀ, ନାମ

चंद्रभागा, नदी, नाम

Chandrabhaga, river, name

ନଦୀ (nadī)

ନଦୀ, ସରିତା, ସ୍ଥାନ

नदी, सरिता, स्थान

River, stream, place

ମୁହାଣ (muhāṇa)

ମୁହାଣ, ମୁଖ, ସ୍ଥାନ

मुहाण, मुँह, स्थान

Mouth, entrance, place

ତୋଳା (tōḷā)

ତୋଳା, ନିର୍ମାଣ, ଗତି

तोला, निर्माण, गति

Built, construction, movement

ହେଲା (helā)

ହେଲା, ହୋଇଲା, ସମ୍ପନ୍ନ

हेला, होईला, संपन्न

Was, became, completed

ତିଆରି (tiyāri)

ତିଆରି, ପ୍ରସ୍ତୁତ, କାମ

तियारी, प्रस्तुत, काम

Prepared, ready, work

ଗୋଟିଏ (gōṭie)

ଗୋଟିଏ, ଏକ, ସଂଖ୍ୟା

गोटिए, एक, संख्या

One, a, number

ରଥ (ratha)

ରଥ, ଯାନ, ସାଧନ

रथ, यान, साधन

Chariot, vehicle, means

ଆକାର (ākāra)

ଆକାର, ରୂପ, ସ୍ଥିତି

आकार, रूप, स्थिति

Shape, form, condition

ସାତଟି (sāṭi)

ସାତଟି, ୭, ସଂଖ୍ୟା

साटी, 7, संख्या

Seven, number

ପଥରଘୋଡ଼ (patharaghōḍa)

ପଥରଘୋଡ଼, ଶିଳାଘୋଡ଼ା, ସମ୍ପର୍କ

पथरघोड़, शिलाघोड़, संबंध

Stone horse, relation

ଯୋଖା (yokhā)

ଯୋଖା, ଦୃଶ୍ୟ, ସମ୍ପର୍କ

योखा, दृश्य, संबंध

Displayed, shown, relation

ହେଲା (helā)

ହେଲା, ହୋଇଲା, ସମ୍ପନ୍ନ

हेला, होईला, संपन्न

Was, became, completed

ସିଂହାସନ (siṁhāsana)

ସିଂହାସନ, ଆସନ, ସ୍ଥାନ

सिंहासन, आसन, स्थान

Throne, seat, place

ରହିଲା (rahilā)

ରହିଲା, ଅଛି, ସ୍ଥିତି

रहिला, अछी, स्थिति

Remained, is, condition

ପ୍ରତିମା (pratimā)

ପ୍ରତିମା, ମୂର୍ତ୍ତି, ଦ୍ରବ୍ୟ

प्रतिमा, मूर्ति, द्रव्य

Idol, statue, material

ପୂର୍ବ (pūrba)

ପୂର୍ବ, ପୂର୍ବଦିଗ, ସ୍ଥାନ

पूर्व, पूर्वदिग, स्थान

East, eastern, place

ଦିଗ (diga)

ଦିଗ, ଦିଗନ୍ତ, ସ୍ଥାନ

दिग, दिगंत, स्थान

Direction, horizon, place

ଉଇଁଲା (uiṁlā)

ଉଇଁଲା, ଉଦୟ, ଗତି

उईला, उदय, गति

Rose, ascended, movement

ମାତ୍ର (mātra)

ମାତ୍ର, କେବଳ, ସମ୍ପର୍କ

मात्र, केवल, संबंध

Only, just, relation

ପ୍ରଥମ (prathama)

ପ୍ରଥମ, ପ୍ରଥମେ, ସମ୍ପର୍କ

प्रथम, प्रथमे, संबंध

First, initially, relation

କିରଣ (kiraṇa)

କିରଣ, ପ୍ରକାଶ, ଦ୍ରବ୍ୟ

किरण, प्रकाश, द्रव्य

Ray, light, substance

ପାଦତଳ (pādataḷa)

ପାଦତଳ, ଚରଣ, ସ୍ଥାନ

पादतल, चरण, स्थान

Foot, base, place

ପଡ଼ୁଥିଲା (paḍuthilā)

ପଡ଼ୁଥିଲା, ଗତି, ସ୍ଥିତି

पड़ुथिला, गति, स्थिति

Was falling, movement, condition

ନିର୍ମାଣ (nirmāṇa)

ନିର୍ମାଣ, ନିର୍ମାଣକାଳ, କାମ

निर्माण, निर्माणकाल, काम

Construction, building, work

ବାର (bāra)

ବାର, ୧୨, ସଂଖ୍ୟା

बार, 12, संख्या

Twelve, number

ଖର୍ଚ୍ଚ (kharca)

ଖର୍ଚ୍ଚ, ବ୍ୟୟ, ଦ୍ରବ୍ୟ

खर्च, व्यय, द्रव्य

Expenditure, cost, material

ହୋଇଥିଲା (hoiyithilā)

ହୋଇଥିଲା, ସମ୍ପନ୍ନ, ସ୍ଥିତି

होइयिथिला, संपन्न, स्थिति

Had happened, completed

ଆସ୍ତେଆସ୍ତେ (āsteāste)

ଆସ୍ତେଆସ୍ତେ, ଧୀରେ, ଗତି

आस्तेआस्ते, धीरे, गति

Gradually, slowly, movement

ନାଟ (nāṭa)

ନାଟ, ନାଟ୍ୟ, କାମ

नाट, नाट्य, काम

Dance hall, drama, work

ମୁଖଶାଳା (mukhaśālā)

ମୁଖଶାଳା, ପ୍ରବେଶଦ୍ୱାର, ସ୍ଥାନ

मुखशाला, प्रवेशद्वार, स्थान

Entrance hall, place

ଆଦି (ādi)

ଆଦି, ଆଦିକ, ସମ୍ପର୍କ

आदि, आदिक, संबंध

Etc., and so on, relation

ସରିଥାଏ (sarithāe)

ସରିଥାଏ, ସମାପ୍ତ, ସ୍ଥିତି

सरिथाए, समाप्त, स्थिति

Has been completed, condition

ଗଛଲତା (gachalatā)

ଗଛଲତା, ବୃକ୍ଷଲତା, ଦ୍ରବ୍ୟ

गछलता, वृक्षलता, द्रव्य

Trees and creepers, material

ଫୁଲଫଳ (phulaphala)

ଫୁଲଫଳ, ପୁଷ୍ପଫଳ, ଦ୍ରବ୍ୟ

फूलफल, पुष्पफल, द्रव्य

Flowers and fruits, material

ହାତୀ (hātī)

ହାତୀ, ଗଜ, ଜୀବ

हाती, गज, जीव

Elephant, animal

ଜୀବଜନ୍ତୁ (jībajantu)

ଜୀବଜନ୍ତୁ, ପ୍ରାଣୀ, ସମ୍ପର୍କ

जीवजंतु, प्राणी, संबंध

Animals, creatures, relation

ଦେବଦେବୀ (debadebī)

ଦେବଦେବୀ, ଦେବତାଦେବୀ, ସମ୍ପର୍କ

देवदेवी, देवतादेवी, संबंध

Gods and goddesses, relation

ମନୁଷ୍ୟ (manuṣya)

ମନୁଷ୍ୟ, ମାନବ, ବ୍ୟକ୍ତି

मनुष्य, मानव, व्यक्ति

Human, person

ପ୍ରଭୃତି (prabhṛti)

ପ୍ରଭୃତି, ଆଦି, ସମ୍ପର୍କ

प्रभृति, आदि, संबंध

Etc., and others, relation

ମୂର୍ତ୍ତି (mūrtti)

ମୂର୍ତ୍ତି, ପ୍ରତିମା, ଦ୍ରବ୍ୟ

मूर्ति, प्रतिमा, द्रव्य

Statue, idol, material

ଝଲମଲ (jhalamala)

