ସାରାଂଶ
ଅନେକ ବର୍ଷ ତଳେ ଉଜ୍ଜୟିନୀ ନଗରୀରେ ଭୋଜରାଜ ନାମକ ଜଣେ ରାଜା ରାଜତ୍ଵ କରୁଥିଲେ। ତାଙ୍କ ନଗରୀ ନିକଟରେ ଧାରାପୁରୀ ନାମକ ଏକ ଗ୍ରାମ ଥିଲା, ଯେଉଁଠି ପିଲାମାନେ ଏକ ପଡ଼ିଆରେ ଖେଳୁଥିଲେ। ଦିନେ ପିଲାମାନେ ସେଠାରେ ଥିବା ଏକ ଚିକ୍କଣ ପଥର ଉପରେ ଏକ ସିଂହାସନ ଭଳି ମଞ୍ଚା ତିଆରି କଲେ। ଜଣେ ପିଲା ସେହି ସିଂହାସନ ଉପରେ ବସି ନିଜକୁ ରାଜା ଘୋଷଣା କଲା ଏବଂ ଅନ୍ୟ ପିଲାମାନଙ୍କୁ ତା’ର ପାରିଷଦବର୍ଗ ଭାବେ ଅଭିଯୋଗ ଆଣିବାକୁ କହିଲା। ସେ ପିଲାଟି ଅଭିଯୋଗ ଶୁଣି ଏପରି ବିଚାର କଲା ଯେ ତା’ର ଫଇସଲା ଶୁଣି ସମସ୍ତେ ଖୁସି ହେଲେ। ଲୋକମାନେ ତା’ର ବିଚାର ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ ଯେ ତା’ ଦେହରେ କିଛି ଦୈବୀଶକ୍ତି ଅଛି।
ଦିନେ ଦୁଇଜଣ କୃଷକ ସେମାନଙ୍କ କଳିର ବିଚାର ପାଇଁ ରାଜାଙ୍କ ପାଖକୁ ନଯାଇ ସେହି ପିଲାଟି ପାଖକୁ ଆସିଲେ। ପିଲାଟି ତାଙ୍କର କଳି ଶୁଣି ଏପରି ନ୍ୟାୟ ଦେଲା ଯେ ତା’ର ଖ୍ୟାତି ସବୁଆଡ଼େ ବ୍ୟାପିଗଲା। ଖବର ପାଇ ରାଜା ଭୋଜରାଜ ପ୍ରଥମେ ରାଗିଗଲେ ବି ପରେ ପିଲାର ବିଚାର ଶୈଳୀ ଦେଖି ପ୍ରଶଂସା କଲେ। ତାଙ୍କ ମନ୍ତ୍ରୀ ଜଣାଇଲେ ଯେ ଯେଉଁ ପିଲାଟି ସିଂହାସନରେ ବସୁଛି ସେ ପ୍ରତିଦିନ ବସୁଥିବା ପିଲା ନୁହେଁ, ଅସଲି ପିଲାଟି ଜ୍ଵରରେ ଆକ୍ରାନ୍ତ ଅଛି। ରାଜା ଆଶ୍ଚର୍ଯ୍ୟ ହୋଇ ମଞ୍ଚାତଳ ଖୋଳିବାକୁ ଆଦେଶ ଦେଲେ। ମାଟି ତଳୁ ରତ୍ନଖଚିତ ବତିଶଟି ପୁତ୍ତଳିକା ଥିବା ଏକ ଚନ୍ଦ୍ରକାନ୍ତ ପଥରର ସିଂହାସନ ବାହାରିଲା। ଜଣେ ପଣ୍ଡିତ କହିଲେ ଯେ ଏହା ହେଉଛି ରାଜା ବିକ୍ରମାଦିତ୍ୟଙ୍କ ‘ନ୍ୟାୟର ସିଂହାସନ’।
ରାଜା ସିଂହାସନକୁ ଦରବାରକୁ ନେଇ ସେଥିରେ ବସିବାକୁ ଉଦ୍ୟମ କଲେ, କିନ୍ତୁ ଗୋଟିଏ ପୁତ୍ତଳିକା ତାଙ୍କୁ ଅଟକାଇ ପଚାରିଲା ସେ କେବେ ଚୋରି କରିଛନ୍ତି କି?। ରାଜା ନିଜର ଦୋଷ ମାନିଲେ ଏବଂ ପୁତ୍ତଳିକା ତାଙ୍କୁ ପ୍ରାୟଶ୍ଚିତ୍ତ କରିବାକୁ କହି ଉଡ଼ିଗଲା। ତିନିଦିନ ପରେ ପୁଣି ବସିବାକୁ ଗଲାବେଳେ ଦ୍ଵିତୀୟ ପୁତ୍ତଳିକା ପଚାରିଲା ସେ କେବେ ମିଛ କହିଛନ୍ତି କି?। ରାଜା ହଁ ଭରିବାରୁ ସେ ବି ଉଡ଼ିଗଲା। ପୁଣି ତିନିଦିନ ପରେ ତୃତୀୟ ପୁତ୍ତଳିକା ପଚାରିଲା ସେ କାହାକୁ ଆଘାତ ଦେଇଛନ୍ତି କି? ଏବଂ ସେ ବି ଉଡ଼ିଗଲା। ଶେଷରେ ଚତୁର୍ଥ ପୁତ୍ତଳିକା କହିଲା ଯେଉଁ ପିଲା ଏଥିରେ ବସୁଥିଲା ସେ ନିଷ୍ପାପ ଥିଲା, ଯଦି ରାଜା ନିଜକୁ ତା’ଠାରୁ ଯୋଗ୍ୟ ମଣନ୍ତି ତେବେ ବସନ୍ତୁ। ରାଜା ନିଜକୁ ଧନବାନ୍, ବଳବାନ୍ ଓ ବୁଦ୍ଧିମାନ ଭାବି ବସିବାକୁ ଗଲାବେଳେ ଚତୁର୍ଥ ପୁତ୍ତଳିକା ସିଂହାସନ ସହ ଉଡ଼ିଗଲା। ରାଜା ସେଥିରେ ବସିପାରିଲେ ନାହିଁ।
सारांश
कई साल पहले उज्जयिनी नगरी में भोजराज नाम के राजा शासन करते थे। उनके राज्य के पास धारापुरी नाम का एक गाँव था, जहाँ बच्चे एक मैदान में खेलते थे। बच्चों ने एक चिकने पत्थर पर सिंहासन जैसा मंच बनाया। एक बच्चा उस पर बैठकर खुद को राजा बताने लगा और दूसरों को अपनी शिकायतें लाने को कहा। उस बच्चे ने ऐसा न्याय किया कि सभी खुश हो गए। लोग उसकी न्याय शैली देखकर हैरान थे और मानते थे कि उसमें कोई दैवीय शक्ति है।
