Mana Badalila, Bhasha Mahak, Class – III, Odia Book, The Best Soloution.

ମନ ବଦଳିଲା

ସେଦିନ ଥିଲା ରବିବାର । ଦିପୁନ୍ ବଗିଚାରେ ଖେଳୁଥିଲା । ଘର ଭିତରୁ ବାପାଙ୍କ ଡାକ ଶୁଭିଲା । ମନେ ମନେ ଭାବିଲା – ଏବେ ବୋଧେ ପଢ଼ିବାକୁ ଡାକିଲେଣି । ତା’ର ମନଦୁଃଖ ହେଲା । ଘର ଭିତରକୁ ଗଲେ ପଢ଼ିବାକୁ ପଡ଼ିବ । ଘରେ ପାଠ, ବିଦ୍ୟାଳୟରେ ପାଠ। ସେ ବ୍ୟସ୍ତ ହୋଇପଡ଼ି ଗଛ ତଳେ ବସିପଡ଼ିଲା।

ଏତିକିବେଳେ ମହୁମାଛିଟିଏ ଗୁଣୁଗୁଣୁ ଗୀତ ଗାଇ ତା’ପାଖ ଦେଇ ଉଡ଼ିଗଲା ଓ ଫୁଲ ଉପରେ ବସିପଡ଼ିଲା । ଫୁଲଟି ପବନରେ ହଲିଗଲା । ଦିପୁକୁ ଲାଗିଲା ମହୁମାଛିଟି ଦୋଳି ଖେଳୁଛି । ସେ ମନେ ମନେ ଭାବିଲା “ ମୁଁ ମହୁମାଛିଟିଏ ହୋଇଥାଆନ୍ତି କି ? ଭାରି ମଜା ହୋଇଥାଆନ୍ତା । ମତେ ପାଠ ପଢ଼ିବାକୁ ପଡ଼ି ନଥାନ୍ତା । ମହୁମାଛି, ଦିପୁନ୍‌ର ମନ କଥା ବୁଝିପାରିଲା। ଦିପୁନ୍ ପାଖକୁ ଉଡି଼ଆସି କହିଲା – ‘ ଦିପୁନ୍ ତୁମେ ଭାବୁଛ କି– ମତେ କାମ କରିବାକୁ ପଡୁନି । ନା, ନା, ସେ କଥା ନୁହେଁ । ମୁଁ ଫୁଲରୁ ଫୁଲକୁ ଉଡ଼ି, ମହୁ ସଂଗ୍ରହ କରି ସଞ୍ଚୟ କରେ । ସେହି ମହୁକୁ ଲୋକମାନେ ନେଇ କାମରେ ଲଗାନ୍ତି । ସେତେବେଳେ ମୁଁ ଭାରି ଖୁସି ହୁଏ ।

ଦିପୁନ୍, ଗଛମୂଳେ ସେମିତି ବସିଥାଏ । ତାଙ୍କ କୁକୁରଟି ତା’ପାଖକୁ ଆସି ପାଖରେ ଶୋଇ ପଡ଼ିଲା । ଦିପୁନ୍ ତା’ ଦେହକୁ ଟିକେ ଆଉଁଶି ଦେଲା । କୁକୁରଟି ଦିପୁନ୍ ପାଖକୁ ଆଉଜି ଆସିଲା । ଦିପୁନ୍ ଭାବିଲା କୁକୁର ଜୀବନଟା ଭଲ । କୁକୁର ବି ଦିପୁନ୍ କଥା ବୁଝି ପାରିଲା । କହିଲା – ‘ ଦିପୁନ୍, ରାତିସାରା ମୁଁ ତୁମ ଘର ଜଗେ । ଅଜଣା ଲୋକଙ୍କୁ ଘରେ ପୁରାଇ ଦିଏ ନାହିଁ । ମୋ ଯୋଗୁଁ ତୁମେମାନେ ରାତିରେ ଶାନ୍ତିରେ ଶୋଇପାର । ତା’ ବଦଳରେ ତୁମେ ମତେ ଖାଇବାକୁ ଦିଅ ଓ ମୋର ଯତ୍ନ ନିଅ।