ଝଲମଲ, ଶୋଭା, ଗୁଣ

झलमल, शोभा, गुण

Shining, splendor, quality

କରୁଥାଏ (karuthāe)

କରୁଥାଏ, କାମ, ଗତି

करुथाए, काम, गति

Is doing, work, movement

ତଥାପି (tathāpi)

ତଥାପି, ତଥାପି, ସମ୍ପର୍କ

तथापि, तथापि, संबंध

Yet, still, relation

ସମ୍ପୂର୍ଣ୍ଣ (sampūrṇṇa)

ସମ୍ପୂର୍ଣ୍ଣ, ପୂର୍ଣ୍ଣ, ସ୍ଥିତି

सम्पूर्ण, पूर्ण, स्थिति

Complete, full, condition

ହୋଇପାରୁ (hoiparū)

ହୋଇପାରୁ, ସକ୍ଷମ, ଗତି

होइपरू, सक्षम, गति

Can become, capable, movement

ନାହିଁ (nāhīṁ)

ନାହିଁ, ନୁହେଁ, ବିରୋଧ

नहीं, नुहे, विरोध

Not, no, opposition

ଥର (thara)

ଥର, ସମୟ, ଗତି

थर, समय, गति

Time, occasion, movement

ଦଧିନଉତି (dadhinauti)

ଦଧିନଉତି, ଶୃଙ୍ଗ, ସମ୍ପର୍କ

दधिनौति, शृंग, संबंध

Pinnacle, top, relation

ବସାଉଥାଆନ୍ତି (basāuthā’nti)

ବସାଉଥା’ନ୍ତି, ସ୍ଥାପନ, ଗତି

बसाउथांती, स्थापन, गति

Were placing, installation

ଖସି (khasi)

ଖସି, ପଡ଼ୁ, ଗତି

खसी, पड़ु, गति

Falling, slipping, movement

ପଡ଼ୁଥାଏ (paḍuthāe)

ପଡ଼ୁଥାଏ, ଗତି, ସ୍ଥିତି

पड़ुथाए, गति, स्थिति

Is falling, movement, condition

ମୁଖ୍ୟ (mukhyā)

ମୁଖ୍ୟ, ପ୍ରଧାନ, ଗୁଣ

मुख्य, प्रधान, गुण

Chief, main, quality

କାରିଗର (kārigara)

କାରିଗର, ଶିଳ୍ପୀ, ବ୍ୟକ୍ତି

कारीगर, शिल्पी, व्यक्ति

Craftsman, artisan, person

ଥାଆନ୍ତି (thā’ānti)

ଥାଆନ୍ତି, ଅଛନ୍ତି, ସ୍ଥିତି

थांती, अछंती, स्थिति

Are, exist, condition

ବିଶୁ (biśu)

ବିଶୁ, ନାମ, ବ୍ୟକ୍ତି

विशु, नाम, व्यक्ति

Bishnu, name, person

ମହାରଣା (mahāraṇā)

ମହାରଣା, ନାମ, ବ୍ୟକ୍ତି

महारणा, नाम, व्यक्ति

Maharana, name, person

ବିଦ୍ୟା (bidyā)

ବିଦ୍ୟା, ଜ୍ଞାନ, ଗୁଣ

विद्या, ज्ञान, गुण

Knowledge, skill, quality

ବୁଦ୍ଧି (buddhī)

ବୁଦ୍ଧି, ବୁଦ୍ଧିଶକ୍ତି, ଗୁଣ

बुद्धि, बुद्धिशक्ति, गुण

Intelligence, wisdom, quality

ଖଟାଇ (khaṭāi)

ଖଟାଇ, ଚେଷ୍ଟା, ଗତି

खटाई, चेष्टा, गति

Applied, effort, movement

ମଧ୍ୟ (madhya)

ମଧ୍ୟ, ମଝି, ସ୍ଥାନ

मध्य, मझी, स्थान

Middle, also, place

ଅଧୀର (adhīra)

ଅଧୀର, ଅସମ୍ଭ୍ରାନ୍ତ, ସ୍ଥିତି

अधीर, असंभ्रांत, स्थिति

Impatient, restless, condition

ହୋଇ (hoi)

ହୋଇଲେ, ସମ୍ପନ୍ନ, ଘଟିଲା

हुआ, संपन्न, घटा

Became, happened, completed

ପଡ଼ିଲେଣି (paḍileṇi)

ପଡ଼ିଲେଣି, ହୋଇଗଲେ, ସ୍ଥିତି

पड़िलेनी, होईगले, स्थिति

Became impatient, condition

ଡକାଇ (ḍakāi)

ଡକାଇ, ଆହ୍ଵାନ, ଗତି

डकाई, आह्वान, गति

Called, invited, movement

କହିଲେ (kahile)

କହିଲେ, ବର୍ଣନା, ଉପଦେଶ

कहा, वर्णन, उपदेश

Said, narrated, advised

ଆଉ (āu)

ଆଉ, ଅଧିକ, ସଂଖ୍ୟା

आउ, अधिक, संख्या

More, another, number

ସାତଦିନ (sātadina)

ସାତଦିନ, ୭ ଦିନ, ସମୟ

सातदिन, 7 दिन, समय

Seven days, time

ମାତ୍ର (mātra)

ମାତ୍ର, କେବଳ, ସମ୍ପର୍କ

मात्र, केवल, संबंध

Only, just, relation

ସମୟ (samaya)

ସମୟ, କାଳ, ଗତି

समय, काल, गति

Time, period, movement

ଦେଉଛି (de’uchi)

ଦେଉଛି, ଦେଉଛନ୍ତି, ପ୍ରଦାନ

देउछी, देउछंती, प्रदान

Am giving, offer, provide

ଭିତରେ (bhitare)

ଭିତରେ, ଅନ୍ତର୍ଗତ, ସ୍ଥାନ

भितरे, अंतर्गत, स्थान

Within, inside, place

ମୁଣ୍ଡ (muṇḍa)

ମୁଣ୍ଡ, ଶିର, ଅଙ୍ଗ

मुंड, शिर, अंग

Head, top, limb

ମାରିବ (māribā)

ମାରିବ, ଆଘାତ, ଗତି

मारिब, आघात, गति

Will strike, hit, movement

ନ (na)

ନ, ନାହିଁ, ବିରୋଧ

न, नहीं, विरोध

Not, no, opposition

ହେଲେ (hele)

ହେଲେ, ହୋଇଲେ, ସ୍ଥିତି

हेल, होईले, स्थिति

If, were, condition

ମୁଣ୍ଡ (muṇḍa)

ମୁଣ୍ଡ, ଶିର, ଅଙ୍ଗ

मुंड, शिर, अंग

Head, top, limb

କାଟ (kāṭa)

କାଟ, ଛେଦନ, କାମ

काट, छेदन, काम

Cut, slice, work

ହେବ (heba)

ହେବ, ସମ୍ପନ୍ନ, ଘଟିବ

होगा, संपन्न, घटेगा

Will be, will happen

ମନ (mana)

ମନ, ହୃଦୟ, ଚିନ୍ତା

मन, हृदय, चिंता

Mind, heart, thought

ଦୁଃଖ (duḥkha)

ଦୁଃଖ, କ୍ଷତି, ସ୍ଥିତି

दुख, क्षति, स्थिति

Sorrow, pain, condition

ଫେରି (pherī)

ଫେରି, ପ୍ରତିକ୍ରିୟା, ଗତି

फेरी, प्रतिक्रिया, गति

Returned, reaction, movement

ଭାଇ (bhāi)

ଭାଇ, ସହୋଦର, ସମ୍ପର୍କ

भाई, सहोदर, संबंध

Brother, sibling, relation

ମାନଙ୍କ (mānanka)

ମାନଙ୍କ, ସମ୍ମାନ, ସମ୍ପର୍କ

मानंक, सम्मान, संबंध

Honor, respect, relation

ଜଣାଇଦେଲେ (jaṇāideḷe)

