ପ୍ରେମାପ୍ଳୁତ ପୁଣ୍ୟଭୂମି ଯମୁନା ପୁଳିନର କେଉଁ ଏକ ନିଭୃତ ନିଳୟରେ ସେ ଜନ୍ମ ଲାଭ କରିଥିଲେ। ସ୍ଵର୍ଣ୍ଣଦୀସ୍ୱରୂପିଣୀ ସରଯୂର ତଟତୀର୍ଥରେ ତାଙ୍କ ସାଧନାର ଅର୍ଥକ କୃତି ‘ରାମଚରିତମାନସ’ର ସୁପ୍ରକଟ ହୋଇଥିଲା। ଜ୍ଞାନ-ତୀର୍ଥ ଗଙ୍ଗାର ଗଭୀର ପ୍ରଜ୍ଞା ବାରିରେ ଅବଗାହନ କରି ସେ ଜ୍ଞାନାନନ୍ଦର ଚରମ ସୀମାରେ ପରମହଂସତ୍ଵ ପ୍ରାପ୍ତହୋଇଥିଲେ ଅଖଣ୍ଡ ଆନନ୍ଦମୟ ନିର୍ବିକଳ୍ପ ସମାଧ୍ ମଧ୍ୟରେ। ସେ ସିଦ୍ଧପୂତଃ ଅବୟବର ଅବସାନ ହୋଇଛି। ଅବଶେଷ ରହିଛି କେବଳ ତାଙ୍କର ସାବଲୀଳ ରସମୟ ସୃଷ୍ଟି – ସର୍ବ କାଳରେ, ସର୍ବ ଯୁଗରେ ସେହି ଅକ୍ଷୟ ଗୀତାବଳୀ ‘ରାମଚରିତମାନସ’।
ସନ୍ଥ ତୁଳସୀ ଦାସ, ଗୋସ୍ଵାମୀ ତୁଳସୀ ଦାସ ‘ତୁଳସୀ ପର ପ୍ରଭୁ କିରୂପା କରିୟେ – ଭକତି ଦାନ ଦେହୁ ଆଜ୍’ ଗାଇ ଗାଇ ବୁଲୁଛନ୍ତି; କିନ୍ତୁ ସେ କେବଳ ଭକ୍ତ ନୁହନ୍ତି, କର୍ମୀ ଏବଂ ଜ୍ଞାନୀ ଭାବରେ ଈଶ୍ବର ଦର୍ଶନ-ଲାଭ ହିଁ ତାଙ୍କର ଆଧ୍ୟାତ୍ମିକ ସାଧନା। ଯେତେବେଳେ ଭାରତର ଅଧ୍ୟାତ୍ମ ସାଧନାକ୍ଷେତ୍ରରେ ଜ୍ଞାନ, କର୍ମ ଓ ଭକ୍ତି ମଧ୍ୟରେ ସଂଘର୍ଷର ସୂତ୍ରପାତ ହୁ ହୁଏ – ଏହି ପନ୍ଥାତ୍ରୟରୁ କିଏ ଶ୍ରେୟ ଏବଂ ଶ୍ରେଷ୍ଠ ତାହା ନିରୂପଣ କରିବା ନିମନ୍ତେ ଯେତେବେଳେ ହିନ୍ଦୁସମାଜରେ ମତାନ୍ଧତାର ଚରମ ବିକୃତି ଦେଖାଦିଏ, ଠିକ୍ ସେହି ସମୟରେ – ସେହି ଘଡିସନ୍ଧି ବେଳରେ ତୁଳସୀଙ୍କର ‘ରାମଚରିତମାନସ’ ରୂପକ ସୁରଚନା ଏବଂ ଶ୍ରେଷ୍ଠ ସୂଚନାର ପ୍ରକାଶ।
