Blog ଓଡ଼ିଆ ଖଣ୍ଡ

ମାର୍ଗଦର୍ଶୀ ବଲ୍ଲଭ

ସମଗ୍ର ଭାରତକୁ ଦକ୍ଷିଣ-ଭାରତର ଏକ ସୁମହତ୍ ଦାନ – ଆଚାର୍ଯ୍ୟ ବଲ୍ଲଭ।

ଭକ୍ତିରସରେ ଯେତେବେଳେ ଦକ୍ଷିଣ-ଭାରତ ଆପ୍ଲତ, ଉତ୍ତର-ଭାରତରେ ତାର ଆଭାସ ମାତ୍ର ଜଣାପଡିଛି, ଯୁଗ ଯେତେବେଳେ କଠିନ କର୍ମକାଣ୍ଡ ଓ ବିଧୂମାର୍ଗର ଆବରଣକୁ ତ୍ୟାଗକରି ଏକ ସରଳ ନିରାଡମ୍ବର ଭଗବଦ୍‌ଭକ୍ତି ଲାଳସାରେ ଲାଳସୀ ହୋଇଉଠିଛି – ଯୁଗୋଚିତ ପ୍ରେମଭକ୍ତିପ୍ରଚାରକ ସନ୍ନ୍ୟାସୀମାନଙ୍କର ଯେତେବେଳେ ଅଭ୍ୟୁଦୟକାଳ, ଠିକ୍ ସେହି ସମୟରେ ଗୋଟିଏ ତୈଲଙ୍ଗ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଆଚାର୍ଯ୍ୟ ବଲ୍ଲଭ।

କିନ୍ତୁ ଜନ୍ମସ୍ଥାନ ଥିଲା ତାଙ୍କର ଉତ୍ତର-ଭାରତ – କାଶୀ ନିକଟସ୍ଥ କୌଣସି ଏକ ପୁଣ୍ୟ ପୀଠ। ପିତା ଲକ୍ଷ୍ମଣ ଭଟ୍ଟ ଦକ୍ଷିଣରୁ ଆସି ଏହି ସ୍ଥାନରେ ଅଧ୍ବବାସ କରିଥିଲେ। ସେ ଥିଲେ ବିଷ୍ଣୁସ୍ଵାମୀଙ୍କ ପ୍ରବର୍ତ୍ତିତ ରୁଦ୍ର ସମ୍ପ୍ରଦାୟଭୁକ୍ତ ଏକ ନୈକ୍ଷିକ ବ୍ରାହ୍ମଣ।

ଚଉଦ ଶହ ତେସ୍ତରି ଖ୍ରୀଷ୍ଟାବ୍ଦ। ହଠାତ୍ କାଶୀରେ ହିନ୍ଦୁ ଓ ମୁସଲମାନ ସନ୍ନ୍ୟାସୀମାନଙ୍କ ମଧ୍ୟରେ ଆରମ୍ଭ ହେଲା ତୁମୁଳ ସଂଘର୍ଷ। ସେତିକିବେଳେ ଲକ୍ଷ୍ମଣ କାଶୀ ପରିତ୍ୟାଗକରି ପଳାଇଯିବାକୁ ବାଧ୍ୟ ହେଲେ। ସେହି ପଳାୟନ ପଥରେ ଚମ୍ପାରଣ୍ୟ ନାମକ ନିବିଡ ଅରଣ୍ୟ ମଧ୍ୟରେ ସହଗାମିନୀ ପତ୍ନୀଙ୍କ ଉଦରରେ ବଲ୍ଲଭଙ୍କର ଜନ୍ମ। କେହି କେହି କହନ୍ତି, ଲକ୍ଷ୍ମଣ ଭଟ୍ଟ ଶିଶୁ ବଲ୍ଲଭଙ୍କୁ ସେହି ଜଙ୍ଗଲ ମଧ୍ୟରେ ପରିତ୍ୟକ୍ତ ହୋଇ ପଡିଥିବା ଅବସ୍ଥାରେ ଆହରଣ କରି ଆଣିଥିଲେ। ବଲ୍ଲଭଙ୍କର ମାତ୍ର ଏକାଦଶ ବର୍ଷ ବୟସରେ ଲକ୍ଷ୍ମଣ ଇହକାଳ ସାଙ୍ଗକରନ୍ତି। ସେତେବେଳକୁ ଲକ୍ଷ୍ମଣ କାଶୀ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ ଏବଂ ବଲ୍ଲଭଙ୍କର ଶିକ୍ଷାଭାର ନାରାୟଣ ଭଟ୍ଟ ନାମକ ଜଣେ ପଣ୍ଡିତଙ୍କ ଉପରେ ନ୍ୟସ୍ତ ଥିଲା।