ଜଣାଇଦେଲେ, ସୂଚନା, କାମ

जणाईदेले, सूचना, काम

Informed, told, work

ସମସ୍ତ (samasta)

ସମସ୍ତ, ସବୁ, ସଂଖ୍ୟା

समस्त, सबु, संख्या

All, everyone, number

ମୁହଁ (muhaṁ)

ମୁହଁ, ମୁଖ, ଅଙ୍ଗ

मुहं, मुँह, अंग

Face, mouth, limb

ଶୁଖିଗଲା (śukhigala)

ଶୁଖିଗଲା, ଶୁଷ୍କ, ସ୍ଥିତି

शुखिगला, शुष्क, स्थिति

Dried up, became dry, condition

ଘରଦ୍ଵାର (gharadwāra)

ଘରଦ୍ଵାର, ଗୃହ, ସ୍ଥାନ

घरद्वार, गृह, स्थान

Home, household, place

ଛାଡ଼ି (chhāḍi)

ଛାଡ଼ି, ତ୍ୟାଗ, ଗତି

छाड़ी, त्याग, गति

Leaving, abandoning, movement

ଲାଗି (lāgi)

ଲାଗି, ପାଇଁ, କାରଣ

लागी, पाईं, कारण

For, because, reason

ଏଡ଼େ (eḍe)

ଏଡ଼େ, ଏତେ, ସଂଖ୍ୟା

एड, एते, संख्या

So much, this much, number

ବଡ଼ (baḍa)

ବଡ଼, ମହାନ, ସମ୍ପର୍କ

बड़ा, महान, संबंध

Big, great, relation

ଖଞ୍ଜା (khañjā)

ଖଞ୍ଜା, ଖସିଯାଇଥିବା, ସ୍ଥିତି

खंजा, खसिजाइथिबा, स्थिति

Slipped, unstable, condition

ଯାଇ (yāi)

ଯାଇ, ଗମନ, ଗତି

याई, गमन, गति

Going, movement

ପାରୁନାହିଁ (pārūṇāhīṁ)

ପାରୁନାହିଁ, ଅସମ୍ଭବ, ସ୍ଥିତି

पारूणाही, असंभव, स्थिति

Cannot, impossible, condition

ପୁଅ (pu’ā)

ପୁଅ, ପୁତ୍ର, ସମ୍ପର୍କ

पुआ, पुत्र, संबंध

Son, child, relation

ହୋଇଥାଏ (hoithāe)

ହୋଇଥାଏ, ସମ୍ପନ୍ନ, ସ୍ଥିତି

होइथाए, संपन्न, स्थिति

Has become, completed

ନାଆଁ (nā’āṁ)

ନାଆଁ, ନାମ, ସମ୍ପର୍କ

नाआं, नाम, संबंध

Name, title, relation

ଦିଆ (di’ā)

ଦିଆ, ଦେବା, ଗତି

दीआ, देना, गति

Given, offered, movement

ହୋଇଥାଏ (hoithāe)

ହୋଇଥାଏ, ସମ୍ପନ୍ନ, ସ୍ଥିତି

होइथाए, संपन्न, स्थिति

Has become, completed

ଧର୍ମପଦ (dharma pada)

ଧର୍ମପଦ, ନାମ, ବ୍ୟକ୍ତি

धर्मपद, नाम, व्यक्ति

Dharmapada, name, person

ଡାକ (ḍāka)

ଡାକ, ଆହ୍ଵାନ, ଗତି

डाक, आह्वान, गति

Call, name, movement

ନାମ (nāma)

ନାମ, ପରିଚୟ, ସମ୍ପର୍କ

नाम, परिचय, संबंध

Name, identity, relation

ଧରମା (dharamā)

ଧରମା, ନାମ, ବ୍ୟକ୍ତି

धरमा, नाम, व्यक्ति

Dharama, name, person

ଯେତେବେଳେ (yetēbeḷe)

ଯେତେବେଳେ, ସମୟ, ସ୍ଥିତି

यतेबेल, समय, स्थिति

When, at that time, condition

ଅଳିକଲା (aḷikala)

ଅଳିକଲା, ଚାହିଁଲା, ଗତି

अलीकला, चाहीला, गति

Desired, wanted, movement

ଏକୁଟିଆ (ekuṭiā)

ଏକୁଟିଆ, ଏକାକୀ, ସ୍ଥାନ

एकुटिया, एकाकी, स्थान

Alone, solitary, place

ଛାଡ଼ିବା (chhāḍibā)

ଛାଡ଼ିବା, ତ୍ୟାଗ, ଗତି

छाड़िबा, त्याग, गति

To leave, abandon, movement

ମାଆ (mā’ā)

ମାଆ, ମାତା, ସମ୍ପର୍କ

माआ, माता, संबंध

Mother, mom, relation

ପ୍ରଥମେ (prathamē)

ପ୍ରଥମେ, ପ୍ରଥମ, ସମ୍ପର୍କ

प्रथमे, प्रथम, संबंध

First, initially, relation

ଅମଙ୍ଗ (amaṅga)

ଅମଙ୍ଗ, ଅସମ୍ମତ, ସ୍ଥିତି

अमंग, असम्मत, स्थिति

Unwilling, reluctant, condition

ହେଉଥିଲେ (heuthile)

ହେଉଥିଲେ, ସମ୍ପନ୍ନ, ସ୍ଥିତି

हेउथिले, संपन्न, स्थिति

Were, happened, condition

ମନା (manā)

ମନା, ବାରଣ, କାମ

मना, बारण, काम

Refused, prohibited, work

କରି (kari)

କରୁଛି, କାମ, ଗତି

करी, काम, गति

Doing, work, movement

ପାରିଲେ (pārile)

ପାରିଲେ, ସକ୍ଷମ, ସମ୍ପନ୍ନ

पारीले, सक्षम, संपन्न

Could, capable, completed

ନାହିଁ (nāhīṁ)

ନାହିଁ, ନୁହେଁ, ବିରୋଧ

नहीं, नुहे, विरोध

Not, no, opposition

ଜିଗର (jigara)

ଜିଗର, ହୃଦୟ, ଅଙ୍ଗ

जिगर, हृदय, अंग

Heart, courage, limb

ଦେଖି (dekhi)

ଦେଖୁଛି, ଅନୁଭବ, ଦର୍ଶନ

देख रहा है, अनुभव, दर्शन

Seeing, experiencing, viewing

କୋଣାର୍କ (kōṇārka)

କୋଣାର୍କ, ସ୍ଥାନ, ନାମ

कोणार्क, स्थान, नाम

Konark, place, name

ଗଲା (gala)

ଗଲା, ଗତି, ସମ୍ପନ୍ନ

गला, गति, संपन्न

Went, movement, completed

ଠାବ (ṭhāba)

ଠାବ, ସ୍ଥାନ, ଚିହ୍ନ

ठाब, स्थान, चिह्न

Place, location, mark

କଲା (kala)

କଲା, କରିଲା, କାମ

किया, कर लिया, काम

Did, performed, work

ଆନନ୍ଦ (ānanda)

ଆନନ୍ଦ, ଖୁସି, ସୁଖ

आनंद, खुसी, सुख

Joy, happiness, pleasure

କୁଣ୍ଢାଇ (kuṇḍhāi)

କୁଣ୍ଢାଇ, ଆଲିଙ୍ଗନ, ଗତି

कुंडाई, आलिंगन, गति

Embraced, hugged, movement

ପକାଇଲେ (pakāile)

ପକାଇଲେ, ଲଗାଇଲେ, କାମ

पकाईले, लगाईले, काम

Applied, put, work

ସୁଖ (sukha)

ସୁଖ, ଆନନ୍ଦ, ସ୍ଥିତି

सुख, आनंद, स्थिति

Happiness, joy, condition

କାରଣ (kāraṇa)

କାରଣ, କାରଣ, ସମ୍ପର୍କ

कारण, कारण, संबंध

Reason, cause, relation

ପଚାରି (pacāri)