ତୁଳସୀ ଦାସ ନିର୍ଦ୍ଦେଶଦେଲେ – କର୍ମ, ଜ୍ଞ ଜ୍ଞାନ ଓ ଭକ୍ତି ଏହି ମାର୍ଗତ୍ରୟର ସଂଘର୍ଷରେ ନୁହେଁ, ସମନ୍ବୟରେ ହିଁ ପ୍ରକୃତ ମାନବିକତାର ବିକାଶ। ତୁଳସୀ କର୍ମ, ଜ୍ଞାନ ଓ ଭକ୍ତିର ତ୍ରିବେଣୀ ସଙ୍ଗମରେ ଭାରତର ଏହି ପୁଣ୍ୟତୀର୍ଥର ପୂତ ପୟୋଧରେ ଭାରତୀୟ ନରନାରୀଙ୍କୁ ମହାସ୍ନାନ, ମହାଭିଷେକର ସୁଯୋଗ ଦେଇ, ଏ ଦେଶର ପୁଣ୍ୟଭୂମି ନାମକୁ ସାର୍ଥକ କରିଛନ୍ତି।
ପନ୍ଦରଶହ ବତିଶ ଖ୍ରୀଷ୍ଟାବ୍ଦରେ ବାନ୍ଦା ଜିଲ୍ଲା ଅନ୍ତର୍ଗତ ରାଜାପୁର ନାମକ ଗ୍ରାମରେ ଜଣେ ସରଯୁପାରୀୟ ବ୍ରାହ୍ମଣ କୁଳରେ ତୁଳସୀଙ୍କର ଜନ୍ମ। ଅଭୁକ୍ତ ମୂଳା ନକ୍ଷତ୍ରରେ ଜନ୍ମ ହୋଇଥିବାରୁ ଅନିଷ୍ଟର ଆଶଙ୍କା କରି ପିତା ଆତ୍ମାରାମ ଓ ମାତା ତୁଳସୀ ପୁତ୍ରକୁ ବର୍ଜନ କରିଥିଲେ ବୋଲି କିମ୍ବଦନ୍ତୀ କହେ। ଅରକ୍ଷ ଅନାଥ ହୋଇ ଇତସ୍ତତଃ ଭ୍ରମଣ କରୁଥିବାବେଳେ ଦୈବାତ୍ ଦିନେ ବହୁ ଜନ୍ମର ପୁଣ୍ୟଫଳସ୍ଵରୂପ ମହାତ୍ମା ନରହରି ଦାସଙ୍କ ସହିତ ତାଙ୍କର ସାକ୍ଷାତ୍ ହେଲା ଦାସ ମହାତ୍ମାଙ୍କ ସହିତ କାଶୀ ଯାତ୍ରା ସେ ‘ଶେଷ ସନାତନ’ ନାମକ ଜଣେ ମହାପୁରୁଷଙ୍କର କଲେ। ସେହିଠାରେ ହିଁ
ଶିଷ୍ୟତ୍ଵ ଗ୍ରହଣ କଲେ। ଲ୍ୟ ଗୁରୁଙ୍କ ନିକଟରେ ସେ ବେଦ, ପୁରାଣାଦି ଅଧ୍ୟୟନ କରି ଅଗାଧ ପାଣ୍ଡିତ୍ୟ ଲାଭ କଲେ।
ଗୁରୁ ଆଶ୍ରମରୁ ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ତାଙ୍କର ବୟସ ମାତ୍ର ପନ୍ଦର ବର୍ଷ ହୋଇଥିଲା। ଏହି ଅର୍ବାଚୀନ ଅବସ୍ଥାରେ ତାଙ୍କର, ବିଦ୍ୟାଚର୍ଚ୍ଚାର ଗଭୀରତାରେ ମୁଗ୍ଧ ହୋଇ ଦୀନବନ୍ଧୁ ପାଠକ ନାମକ ଜନୈକ ବିଦ୍ୱାନ୍ ବ୍ରାହ୍ମଣ ତାଙ୍କର ସ୍ବୀୟା କନ୍ୟା ରତ୍ନାବଳୀକୁ ତୁଳସୀ ଦାସଙ୍କ ହାତରେ ଅର୍ପଣ କରିଦେଲେ। ପତ୍ନୀ ରତ୍ନାବଳୀ ଅତି ସୁନ୍ଦରୀ ଯୁବତୀ ଓ ପତିବ୍ରତା ଥିଲେ। ତାଙ୍କର