ଗାଈଟିଏ ତା’ ପାଖ ଦେଇ ଚାଲିଗଲା । ଗାଈକୁ ଦେଖି ଦିପୁନ୍ ମନେ ମନେ ଭାବିଲା, ଗାଈଟି ବୋଧେ ଭାରି ଖୁସିରେ ଅଛି । ଦିପୁନ୍ କହିଲା – “ ତମର କିଛି କାମ ନାହିଁ, ମତେ ତ ପାଠ ପଢ଼ିବାକୁ ପଡ଼ୁଛି ।” ଗାଈ କହିଲା – “ ମୁଁ ଦିନସାରା ଘାସ ଚରେ, ଘରକୁ ଫେରିଲେ କ୍ଷୀର ଦୁହାଁ ହୁଏ । ସେଇ କ୍ଷୀରକୁ ନେଇ ମୋ ମାଲିକର ପରିବାର ଚଳେ ।” ସେଥିପାଇଁ ମାଲିକ ମୋର ଯତ୍ନ ନିଏ । ତେଣୁ ମୁଁ ଜାଣିଛି, ନିଜ କାମ ଠିକ୍ ଭାବେ କଲେ– ଆମେ ଖୁସିରେ ରହିବା ।”

ଦିପୁନର ମନେ ପଡ଼ିଲା, ବାପା ଡାକୁଥିଲେ ବୋଲି । ସେ ଘରକୁ ଗଲା ଓ ଦେଖିଲା ବାପାମାଆ ରୋଷେଇ କରୁଛନ୍ତି । ଚିଙ୍କି ଦିଦି ହୁଇଲ୍ ଚେୟାରରେ ମା’ଙ୍କ ପାଖରେ ବସି ରୋଷେଇ ଦେଖୁଥିଲା । ନିଜ ଚିତ୍ରକୁ ରଙ୍ଗ କରୁଥିଲା । ଦିପୁକୁ ଦେଖି, ବାପା ଗୋଟିଏ ପ୍ଲେଟ୍‌ରେ ଦହିବରା ବାଢ଼ି ତା’ ଆଡ଼କୁ ବଢ଼ାଇଦେଲେ । ଦିପୁନ୍ ଭାବିଲା – “ ଆରେ ମତେ ଖାଇବାକୁ ଡକା ହେଉଥିଲା, ମୁଁ ଭାବିଲି ପାଠ ପଢ଼ିବାକୁ।” ସେମାନେ ମୋର ଖାଲି ପାଠ କଥା ନୁହେଁ, ସବୁ ଦିଗ ପ୍ରତି ଦୃଷ୍ଟି ଦେଉଛନ୍ତି । ତେଣୁ ମୁଁ ମୋର କାମ ଠିକ୍ ଭାବରେ କରିବି । ଦହିବରା ଖାଇ ଥାଳିଟିକୁ ଧୋଇଧାଇ ବାସନ ଜାଗାରେ ରଖିଦେଲା । ଏହା ଦେଖି ମାଆ କହିଲେ – “ ଆରେ ! ଏ କ’ଣ ? ତୁ କ’ଣ ବାସନ ଧୋଇଦେଲୁ ?” ଦିପୁନା କହିଲା, “ମା, ତୁମେ ସମସ୍ତେ ନିଜ କାମ ନିଜେ କରୁଛ । ଆଜିଠାରୁ ମୁଁ ବି ମୋ କାମ କରିବି । ଯାଉଛି, ମୋ ଗୃହକାର୍ଯ୍ୟକୁ ଶେଷ କରିଦେବି । ଠିକ୍ ସମୟରେ ପାଠ ପଢ଼ିବି, ଆଉ ଠିକ୍ ସମୟରେ ଖେଳିବି।” ବାପା ସବୁ ଶୁଣି ଦିପୁନର ପିଠି ଥାପୁଡ଼େଇ ଦେଇ କହିଲେ – “ ବା ମୋ ପୁଅ ଏବେ ସୁନାପିଲା ।”