ଯୁବକ ଅବସ୍ଥାରେ ହିଁ ବଲ୍ଲଭ ବେଦ, ଉପନିଷଦ୍ ଆଦିରେ ବିଶେଷ ପାରଙ୍ଗମ ହୋଇଉଠିଲେ। ପିତାଙ୍କର ରୁଦ୍ର ସମ୍ପ୍ରଦାୟବାଦୀ ବିଚାରର ପ୍ରଭାବ ତାଙ୍କ ଉପରେ ପଡିଥିଲେହେଁ ନିମ୍ବାର୍କଙ୍କର ରାଧାକୃଷ୍ଣ ଉପାସନା ସମ୍ବନ୍ଧୀ ଭକ୍ତିଧାରା ତାଙ୍କୁ ସମକ ଆକର୍ଷଣ କଲା। ଫଳତଃ ଶଙ୍କରଙ୍କର ମାୟାବାଦ ସହିତ ତାଙ୍କର ସ୍ଵାଭିମତର ସମନ୍ଵୟ ସେ କରିପାରିନଥିଲେ। କାଳକ୍ରମେ ବଲ୍ଲଭ ତାଙ୍କର ନୂତନ ଉଦ୍ଭାବିତ “‘ସୁଦ୍ଧଦ୍ଵୈତ ମତବାଦ’’ ପ୍ରଚାର କରି କହିଲେ, ‘‘ମାୟାର କଳ୍ପନା ପରିତ୍ୟାଗ କରି ମଧ୍ୟ ବ୍ରହ୍ମର ଅଦ୍ଵୈତତା ସ ଏହି ଅଦ୍ଵୈତ ବ୍ରହ୍ମ କାର୍ଯ୍ୟ ଓ କାରଣ ଭେଦରେ ଦ୍ୱୈତ ରୂପରେ ସୁବ୍ୟକ୍ତ – ଉଭୟେ ସତ୍ୟ ଏବଂ ଏକ। ତାହା ବିଶୁଦ୍ଧ; ମାୟା ଉପରେ ତାହାର ନିର୍ଭରଶୀଳତା ଏକ ଅଳୀକ କଳ୍ପନା।’’

ସ୍ବତଃସିଦ୍ଧ। କିନ୍ତୁ ସତ୍ୟ ଏ ତାଙ୍କ ମତରେ ଏ ସମଗ୍ର ଦୃଶ୍ୟମାନ୍ ଜଗତ୍ ସେହି ଅଦ୍ଵୈତ ବ୍ରହ୍ମଙ୍କର ଆତ୍ମବିକାଶ ମାତ୍ର। ସେହି ଲୀଳାମୟଙ୍କର ଅଘଟନଘଟନପଙ୍ଗୀୟସୀ ଲୀଳାର ଅଂଶୁରୂପୀ ଏହି ଜୀବର ପ୍ରକାଶ ତାଙ୍କ ବ୍ୟତିରେକେ ଅନ୍ୟ କାହାଦ୍ଵାରା ପ୍ରକଟିତ ହୋଇନପାରେ।