एक दिन दो किसान अपने झगड़े का फैसला कराने राजा के बजाय उस बच्चे के पास गए। बच्चे ने ऐसा न्याय दिया कि उसकी ख्याति हर जगह फैल गई। राजा भोजराज को यह जानकर पहले गुस्सा आया लेकिन बाद में बच्चे का न्याय देखकर उन्होंने भी उसकी तारीफ की। मंत्री ने बताया कि जो बच्चा आज बैठा है, वह रोज बैठने वाला बच्चा नहीं है, क्योंकि असली बच्चा बीमार है। यह सुनकर राजा ने उस मंच के नीचे खुदाई करने का आदेश दिया। वहाँ से रत्नों से जड़ा और बत्तीस पुतलियों वाला चंद्रकांत पत्थर का एक सिंहासन निकला। एक पंडित ने बताया कि यह राजा विक्रमादित्य का ‘न्याय का सिंहासन’ है।
राजा ने सिंहासन को दरबार में मँगवाया और उस पर बैठने की कोशिश की, लेकिन एक पुतली ने उन्हें रोककर पूछा कि क्या उन्होंने कभी चोरी की है?। राजा ने अपनी गलती मानी और पुतली उन्हें पश्चात्ताप करने को कहकर उड़ गई। तीन दिन बाद फिर बैठने की कोशिश की, तो दूसरी पुतली ने पूछा कि क्या उन्होंने कभी झूठ बोला है?। राजा के हाँ कहने पर वह भी उड़ गई। फिर तीन दिन बाद तीसरी पुतली ने पूछा कि क्या उन्होंने कभी किसी को चोट पहुंचाई है? और वह भी उड़ गई। अंत में चौथी पुतली ने कहा कि जो बच्चा इस पर बैठता था वह निष्पाप था, अगर राजा खुद को उससे योग्य समझते हैं तो बैठें। राजा ने खुद को धनवान, बलवान और बुद्धिमान मानकर जैसे ही बैठने की कोशिश की, चौथी पुतली सिंहासन के साथ उड़ गई। राजा उस पर बैठ नहीं सके।
ଶବ୍ଦାର୍ଥ
Odia | Hindi | English |
ରାଜତ୍ଵ (Rajatwa) | शासन | Reign/Rule |
ମଞ୍ଚା (Mancha) | मंच | Platform/Stage |
ପାରିଷଦବର୍ଗ (Parisadabarga) | दरबारी/पार्षद | Courtiers/Councillors |
ଫଇସଲା (Faisala) | फैसला/निर्णय | Decision/Verdict |
ମଞ୍ଚାସୀନ (Manchasina) | मंच पर आसीन | Seated on the platform |
ଦୈବୀଶକ୍ତି (Daibishakti) | दैवीय शक्ति | Divine power |
ନିରୀକ୍ଷଣ (Nirikhyana) | निरीक्षण/देखना | Observe/Inspect |
ପୁତ୍ତଳିକା (Puttalika) | पुतली/गुड़िया | Puppet/Figurine |
ପ୍ରାୟଶ୍ଚିତ୍ତ (Prayaschitta) | पश्चात्ताप | Atonement/Penance |
ନିଷ୍ପାପ (Nispapa) | निष्पाप/निर्दोष | Sinless/Innocent |
କଳୁଷିତ (Kalusita) | कलुषित/मैला | Polluted/Tainted |
ଆକାଶମାର୍ଗ (Akasamarga) | आकाश मार्ग | Through the sky |
ଆସ କଥା ହେବା
(୧) ପ୍ରଶ୍ନ – ତୁମର ପ୍ରିୟ ଖେଳ କ’ଣ? ତୁମେ ସେହି ଖେଳକୁ କିପରି ଖେଳ?