ପଚାରି, ପ୍ରଶ୍ନ, ଗତି

पूछरी, प्रश्न, गति

Asked, questioned, movement

ବୁଝିଲା (bujhila)

ବୁଝିଲା, ବୁଝିଲେ, ଅନୁଭବ

बुझीला, बुझीले, अनुभव

Understood, realized

ରାତି (rāti)

ରାତି, ରାତ୍ର, ସମୟ

राती, रात्र, समय

Night, evening, time

ପାହିଲେ (pāhile)

ପାହିଲେ, ପୂର୍ବ, ଗତି

पाहिले, पूर्व, गति

Before, earlier, movement

ସହିତ (sahita)

ସହିତ, ସହ, ସମ୍ପର୍କ

सहित, सह, संबंध

With, along, relation

ବିକଳ (bikaḷa)

ବିକଳ, ଉଦ୍‌ବିଗ୍ନ, ସ୍ଥିତି

बिकल, उद्विग्न, स्थिति

Distressed, agitated, condition

ହୋଇ (hoi)

ହୋଇଲେ, ସମ୍ପନ୍ନ, ଘଟିଲା

हुआ, संपन्न, घटा

Became, happened, completed

ଉଠିଲା (uṭhilā)

ଉଠିଲା, ଉଦୟ, ଗତି

उठीला, उदय, गति

Rose, ascended, movement

କୁଳ (kūḷa)

କୁଳ, ବଂଶ, ସମ୍ପର୍କ

कूल, वंश, संबंध

Family, lineage, relation

ପିଲା (piḷā)

ପିଲା, ଶିଶୁ, ବ୍ୟକ୍ତି

पिला, शिशु, व्यक्ति

Child, kid, person

ଜଣା (jaṇā)

ଜଣା, ଜାଣୁଛି, ଅନୁଭବ

जान, जानता है, अनुभव

Knows, understanding

ଥିଲା (thilā)

ଥିଲା, ଅଛି, ସ୍ଥିତି

थिला, अछी, स्थिति

Was, existed, condition

ସାହସ (sāhasa)

ସାହସ, ବଳ, ଗୁଣ

साहस, बल, गुण

Courage, bravery, quality

ହେଲା (helā)

ହେଲା, ହୋଇଲା, ସମ୍ପନ୍ନ

हेला, होईला, संपन्न

Was, became, completed

ଅନୁମତି (anumati)

ଅନୁମତି, ସମ୍ମତି, ସମ୍ପର୍କ

अनुमति, सम्मति, संबंध

Permission, consent, relation

ନେଇ (nei)

ନେଇ, ଗ୍ରହଣ, ଗତି

नेई, ग्रहण, गति

Taking, accepting, movement

ଚୂଳ (chūḷa)

ଚୂଳ, ଶୃଙ୍ଗ, ସ୍ଥାନ

चूल, शृंग, स्थान

Top, peak, place

ଉଠିଲା (uṭhilā)

ଉଠିଲା, ଉଦୟ, ଗତି

उठीला, उदय, गति

Rose, ascended, movement

ରାତାରାତି (rātā rāti)

ରାତାରାତି, ରାତ୍ରେ, ସମୟ

राताराती, रात्र में, समय

Overnight, at night, time

ମାପଚୁପ (māpachupa)

ମାପଚୁପ, ମାପ କରିବା, କାମ

मापचुप, माप करना, काम

Measurement, work

ଦେଲା (deḷā)

ଦେଲା, ଦେଇଲା, ପ୍ରଦାନ

देला, दे दिया, प्रदान

Gave, offered, provided

ସକାଳ (sakāla)

ସକାଳ, ପ୍ରଭାତ, ସମୟ

सकाल, प्रभात, समय

Morning, dawn, time

ହେବା (hebā)

ହେବା, ସମ୍ପନ୍ନ, ଗତି

हेबा, संपन्न, गति

Becoming, happening, movement

ଆଗରୁ (āgaru)

ଆଗରୁ, ପୂର୍ବରୁ, ସମୟ

आगरु, पूर्व से, समय

Before, earlier, time

ଦେଖାଗଲା (dekhāgala)

ଦେଖାଗଲା, ଦର୍ଶନ, ସ୍ଥିତି

देखागला, दर्शन, स्थिति

Was seen, appeared, condition

ଶେଷ (śeṣa)

ଶେଷ, ସମାପ୍ତ, ସ୍ଥିତି

शेष, समाप्त, स्थिति

End, conclusion, condition

ଫାଟି (phāṭi)

ଫାଟି, ଖୁସି, ଗତି

फाटी, खुसी, गति

Bursting, joy, movement

ପଡ଼ିଲେ (paḍile)

ପଡ଼ିଲେ, ଗତି, ସ୍ଥିତି

पड़िले, गति, स्थिति

Fell, movement, condition

କୋଳ (kōḷa)

କୋଳ, କୋଳାହଳ, ସ୍ଥାନ

कोल, कोलाहल, स्थान

Lap, embrace, place

ନେଇ (nei)

ନେଇ, ଗ୍ରହଣ, ଗତି

नेई, ग्रहण, गति

Taking, accepting, movement

ଜାଣିବେ (jāṇibe)

ଜାଣିବେ, ଜାଣିବ, ଅନୁଭବ

जानिबे, जानिब, अनुभव

Will know, understanding

ବଢ଼େଇ (baḍhe’i)

ବଢ଼େଇ, ବୃଦ୍ଧି, ସମ୍ପର୍କ

बढ़ई, वृद्धि, संबंध

Craftsmen, increase, relation

ଯାହା (yāhā)

ଯାହା, ଯେଉଁ, ସ୍ଥାନ

याहा, जिस, स्थान

Which, that, place

କରିପାରିଲେ (karipārile)

କରିପାରିଲେ, ସକ୍ଷମ, କାମ

करिपारीले, सक्षम, काम

Could do, capable, work

ନାହିଁ (nāhīṁ)

ନାହିଁ, ନୁହେଁ, ବିରୋଧ

नहीं, नुहे, विरोध

Not, no, opposition

ସାମାନ୍ୟ (sāmānya)

ସାମାନ୍ୟ, ସାଧାରଣ, ଗୁଣ

सामान्य, साधारण, गुण

Ordinary, common, quality

କରିଦେଇଛି (karide’ichi)

କରିଦେଇଛି, କରିଛି, କାମ

करिदेइछी, करीछी, काम

Has done, work

ନିଶ୍ଚୟ (niścaya)

ନିଶ୍ଚୟ, ନିଶ୍ଚିତ, ସମ୍ପର୍କ

निश्चय, निश्चित, संबंध

Surely, certain, relation

ଆଦେଶ (ādeśa)

ଆଦେଶ, ନିର୍ଦ୍ଦେଶ, କାମ

आदेश, निर्देश, काम

Order, command, work

ଦେବେ (debe)

ଦେବେ, ଦିଅନ୍ତୁ, ପ୍ରଦାନ

देбе, दीअंतु, प्रदान

Will give, offer, provide

ତେଣୁ (teṇu)

ତେଣୁ, ତେଣେ, କାରଣ

तेणु, तेने, कारण

Therefore, hence, reason

ତୁମ (tuma)

ତୁମ, ତୁମେ, ସମ୍ପର୍କ

तुम, तुमे, संबंध

You, your, relation

ସ୍ଥିର (sthirā)

ସ୍ଥିର, ନିଶ୍ଚିତ, ସ୍ଥିତି

स्थिर, निश्चित, स्थिति

Firm, certain, condition

କରିବା (karibā)

କରିବା, କର୍ମ, ଗତି

करिबा, कर्म, गति

To do, work, movement

ହେବ (heba)

ହେବ, ସମ୍ପନ୍ନ, ଘଟିବ

होगा, संपन्न, घटेगा

Will be, will happen

ଦାୟ (dāya)

ଦାୟ, ଦାୟିତ୍ବ, ସମ୍ପର୍କ

दाय, दायित्व, संबंध

Responsibility, duty, relation

ବଡ଼ (baḍa)