ସାରାଂଶ : ମନ ବଦଳିଲା

ଏହି ଗଳ୍ପଟି ଦିପୁନ୍ ନାମକ ଏକ ଛୋଟ ପିଲାର ମନୋଭାବ କିପରି ପରିବର୍ତ୍ତନ ହେଲା, ସେ ବିଷୟରେ। ଦିନେ ରବିବାର ଖେଳୁଥିବା ସମୟରେ ବାପା ଡାକିବାରୁ ଦିପୁନ୍ ଭାବିଲା ବୋଧହୁଏ ପାଠ ପଢ଼ିବାକୁ ଡାକୁଛନ୍ତି। ସେ ମନ ଦୁଃଖ କରି ଗଛମୂଳେ ବସିପଡ଼ିଲା ଏବଂ ଭାବିଲା ଯେ ମହୁମାଛି, କୁକୁର ବା ଗାଈ ହୋଇଥିଲେ ଭଲ ହୋଇଥାନ୍ତା, କାରଣ ସେମାନଙ୍କୁ କିଛି କାମ କରିବାକୁ ପଡ଼େନାହିଁ।

କିନ୍ତୁ ସେମାନେ (ମହୁମାଛି, କୁକୁର ଓ ଗାଈ) ଦିପୁନ୍‌କୁ ବୁଝାଇଲେ ଯେ ସେମାନେ ମଧ୍ୟ ନିଜ ନିଜର କାମ କରନ୍ତି। ମହୁମାଛି ମହୁ ସଂଗ୍ରହ କରେ, କୁକୁର ଘର ଜଗେ ଏବଂ ଗାଈ କ୍ଷୀର ଦିଏ। ନିଜ କାମ ଠିକ୍ ଭାବେ କଲେ ହିଁ ଖୁସି ମିଳେ ବୋଲି ସେମାନେ ତାକୁ ଶିକ୍ଷା ଦେଲେ।

ଏହା ଶୁଣି ଦିପୁନ୍ ଘରକୁ ଫେରିଲା। ସେ ଦେଖିଲା ଯେ ବାପା ତାକୁ ପଢ଼ିବାକୁ ନୁହେଁ, ବରଂ ତା’ ପାଇଁ ଦହିବରା ଆଣି ଖାଇବାକୁ ଡାକୁଥିଲେ। ନିଜ ପରିବାରର ସମସ୍ତଙ୍କୁ ନିଜ ନିଜ କାମ କରୁଥିବାର ଦେଖି ଦିପୁନ୍‌ର ମନ ବଦଳିଗଲା। ସେ ମଧ୍ୟ ନିଜ ଖାଇବା ଥାଳି ନିଜେ ଧୋଇଲା ଏବଂ ପ୍ରତିଜ୍ଞା କଲା ଯେ ସେ ଆଜିଠାରୁ ନିଜର ସବୁ କାମ ଠିକ୍ ସମୟରେ କରିବ—ଠିକ୍ ସମୟରେ ପଢ଼ିବ ଏବଂ ଠିକ୍ ସମୟରେ ଖେଳିବ। ଏହା ଶୁଣି ବାପାମାଆ ଖୁସି ହୋଇ ତାକୁ ସୁନାପିଲା ବୋଲି କହିଲେ।

 

सारांश : मन बदल गया

यह कहानी दिपुन नाम के एक छोटे लड़के के बारे में है, जिसकी सोच में कैसे बदलाव आया, यह बताया गया है। रविवार के दिन जब वह खेल रहा था, तब पिताजी ने उसे आवाज़ दी। दिपुन को लगा कि शायद वे उसे पढ़ने के लिए बुला रहे हैं। वह उदास होकर पेड़ के नीचे बैठ गया और सोचने लगा कि काश वह मधुमक्खी, कुत्ता या गाय होता, क्योंकि उन्हें कोई काम नहीं करना पड़ता।