ଉତ୍ତର – ମୋର ପ୍ରିୟ ଖେଳ ହେଉଛି ଲୁଚକାଳି। ଏହି ଖେଳରେ ଜଣେ ଆଖି ବନ୍ଦ କରି ସଂଖ୍ୟା ଗଣେ ଏବଂ ଅନ୍ୟମାନେ ଲୁଚି ଯାଆନ୍ତି। ତା’ପରେ ସେ ସମସ୍ତଙ୍କୁ ଖୋଜି ବାହାର କରେ।
(୨) ପ୍ରଶ୍ନ – ତୁମେ କେବେ କୌଣସି ସମସ୍ୟାର ସମାଧାନ କରିଛ କି? ତୁମର ଅନୁଭୂତି ବର୍ଣ୍ଣନା କର।
ଉତ୍ତର – ହଁ, ଥରେ ମୋର ଦୁଇ ସାଙ୍ଗଙ୍କ ମଧ୍ୟରେ ଖେଳଣା ପାଇଁ ଝଗଡ଼ା ହୋଇଥିଲା। ମୁଁ ଉଭୟଙ୍କ କଥା ଶାନ୍ତିରେ ଶୁଣିଲି ଏବଂ ଦୁହିଁଙ୍କୁ ମିଳିମିଶି ଖେଳିବା ପାଇଁ ବୁଝାଇ ସମସ୍ୟାର ସମାଧାନ କରିଥିଲି।
(୩) ପ୍ରଶ୍ନ – ଯଦି ତୁମକୁ କେବେ ରାଜା କରି ଦିଆଯିବ, ତୁମେ କ’ଣ ସବୁ କରିବ?
ଉତ୍ତର – ଯଦି ମୋତେ ରାଜା କରି ଦିଆଯାଏ, ତେବେ ମୁଁ ସମସ୍ତଙ୍କୁ ସମାନ ନ୍ୟାୟ ଦେବି, ଗରିବମାନଙ୍କୁ ସାହାଯ୍ୟ କରିବି ଏବଂ ରାଜ୍ୟରେ ସମସ୍ତ ପିଲାଙ୍କ ପାଇଁ ଭଲ ପାଠପଢ଼ାର ବ୍ୟବସ୍ଥା କରିବି।
(୪) ପ୍ରଶ୍ନ – ପିଲାଟିର କେଉଁସବୁ ଗୁଣ ରହିଥିଲା, ଯେଉଁ କାରଣପାଇଁ ସେ ସିଂହାସନରେ ବସି ପାରୁଥୁଲା?
ଉତ୍ତର – ପିଲାଟି ଅତ୍ୟନ୍ତ ସରଳ, ନିଷ୍ପାପ ଓ ସତ୍ୟବାଦୀ ଥିଲା। ତା’ର ମନ କଳୁଷିତ ନଥିଲା କିମ୍ବା ତା’ ମନରେ କୌଣସି ଅହଂକାର ନଥିଲା। ଏହିସବୁ ଗୁଣ କାରଣରୁ ସେ ନ୍ୟାୟର ସିଂହାସନରେ ବସି ପାରୁଥିଲା।
ପାଠରୁ
ଆସ ପଢ଼ିବା ଓ ଠିକ୍ ବାକ୍ୟ ନିକଟରେ (ଠିକ) ଚିହ୍ନ ଦେବା। (ଏକାଧ୍ୟକ ଜାଗାରେ ମଧ୍ୟ ଚିହ୍ନ ରହିପାରେ)
୧. (କ) ପିଲାଟି ନ୍ୟାୟ ପ୍ରଦାନ କରୁଛି ବୋଲି ରାଜା କେମିତି ଜାଣିଲେ?