ବଡ଼, ମହାନ, ସମ୍ପର୍କ

बड़ा, महान, संबंध

Big, great, relation

ଦ୍ବନ୍ଦ୍ବ (dbandba)

ଦ୍ବନ୍ଦ୍ବ, ସଂଘର୍ଷ, ସ୍ଥିତି

द्वंद्व, संघर्ष, स्थिति

Dilemma, conflict, condition

ପଡ଼ିଲେ (paḍile)

ପଡ଼ିଲେ, ଗତି, ସ୍ଥିତି

पड़िले, गति, स्थिति

Fell, movement, condition

ମରିବେ (maribe)

ମରିବେ, ମୃତ୍ୟୁ, ଗତି

मरिबे, मृत्यु, गति

Will die, death, movement

ଭଲ (bhala)

ଭଲ, ଉତ୍ତମ, ଗୁଣ

भल, उत्तम, गुण

Good, well, quality

ନୁହେଁ (nuheṁ)

ନୁହେଁ, ନାହିଁ, ବିରୋଧ

नुहे, नहीं, विरोध

Is not, no, opposition

ଛୋଟିଆ (chhōṭiā)

ଛୋଟିଆ, କ୍ଷୁଦ୍ର, ଗୁଣ

छोटिया, क्षुद्र, गुण

Small, little, quality

ବଞ୍ଚିରହି (bañchirahi)

ବଞ୍ଚିରହି, ଜୀବିତ, ଗତି

बंचिरही, जीवित

To live, alive, movement

କି (ki)

କି, କ’ଣ, ପ୍ରଶ୍ନ

की, क्या, प्रश्न

What, which, question

ଲାଭ (lābha)

ଲାଭ, ଉପକାର, ସମ୍ପର୍କ

लाभ, उपकार, संबंध

Benefit, profit, relation

ପଛେ (pachhe)

ପଛେ, ପରେ, ସମୟ

पछे, बाद, समय

After, later, time

ଯାଉ (yāu)

ଯାଉ, ଗମନ, ଗତି

याउ, गमन, गति

Go, movement

ଜୀବନ (jībana)

ଜୀବନ, ଆୟୁ, ସମୟ

जीवन, आयु, समय

Life, age, time

ରହୁ (rahu)

ରହୁ, ବଞ୍ଚ, ଗତି

रहु, बंच, गति

Let live, stay, movement

ଜାଣନ୍ତୁ (jāṇantu)

ଜାଣନ୍ତୁ, ଜାଣିବେ, ଅନୁଭବ

जानंतु, जानिबे, अनुभव

Let them know, understanding

ଲୁହ (luha)

ଲୁହ, ଆନ୍ସୁ, ଦ୍ରବ୍ୟ

लुह, आंसू, द्रव्य

Tear, water, material

ଝରିଗଲା (jharigala)

ଝରିଗଲା, ପଡ଼ିଗଲା, ଗତି

झरिगला, पड़िगला, गति

Fell, dropped, movement

ପୋଛି (pōchi)

ପୋଛି, ଶୁଦ୍ଧ, ଗତି

पोंची, शुद्ध, गति

Wiped, cleaned, movement

ଦେଇ (dei)

ଦେଇଲେ, ପ୍ରଦାନ, ଗତି

देइ, प्रदान, गति

Giving, offering, movement

ଜନ୍ମ (janma)

ଜନ୍ମ, ଜାତ, ସମୟ

जन्म, जात, समय

Birth, origin, time

ହେଲେ (hele)

ହେଲେ, ହୋଇଲେ, ସ୍ଥିତି

हेल, होईले, स्थिति

If, were, condition

ଦିନେ (dine)

ଦିନେ, ସମୟ, ଦିନ

दिन में, समय, दिन

One day, time, day

ମରିବା (maribā)

ମରିବା, ମୃତ୍ୟୁ, ଗତি

मरिबा, मृत्यु, गति

To die, death, movement

ମହତ (mahata)

ମହତ, ମହାନ, ଗୁଣ

महत, महान, गुण

Great, significant, quality

କାର୍ଯ୍ୟ (kāryya)

କାର୍ଯ୍ୟ, କାମ, କାରଣ

कार्य, काम, कारण

Work, task, reason

ଦେବା (debā)

ଦେବା, ପ୍ରଦାନ, ଗତି

देबा, प्रदान, गति

Giving, offer, movement

କେତେ (kete)

କେତେ, କିପରି, ସଂଖ୍ୟା

कितना, किपरी, संख्या

How much, how, number

ଜଣଙ୍କ (jaṇanka)

ଜଣଙ୍କ, ଲୋକ, ସମ୍ପର୍କ

जणंक, लोग, संबंध

Of people, relation

ଭାଗ୍ୟ (bhāgya)

ଭାଗ୍ୟ, ସୌଭାଗ୍ୟ, ଗୁଣ

भाग्य, सौभाग्य, गुण

Fortune, luck, quality

ଘଟେ (ghaṭe)

ଘଟେ, ଘଟୁଛି, ଗତି

घट

 

 

ସାରାଂଶ

ଏହି କାହାଣୀ ପ୍ରାୟ ଆଠଶହ ବର୍ଷ ପୂର୍ବେ ଓଡ଼ିଶାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଅଧୀନରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ଓ ଏକ ବାର ବର୍ଷର ବାଳକ ଧର୍ମପଦର ଅସାଧାରଣ ତ୍ୟାଗର ବର୍ଣ୍ଣନା କରେ। ରାଜାଙ୍କ ଆଦେଶରେ ବାରଶହ ଉତ୍କୃଷ୍ଟ କାରିଗର ଚନ୍ଦ୍ରଭାଗା ନଦୀ ମୁହାଣରେ ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ମନ୍ଦିରଟି ରଥ ଆକାରରେ ନିର୍ମିତ ହୋଇଥିଲା, ଯେଉଁଥିରେ ସାତଟି ପଥର ଘୋଡ଼ା ଓ ସୂର୍ଯ୍ୟଙ୍କ ପ୍ରତିମା ସ୍ଥାପନ କରାଯାଇଥିଲା। ମନ୍ଦିରର ନିର୍ମାଣରେ ଓଡ଼ିଶାର ବାର ବର୍ଷର ରାଜସ୍ଵ ଖର୍ଚ୍ଚ ହୋଇଥିଲା। ମନ୍ଦିରର କାନ୍ଥରେ ଗଛଲତା, ଫୁଲଫଳ, ଜୀବଜନ୍ତୁ ଓ ଦେବଦେବୀଙ୍କ ମୂର୍ତି ଖୋଦିତ ହୋଇଥିଲା।

କିନ୍ତୁ ମନ୍ଦିରର ଶୀର୍ଷରେ ଦଧିନଉତି (ମନ୍ଦିରର ଚୂଳ) ସ୍ଥାପନ କରିବାରେ କାରିଗରମାନେ ବିଫଳ ହେଉଥିଲେ। ମୁଖ୍ୟ କାରିଗର ବିଶୁ ମହାରଣା ଅନେକ ଚେଷ୍ଟା କରିଥିଲେ, କିନ୍ତୁ ଦଧିନଉତି ବାରମ୍ବାର ଖସି ପଡୁଥିଲା। ରାଜା ଅଧୀର ହୋଇ ବିଶୁଙ୍କୁ ସାତ ଦିନର ଅବଧି ଦେଇ କହିଥିଲେ ଯେ, ଯଦି ଦଧିନଉତି ସ୍ଥାପନ ନ ହୁଏ, ତେବେ ବାରଶହ କାରିଗରଙ୍କ ମୁଣ୍ଡ କାଟି ଦିଆଯିବ। ଏହା ଶୁଣି କାରିଗରମାନେ ନିରାଶ ହୋଇ ପଡ଼ିଥିଲେ।

