Aneka Phulara Malatie, Odisha Board, Class III, Aama Bhasha Aama Sahitya, The Best Solutions.

ଅନେକ ଫୁଲର ମାଳଟିଏ

ଥରେ ବାପାଙ୍କ ସଙ୍ଗେ ରମେଶ ଦିଲ୍ଲୀ ବାହାରିଥାଏ। ସାନ ଭଉଣୀ ମିଲି ଓ ମା’ ମଧ୍ୟ ତାଙ୍କ ସଙ୍ଗେ ଯାଉଥାନ୍ତି। ସେମାନେ ପୁରୀରୁ ଉତ୍କଳ ଏକ୍‌ସପ୍ରେସ୍ ଗାଡ଼ିରେ ଚଢ଼ିଲେ। ରମେଶ ପଚାରିଲା, “ବାପା, ଆମେ କେତେବେଳେ ଦିଲ୍ଲୀରେ ପହଞ୍ଚିବା?”

ବାପା କହିଲେ, “ଆମେ ପଅରିଦିନ ରାତିରେ ପହଞ୍ଚିବା, ଆମକୁ ପ୍ରାୟ ଦୁଇ ଦିନ ରେଳଗାଡ଼ିରେ ବସିବାକୁ ପଡ଼ିବ।”

ରମେଶ ରେଳଗାଡ଼ିର ଯେଉଁ ଡବାରେ ବସିଥାଏ, ସେଠାରେ କେତେ ଆଡ଼ର ଲୋକ ବସିଥାଆନ୍ତି। ପାଖରେ ବସିଥାଆନ୍ତି ଧୋତିପଞ୍ଜାବି ପିନ୍ଧା ଜଣେ ଭଦ୍ରଲୋକ ଓ ତାଙ୍କ ପରିବାର। ସେମାନଙ୍କ କଥା ରମେଶ ଓ ମିଲି ଭଲ ଭାବରେ ବୁଝି ପାରୁନଥା’ନ୍ତି।

ରମେଶ ପପ୍ସରିଲା, “ବାପା, ଏମାନେ କେଉଁ ଭାଷାରେ କଥାବାର୍ତ୍ତା ହେଉଛନ୍ତି?”

ବାପା କହିଲେ, ‘ସେମାନେ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଛନ୍ତି। ତୁ ଜାଣିଥିବୁ, ପଶ୍ଚିମବଙ୍ଗ ହେଉଛି ଆମ ଓଡ଼ିଶାର ଏକ ପଡ଼ୋଶୀ ରାଜ୍ୟ। ଏମାନେ ସେହି ରାଜ୍ୟର ଅଧିବାସୀ। ଆମ ଓଡ଼ିଶାର ଲୋକମାନଙ୍କ ସହିତ ଏମାନଙ୍କର ଚାଲିଚଳନ, ଖାଦ୍ୟପେୟ ଓ ପୋଷାକ ପରିଚ୍ଛଦର ଅନେକ ମେଳ ରହିଛି।’’

ଗାଡ଼ି ଚାଲିଥାଏ। ସକାଳେ ନିଦରୁ ଉଠି ରମେଶ ଓ ମିଲି ଦେଖିଲେ, ଗାଡ଼ି ଭିତରେ ବହୁତ ନୂଆନୂଆ ଲୋକ। ସେମାନେ ହିନ୍ଦୀରେ କଥାବାର୍ତ୍ତା ହେଉଥା’ନ୍ତି। ସେମାନଙ୍କ ଭାଷା ବୁଝି ହେଉ ନ ଥାଏ। ଅଧିକାଂଶ ଧୋତି ଓ କୁରୁତା ପିନ୍ଧିଥା’ନ୍ତି। ମୁଣ୍ଡରେ ଗାନ୍ଧି ଟୋପି। ଝରକା ବାଟେ ବାହାରକୁ ଚାହିଁଲାବେଳକୁ ଗଛଗୁଡ଼ାକ ଶୁଖିଲା ଶୁଖିଲା ଦିଶୁଥାଏ। ଭୂଇଁ ଟାଙ୍ଗରା ଜଣା ପଡୁଥାଏ। ବେଳେବେଳେ ଆଖିରେ ପଡ଼ୁଥାଏ ନୁଆଣିଆ ଖପର ଛାଉଣି ଘର।

ରମେଶ ପରରିଲା, “ ବାପା, ଆମ ଗାଡ଼ି ଏବେ କେଉଁ ରାଜ୍ୟ ଦେଇ ଯାଉଛି?”