(i) ପିଲାଙ୍କ ଦୁଷ୍ଟାମିରୁ
(ii) ଲୋକେ ପିଲାଟିର ନ୍ୟାୟକୁ ପ୍ରଶଂସା କରୁଥିବାରୁ
(iii) ପିଲାମାନେ ପିଲାଟି ବିରୋଧରେ କହିବାରୁ
(iv) ମନ୍ତ୍ରୀମାନେ ପିଲାଟିର ବୁଦ୍ଧିକୁ ପ୍ରଶଂସା କରିବାରୁ
ଉତ୍ତର – (ii) ଲୋକେ ପିଲାଟିର ନ୍ୟାୟକୁ ପ୍ରଶଂସା କରୁଥିବାରୁ
(ଖ) କେଉଁ କଥା ରାଜାଙ୍କୁ ଅଧିକ ଆଶ୍ଚର୍ଯ୍ୟ ଲାଗିଲା?
(i) ପିଲାମାନେ ଖେଳ ଖେଳରେ ନ୍ୟାୟ କରୁଥିଲେ।
(ii) ଲୋକମାନେ ରାଜାଙ୍କ ଦରବାରକୁ ଯାଉ ନଥିବାରୁ
(iii) ସିଂହାସନରେ ବସିଥିବା ପିଲା ଠିକ୍ ନ୍ୟାୟ ପ୍ରଦାନ କରୁଥିବାରୁ
(iv) ସିଂହାସନରେ କୌଣସି ଚମତ୍କାରିତା ରହିଥିବାରୁ
ଉତ୍ତର – (iii) ସିଂହାସନରେ ବସିଥିବା ପିଲା ଠିକ୍ ନ୍ୟାୟ ପ୍ରଦାନ କରୁଥିବାରୁ।
(ଗ) ପିଲାଙ୍କୁ ଏହି ଖେଳ ଏତେ ମଜା କାହିଁକି ଲାଗିଲା? ଯେଉଁଥିପାଇଁ ସେମାନେ ଏହିଖେଳ ପ୍ରତିଦିନ ଖେଳିବାକୁ ଲାଗିଲେ?
(i) କାରଣ ସେମାନେ ରାଜାଭଳି ହେବାର ମଜା ପାଉଥିଲେ।
(ii) କାରଣ ଏହା ଅନ୍ୟ ଖେଳଠାରୁ ଅଧୂକ ମନୋରଞ୍ଜନ ଦେଉଥିଲା।
(iii) କାରଣ ଏହା ତାଙ୍କ ନ୍ୟାୟ କରିବାର ଅନୁଭବ ପ୍ରଦାନ କରୁଥିଲା।
(iv) କାରଣ ଏହି ଖେଳଦ୍ୱାରା ସେମାନେ ସାରା ନଗରୀରେ ପ୍ରସିଦ୍ଧି ଅର୍ଜନ କରି ପାରିଥିଲେ।
ଉତ୍ତର – (i) କାରଣ ସେମାନେ ରାଜାଭଳି ହେବାର ମଜା ପାଉଥିଲେ ଏବଂ (iii) କାରଣ ଏହା ତାଙ୍କୁ ନ୍ୟାୟ କରିବାର ଅନୁଭବ ପ୍ରଦାନ କରୁଥିଲା।
(ଘ) ରାଜା କାହିଁକି ଉପବାସ ଓ ପ୍ରାୟଶ୍ଚିତ୍ତ କଲେ?
(i) ସିଂହାସନରେ ସେ ବସିବାପାଇଁ ଯୋଗ୍ୟ ହୋଇ ପାରିବେ।
(ii) କାରଣ ତାଙ୍କ କର୍ମପାଇଁ ପଶ୍ଚାତାପ ହୋଇଥିଲା।
(iii) ମୂର୍ତ୍ତିମାନେ ତାଙ୍କୁ ଏପରି କରିବାକୁ କହିଲେ।
(iv) ଲୋକମାନେ ତାଙ୍କୁ ଏପରି କରିବାକୁ କହିଲେ।
ଉତ୍ତର – (iii) ମୂର୍ତ୍ତିମାନେ ତାଙ୍କୁ ଏପରି କରିବାକୁ କହିଲେ।
ଅନୁମାନ ଓ କଳ୍ପନା କରିବା
୧. ପ୍ରଶ୍ନ – କାହାଣୀର ପୁତ୍ତଳିକାଗୁଡି଼କ ଉଡ଼ି ଯାଇଛନ୍ତି। ସେମାନେ କେଉଁଠାକୁ ଯାଇଥିବେ ଓ ସେଠାରେ କ’ଣ କରୁଥିବେ?