ଏହି ସମୟରେ ବିଶୁ ମହାରଣାଙ୍କର ବାର ବର୍ଷର ପୁଅ ଧର୍ମପଦ (ଧରମା) ବାପାଙ୍କୁ ଦେଖିବାକୁ କୋଣାର୍କ ଆସି ପହଞ୍ଚିଥିଲା। ବାପାଙ୍କ ଦୁଃଖର କାରଣ ଜାଣି ଧରମା, ଯିଏ କାରିଗର କୁଳରେ ଜନ୍ମ ହୋଇ କାରିଗରୀ ବିଦ୍ୟା ଶିଖିଥିଲା, ଦଧିନଉତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲା। ରାତାରାତି ସେ ମନ୍ଦିର ଚୂଳରେ ଉଠି ମାପଚୁପ କରି ଦଧିନଉତି ସ୍ଥାପନ କରି ଦେଇଥିଲା, ଯାହା ଫଳରେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା।

ବିଶୁ ମହାରଣା ପୁଅର କାର୍ଯ୍ୟ ଦେଖି ଆନନ୍ଦିତ ହୋଇଥିଲେ, କିନ୍ତୁ ଅନ୍ୟ କାରିଗରମାନେ ଚିନ୍ତା ପ୍ରକାଶ କରିଥ ିଲେ ଯେ ରାଜା ଜାଣିଲେ ବାରଶହ କାରିଗରଙ୍କ ବଦଳରେ ଏକ ବାଳକର କାର୍ଯ୍ୟକୁ ଗ୍ରହଣ କରି ସେମାନଙ୍କୁ ଶାସ୍ତି ଦେଇପାରନ୍ତି। ବିଶୁ ମହାରଣା ଦ୍ୱନ୍ଦ୍ୱରେ ପଡ଼ିଥିଲେ, କିନ୍ତୁ ଧରମା ବାପାଙ୍କୁ ବୁଝାଇ କହିଥିଲା ଯେ ତା’ର ଜୀବନ ଅପେକ୍ଷା ବାରଶହ କାରିଗରଙ୍କ ଜୀବନ ଅଧିକ ମୂଲ୍ୟବାନ। ସେ ରାଜାଙ୍କୁ ନିଜର କୃତିତ୍ୱ ଜଣାଇବାକୁ ମନା କରିଥିଲା।

ଧରମା ବାପାଙ୍କୁ ସାନ୍ତ୍ୱନା ଦେଇ କହିଥିଲା ଯେ ମହତ୍ କାର୍ଯ୍ୟ ପାଇଁ ଜୀବନ ଦେବା ଏକ ସୌଭାଗ୍ୟ। ସେ ବାପାଙ୍କୁ ତାଙ୍କ ମାଆଙ୍କୁ ଜଣାଇବାକୁ କହିଥିଲା ଯେ ତାଙ୍କ ପୁଅ ଜାତି ପାଇଁ ଜୀବନ ଦେଇଛି। ଏହା କହି ସୂର୍ଯ୍ୟୋଦୟ ପୂର୍ବରୁ ଧରମା ମନ୍ଦିର ଉପରୁ ଚନ୍ଦ୍ରଭାଗା ନଦୀରେ ଝାସ ଦେଇ ନିଜ ଜୀବନ ଦେଇଥିଲା। ଆଜି ଧର୍ମପଦ ନାହାନ୍ତି, କୋଣାର୍କ ମନ୍ଦିର ମଧ୍ୟ ଭଗ୍ନ ଅବସ୍ଥାରେ, କିନ୍ତୁ ଧର୍ମପଦର ତ୍ୟାଗ ଓ ଦେଶପ୍ରେମ ଚିରସ୍ମରଣୀୟ ହୋଇ ରହିଛି। ଏହା ପାଇଁ ସମସ୍ତେ କହନ୍ତି, “ସାନ ସିନା, ଦାନ ତା’ ମହାନ।”

सारांश

यह कहानी लगभग आठ सौ वर्ष पहले ओड़िशा के राजा लांगुला नरसिंह देव के शासनकाल में कोणार्क सूर्य मंदिर के निर्माण और बारह वर्षीय बालक धर्मपद के असाधारण बलिदान की गाथा है। राजा के आदेश पर बारह सौ श्रेष्ठ कारीगरों ने चंद्रभागा नदी के मुहाने पर सूर्य मंदिर का निर्माण शुरू किया। मंदिर रथ के आकार में बनाया गया, जिसमें सात पत्थर के घोड़े और सूर्य की प्रतिमा स्थापित की गई। मंदिर के निर्माण में ओड़िशा के बारह वर्षों का राजस्व खर्च हुआ। मंदिर की दीवारों पर पेड़-पौधे, फूल-फल, जीव-जंतु और देवी-देवताओं की मूर्तियाँ उकेरी गईं।

लेकिन मंदिर के शीर्ष पर दधिनौति (मंदिर का कलश) स्थापित करने में कारीगर असफल हो रहे थे। मुख्य कारीगर बिशु महारणा ने अनेक प्रयास किए, पर दधिनौति बार-बार गिर जाती थी। अधीर होकर राजा ने बिशु को सात दिन की मोहलत दी और कहा कि यदि दधिनौति स्थापित न हुई, तो बारह सौ कारीगरों का सिर काट दिया जाएगा। यह सुनकर कारीगर निराश हो गए।

इसी समय बिशु महारणा का बारह वर्षीय पुत्र धर्मपद (धरमा) अपने पिता से मिलने कोणार्क आया। पिता की चिंता का कारण जानकर धर्मपद, जो कारीगर कुल में जन्मा और कारीगरी की विद्या जानता था, ने दधिनौति स्थापित करने का निर्णय लिया। रातोंरात वह मंदिर के शीर्ष पर चढ़ा और सटीक माप के साथ दधिनौति स्थापित कर मंदिर निर्माण को पूर्ण किया।

बिशु महारणा पुत्र के कार्य से आनंदित हुए, लेकिन अन्य कारीगरों ने चिंता जताई कि राजा को पता चलेगा कि बारह सौ कारीगर जो न कर सके, वह एक बालक ने कर दिखाया, तो वे उन्हें दंड दे सकते हैं। बिशु महारणा दुविधा में पड़ गए। धर्मपद ने पिता को समझाया कि उसका जीवन बारह सौ कारीगरों के जीवन से अधिक मूल्यवान नहीं है। उसने राजा को अपने योगदान के बारे में न बताने को कहा।

धर्मपद ने पिता को सांत्वना देते हुए कहा कि महान कार्य के लिए जीवन देना सौभाग्य है। उसने अपनी माँ को यह बताने को कहा कि उनका पुत्र राष्ट्र के लिए बलिदान हुआ। यह कहकर सूर्योदय से पहले वह मंदिर के शीर्ष से चंद्रभागा नदी में कूद गया और अपने प्राण दे दिए। आज धर्मपद नहीं है, कोणार्क मंदिर भी खंडहर हो चुका है, लेकिन धर्मपद का त्याग और देशप्रेम अमर है। इसलिए सभी कहते हैं, “सान सिना, दान ता’ महान।”

English

This story recounts the construction of the Konark Sun Temple approximately eight hundred years ago under King Langula Narasimha Deva of Odisha and the extraordinary sacrifice of a twelve-year-old boy named Dharmapada. On the king’s orders, twelve hundred skilled artisans gathered at the mouth of the Chandrabhaga River to build a magnificent temple dedicated to the Sun God. The temple, designed in the shape of a chariot, featured seven stone horses and a statue of the Sun God, positioned to receive the first rays of the rising sun. The construction consumed twelve years of Odisha’s revenue, and the temple’s walls were adorned with intricate carvings of flora, fauna, animals, and deities.

However, the artisans faced a persistent challenge: they could not successfully install the dadhinouti (the temple’s crowning spire). Despite numerous attempts, the chief artisan, Bishnu Maharana, failed to secure it, as it kept falling. Frustrated, the king issued an ultimatum, giving Bishnu seven days to complete the task, failing which all twelve hundred artisans would be beheaded. This decree left the artisans disheartened.