लेकिन उन सभी (मधुमक्खी, कुत्ते और गाय) ने दिपुन को समझाया कि वे भी अपना-अपना काम करते हैं। मधुमक्खी शहद इकट्ठा करती है, कुत्ता घर की रखवाली करता है और गाय दूध देती है। उन्होंने उसे सिखाया कि अपना काम सही ढंग से करने पर ही खुशी मिलती है।

यह सब सुनकर दिपुन घर लौटा। उसने देखा कि पिताजी उसे पढ़ने के लिए नहीं, बल्कि उसके लिए ‘दही-बड़ा’ (नाश्ता) लाए थे और खाने के लिए बुला रहे थे। अपने परिवार के सभी सदस्यों को अपना-अपना काम करते देख दिपुन का मन बदल गया। उसने अपनी खाई हुई प्लेट खुद धोई और वादा किया कि आज से वह अपना सारा काम समय पर करेगा—सही समय पर पढ़ाई करेगा और सही समय पर खेलेगा। यह सुनकर माता-पिता बहुत खुश हुए और उसे ‘सुना पिला’ (अच्छा बच्चा/सोने जैसा बच्चा) कहा।

ଶବ୍ଦାର୍ଥ

Odia Word

Meaning in Odia

Meaning in Hindi

Meaning in English

ମନ ବଦଳିଲା (Mana badalila)

ମନୋଭାବରେ ପରିବର୍ତ୍ତନ ଆସିଲା

मन बदल गया / सोच बदली

Mind changed / Change of heart

ବ୍ୟସ୍ତ ହୋଇପଡ଼ିଲା (Byasta hoipadila)

ଚିନ୍ତିତ ବା ଅସ୍ଥିର ହେଲା

परेशान / व्याकुल हो गया

Became worried / Restless

ସଂଗ୍ରହ କରେ (Sangraha kare)

ଏକାଠି କରେ / ଜମା କରେ

इकट्ठा करती हूँ / जमा करती हूँ

Collects / Gathers

ସଞ୍ଚୟ (Sanchaya)

ଜମା କରି ରଖିବା

संचय / बचा कर रखना

Save / Store

ଆଉଁଶି ଦେଲା (Aaunshi dela)

ସ୍ନେହରେ ହାତ ବୁଲାଇଦେଲା

प्यार से हाथ फेरा / सहलाया

Stroked affectionately / Patted

ଆଉଜି ଆସିଲା (Aauji aashila)

ଢଳି ପଡ଼ିଲା / ନିକଟକୁ ଆସିଲା

टिक गया / करीब आ गया

Leaned against / Came closer

ଜଗେ (Jage)

ଜଗି ରହେ / ପହରା ଦିଏ

रखवाली करता हूँ / पहरा देता हूँ

Guards / Watches over

ଦୁହାଁ ହୁଏ (Dunhaan hue)

କ୍ଷୀର ବାହାର କରାଯାଏ

दुही जाती हूँ (दूध निकालना)

Milked

ମାଲିକ (Malika)

ପ୍ରଭୁ ବା ଗୃହକର୍ତ୍ତା

मालिक

Owner / Master

ଦୃଷ୍ଟି ଦେଉଛନ୍ତି (Drusti deuchhanti)

ନଜର ରଖୁଛନ୍ତି / ଧ୍ୟାନ ଦେଉଛନ୍ତି

ध्यान दे रहे हैं / नज़र रख रहे हैं

Paying attention / Taking care

ଗୃହକାର୍ଯ୍ୟ (Gruhakarjya)

ଘରପାଠ / ସ୍କୁଲରୁ ମିଳିଥିବା କାମ

गृहकार्य / होमवर्क

Homework / Housework

ଥାପୁଡ଼େଇ ଦେଇ (Thapudei dei)

ପିଠିରେ ହାତ ବାଡ଼େଇ / ଶାବାସୀ ଦେଇ

पीठ थपथपा कर / शाबाशी देते हुए

Patting (the back)

 



ଆସ, କଥାବାର୍ତ୍ତା ହେବା

୧. ତୁମ ଘରେ ତୁମେ କ’ଣ ସବୁ କାମ କର ?

ଉତ୍ତର – ମୁଁ ଘରେ ମୋର ବହି ଓ ଖେଳଣା ସଜାଡ଼ି ରଖେ, ଗଛରେ ପାଣି ଦିଏ ଏବଂ ମୋ ବୋଉକୁ ଛୋଟ ଛୋଟ କାମରେ ସାହାଯ୍ୟ କରେ।

୨. ବିଦ୍ୟାଳୟରେ ତୁମେ କେଉଁ ସବୁ କାମ କର ?

ଉତ୍ତର – ବିଦ୍ୟାଳୟରେ ମୁଁ ମନ ଦେଇ ପାଠ ପଢ଼େ, ସାଙ୍ଗମାନଙ୍କ ସହ ଖେଳେ ଆଉ ଆମ ଶ୍ରେଣୀଗୃହକୁ ସଫା ରଖିବାରେ ସାହାଯ୍ୟ କରେ।

୩. ଏ କାହାଣୀଟିରୁ ତୁମକୁ କାହାର କାମ ଭଲ ଲାଗିଲା ?

ଉତ୍ତର – ଏ କାହାଣୀଟିରୁ ମୋତେ ସମସ୍ତଙ୍କ କାମ ଭଲ ଲାଗିଲା। କାରଣ ମହୁମାଛି, କୁକୁର, ଗାଈ ଏବଂ ବାପାମାଆ ସମସ୍ତେ ନିଜ ନିଜ କାମ ବହୁତ ଭଲ ଭାବରେ ଓ ଦାୟିତ୍ୱର ସହ କରୁଥିଲେ।

 

ଚିନ୍ତା କରି ଲେଖ

୧. ଦିପୁନ୍ କାହିଁକି ବ୍ୟସ୍ତ ହୋଇପଡ଼ିଥିଲା ?

ଉତ୍ତର – ଘର ଭିତରୁ ବାପାଙ୍କ ଡାକ ଶୁଣି ଦିପୁନ୍ ଭାବିଲା ଯେ ବାପା ବୋଧେ ତାକୁ ପାଠ ପଢ଼ିବାକୁ ଡାକୁଛନ୍ତି। ରବିବାର ଦିନ ବି ପାଠ ପଢ଼ିବାକୁ ପଡ଼ିବ ଭାବି ସେ ବ୍ୟସ୍ତ ହୋଇପଡ଼ିଲା।

୨. ଦିପୁନ୍ ମହୁମାଛି ହେବାକୁ କାହିଁକି ଚାହୁଁଥିଲା ?

ଉତ୍ତର – ମହୁମାଛିକୁ ପାଠ ପଢ଼ିବାକୁ ପଡ଼େନାହିଁ ଆଉ ସେ ଫୁଲରୁ ଫୁଲକୁ ଉଡ଼ି ଖୁସିରେ ଦୋଳି ଖେଳେ ଭାବି ଦିପୁନ୍ ମହୁମାଛି ହେବାକୁ ଚାହୁଁଥିଲା।

୩. ଗାଈ ଆମକୁ କିପରି ସାହାଯ୍ୟ କରେ ?

ଉତ୍ତର – ଗାଈ ଆମକୁ ପିଇବା ପାଇଁ ଉପକାରୀ କ୍ଷୀର ଦିଏ। ସେହି କ୍ଷୀରକୁ ନେଇ ମାଲିକର ପରିବାର ଚଳେ ଏବଂ ଆମେ ସୁସ୍ଥ ରହୁ।

୪. ଦିପୁକୁ କାହିଁକି କୁକୁରର କାମ ସହଜ ଲାଗୁଥୁଲା ?