ଉତ୍ତର – ସେମାନେ ଉଡ଼ିଯାଇ ସ୍ୱର୍ଗପୁର (ଦେବଲୋକ)କୁ ଯାଇଥିବେ ଏବଂ ସେଠାରେ ଦେବତାମାନଙ୍କ ଦରବାରରେ ସତ୍ୟ ଓ ନ୍ୟାୟର ପ୍ରତୀକ ଭାବେ କାର୍ଯ୍ୟ କରୁଥିବେ।
୨. ପ୍ରଶ୍ନ – ଏହି କାହାଣୀରେ ଯଦି ରାଜା ସିଂହାସନରେ ବସିବାରେ ସଫଳ ହୋଇଥା’ନ୍ତେ, ତେବେ କ’ଣ ହୋଇଥା’ନ୍ତା?
ଉତ୍ତର – ଯଦି ରାଜା ସଫଳ ହୋଇଥାନ୍ତେ, ତେବେ ସେ ମଧ୍ୟ ରାଜା ବିକ୍ରମାଦିତ୍ୟଙ୍କ ପରି ଜଣେ ମହାନ୍, ସର୍ବଶ୍ରେଷ୍ଠ ଏବଂ ନିରପେକ୍ଷ ନ୍ୟାୟଧୀଶ ଭାବେ ବିଶ୍ୱରେ ଖ୍ୟାତି ଅର୍ଜନ କରିଥାନ୍ତେ।
ଭାଷାର କଥା
୧. ନିମ୍ନଲିଖତ ବାକ୍ୟଗୁଡ଼ିକୁ ଧ୍ୟାନ ଦେଇ ପଢ଼।
ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକରେ ବିରାମଚିହ୍ନ ବସାଇ ଆଉ ଥରେ ଲେଖ।
(କ) ରହିଯା’ନ୍ତୁ ରାଜା ଯେଉଁ ପିଲା ଏ ସିଂହାସନରେ ବସୁଥିଲା ସେ ଅତ୍ୟନ୍ତ ସରଳ ନିଷ୍ପାପ ଥିଲା ତା’ ମନ କଳୁଷିତ ନ ଥିଲା ତୁମେ ଯଦି ନିଜକୁ ଏଭଳି ଯୋଗ୍ୟ ମନେ କରୁଛ ତେବେ ଏହି ସିଂହାସନରେ ବସିପାର
ଉତ୍ତର – “ରହିଯାଆନ୍ତୁ ରାଜା ! ଯେଉଁ ପିଲା ଏ ସିଂହାସନରେ ବସୁଥିଲା, ସେ ଅତ୍ୟନ୍ତ ସରଳ, ନିଷ୍ପାପ ଥିଲା। ତା’ ମନ କଳୁଷିତ ନ ଥିଲା। ତୁମେ ଯଦି ନିଜକୁ ଏଭଳି ଯୋଗ୍ୟ ମନେ କରୁଛ, ତେବେ ଏହି ସିଂହାସନରେ ବସିପାର।”
(ଖ) ଯଦି ଗୋଟିଏ ସାମାନ୍ୟ ପିଲା ଏ ସିଂହାସନରେ ବସିପାରୁଛି ତେବେ ମୁଁ ରାଜା ହୋଇ ପୁଣି ଧନବାନ୍ ବଳବାନ୍ ଓ ବୁଦ୍ଧିମାନ ଭାବେ ଏ ସିଂହାସନରେ ବସିବାକୁ ତ ଅଧିକ ଯୋଗ୍ୟ
ଉତ୍ତର – “ଯଦି ଗୋଟିଏ ସାମାନ୍ୟ ପିଲା ଏ ସିଂହାସନରେ ବସିପାରୁଛି, ତେବେ ମୁଁ ରାଜା ହୋଇ ପୁଣି ଧନବାନ୍, ବଳବାନ୍ ଓ ବୁଦ୍ଧିମାନ ଭାବେ ଏ ସିଂହାସନରେ ବସିବାକୁ ତ ଅଧିକ ଯୋଗ୍ୟ !”
୨. ‘ତୃତୀୟ ପୁତ୍ତଳିକା ମଧ୍ୟ ଉଡ଼ିଗଲା।’ ଏହି ବାକ୍ୟକୁ ଆଧାର କରି ନିମ୍ନ ପ୍ରଶ୍ନର ଉତ୍ତର ଶିକ୍ଷକଙ୍କ ସହାୟତାରେ ଲେଖ।
(କ) ଏହି ବାକ୍ୟରେ ବିଶେଷ୍ୟ ପଦ କେଉଁଟି?
ଉ – ପୁତ୍ତଳିକା।
(ଖ) ଏଥରେ କେଉଁ ଶବ୍ଦଟି ବିଶେଷ୍ୟ ପଦର ବିଶେଷଣ ଭାବେ ବ୍ୟବହୃତ ହୋଇଛି?