At this juncture, Bishnu Maharana’s twelve-year-old son, Dharmapada (Dharma), arrived at Konark to meet his father. Learning of the crisis, Dharmapada, born into an artisan family and skilled in craftsmanship, resolved to take on the challenge. With his father’s permission, he climbed to the temple’s summit and, through precise measurements, successfully installed the dadhinouti overnight, completing the temple’s construction.

Bishnu Maharana was overjoyed by his son’s achievement, but the other artisans feared that the king, upon learning that a boy had accomplished what they could not, might punish them. Bishnu was torn between saving his son or the twelve hundred artisans. Dharmapada, overhearing this, told his father that his life was less valuable than those of the artisans. He urged Bishnu not to reveal his role to the king.

Consoling his father, Dharmapada said that sacrificing his life for a noble cause was a rare privilege. He asked his father to inform his mother that her son had given his life for the nation. Before sunrise, without hesitation, Dharmapada climbed to the temple’s top and leapt into the Chandrabhaga River, sacrificing his life. Today, Dharmapada is no more, and the Konark Temple lies in ruins, but his selfless act and patriotism remain etched in history. Hence, it is said, “Small in age, great in sacrifice” (San Sina, Dan Ta’ Mahan).

ଅଭ୍ୟାସ

୧. ଆସ ଠିକ୍ ଉତ୍ତରଟି ବାଛିବା ଏବଂ ତା ପାଖରେ (✔️) ଚିହ୍ନ ଦେବା

(କ) ରାଜା ନରସିଂହ ଦେବ କାହାର ପୂଜା ପାଇଁ ମନ୍ଦିରଟିଏ ତୋଳାଇବାକୁ ଚାହିଁଲେ?

(୧) ଶିବଙ୍କ ପୂଜା ପାଇଁ

(୨) ସୂର୍ଯ୍ୟଙ୍କ ପୂଜା ପାଇଁ

(୩) କୃଷ୍ଣଙ୍କ ପୂଜା ପାଇଁ

(୪) ଚନ୍ଦ୍ରଙ୍କ ପୂଜା ପାଇଁ

ଉତ୍ତର – (୨) ସୂର୍ଯ୍ୟଙ୍କ ପୂଜା ପାଇଁ ✔️

(ଖ) ମନ୍ଦିରଟି କେଉଁଠି ତୋଳା ହେଲା?

(୧) ମହାନଦୀ ମୁହାଣରେ

(୨) ଚନ୍ଦ୍ରଭାଗା ମୁହାଣରେ

(୩) ବ୍ରାହ୍ମଣୀ କୂଳରେ

(୪) ବୈତରଣୀ କୂଳରେ

ଉତ୍ତର – (୨) ଚନ୍ଦ୍ରଭାଗା ମୁହାଣରେ ✔️

(ଗ) ମନ୍ଦିରଟିର ଆକାର କିପରି?

(୧) ଘୋଡ଼ା ପରି

(୨) ବିମାନ ପରି

(୩) ରଥ ପରି

(୪) ଦୁର୍ଗ ପରି

ଉତ୍ତର – (୩) ରଥ ପରି ✔️

(ଘ) କାହା ପାଇଁ ଧରମା ଜୀବନ ଦେଲା?

(୧) ଲୋକମାନଙ୍କ ପାଇଁ

(୨) ରାଜାଙ୍କ ପାଇଁ

(୩) ଜାତିଭାଇଙ୍କ ପାଇଁ

(୪) ବାପାଙ୍କ ପାଇଁ

ଉତ୍ତର – (୩) ଜାତିଭାଇଙ୍କ ପାଇଁ ✔️

(ଙ) ‘ବାରଶହ ବଢ଼େଇରେ ଦାୟ ନା ପୁଅରେ ଦାୟ’, କିଏ କହିଥିଲେ ଏ କଥା?

(୧) ରାଜା

(୨) ଧରମା

(୩) ବାରଶହ ବଢ଼େଇ

(୪) ବିଶୁ ମହାରଣା

ଉତ୍ତର – ବାରଶହ ବଢ଼େଇ ✔️

୨. ‘‘ସାନ ସିନା ଦାନ ତା’ ମହାନ’’।

(କ) ଏ କଥା କିଏ କହନ୍ତି?

ଉତ୍ତର – ଏବେ ବି ସମସ୍ତେ କହୁଛନ୍ତି।

(ଖ) କାହାକୁ ସାନ ବୋଲି କୁହାଯାଇଛି?

ଉତ୍ତର – ବିଶୁ ମହାରଣାଙ୍କ ପୁଅ ଧରମାକୁ ସାନ ବୋଲି କୁହାଯାଇଛି।

(ଗ) ସାନ ପିଲାଟିର ମହାନ୍ ଦାନଟି କ’ଣ?

ଉତ୍ତର – ଧରମା ଜାତି ଓ କାରିଗରଙ୍କ ପାଇଁ ନିଜ ଜୀବନ ଦାନ କରିଥିଲା, ଏହା ତା’ର ମହାନ୍ ଦାନ ଥିଲା।



୩. ଆସ ଆମେ ନିଜେ ନରସିଂହ ଦେବ, ବିଶୁ ମହାରଣା ଓ ଧରମା ହୋଇ ସେମାନେ ଏଇ ଗଳ୍ପରେ ଯାହା କହିଛନ୍ତି, ତାହା ଅଭିନୟ କରିବା

ଉତ୍ତର – ଛାତ୍ରମାନେ ଶିକ୍ଷକଙ୍କ ନିର୍ଦେଶାନୁସାରେ କରିବେ

୪. ତଳେ କହିଥିବା କଥାକୁ କିଏ କହିଛନ୍ତି? କାହିଁକି କହିଛନ୍ତି?

(କ) “ମୁଁ ସାତ ଦିନ ସମୟ ଦେଉଛି”

ଉତ୍ତର – କିଏ: ରାଜା ନରସିଂହ ଦେବ।

କାହିଁକି: ମନ୍ଦିରର ଦଧିନଉତି ବସାଇବା ପାଇଁ ସମୟ ସୀମା ଦେଇଥିଲେ, ନହେଲେ କାରିଗରଙ୍କୁ ଦଣ୍ଡ ଦେବାକୁ କହିଲେ।

(ଖ) “ତୁ ଆଜି ଆମର ମାନ ରଖିଦେଲୁ”

ଉତ୍ତର – କିଏ: ବିଶୁ ମହାରଣା।

କାହିଁକି: ଧରମା ମନ୍ଦିରର ଦଧିନଉତି କାର୍ଯ୍ୟ ଶେଷ କରି କାରିଗରଙ୍କର ମାନ ରଖି ଥିଲା।

(ଗ) “ମହତ କାର୍ଯ୍ୟରେ ଜୀବନ ଦେବା କେତେଜଣଙ୍କ ଭାଗ୍ୟରେ ଘଟେ?”