ରୂପ ଓ ଗୁଣରେ ମୁଗ୍ଧ ହୋଇ ତୁଳସୀ ଦାସ କାମିନୀର କ୍ରୀତଦାସ ତୁଲ୍ୟ ହୋଇ ଆକଣ୍ଠ ବିଷୟ ଭୋଗ କରିବାକୁ ଲାଗିଲେ। ମୁହୂର୍ଭକ ପାଇଁ ମଧ୍ୟ ସେ ପତ୍ନୀ-ବିଚ୍ଛେଦ ସହ୍ୟ କରିବାକୁ ଅକ୍ଷମ। ଏକଦା ପିତୃଗୃହଗତା ରତ୍ନାବଳୀର ବିରହରେ ବିଧୁର ହୋଇ ଅନାୟତ୍ତ କ୍ଷିପ୍ତମନା ତୁଳସୀଦାସ ବନ୍ୟାଷ୍ଟୀତା ଯମୁନାକୁ ଅନାୟାସରେ ଅତିକ୍ରମ କରି ନିଶାଦ୍ଧ ସମୟରେ ପତ୍ନୀ ନିକଟରେ ପ୍ରବେଶକଲେ। ତୁଳସୀଙ୍କର ଏହି ମୋହଗ୍ରସ୍ତ ମାନସ ପ୍ରତି ଧୂକ୍କାର କରି ରତ୍ନାବଳୀ ସେଦିନ ନାନା କଟୂକ୍ତି ପ୍ରୟୋଗ କରିଥିଲେ। ସେହି ଅପମାନ, ସେହି ଭତ୍ସନାର ଆଘାତ ହିଁ ତୁଳସୀଙ୍କ ଜୀବନରେ ତୁମୁଳ ପରିବର୍ତ୍ତନ ନିମନ୍ତେ ଦାୟୀ। ସେହି ମୁହୂର୍ତ୍ତରେ ସେ ଶ୍ଵଶୁରାଳୟ ପରିତ୍ୟାଗ କଲେ; କିନ୍ତୁ ପୁନରାୟ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରି ନାହାନ୍ତି। ବିଂଶ ବର୍ଷାଧ୍ଵ କାଳ ତୀର୍ଥାଟନ ସମୟରେ ସମ୍ଭବତଃ ପନ୍ଦରଶହ ଚଉସ୍ତରି ଖ୍ରୀଷ୍ଟାବ୍ଦରେ ଆପଣାର ଉପାସ୍ୟ ପ୍ରଭୁ ପ୍ରିୟ ରାମଚନ୍ଦ୍ରଙ୍କର ଜନ୍ମଭୂମି ଅଯୋଧ୍ୟାରେ ସେ ତାଙ୍କର ସର୍ବଶ୍ରେଷ୍ଠ ରଚନା ‘ରାମଚରିତମାନସ’ ପ୍ରଣୟନ କରିଥିଲେ। ଏହା ଧର୍ମଗ୍ରନ୍ଥ ରୂପେ ସର୍ବତ୍ର ଆଦୃତ। ଏତଦ୍ବ୍ୟତୀତ ଦୋହାବଳୀ, କବିତାବଳୀ, ଗୀତାବଳୀ, ବିନୟ ପତ୍ରିକା ଓ ରାମାଜ୍ଞା ପ୍ରଭୃତି ଗ୍ରନ୍ଥ ମଧ୍ଯ ସେ ରଚନା କରିଯାଇଛନ୍ତି।
ରାମଚରିତମାନସ ବାଲ୍ମୀକିକୃତ ରାମାୟଣର ଅନୁକୃତ ନୁହେଁ। ରଚନାର ମୌଳିକତା ଏବଂ ଅସାଧାରଣ କବିତ୍ଵ ଯୋଗୁଁ ଭାରତୀୟ କାବ୍ୟଜଗତରେ ଏହାର ସ୍ଥାନ ବହୁ ଉଚ୍ଚରେ ନିର୍ଦ୍ଦିଷ୍ଟ ହୋଇଅଛି।