ଅନ୍ୟ ଭ୍ରାତୃଗଣ ରାଜକୁମାରଯୋଗ୍ୟ ଉଚ୍ଚ ଆସନ ନିର୍ବାଚନ କରିନେଲେ। କିନ୍ତୁ କ୍ଷୁଦ୍ର ଚପଳମତି ବାଳକ ଅଶୋକ ସେଦିନ ଅଧସ୍ତନ ଭୂମିକୁ ହିଁ ଆପଣାର ଯୋଗ୍ୟ ଓ ଶ୍ରେଷ୍ଠ ଆସନ ବୋଲି ବିବେଚନା କଲେ।
ସେହି ଅଶୋକ – କିଏ ଜାଣିଥି ପରବର୍ତ୍ତୀ କାଳରେ ଏହି ତୀକ୍ଷ୍ଣବୁଦ୍ଧି ବାଳକ ସମଗ୍ର ଭାରତରେ ଏକଛନ୍ତି ଶାସକରୂପେ ବହୁମୂଲ୍ୟ ଓ ଅପ୍ରତୁଳ ରାଜସିଂହାସନର ଅଧିକାରୀ ହୋଇ ମଧ୍ୟ ମର୍ତ୍ତ୍ୟର ସେହି ମୃତ୍ତିକାକୁ ହିଁ ସର୍ବଶ୍ରେଷ୍ଠ ସ୍ଥାନ ଦେବେ ! କିଏ ଜାଣିଥିଲା ଯୌବନରେ ଉଦ୍ଧତ ପ୍ରଚଣ୍ଡ ‘ଚଣ୍ଡାଶୋକ’ ଏକଦା କେବକ ଭାରତରେ ନୁହେଁ, ସମଗ୍ର ଏସିଆଖଣ୍ଡରେ ‘ପୁଣ୍ୟାଶୋକ’ ନାମରେ ପୂଜିତ ହେବେ ! କିଏ କାଣିଥୁଲା କଠିନ ପାଷାଣ ସଦୃଶ କଠୋର ହୃଦୟ ଦିନେ ଆପଣାର କାରୁଣ୍ୟରେ, ସହାନୁଭୂତିରେ, ମହାନୁଭାବୁକତାରେ ନିର୍ଜୀବ ଶିଳାମୁଖରେ ମଧ୍ଯ ଅମୂଲ୍ୟ ବାଣୀ ଯୁଗ-ଯୁଗକୁ ସୁରକ୍ଷିତ କରିଯିବେ।
କଳଠାରୁ କର୍ଣ୍ଣାଟକ ପର୍ଯ୍ୟନ୍ତ ବିସ୍ତୃତ ଏକଚ୍ଛତ୍ର ସାମାଲ୍ୟ ବା ‘ବିତ’ର ଅଧିକାରୀ ହେବା ପରେ ରାଜୁତିର ଅଷ୍ଟମ ବର୍ଷରେ ସେ ସ୍ତ୍ରୀୟ ସାମ୍ରାଜ୍ୟକୁ ଗୃହର କରିବାପାଇଁ ପଡୋଶୀ କଳିଙ୍ଗ ରାଜ୍ୟ ଆକ୍ରମଣ କଲେ। ସେ ଏକ ଲୋମହର୍ଷଣକାରୀ ବିଭୀଷିକା। କଳିଙ୍ଗ ଓ ମଧ ମଧ୍ୟରେ ଏହି ଭୀଷଣ ବୃଦ୍ଧ ଦ୍ଵିତୀୟ ମହାଭାରତ ଯୁଦ୍ଧରେ ପରିଣତ ହେଲା। ବୀର କଳିଙ୍ଗର ସୈନ୍ୟବନ୍ଦ ଅଦୃଷ୍ଟପୂର୍ବ ଓ ଅଶୁତପୂର୍ବ ରଣକୌଶଳ ପ୍ରଦର୍ଶନ କଲେ। ଲକ୍ଷ୍ୟ ଲକ୍ଷ୍ୟ ସୈନ୍ୟସାମନ୍ତଙ୍କର ଶିର ରଣାଙ୍ଗନ ଆଚ୍ଛାଦିତ କଲା। ରକ୍ତନଦୀ ପ୍ରବାହିତ ହେଲା। ଅସଂଖ୍ୟ କଳିଙ୍ଗ ସୈନିକ ଅଶୋକଙ୍କ ଦ୍ବାରା ବନ୍ଦୀହେଲେ। ତଥାପି କଳିଙ୍ଗ ଉତୁର ଅତ୍ୟାଚାର ଓ ଉଦ୍ୟତ ଅସ୍ତ୍ର ସମ୍ମୁଖରେ ମସ୍ତକ ଅବନତ କରିବାକୁ ଅସ୍ବୀକାର କଲା। କଳିଙ୍ଗର ଅସୀମ ସାହସ ଏବଂ ରଣଧନ୍ଦୋଳର ପୈଶାଚିକୀ ଲୀଳା ସନ୍ଦର୍ଶନରେ ଅଶୋକଙ୍କ ହୃଦୟ ବିଗଳିତ ହୋଇଗଲା। ସେ ଚିତ୍କାର କରି କହିଉଠିଲେ, ”ବନ୍ଦ କର – ବନ୍ଦ କର ଏ ଯୁଦ୍ଧ ! ହିଂସା ପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ। ପଶୁବଳରେ ଶକ୍ତିଶାଳୀ ମଗଧ କଳିଙ୍ଗର ସାହସ ଓ ନୈତିକତା ନିକଟରେ ନମିତ ହେଲା।
ଏ କି ଆଶ୍ଚର୍ଯ୍ୟ କଥା ! ସମ୍ରାଟଙ୍କର ଏ କି ପରିବର୍ତ୍ତନ ! ବିନା ଅସ୍ତ୍ରରେ, ବିନା ତରବାରିରେ, ବିନା ରାଜଦଣ୍ଡରେ ସାମ୍ରାଜ୍ୟ ସ୍ଥାପନ ଓ ରାଜ୍ୟଶାସନ ? ଏ ଯେ ଅସମ୍ଭବ, ଅକଳ୍ପନୀୟ !
ମହାରାଜ ଅଶୋକ ତା’ର ଉତ୍ତର ଦେଇଥିଲେ। କଳିଙ୍ଗସଂଗ୍ରାମରେ ଆହତ, ନିହତ ଓ ବନ୍ଦୀମାନଙ୍କ ସଂଖ୍ୟାର ଶତସହସ୍ରାଶ ପ୍ରାଣରେ ଯଦି ସାମାନ୍ୟ ଆଘାତ ଲାଗେ, ତେବେ ଦେବାନାଂ ପ୍ରିୟ ପ୍ରିୟଦର୍ଶୀ ଅଶୋକଙ୍କ ପ୍ରାଣ ବ୍ୟର୍ଥି ହେବ। ‘ଦେବତାମାନଙ୍କ ପ୍ରିୟ’ ଅଶୋକଙ୍କ ମତରେ ଅପକାରୀ ଶତ୍ରୁ ମଧ୍ୟ କ୍ଷମାର ପାତ୍ର। ‘ଦେବତାଙ୍କ ପ୍ରିୟ’ ଅଶୋକ ଚାହାନ୍ତି ସମସ୍ତ ଜୀବସୃଷ୍ଟିର ଅକ୍ଷତି, ସଂଯମ, ସମଚର୍ଯ୍ୟା ଓ ପ୍ରସନ୍ନତା। ଯେଉଁ ବିଜୟ ଧର୍ମଦ୍ଵାରା ପ୍ରାପ୍ତ ହୁଏ, ଦେବତାମାନଙ୍କର ପ୍ରିୟ ଅଶୋକଙ୍କ ମତରେ କେବଳ ସେହି ବିଜୟକୁ ହିଁ ପ୍ରକୃତ ବିଜୟ ଆଖ୍ୟା ଦିଆଯାଇପାରେ।
ପ୍ରକୃତରେ ତରବାରି ତ୍ୟାଗକରି ଅଶୋକ ସମଗ୍ର ଭାରତରେ ଏକ ପ୍ରୀତିର ସାମ୍ରାଜ୍ୟ ପ୍ରତିଷ୍ଠା କଲେ। ଯେଉଁ ନିମ୍ନଭୂମିକୁ ସେ ଦିନେ ସର୍ବଶ୍ରେଷ୍ଠ ଆସନ ଜ୍ଞାନ କରିଥିଲେ, ସେହି ଭୂମି ପୂତ ଅଶୋକ-ଭୂମିର ସନ୍ତାନ ମନୁଷ୍ୟମାନଙ୍କ ହୃଦୟ-ସିଂହାସନରେ ଅପ୍ରତିଦ୍ବନ୍ଦିତ୍ଵ ଅଧିକାର ଲାଭକଲେ।
ଆଜକୁ ଦ୍ୱାବିଂଶ ଶତାବ୍ଦୀ ପୂର୍ବେ ଏହି ମହାମନସ୍ବୀ ଦେବାନାଂ ପ୍ରିୟ ପ୍ରିୟଦର୍ଶୀ – ପିୟଦର୍ଶୀ – ଅଶୋକ, ମୌର୍ଯ୍ୟବଂଶର ସ୍ଥାପୟିତା ଚନ୍ଦ୍ରଗୁପ୍ତଙ୍କର ପୌତ୍ର ଓ ବିନ୍ଦୁସାର ଅମିତଘାତଙ୍କର ଅନ୍ୟତମ ପୁତ୍ର ଅଶୋକ ଏ ଦେଶର କର୍ଣ୍ଣଧାର ହେବାର ସୌଭାଗ୍ୟ ଲାଭକରିଥିଲେ ।
