ଓଡ଼ିଆ ଖଣ୍ଡ

ମହାତ୍ମା ମଧ୍ଵାଚାର୍ଯ୍ୟ

ସେ ଆଜି ଅବତାରରୂପେ ଗଣ୍ୟ ନୁହନ୍ତୁ, ଏକ ବିରାଟ ଧର୍ମ-ସମ୍ପ୍ରଦାୟର ପ୍ରବର୍ତ୍ତକରୂପେ ତାଙ୍କର ବିଶେଷ ପରିଚୟ ଆଜି ଜଗତ୍ ସମକ୍ଷରେ କେହି ଉପସ୍ଥାପିତ ନ କରୁ; କିନ୍ତୁ ତାଙ୍କର ଅଭିନବ ଦୃଷ୍ଟିକୋଣ, ହୃଦୟାନୁଭୂତିର ଅପୂର୍ବ ଭଙ୍ଗୀ ଭାରତୀୟ ବିଶିଷ୍ଟ ପୁରୁଷ କପିଳ, ଗୌତମ, କଣାଦ, ପତଞ୍ଜଳିଙ୍କ ନାମ ସହିତ ଶଙ୍କର, ରାମାନୁଜ, ବଲ୍ଲଭଙ୍କର ଆଧ୍ୟାତ୍ମିକବାଦ ସହିତ ଅଚ୍ଛେଦ୍ୟ ଏବଂ ଅଭେଦ୍ୟ ଭାବରେ ତାଙ୍କୁ ଚିରଦିନ ସଂଶ୍ଳିଷ୍ଟ କରି ରଖୁବ। ବାଳକ ‘ବାସୁଦେବ’ ପୂର୍ଣପ୍ରଜ୍ଞ ‘ଆନନ୍ଦ ତୀର୍ଥ’ ରୂପରେ ପ୍ରକଟିତ ହେବାର ଏକ ମନୋହର ଆଖ୍ୟାୟିକା ମଧ୍ୟରେ ମଧୁଙ୍କର ଉଜ୍ଜଳମୟ ଜୀବନୀ ସ୍ବଚ୍ଛନ୍ଦଭାବରେ ଆଧାରିତ।

ରାମାନୁଜ, ନିମ୍ବାର୍କ ଓ ବଲ୍ଲଭାଦି ଆଚାର୍ଯ୍ୟମାନେ ଶଙ୍କରଙ୍କ ଅଦ୍ୱୈତବାଦର ବିରୋଧ କରିଥିଲେ ସତ୍ୟ; କିନ୍ତୁ ତାର ପୂର୍ଣ୍ଣ ଖଣ୍ଡନ ନ କରି ସେମାନେ ଏକପ୍ରକାର ସନ୍ଧି ସ୍ଥାପନ କରିଯାଇଥିଲେ।

କିନ୍ତୁ ମଧ୍ଵ ସମ୍ପୂର୍ଣ୍ଣତଃ ଶଙ୍କର-ମତକୁ ମିଥ୍ୟା ପ୍ରମାଣିତ କରି ବିଶୁଦ୍ଧଦ୍ଵୈତବାଦ ନାମରେ ଏକ ସ୍ୱତନ୍ତ୍ର ଦାର୍ଶନିକ ବିଚାରଧାରା ସର୍ବସାଧାରଣଙ୍କ ଆଗରେ ଉପସ୍ଥାପିତ କଲେ। ତାଙ୍କ ମତରେ ବ୍ରହ୍ମ, ଜୀବ ଓ ଜଗତର ଐକ୍ୟ ଅସମ୍ଭବ। ଏକ ଦିଗରେ ଅଦ୍ବିତୀୟ ଚେତନ ବ୍ରହ୍ମ – ଅନ୍ୟ ଦିଗରେ ଅସ୍ୱତନ୍ତ୍ର ଜଡ ପ୍ରକୃତି ଓ ପରତନ୍ତ୍ର ଜୀବ – ପ୍ରତ୍ୟେକର ସ୍ଵତନ୍ତ୍ର ସତ୍ତା ଯଥାର୍ଥ। ବିଭେଦ ଅସତ୍ୟ ନୁହେଁ – ନିତ୍ୟ