ବଲ୍ଲଭ ତେଣୁ ଈଶ୍ବରଙ୍କ ଏହି ସଗୁଣ ରୂପକୁ ଶଙ୍କରଙ୍କ ଭାଷାରେ ମାୟା ବୋଲି ନ କହି ସତ୍ୟ ଏବଂ ଯଥାର୍ଥ ବୋଲି ପ୍ରତିପାଦିତ କଲେ। ସେ ସେହି ପରମଚେତନଶୀଳ ଇଚ୍ଛାମୟ, ଲୀଳାବିଳାସୀ ସଗୁଣ ଓ ନିର୍ଗୁଣ ବ୍ରହ୍ମରୂପେ ଈଶ୍ବରଙ୍କୁ ସଚ୍ଚିଦାନନ୍ଦମୟ ପୂର୍ବପୁରୁଷୋତ୍ତମ ବା ଶ୍ରୀକୃଷ୍ଣ ନାମରେ ଅଭିହିତ କଲେ ଏବଂ ସେହି ରସୋତ୍ତୀର୍ଣ ନିତ୍ୟଲୀଳା ମଧ୍ୟରେ ପ୍ରବେଶଧ୍ୟାର ଲାଭକରିବା ହିଁ ଜୀବର ପରମ କଲ୍ୟାଣମୟ ପଦ ଓ ଚରମ ଗତି ବୋଲି ସେ ଧାରଣା ଦେଇଥିଲେ। ସେହି ସଦ୍‌ଗତିର ପ୍ରାପ୍ତି ନିମନ୍ତେ ଯେଉଁ ଉପାସନା ପଦ୍ଧତିର କ୍ରମ ସେ ଦର୍ଶାଇଥିଲେ ତାହା ‘ପୁଷ୍ଟି ମାର୍ଗ’ ନାମରେ ସୁବିଦିତ।

ବଲ୍ଲଭ ସ୍ଥାନେ ସ୍ଥାନେ ଭ୍ରମଣ କରି ତାଙ୍କର ଏହି ଅଭିନବ ମତ ପ୍ରଚାର କରିଥିଲେ। ପରିଶେଷରେ ଦାକ୍ଷିଣାତ୍ୟରେ ମଧ୍ୟ ପ୍ରବେଶ କରିବାରୁ ବିଜୟନଗର ରାଜ-ଦରବାରରେ ଶୈବ ସମ୍ପ୍ରଦାୟର ଭକ୍ତମାନଙ୍କ ସହିତ ତାଙ୍କର ତର୍କ ଓ ବାଦାନୁବାଦ ହେଲା। ବଲ୍ଲଭ ଜୟୀ ହେଲେ ଏବଂ ବୈଷ୍ଣବମାନେ ତାଙ୍କୁ ଆଚାର୍ଯ୍ଯରୂପେ ଗ୍ରହଣ କରିବାକୁ ବାଧ୍ୟହେଲେ। ଦାକ୍ଷିଣାତ୍ୟରୁ ଫେରି ବଲ୍ଲଭାଚାର୍ଯ୍ୟ ତାଙ୍କ ପୁଷ୍ଟି ମାର୍ଗର ଏକ ସ୍ଥାୟୀ ଅନୁଷ୍ଠାନ ବା ଗାଦି ସ୍ଥାପନା କରିଥିଲେ। ବଲ୍ଲଭଙ୍କର ପ୍ରୟାଣ ପରେ ତାଙ୍କ ପୁତ୍ର ସେହି ଗାଦି ଆରୋହଣ କଲେ ଏବଂ ସେହି ପରମ୍ପରା ଅଦ୍ୟାବଧୂ ପ୍ରଚଳିତ ରହିଛି।

ଶ୍ରୀବଲ୍ଲଭାଚାର୍ଯ୍ୟ ‘ପ୍ରସ୍ଥାନତ୍ରୟୀ’ ଅର୍ଥାତ୍ ଶ୍ରୀମଦ୍ଭଗବଦ୍‌ଗୀତା ବ୍ରହ୍ମସୂତ୍ର ଓ ଉପନିଷଦୂର ନୂତନ ଟୀକାର ସମ୍ପାଦନ କରିଥିଲେ। ସଙ୍ଗେ ସଙ୍ଗେ ସେ ତାଙ୍କ ଧର୍ମର ମୂଳଗ୍ରନ୍ଥରୂପେ ଗୃହୀତ ଶ୍ରୀମଦ୍ଭାଗବତର ମଧ୍ୟ ନୂତନ ଭାଷ୍ୟ ପ୍ରସ୍ତୁତ କରିବାରେ ଅବହେଳା କରିନାହାନ୍ତି।

About the author

हिंदीभाषा

Leave a Comment

You cannot copy content of this page