ଉ – ଉତ୍ତର – ତୃତୀୟ
୩. ନିମ୍ନ ବାକ୍ୟଗୁଡ଼ିକରୁ ବିଶେଷଣପଦଗୁଡ଼ିକୁ ଚିହ୍ନଟ କରି ତା’ ତଳେ ଗାର ଦିଅ।
ଯେପରି – ଗୋଟିଏ ଦିନ ଦଳେ ପିଲା ପଡ଼ିଆରେ ଖେଳୁଥିଲେ।
ରେଖାଙ୍କିତ ଶବ୍ଦ ଦୁଇଟିକୁ ଲକ୍ଷ୍ୟ କର। ଏହି ଦୁଇଟି ଶବ୍ଦ ଦିନ ଓ ପିଲା ପୂର୍ବରୁ ବ୍ୟବହୃତ ହୋଇଛି। ଦିନ ଓ ପିଲା ଶବ୍ଦ ଦ୍ଵୟ ବିଶେଷ୍ୟ ପଦ। ଗୋଟିଏ ଓ ଦଳେ ଶବ୍ଦ ଦୁଇଟି ହେଉଛି ବିଶେଷଣ ପଦ ଏହା ବିଶେଷ୍ୟ ପଦର ପରିମାଣକୁ ସୂଚାଉଛି।
(କ) ସେଠାରେ ଏକ ସୁଦୀର୍ଘ ପଡ଼ିଆ ଥିଲା।
(ଖ) ଏତେ ଛୋଟ ବୟସରୁ ଏମିତି ବୁଦ୍ଧି ରହିବା ଆଶ୍ଚର୍ଯ୍ୟ କଥା।
(ଗ) ରାଜା ଦେଖିଲେ ଯେ ଏହା ପଥର ନୁହେଁ, ବହୁତ ସୁନ୍ଦର ସିଂହାସନ ଅଟେ।
(ଘ) ହଜାର ହଜାର ଲୋକ ସିଂହାସନ ଦେଖିବାକୁ ଭିଡ଼ ଜମାଇଲେ।
୪. ତୁମ ନିକଟରେ ଏମିତି କେଉଁ ବିଶେଷ ଗୁଣ ଦରକାର, ଯାହାଦ୍ଵାରା ତୁମେ କାହାଣୀରେ ଥିବା ସିଂହାସନ ଉପରେ ବସି ପାରିବ? ଲେଖ।
ଉତ୍ତର – ମୋ ନିକଟରେ ନିଷ୍ପାପ ହୃଦୟ, ସତ୍ୟବାଦିତା, ସରଳତା ଏବଂ ଗର୍ବହୀନତା ଭଳି ବିଶେଷ ଗୁଣ ରହିବା ଦରକାର।
ପାଠରୁ ଆଗକୁ
(୧) ପ୍ରଶ୍ନ – ତୁମେ ସେହିପରି ନିଜ ସମସ୍ୟା ସମାଧାନ ନିମନ୍ତେ କାହା ନିକଟକୁ ଯାଅ? କାହିଁକି?
ଉତ୍ତର – ମୁଁ ମୋର ସମସ୍ୟାର ସମାଧାନ ପାଇଁ ମୋର ପିତାମାତା କିମ୍ବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନିକଟକୁ ଯାଏ। କାରଣ ସେମାନେ ଅଭିଜ୍ଞ ଏବଂ ମୋତେ ସଠିକ୍ ଓ ନିରପେକ୍ଷ ଉପଦେଶ ଦେଇ ସମସ୍ୟା ସମାଧାନ କରିପାରନ୍ତି।
(୨) ପ୍ରଶ୍ନ – ତୁମ ପ୍ରତି କିଏ କେବେ ଅନ୍ୟାୟ କରିଥିବାର ଅନୁଭବ ହୋଇଛି କି? ତୁମେ ଏଭଳି ପରିସ୍ଥିତିର ସାମନା କିପରି କଲ?