କଳିଙ୍ଗ ସମରରେ ମହାର୍ଘ ବହୁଦର୍ଶିତା ଏବଂ ଅନନୁଭୂତ ଅଭିଜ୍ଞତା ଫଳରେ ପରିବର୍ତ୍ତିତ ଅଶୋକ, ବୌଦ୍ଧଧର୍ମର ‘ଶ୍ରାବକ’ ହୋଇଗଲେ। ସର୍ବଥା ସର୍ବବିଧ ହିଂସା, ବିଶେଷତଃ ରାଜପ୍ରାସାଦ ମଧ୍ୟରେ ପ୍ରତିନିତ୍ୟ ସଂଘଟିତ ଯାବତୀୟ ଜୀବବଧ, ସେ ନିଷିଦ୍ଧ କରିଦେଲେ। ରାଜ୍ୟଜୟ ଘୋଷିତ ହୋଇଗଲା – କି ପଶୁ, କି ପକ୍ଷୀ ଯେକୌଣସି ଜୀବବଧରେ ଅପରାଧୀ ରାଜଦ୍ୱାରରେ ଦଣ୍ଡିତ ହେବ। ରାଜ୍ୟର ପ୍ରତି ପ୍ରାନ୍ତରେ ସ୍ଥାପିତ ଅମାତ୍ୟମାନଙ୍କ ପ୍ରତି ସ୍ଥାୟୀ ଆଦେଶ ରହିଲା – ‘ଅଗଣିତ ନରନାରୀଙ୍କର ଦାୟିତ୍ବଗ୍ରାହୀ ସେବକରୂପେ ଆପଣମାନଙ୍କୁ ଉଚ୍ଚପଦସ୍ଥ କରାଯାଇଛି କାହିଁକି ? ଆପଣମାନେ ଦେବତାମାନଙ୍କର ପ୍ରିୟ ଏବଂ ସତୃପୁରୁଷଙ୍କର ସ୍ନେହଭାଜନ ବ୍ୟକ୍ତିଭାବରେ ସାମର୍ଥ୍ୟବାନ୍ ହୁଅନ୍ତୁ।’’
ଆପଣାର ପ୍ରତିବେଦକମାନଙ୍କ ନାମରେ ସେ ଆଜ୍ଞାପତ୍ର ଜାରିକଲେ ଭୋଜନାଳୟରେ ଭୋଜନରତ ଥିବାବେଳେ କିମ୍ବା ଅନ୍ତଃପୁରସ୍ଥ ଶୟନକକ୍ଷରେ ନିଦ୍ରିତାବସ୍ଥାରେ ଅଥବା ଅନ୍ୟ ଯେକୌଣସି ପରିସ୍ଥିତିରେ ପ୍ରଜାର ନିବେଦନ ସୂଚିତ ହେବା ଏକାନ୍ତ ଆବଶ୍ୟକ। ସର୍ବତ୍ର ସର୍ବ ସମୟରେ ପ୍ରଜାକାର୍ଯ୍ୟ ହିଁ ମୋର କର୍ତ୍ତବ୍ୟ।
ବୁଦ୍ଧଦେବ ବୌଦ୍ଧଧର୍ମର ମୂଳ ବୀଜମନ୍ତ୍ର ମାତ୍ର ଆବିଷ୍କାର କରିଥିଲେ; କିନ୍ତୁ ବୁଦ୍ଧଙ୍କର ସେହି ବୋଧୃତତ୍ତ୍ଵକୁ କେହି ଯଦି ଏସିଆଖଣ୍ଡର ଗୃହେ ଗୃହେ ପ୍ରକଟ କରିବାର ସାମର୍ଥ୍ୟ ଦେଖାଇଥାଏ, ସେ ହେଉଛନ୍ତି ମହାରାଜାଧିରାଜ ପୁଣ୍ୟଶ୍ଳୋକ ଅଶୋକ। ଅଶୋକଙ୍କ ସମୟରେ ହିଁ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଗଠିତ ଧର୍ମମହାମାତ୍ୟମାନେ ନିକଟବର୍ତ୍ତୀ ରାଜ୍ୟ ତଥା ସୁଦୂର ବିଦେଶଯାତ୍ରା କରିଥିଲେ। ପାଟଳିପୁତ୍ର ସମୀପସ୍ଥ ଅଶୋକାରାମ ସ୍ଥାନରେ ଅଶୋକଙ୍କର ଧର୍ମଗୁରୁ ମୋଗଲିପୁର ତିସ୍ ବା ଉପଗୁପ୍ତଙ୍କ ରାଜତ୍ଵରେ ଅଶୋକଙ୍କ ରାଜତ୍ଵର ଅଷ୍ଟାଦଶ ଅଙ୍କରେ ବୌଦ୍ଧସଂଘର ତୃତୀୟ ସଂଗୀତିର ନବମାସାବଧୂ ଅଧିବେଶନ ବସିଥିଲା। ଏହି ସଂଗୀତିରେ ନିର୍ଦ୍ଧାରିତ ‘ଧର୍ମ ବିଜୟ’ ନୀତି ଧାର୍ଯ୍ୟ ହେଲା। ତଦନୁସାରେ ତିସଙ୍କ ଆଦେଶକ୍ରମେ ଥେରା ବା ବୌଦ୍ଧଭିକ୍ଷୁ ବିଦ୍ବାନମାନଙ୍କୁ ସୁଦୂର ଖାତମ୍, ସିଂହଳ, ସ୍ଵଭୂମି ପର୍ଯ୍ୟନ୍ତ ପ୍ରେରଣ କରାଗଲା। କଥା ଅଛି, ଅଶୋକକନ୍ୟା ସଂଘମିତ୍ରା ନିଜେ ସିଂହଳ ଯାତ୍ରା କରିଥିଲେ। ସମ୍ଭବତଃ ସଂଘ ଶବ୍ଦରୁ ହିଁ ସିଂହଳ ଶବ୍ଦର ଉଦ୍ଭବ।
ଅଶୋକ ଯେ କେବଳ ଜଣେ ଧର୍ମପ୍ରଚାରକ ଭାବରେ ପ୍ରସିଦ୍ଧି ଲାଭ କରି ରାଜଦଣ୍ଡର ସୁଯୋଗ ନେଇ ସ୍ଵଧର୍ମର ବହୁଳ ପ୍ରଚାର କରିଥିଲେ, କେବଳ ଯେ ଅନୁଶାସନାବଳିପୂର୍ଣ୍ଣ ସ୍ତୂପ ବା ସ୍ତମ୍ଭମାନ ପ୍ରତିଷ୍ଠା କରିଯାଇଥିଲେ ତାହା ନୁହେଁ; ତାଙ୍କ ରାଜତ୍ଵକାଳରେ ଦେଶର ସର୍ବବିଧ ଉନ୍ନତି ସାଧୂତ ହୋଇଥିଲା ଏବଂ ନାନା ଲୋକହିତକର କାର୍ଯ୍ୟ ମଧ୍ୟ ସୁସମ୍ପନ୍ନ ହୋଇଥିଲା।
ଅଶୋକଙ୍କର ପ୍ରଧାନ ଶିଳାଭିଲେଖରେ ଚଉଦଟି ଅନୁଶାସନ ବା ଧର୍ମଲିପି ଲିପିବଦ୍ଧ ହୋଇଛି ଏବଂ ସ୍ତମ୍ଭାଭିଲେଖରେ ମାତ୍ର ସାତୋଟି ସର୍ତ୍ତ ଦେଖିବାକୁ ମିଳେ। ସର୍ବପ୍ରକାର ଅନୁଶାସନର ସଂଖ୍ୟା ପ୍ରାୟ ତ୍ରୟବିଂଶଟି ଅଦ୍ୟାବଧୂ ଆବିଷ୍କୃତ ହୋଇଅଛି। ସମୁଦାୟ ୮୦, ୦୦୦ ସ୍ତମ୍ଭ ଅଶୋକ ସ୍ଥାପନ କରିଯାଇଥିଲେ – ଏହା ପ୍ରବାଦ ମାତ୍ର।
ସ୍ଵାଧୀନ ଭାରତରେ ଏହି ‘ଅଶୋକସ୍ତମ୍ଭ’ ହିଁ ରାଷ୍ଟ୍ରର ଶାସନସଂକେତ ଏବଂ ଭାରତର ଜାତୀୟ ପତାକାନ୍ତର୍ଗତ ଶିଳ୍ପର ପ୍ରତୀକ ଚକ୍ରାକୃତି ଚିହ୍ନ ମଧ୍ୟ ଅଶୋକସ୍ତମ୍ଭାଙ୍କିତ ଗୋଟିଏ କଳାମଣ୍ଡିତ ଚକ୍ରଲେଖ।