ବାପା କହିଲେ, “ଆମେ ବର୍ତ୍ତମାନ ଝାଡ଼ଖଣ୍ଡ ରାଜ୍ୟ ଭିତର ଦେଇ ଯାଉଛୁ।’’

ଉପରବେଳା ଗାଡ଼ି ଯାଇ ବିଳାସପୁର ଷ୍ଟେସନରେ ଅଟକିଲା। ସେଠାରେ କିଛି ନୂଆ ଲୋକ ଗାଡ଼ିରେ ଚଢ଼ିଲେ। ବାପା କହିଲେ, ଜାଣିଲୁ ରମୁ, ଆମେ ବର୍ତ୍ତମାନ ଛତିଶଗଡ଼ ରାଜ୍ୟ ଭିତର ଦେଇ ଯାଉଛୁ। ଏ ଅଞ୍ଚଳର ଲୋକମାନଙ୍କର ଭାଷା ମଧ୍ୟ ହିନ୍ଦୀ। ଭାତ ସହିତ ରୁଟି ଖାଇବା ଏମାନଙ୍କର ଅଭ୍ୟାସ।’’ ତହିଁ ଆରଦିନ ପାହାଡ଼ିଆ ଅଞ୍ଚଳ ଦେଇ ଗାଡ଼ି ଚାଲିଥାଏ। ଏତିକିବେଳେ ମିଲି ପଣ୍ଢରିଲା, “ବାପା, ବର୍ତ୍ତମାନ ଆମେ କେଉଁଠି?”

ବାପା କହିଲେ, ‘ ଏଇତ, ଆଗକୁ ଧଉଲପୁର ଷ୍ଟେସନ ଆସୁଛି। ଆମେ ବର୍ତ୍ତମାନ ରାଜସ୍ଥାନ ରାଜ୍ୟର ସୀମା ଭିତରେ। ଏହା ପୂର୍ବରୁ ଆମେ ମଧ୍ୟପ୍ରଦେଶ ଭିତର ଦେଇ ଆସିଲେ। ତୁମେମାନେ ଶୋଇ ପଡ଼ିଥିଲ।’’

ରମେଶ କହିଲା, “ହଁ ବାପା, ରାଜସ୍ଥାନ କଥା ତ ଆମ ପଢ଼ା ବହିରେ ଅଛି।”’

ବାପା କହିଲେ, ‘ରାଜସ୍ଥାନ ଆମ ଭାରତର ଏକ ବୀରଭୂମି। ଏଠିକାର ରାଜପୁତମାନଙ୍କ ବୀରତ୍ଵ ହେଉଛି ଆମ ଭାରତର ଗୌରବ। ଏଠାରେ ତ ବହୁତ କମ୍ ବର୍ଷା ହୁଏ, ତଥାପି ଏମାନେ ପରିଶ୍ରମ କରି ଗହମ, ବାଜରା ଆଦି ଶସ୍ୟ ଫଳାନ୍ତି। ପୁରୁଷମାନଙ୍କ ମୁଣ୍ଡରେ ପଗଡ଼ି ସୁନ୍ଦର ମାନିଥାଏ।”