ଉତ୍ତର – କୁକୁରଟି ଚୁପ୍‌ଚାପ୍ ଆସି ଦିପୁନ୍ ପାଖରେ ଶୋଇପଡ଼ିଲା। କୁକୁରକୁ ପାଠ ପଢ଼ିବାକୁ ପଡ଼ୁନାହିଁ ଆଉ ସେ ଆରାମରେ ଶୋଉଛି ଭାବି ଦିପୁନ୍‌କୁ କୁକୁରର କାମ ସହଜ ଲାଗୁଥିଲା।

୫. ଶେଷରେ ଦିପୁନ୍ କାହିଁକି ନିଜ କାମ କରିବାକୁ ଲାଗିଲା ?

ଉତ୍ତର – ଘରେ ବାପାମାଆ ଓ ଅନ୍ୟମାନଙ୍କୁ ନିଜ ନିଜ କାମ ଠିକ୍ ଭାବରେ କରୁଥିବାର ଦେଖି ଦିପୁନ୍ ବୁଝିପାରିଲା ଯେ, ନିଜ କାମ କଲେ ହିଁ ପ୍ରକୃତ ଖୁସି ମିଳେ। ତେଣୁ ସେ ନିଜ କାମ ନିଜେ କରିବାକୁ ଲାଗିଲା।

୬. ତୁମର ଗୋଟିଏ ଦିନର କାମ ଲେଖ।

ଉତ୍ତର – ମୁଁ ସକାଳୁ ଉଠି ଦାନ୍ତ ଘଷେ, ଗାଧୋଇ ଖାଏ, ସ୍କୁଲ୍ ଯାଏ। ସ୍କୁଲରୁ ଫେରି ଖେଳେ ଏବଂ ସନ୍ଧ୍ୟାରେ ଠିକ୍ ସମୟରେ ପାଠ ପଢ଼େ।

ଭାଷାର କଥା

୧. କାହାଣୀରୁ କେତେକ ନାମକୁ ବୁଝାଉଥ‌ିବା ଶବ୍ଦ ଲେଖ।

ଉତ୍ତର – ଦିପୁନ୍, ବାପା, ମାଆ, ଚିଙ୍କି ଦିଦି, ମହୁମାଛି, କୁକୁର, ଗାଈ, ବଗିଚା, ଫୁଲ, ଦହିବରା।

ଚିନ୍ତା କରି ଲେଖ

୧. ଗୋଟିଏ ଦିନରେ ତୁମ ଇଚ୍ଛାରେ ତୁମେ ଯାହା (ଯେପରି ଫୁଲ, କୁକୁର କିମ୍ବା ଅନ୍ୟକିଛି) ହେବାକୁ ଚାହୁଁଚ ଲେଖ।

ଉତ୍ତର – ମୁଁ ଆଜି ଗୋଟିଏ ପ୍ରଜାପତି ହେବାକୁ ଚାହୁଁଛି। କାରଣ ମତେ ରଙ୍ଗବେରଙ୍ଗର ଡେଣା ମେଲାଇ ଫୁଲରୁ ଫୁଲକୁ ଉଡ଼ି ବୁଲିବାକୁ ଭାରି ଭଲ ଲାଗିବ।

 

ଚିତ୍ର କର

ଗୋଟିଏ ବଗିଚାର ଚିତ୍ର ଅଙ୍କନ କର।

 

 

୭. ତୁମ ଘରେ କିଏ କେଉଁ କାମ କରନ୍ତି ତାହାକୁ ସାରଣୀରେ ଲେଖ।

କ୍ରମାଙ୍କ

କାମର ନାମ

କିଏ କରନ୍ତି

୧

ଗଛରେ ପାଣି ଦେବା

ମୁଁ (ବା ଜେଜେବାପା)