ଉତ୍ତର – କିଏ: ଧରମା।

କାହିଁକି: ନିଜ ବାପାଙ୍କ ଚିନ୍ତାକୁ ଦୂର କରି ଜାତି ପାଇଁ ଜୀବନ ଦେବାର ମହତ୍ତ୍ୱ ବୁଝାଇଥିଲା।

(ଘ) “ସେ ନିଶ୍ଚୟ ଆମ୍ଭମାନଙ୍କର ମୁଣ୍ଡ କାଟପାଇଁ ଆଦେଶ ଦେବେ।”

ଉତ୍ତର – କିଏ: ଅନ୍ୟ କାରିଗରମାନେ।

କାହିଁକି: ଧରମାଙ୍କ କାମ ଜାଣି ରାଜା କାରିଗରଙ୍କୁ ଦଣ୍ଡ ଦେବା ଭୟରେ ଏକଥା କହିଥିଲେ।

 

୫. ଚିତ୍ରଟିକୁ ଦେଖି ତଳ ଶବ୍ଦଗୁଡ଼ିକୁ ବ୍ୟବହାର କରି ମନ୍ଦିର ବିଷୟରେ ପାଞ୍ଚ ଧାଡ଼ି ଲେଖ।

(ମୁଖଶାଳା, ମୁହାଣ, ମୁଣ୍ଡି, ଝଲମଲ, ପ୍ରତିମା)

ମୁଖଶାଳାରେ ଦେବାଦେବୀଙ୍କ ମୂର୍ତ୍ତି ଅଛି।

ମୁହାଣରେ ଚନ୍ଦ୍ରଭାଗା ନଦୀ ମନ୍ଦିରକୁ ସୁନ୍ଦର କରୁଛି।

ଧରମା କୋଣାର୍କ ମନ୍ଦିରର ମୁଣ୍ଡି ମାରିଥିଲା।

ମନ୍ଦିରର ସୁନ୍ଦରତା ଝଲମଲ କରି ଚମକୁଥିଲା।

ସୂର୍ଯ୍ୟଙ୍କର ପ୍ରତିମା ମନ୍ଦିରର ମୁଖ୍ୟ ସୌନ୍ଦର୍ଯ୍ୟ ଅଟେ।

୬. ମୂଷାଟି କାହାକୁ କେଉଁ ବେଲୁନ୍‌ ଦେଲେ, ସେ ଗୋଟିଏ ଲେଖାଏଁ ଉପଯୁକ୍ତ ଯୋଡ଼ା ଶବ୍ଦ ପାଇବ?

ଯେପରି – ନଦୀ ନାଳ

ଫୁଲ ଫଳ

ଜୀବ ଜନ୍ତୁ

ହାତୀ ଘୋଡ଼ା

ବିଦ୍ୟା ବୁଦ୍ଧି

୭. ଯେଉଁ ଶବ୍ଦ ତଳେ ଗାର ଅଛି ତାକୁ ଲଗାଇ ନୂଆ ବାକ୍ୟଟିଏ କହ ଓ ଲେଖ

(କ) ସେତେବେଳେ ସିମେଣ୍ଟ ନ ଥାଏ।

ଏବେ ତ ରବି କଟକ ଯାଇ ପାରିବ।

(ଖ) ତଥାପି ମନ୍ଦିରଟି ସଂପୂର୍ଣ୍ଣ ହେଉ ନ ଥାଏ।

ସେ ଅଫିସର ହେଇ ଯାଇଛି ତଥାପି ତା’ର ଗର୍ବ ହୋଇ ନାହିଁ। 

(ଗ) ତାକୁ ମଧ୍ୟ କାରିଗରୀ ବିଦ୍ୟା ଜଣାଥିଲା।

ସୁଧୀର ମଧ୍ୟ ଭଲ ଗୀତ ଗାଇ ପାରେ।

୮. ମନ୍ଦିରର ନାମ           ଯିଏ ତୋଳାଇଥିଲେ

ଯେପରି – କୋଣାର୍କ ମନ୍ଦିର – ନରସିଂହ ଦେବ

ସେହିପରି – ଜଗନ୍ନାଥ ମନ୍ଦିର – ଅନନ୍ତବର୍ମାନ ଚୋଡ଼ଗଙ୍ଗ ଦେବ

      ଲିଙ୍ଗରାଜ ମନ୍ଦିର – ଯୟାତି କେଶରୀ

 

୯. ତୁମକୁ ଏଇ ଗପରେ କାହା କଥା ଭଲ ଲାଗୁଛି ଓ କାହିଁକି ଭଲ ଲାଗୁଛି ଲେଖ।

ଉତ୍ତର – ମୋତେ ଧରମାର କଥା ଭଲ ଲାଗୁଛି, କାରଣ ସେ ଛୋଟ ହୋଇଥିଲେ ମଧ୍ୟ ଜାତି ପାଇଁ ନିଜ ଜୀବନ ଦେଇଥିଲା। ତା’ର ସାହସ ଓ ବଳିଦାନ ମୋତେ ପ୍ରୋତ୍ସାହିତ କରେ।

 

୧୦. ଧରମା ଜାତି ପାଇଁ, ଦେଶପାଇଁ ଜୀବନ ଦେଲାତୁମେ ଦେଶପାଇଁ କ’ଣ କରିବାକୁ ଚାହୁଁଛ ଲେଖ।

ମୁଁ ଦେଶପାଇଁ –

ପରିବେଶ ସୁରକ୍ଷା କରିବାକୁ ଚାହୁଁଛି।

ଦେଶରେ ଶିକ୍ଷା ଓ ଶୃଙ୍ଖଳା  ଦେବା କୁ ଚାହୁଁଛି।

ମୁଁ ଭଲ କାମ କରି ଦେଶର ଗୌରବ ରକ୍ଷା କରିବାକୁ ଚାହୁଁଛି।

୧୧. ‘ମାଆଙ୍କ ସହିତ ଆଉ ଦେଖା ହୋଇପାରିବ ନାହିଁ। ତାଙ୍କୁ ବୁଝାଇ କହିବ ତାଙ୍କ ପୁଅ ଜାତି ପାଇଁ ଜୀବନ ଦେଇଛି।’’ ଏ କଥା କିଏ କହିଛି?

ଉତ୍ତର – ‘ମାଆଙ୍କ ସହିତ ଆଉ ଦେଖା ହୋଇପାରିବ ନାହିଁ। ତାଙ୍କୁ ବୁଝାଇ କହିବ ତାଙ୍କ ପୁଅ ଜାତି ପାଇଁ ଜୀବନ ଦେଇଛି।’’ ଏ କଥା ଧରମା କହିଛି।

ଜାତିପାଇଁ ପ୍ରାଣ ଦେଇଥିବା ଆଉ କେତେ ଜଣ ପିଲାଙ୍କ ନାମ ଲେଖ।

ବାଜି ରାଉତ – ପ୍ରଜା ଆନ୍ଦୋଳନ ରେ ଶହୀଦ ହୋଇଥିଲା।

ବାଲ ଗଙ୍ଗାଧର ତିଲକ – ଛୋଟ ବୟସରୁ ସ୍ଵାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ

ଭଗତ ସିଂହ – ଯୁବା ବୟସରେ ଦେଶ ପାଇଁ ବଳିଦାନ

୧୧. ‘ମାଆଙ୍କ ସହିତ ଆଉ ଦେଖା ହୋଇପାରିବ ନାହିଁ। ତାଙ୍କୁ ବୁଝାଇ କହିବ ତାଙ୍କ ପୁଅ ଜାତି ପାଇଁ ଜୀବନ ଦେଇଛି।’’ ଏ କଥା କିଏ କହିଛି?

ଉତ୍ତର – ‘ମାଆଙ୍କ ସହିତ ଆଉ ଦେଖା ହୋଇପାରିବ ନାହିଁ। ତାଙ୍କୁ ବୁଝାଇ କହିବ ତାଙ୍କ ପୁଅ ଜାତି ପାଇଁ ଜୀବନ ଦେଇଛି।’’ ଏ କଥା ଧରମା କହିଛି।

ଜାତିପାଇଁ ପ୍ରାଣ ଦେଇଥିବା ଆଉ କେତେ ଜଣ ପିଲାଙ୍କ ନାମ ଲେଖ।

ବାଜି ରାଉତ – ପ୍ରଜା ଆନ୍ଦୋଳନ ରେ ଶହୀଦ ହୋଇଥିଲା।

ବାଲ ଗଙ୍ଗାଧର ତିଲକ – ଛୋଟ ବୟସରୁ ସ୍ଵାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ

ଭଗତ ସିଂହ – ଯୁବା ବୟସରେ ଦେଶ ପାଇଁ ବଳିଦାନ

୧୨. ଅଧା ଗଢ଼ା ମନ୍ଦିରଟିକୁ ଆସ ପୂର୍ଣ୍ଣାଙ୍ଗ ମନ୍ଦିର କରିବା

ଉତ୍ତର – ଛାତ୍ରମାନେ ନିଜେ କରିବେ।

 

You cannot copy content of this page