ଏଠାକାର ଝିଅମାନଙ୍କର ନୂଆ ପ୍ରକାରର ପୋଷାକ ଦେଖି ମିଲି ବହୁତ ଖୁସି ହୋଇଗଲା। କିଛି ସମୟ ପରେ ଦୂରରୁ ତାଜମହଲ ଦେଖାଗଲା। ରମେଶ ଆନନ୍ଦରେ ଅଧୀର ହୋଇ ପଡୁଥାଏ। ବାପା କହିଲେ, ‘ ଏଇ ଦେଖି ଦୂରରୁ ତାଜମହଲ ଦେଖାଯାଉଛି। ତାଜମହଲ ଆଗ୍ରା ସହରରେ ଅବସ୍ଥିତ। ଆମେ ବର୍ତ୍ତମାନ ଉତ୍ତର-ପ୍ରଦେଶ ଦେଇ ଯାଉଛୁ। ଏଠାକାର ଲୋକମାନେ ମଧ୍ୟ ହିନ୍ଦୀ କହନ୍ତି। ରୁଟି ଏମାନଙ୍କର ପ୍ରଧାନ ଖାଦ୍ୟ।’’ ମିଲି କହିଲା, “ବାପା, ଅନେକ ରାଜ୍ୟର ଲୋକେ ତ ହିନ୍ଦୀ କହୁଛନ୍ତି।”

ବାପା କହିଲେ, “ହଁ, ଆମ ଭାରତର ସବୁଠାରୁ ବେଶୀ ଲୋକ ହିନ୍ଦୀ ଭାଷାରେ କଥାବାର୍ତ୍ତା କରନ୍ତି। ସେଇଥିପାଇଁ ପରା ହିନ୍ଦୀ ଆମର ରାଷ୍ଟ୍ରଭାଷା।’’

ମା’ କହିଲେ, ‘‘ ବୁଝିଲ ପିଲାଏ, ତୁମେ ତ ଏ ପର୍ଯ୍ୟନ୍ତ ଓଡ଼ିଶାକୁ ମିଶାଇ ସାତଟି ରାଜ୍ୟ ଦେଇ ଆସିଲ। କେତେ ନୂଆ ଜାଗା, ନୂଆ ଲୋକ ଦେଖିଲ ଏବଂ ନୂଆ ଭାଷା ମଧ୍ୟ ଶୁଣିଲ। କେବଳ ଏତିକି ଭାଷା ନୁହେ, ଭାରତରେ ଆହୁରି ଅନେକ ଭାଷାଭାଷୀ ଲୋକ ଅଛନ୍ତି।’’

ରମେଶ କହିଲା, “ଭାରତରେ ଆଉ କି କି ଭାଷା ଅଛି? ଆମେ ତ କେବଳ ବଙ୍ଗଳା ଓ ହିନ୍ଦୀ ଭାଷାର ଲୋକଙ୍କୁ ଭେଟିଲୁ।”

ମାଆ କହିଲେ, ‘ ଉତ୍ତର ଭାରତରେ ହିନ୍ଦୀ ଭାଷାରେ କଥା କହୁଥିବା ଲୋକଙ୍କ ସଂଖ୍ୟା ଅଧିକ। ପଞ୍ଜାବର ଲୋକେ ପଞ୍ଜାବୀ ଭାଷାରେ ଏବଂ ଆସାମର ଲୋକେ ଅସମୀୟା ଭାଷାରେ କଥା କହନ୍ତି। ସେହିଭଳି ଦକ୍ଷିଣ ଭାରତରେ ଆନ୍ଧ୍ରପ୍ରଦେଶର ଲୋକେ ତେଲୁଗୁରେ, ତାମିଲନାଡୁର ଲୋକେ ତାମିଲରେ, କର୍ଣ୍ଣାଟକର ଲୋକେ କନ୍ନଡ଼ରେ, କେରଳର ଲୋକେ ମାଲୟାଲମରେ କଥାବାର୍ତ୍ତା କରୁଥିବାବେଳେ ଗୁଜୁରାଟର ଲୋକେ ଗୁଜୁରାଟୀ ଏବଂ ମହାରାଷ୍ଟ୍ରର ଲୋକେ ମରାଠୀ ଭାଷାରେ କଥା କହନ୍ତି। ଏହା ବାହାରେ ଭାରତରେ ଆହୁରି ଅନେକ ଭାଷା ପ୍ରଚଳିତ ଅଛି।’’