୨

ରୋଷେଇ କରିବା

ବୋଉ / ମାଆ

୩

ବଜାରରୁ ପରିବା ଆଣିବା

ବାପା

୪

ଲୁଗା ସଫା କରିବା

ବୋଉ / ମାଆ

୫

ଘର ସଫା କରିବା

ଦିଦି (ଭଉଣୀ)

୬

ପାଠ ପଢ଼ାଇବା

ବାପା (ବା ଟ୍ୟୁସନ୍ ସାର୍)

୮. ତଳ ଚିତ୍ରରେ ସେମାନେ କ’ଣ କଥା ହେଉଥିବେ, ଚିନ୍ତା କର ଓ ଲେଖ।

(ଦିପୁନ୍ ଏବଂ ପଶୁମାନଙ୍କ ମଧ୍ୟରେ କଥାବାର୍ତ୍ତା)

ଦିପୁନ୍ କହୁଛି – “ମୋତେ ପାଠ ପଢ଼ିବାକୁ ଭାରି କଷ୍ଟ ଲାଗୁଛି।

ଗାଈ – ଯା’ହେଉ ତୁମକୁ ମୋ ଭଳି କଷ୍ଟ କରିବାକୁ ପଡୁନି।”

ଦିପୁନ୍ କହୁଛି ପ୍ରାଣୀ (ଗାଈ / କୁକୁର) ର ଉତ୍ତର – ତୁମକୁ କି ଭଳି କଷ୍ଟ କରିବାକୁ ପଡୁଛି

ପ୍ରାଣୀ (ଗାଈ / କୁକୁର) ର ଉତ୍ତର – ମୋତେ ବି ମୋର କାମ କରିବାକୁ ପଡ଼ୁଛି। ରାତିସାରା ଘର ଜଗିବା ବା ଦିନସାରା ଖରାରେ ଘାସ ଚରିବା କିଛି ସହଜ କାମ ନୁହେଁ। ନିଜ କାମ କଲେ ହିଁ ସଭିଏଁ ଭଲ ପାଇବେ।”

୯. ମହୁମାଛି ସଂଗ୍ରହ କରିଥିବା ମହୁ ତୁମେ କେଉଁ କାମରେ ଲଗାଅ ?

(କ) ଥଣ୍ଡା ଓ କାଶ ହେଲେ ଔଷଧ ଭାବରେ ଖାଇବାକୁ।

(ଖ) ଠାକୁରଙ୍କ ପୂଜାରେ ପଞ୍ଚାମୃତ ପ୍ରସ୍ତୁତ କରିବାରେ।

(ଗ) ପାଉଁରୁଟି ବା ରୁଟିରେ ଲଗାଇ ଖାଇବାରେ।

(ଘ) ମୁହଁର ତ୍ୱଚାକୁ କୋମଳ ଏବଂ ସଫା ରଖିବା ପାଇଁ।

 

୧୦. ପଠିତ ପାଠ ଅନୁସାରେ ତଳେ ଦିଆଯାଇଥିବା ବାକ୍ୟାଂଶକୁ ପୂରଣ କର।

ଦିପୁନ୍ ଦେଖିଲା – ମହୁମାଛିଟି ଆନନ୍ଦରେ ଗୁଣୁଗୁଣୁ ଗୀତ ଗାଇ ଫୁଲ ଉପରେ ଦୋଳି ଖେଳୁଛି।

ଦିପୁନ୍ ଭାବିଲା – କୁକୁର ଜୀବନଟି ଭଲ। କୁକୁରକୁ କହିଲା “ତୁମର କିଛି କାମ ନାହିଁ, ମତେ ତ ପାଠ ପଢ଼ିବାକୁ ପଡ଼ୁଛି”।

ଦହିବରା ଖାଇସାରି ଥାଳିଟିକୁ ଧୋଇଧାଇ ବାସନ ଜାଗାରେ ରଖିଦେଲା।

 

You cannot copy content of this page