ଉତ୍ତର – ହଁ, ଥରେ ଜଣେ ସହପାଠୀ ନିଜ ଭୁଲ୍ ପାଇଁ ମୋ ଉପରେ ଦୋଷ ଲଦି ଦେଇଥିଲା। ମୁଁ ରାଗି ନଯାଇ ଶାନ୍ତିରେ ଶିକ୍ଷକଙ୍କୁ ପ୍ରକୃତ ସତ୍ୟ ଜଣାଇଲି ଏବଂ ପରିସ୍ଥିତିର ସାମନା କଲି।
ପାଠାଗାରର ବ୍ୟବହାର
ତୁମେ ପଢ଼ିଥିବା ‘ନ୍ୟାୟର ସିଂହାସନ’ ଗଳ୍ପଟି ବହୁବର୍ଷ ପୁରୁଣା ‘ବତ୍ରିଶ ସିଂହାସନ’ରୁ ଆସିଛି। ଏହି ପୁସ୍ତକରେ ରାଜା ବିକ୍ରମାଦିତ୍ୟଙ୍କ ଉପରେ ଆଧାରିତ ବତିଶଟି ସୁନ୍ଦର କାହାଣୀ ରହିଛି। କାହାଣୀଗୁଡ଼ିକ ଅତ୍ୟନ୍ତ ରୁଚିକର, ମନଲୋଭା ଓ ଆକର୍ଷଣୀୟ।
ତୁମେ ତୁମ ବିଦ୍ୟାଳୟର ପାଠାଗାରରୁ ‘ପଞ୍ଚତନ୍ତ୍ର’, ‘ହିତୋପଦେଶ’ ଓ ‘ଜାତକ କାହାଣୀମାଳା’ ଭଳି ପୁସ୍ତକ ଖୋଜି ପଢ଼ ଓ ଗଳ୍ପରୁ ଯାହା ଶିଖିଲ ଖାତାରେ ଲେଖ। ସାଙ୍ଗମାନଙ୍କ ସହିତ ମଧ୍ୟ ଆଲୋଚନା କର।
ଆସ ପଚାରି ଲେଖିବା
ସିଂହାସନ ଏକ ସ୍ଵତନ୍ତ୍ର ଆସ୍ଥାନ। ଏଥରେ ରାଜା, ମହାରାଜାମାନେ ଉପବେଶନ କରନ୍ତି। ଅନେକ କାରୁକାର୍ଯ୍ୟ ସହିତ ବିଶେଷ ମୂଲ୍ୟବାନ୍ ପଦାର୍ଥ ବ୍ୟବହାର କରି ସିଂହାସନ ତିଆରି କରାଯାଏ। ଠିକ୍ ସେହିଭଳି ଆହୁରି ଆମ ଦୈନନ୍ଦିନ ଜୀବନରେ ବସିବାପାଇଁ ଅନେକ ବସ୍ତୁ ରହିଛି, ସେଗୁଡ଼ିକୁ ଖୋଜିବା, ସେଗୁଡ଼ିକର ବର୍ଣ୍ଣନା କରିବା ଓ ସେଗୁଡ଼ିକର ନାମ ଲେଖିବା।
ବସ୍ତୁ | ବର୍ଣ୍ଣନା | ଆମ ଅଞ୍ଚଳରେ ଏହାର ନାମ |
ସପ | ଏହା ଘାସ, ବାଉଁଶ କିମ୍ବା ପ୍ଲାଷ୍ଟିକ୍ରେ ତିଆରି। ଏହାକୁ ଭୂମି ଉପରେ ପକାଇ ବସିବାକୁ ହୁଏ। | ସପ / ଚଟେଇ / ପଟି |
ଦରି | ଏହା ମୋଟା କପଡ଼ା ବା ସୂତାରେ ତିଆରି। ଏହା ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବମାନଙ୍କରେ ବ୍ୟବହୃତ ହୁଏ। | ଦରି / ଗାଲିଚା |
ମାଞ୍ଚିଆ | ବାଉଁଶରେ ବୁଣା ହୋଇଥିବା ଏକ ଉଚ୍ଚ ଆସନ ବା ମଞ୍ଚା। | ମାଚା / ଖଟୁଳି |
ଖଟିଆ | କାଠ ଆବରଣ ଓ ସବାଇ ଦଉଡ଼ି ବା ନଡ଼ିଆ କତାରେ ବୁଣା ଯାଇଥିବା ବିଶ୍ରାମ ଉପକରଣ। | ଖଟ / ଖଟିଆ |
ପିଢ଼ା | କାଠରେ ତିଆରି ଏକ ଛୋଟ ଏବଂ ତଳେ ପକାଇ ବସିବା ଆସନ। | ପିଢ଼ା / ଆସନ |
ପଟି | ତାଳପତ୍ର ବା ଖଜୁରୀ ପତ୍ରରେ ବୁଣା ଯାଇଥିବା ଏକ ଲମ୍ବା ଆସନ। | ପଟି / ଚଟେଇ |
ବୁଝିଲେ ଜାଣିବ
ଆମ ଓଡ଼ିଆ ଭାଷାରେ ଅନେକ ପହେଳି ରହିଛି। ସେଗୁଡ଼ିକୁ ପଢ଼ି ବୁଝିଲେ ଆମକୁ ବହୁତ ଆନନ୍ଦ ମିଳେ। ଆସ ସେହିଭଳି ‘ପହେଳି’ ପଢ଼ିବା, ବୁଝିବା ଓ ସେଗୁଡ଼ିକ ସମ୍ପର୍କରେ କହିବା।
(୧) ସଫା ଥିବାବେଳେ ଦେହ ମୋ କଳା, ମଇଳା ହୋଇଲେ ଦିଶଇ ଧଳା। ଶ୍ରେଣୀ ଭିତରେ ମୁଁ ରହେ, କହିଲ ଦେଖ୍ ମୁଁ କିଏ?