ସନାତନ।

ମାନ୍ଦ୍ରାଜ ପ୍ରଦେଶର ପଶ୍ଚିମ ଭାଗରେ ଉଦୀପୀ ନାମକ ସ୍ଥାନ ସମୀପସ୍ଥ ଗୋଟିଏ ଗ୍ରାମରେ ଏଗାରଶହ ଅଠର, କାହାରି ମତରେ ଏଗାର ଶହ ଅନେଶ୍ୱତ ବା ବାରଶହ ଅଠତିରିଶ ଖ୍ରୀଷ୍ଟାବ୍ଦରେ ବାସୁଦେବଙ୍କ ଜନ୍ମ। ଅତି ଅଳ୍ପ ସମୟ ମଧ୍ୟରେ ବାସୁଦେବଙ୍କର ଅମିତ ପ୍ରତିଭା ବିକଶିତ ହୋଇଥିଲା। ବାସୁଦେବଙ୍କର ଶରୀର ମଧ୍ୟ ବାଳକ ଅବସ୍ଥାରୁ ହୃଷ୍ଟପୁଷ୍ଟ ଏବଂ ବଳିଷ୍ଠ ଥିଲା। ପଚିଶ ବର୍ଷ ବୟସରେ ସେ ସଂସାରବିରାଗୀ ହୋଇ ଉଦୀପୀର ଅଦ୍ୱୈତବାଦୀ ବେଦାନ୍ତୀ ଅଚ୍ୟୁତ ପ୍ରେକ୍ଷଙ୍କଠାରୁ ଦୀକ୍ଷା ଗ୍ରହଣ କଲେ। ସେହିଠାରେ ମଧ୍ୟ ଶ୍ରୁତିର ଏକ ନୂଆ ଅର୍ଥ କରି ସେ ଆପଣାର ଅଦ୍ଵୈତବାଦ ପ୍ରଚାର କରିଥିଲେ। ବାସୁଦେବ ‘ପୂର୍ଣପ୍ରଜ୍ଞ’ ନାମରେ ଚତୁର୍ଦ୍ଦିଗରେ ବିଖ୍ୟାତ ହେବାକୁ ଲାଗିଲେ। ତାଙ୍କ ପାଣ୍ଡିତ୍ୟରେ ମୁଗ୍‌ଧ ହୋଇ ତାଙ୍କର ଗୁରୁ ତାଙ୍କୁ ଉକ୍ତ ମଠର ସର୍ବଶ୍ରେଷ୍ଠ ପଦ ପ୍ରଦାନ କରିଥିଲେ। ଏହାପରେ ତାଙ୍କ ଜୀବନର ଏକ ନବୀନ ଅଧ୍ୟାୟ ଆରମ୍ଭ ହେଲା ଏବଂ ‘ପୂର୍ଣପ୍ରଜ୍ଞ’ ବର୍ତ୍ତମାନ ‘ଆନନ୍ଦ ତୀର୍ଥ’ ନାମରେ ବିଦିତ ହେଲେ।

ତତ୍ପରେ ସେ ଦକ୍ଷିଣ-ଭାରତରେ ତୀର୍ଥସ୍ଥାନମାନ ଭ୍ରମଣକରି ଶଙ୍କରଙ୍କର ଅଦ୍ଵୈତବାଦ ପରବର୍ତୀ ନବଚିନ୍ତନର ପ୍ରଚାର ଆରମ୍ଭ କଲେ। ଶୃଙ୍ଗେରୀ ମଠର ତତ୍କାଳୀନ ଆଚାର୍ଯ୍ୟଙ୍କ ସହିତ ମଧ୍ୟଙ୍କର ସାକ୍ଷାତ୍ ହୋଇଥିଲା। ତୀର୍ଥାଟନରୁ ଫେରି ସେ ନିଜର ଦ୍ୱୈତବାଦ ଦୃଷ୍ଟିକୋଣରୁ ନୂତନ ଗୀତାଭାଷ୍ୟ ଲେଖିଲେ। ସେହି ସମୟରେ ସେ ବେଦାନ୍ତ ସୂତ୍ରର ଯେଉଁ ମନୋଜ୍ଞ ଭାଷ୍ୟ ରଚନା କଲେ ତାହାର ପରିସମାପ୍ତି ଓ ପ୍ରଚାର ହେଲା ତାଙ୍କର ଉତ୍ତର-ଭାରତ ଯାତ୍ରାକାଳରେ – କାଶୀଠାରେ।

ହରଦ୍ଵାରରେ ପହଞ୍ଚିବା ମାତ୍ରେ ବହୁଦିନ ନିରାହାରଜନିତ କ୍ଷୀଣ ତନୁ, ମୌନବ୍ରତଧାରୀ ମହାତ୍ମା ମଧ୍ଵା ଗଭୀର ଚିନ୍ତାମଗ୍ନ ହୋଇପଡିଲେ। ତତ୍ପରେ ସେ ଏକାକୀ ବଦ୍ରିକା ଆଶ୍ରମରେ ବହୁଦିନ ବାସ କରିବା ପରେ ସିଦ୍ଧି ଲାଭ କରି ତାଙ୍କର ଦ୍ୱୈତବାଦୀ ସିଦ୍ଧାନ୍ତକୁ ଅତି ଦୃଢ ଭାଷାରେ ପ୍ରଚାର କରିଥିଲେ। ଦକ୍ଷିଣ ପ୍ରତ୍ୟାବର୍ତ୍ତନ ପରେ ସେ ସର୍ବପ୍ରଥମେ ସ୍ବୀୟ ଗୁରୁଙ୍କୁ ହିଁ ସ୍ୱଧର୍ମରେ ଦୀକ୍ଷିତ କରିଥିଲେ। ତତ୍ପରେ ସେ ଉଦୀପୀରେ ଗୋଟିଏ କୃଷ୍ଣ ମନ୍ଦିର ସ୍ଥାପନ କରି ସେବାପୂଜାର ବିଧାନ କଲେ। ଅବଶେଷରେ ଏହି ସ୍ଥାନ ମଧ୍ଧଚାର୍ଯ୍ୟଙ୍କ ଅନୁଯାୟୀମାନଙ୍କର ତୀର୍ଥଭୂମିରୂପେ ପରିଗଣିତ ହେଲା।