ଉତ୍ତର – କଳାପଟା
(୨) ଖରା ବରଷାର ମୁଁ ଅଟେ ସାଥୀ, ଧରିଥା’ନ୍ତି ମୋତେ ଅଜାଠୁ ନାତି। ଭଳି ଭଳି ରଙ୍ଗେ ଭାରି ସୁନ୍ଦର କହିକି ପାରିବ ନାମଟି ମୋର?
ଉତ୍ତର – ଗଛ
(୩) ଗରମ ପାଇଲେ ଆକାଶେ ଉଡ଼େ, ଶୀତଳ ପାଇଲେ ତଳକୁ ପଡ଼େ। ଦେଖ୍ ଦେଲେ ମୋତେ ନାଚେ ମୟୂର, କହି ପାରିବ କି ନାମଟି ମୋର?
ଉତ୍ତର – ମେଘ
(୪) ମେଳା ମଉତ୍ସବେ ଆଦର ମୋର, ଛୋଟ ପିଲାଙ୍କ ମୁଁ ଅତି ନିଜର, ପବନ ଖାଏ, ପବନ ପିଏ, କହିଲ ଦେଖ୍ ମୁଁ କିଏ?
ଉତ୍ତର – ବେଲୁନ୍
(୫) ଏମିତି ବାଘ ମୁଁ ଛାଡ଼େନି ଘର, ଖାଏନି ମଣିଷ ପିଏ ମୁଁ କ୍ଷୀର। ତୁମ ଚୁଲି ମୁଣ୍ଡେ ଶୁଏ, କହିଲ ଦେଖ୍ ମୁଁ କିଏ?
ଉତ୍ତର – ବିଲେଇ
ମୋର ନ୍ୟାୟ
ନିଜ ଶ୍ରେଣୀର ଯେ କୌଣସି ଦୁଇଟି ସମସ୍ୟାକୁ ଚିହ୍ନଟ କର, ଯାହା ଉପରେ ନ୍ୟାୟ ବିଚାର କରାଯିବ।
ଶ୍ରେଣୀର ସମସ୍ତ ପିଲାଙ୍କୁ ଦୁଇଦଳରେ ବିଭକ୍ତ କରାଯିବ।
ପ୍ରତ୍ୟେକ ଦଳକୁ ଗୋଟିଏ ସମସ୍ୟା ଦିଆଯିବ ଓ ସେହି ଦଳ ସମସ୍ୟାକୁ ନେଇ ତାହାର ସମାଧାନ ନାଟକ ମାଧ୍ୟମରେ ପରିବେଷଣ କରିବେ।
ଅନ୍ୟ ଦଳ ନିଜ ମତାମତ ନିମ୍ନ ସାରଣୀ ଅନୁସାରେ ପ୍ରଦାନ କରିବେ।
କ୍ର.ନଂ. ମତାମତ ଅଙ୍କ (ଦୃଶ୍ୟ)
୧ ୨ ୩ ୪ ୫
(କ) ପ୍ରସ୍ତୁତିକରଣ
(ଖ) ଚରିତ୍ର
(ଗ) ସମସ୍ୟାର ସମାଧାନ
(ଘ) ଚରିତ୍ରଙ୍କ ଆତ୍ମବିଶ୍ବାସ
ଶିକ୍ଷକଙ୍କ ପାଇଁ ସୂଚନା – ଶିକ୍ଷକ ପିଲାମାନଙ୍କୁ ଦୁଇଦଳରେ ବିଭକ୍ତ କରିବା ସହିତ ଦୁଇଟି ସମସ୍ୟା ବାଛିବାରେ ସହଯୋଗ କରିବେ। ନାଟକ ମଞ୍ଚସ୍ଥପାଇଁ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରିବେ। ପ୍ରତ୍ୟେକ ପିଲା ଯେମିତି ଏହି କାର୍ଯ୍ୟରେ ନିୟୋଜିତ ହେବେ ଓ ସକ୍ରିୟ ଅଂଶଗ୍ରହଣ କରିବେ, ସେଥିପ୍ରତି ଧ୍ୟାନ ଦେବେ।
ଏହା ଏକ ସାମୁହିକ କାର୍ଯ୍ୟ ଅଟେ