ମଧ୍ୟଙ୍କର ବୈଷ୍ଣବ ମତବାଦର ପ୍ରଚାର, ପ୍ରସାର ଏବଂ ପ୍ରଭାବ ବୃଦ୍ଧି ସଙ୍ଗେ ସଙ୍ଗେ ଅଦ୍ଵୈତବାଦୀ ଶୃଙ୍ଗେରୀ ମଠର ଅଧିକାରୀମାନଙ୍କ ସହିତ ଅବାଞ୍ଛିତ ବାଦାନୁବାଦ ଚାଲିଲା। ମଠାଧୀଶମାନେ ଆଶ୍ରମ ଆକ୍ରମଣକରି ବଳପୂର୍ବକ ମଧ୍ଧଙ୍କର ଗ୍ରନ୍ଥମାନ ଅପହରଣ କରିନେଲେ। ପରେ ଚାଲୁକ୍ୟ ରାଜାଙ୍କର ସହାୟତାରେ ବହୁ କଷ୍ଟରେ ତାହାର ପୁନରୁଦ୍ଧାର ହେଲା। ଏ ପ୍ରକାର ବାଦାନୁବାଦ ଫଳରେ ମଧ୍ଧଙ୍କର ମତ ପ୍ରଚାର ବାଧାପ୍ରାପ୍ତ ହୋଇଥିଲା।

ଏହି ସମୟରେ ଗୋଟିଏ ପୁଣ୍ୟ ପ୍ରଭାବରେ ସାଗରସ୍ନାନ ଉଦ୍ଦେଶ୍ୟରେ ମଧ୍ଧଚାର୍ଯ୍ୟ ଆଶ୍ରମ ବହିର୍ଦ୍ଦେଶକୁ ଯାଇ ଆଉ ପୁନରାଗମନ କରିନାହାନ୍ତି। ସେତେବେଳକୁ ମଧ୍ଵାଙ୍କର ବୟସ ଅଣାଅଶୀ ବର୍ଷ।

ମଧ୍ୟଙ୍କର ସଂପ୍ରଦାୟ ପ୍ରଥମେ ବ୍ରହ୍ମ ସମ୍ପ୍ରଦାୟ ନାମରେ ପ୍ରଖ୍ୟାତ ଥିଲା। ବ୍ରହ୍ମସୂତ୍ର ଓ ଗୀତାର ଭାଷ୍ୟ ଛଡା ଉପନିଷଦୂର ମଧ୍ୟ ସେ ମହତ୍ତ୍ଵପୂର୍ଣ୍ଣ ଭାଷ୍ୟ ରଚନା କରିଥିଲେ। ମଧୁଙ୍କର ବିଶିଷ୍ଟାଦ୍ଵୈତବାଦର ମୂଳନୀତି ପାଞ୍ଚୋଟି ଭେଦ ଉପରେ ପ୍ରତିଷ୍ଠିତ; ଯଥା – ବ୍ରହ୍ମ ଓ ଜଡ ହୁ ଓ ବଡ଼ ପ୍ରକୃତିର ଭେଦ, ଜୀବ ଓ ଜଡ଼ ପ୍ରକୃତିର ଭେଦ, ଜୀବ ଓ ଜୀବ ମଧ୍ୟରେ ଭେଦ ଏବଂ ଏକ ଜଡପିଣ୍ଡ ଓ ଅନ୍ୟ ଜଡପିଣ୍ଡ ମଧ୍ୟରେ ଭେଦ। ସେ ବଡ ବୁଦ୍ଧିମତ୍ତାର ସହିତ ଆପଣାର ଦ୍ୱୈତମତକୁ ପ୍ରତିପାଦନ କରିବାପାଇଁ ପ୍ରାଚୀନ ସାଂଖ୍ୟ ଓ ବୈଶେଷିକ ମତାବଳୀର ଚାତୁର୍ଯ୍ୟପୂର୍ଣ୍ଣ ଯାହା ଫଳରେ ଦୈତବାଦ ଆଜି ଭାରତୀୟ ଦର୍ଶନରେ ୧୨ୟୋଗ କରିଛନ୍ତି – ଏକାବେଳକେ ନୂତନଧାରା ନ ହୋଇ ଏକ ପୁରାତନ ପରମ୍ପରା ଉପରେ ପ୍ରତିଷ୍ଠିତ ବୋଲି ସର୍ବବାଦିସମ୍ମତ।

About the author

हिंदीभाषा

Leave a Comment

You cannot copy content of this page