ରମେଶ ସବୁ ଶୁଣିସାରି କହିଲା, “ବା ! ଆମ ଦେଶ ତ ଏକ ବିଚିତ୍ର ଦେଶ; ବିଭିନ୍ନ ରାଜ୍ୟରେ ବିଭିନ୍ନ ଭାଷା। ପୋଷାକପତ୍ର ମଧ୍ୟ ଭିନ୍ନଭିନ୍ନ। କିଏ ଭାତ ଖାଉଛି ତ କିଏ ରୁଟି ଖାଉଛି, କିଏ ମୁଣ୍ଡରେ ଟୋପି ପିନ୍ଧୁଛି ତ କିଏ ପଗଡ଼ି ବାନ୍ଧୁଛି।” ବାପା କହିଲେ, “ଆମ ଭିତରେ ଭିନ୍ନତା ଅଛି ସତ; ମାତ୍ର ଆମ ସମସ୍ତଙ୍କ ମନ ଏକ, ଭାବନା ଏକ। ଆମେ ଗୋଟିଏ ମାଳରେ ଭିନ୍ନଭିନ୍ନ ପ୍ରକାରର ଅନେକ ଫୁଲ। ଆମେ ସମସ୍ତେ ଭାରତୀୟ, ଭାରତ ମାତାର ସନ୍ତାନ ଆମେ। ସେଥିପାଇଁ ପରା ବହୁ ଦିନ ତଳେ ଜଣେ କବି ହିନ୍ଦୀ ଭାଷାରେ ଗୋଟିଏ କବିତା ଲେଖିଥିଲେ; ଯାହାର ପ୍ରଥମ ଧାଡ଼ିଟି ହେଉଛି ‘ସାରେ ଜାହାଁସେ ଆଚ୍ଛା, ହିନ୍ଦୁହାଁ ହମାରା’ ଏହାର ଅର୍ଥ ହେଉଛି, ସାରା ଜଗତରେ ଆମ ଭାରତ ହେଉଛି ସବୁଠାରୁ ଭଲ।’’

ଆସ ଜାଣିବା କେତୋଟି ନୂଆ ଶବ୍ଦ

Odia Word

Odia Meaning

Hindi Word

Hindi Meaning

English Word

ଅନେକ (Aneka)

ବହୁତ

अनेक (Anek)

बहुत

Many

ଫୁଲ (Phula)

ଫୁଲ

फूल (Phool)

फूल

Flower

ମାଳ (Mala)

ଫୁଲର ମାଳ

माला (Mala)

फूलों की माला

Garland

ବାପା (Bapa)

ପିତା

पिता (Pita)

पिता

Father

ରମେଶ (Ramesha)

ରମେଶ (ଏକ ନାମ)

रमेश (Ramesh)

रमेश (नाम)

Ramesh

ଦିଲ୍quest (Dilli)

ଦିଲ୍ଲୀ

दिल्ली (Dilli)

दिल्ली

Delhi

ସାନ ଭଉଣୀ (Sana Bhauni)

ଛୋଟ ବୋହୂ

छोटी बहन (Chhoti Behen)

छोटी बहन

Younger Sister

ମା’ (Ma)

ମାତା

माँ (Maa)

माँ

Mother

ଉତ୍କଳ ଏକ୍‌ସପ୍ରେସ୍ (Utkala Express)

ଉତ୍କଳ ଏକ୍‌ସପ୍ରେସ୍

उत्कल एक्सप्रेस (Utkal Express)

उत्कल एक्सप्रेस

Utkal Express

ରେଳଗାଡ଼ି (Relagadi)

ଟ୍ରେନ୍

रेलगाड़ी (Railgadi)

रेलगाड़ी

Train

ଡବା (Daba)

କମ୍ପାର୍ଟମେଣ୍ଟ

डिब्बा (Dibba)

डिब्बा

Compartment

ଭଦ୍ରଲୋକ (Bhadraloka)

ସଭ୍ୟ ବ୍ୟକ୍ତି

भद्रपुरुष (Bhadrapurush)

सज्जन व्यक्ति

Gentleman

ଧୋତି (Dhoti)

ଧୋତି

धोती (Dhoti)

धोती

Dhoti

ପଞ୍ଜାବି (Panjabi)

ପଞ୍ଜାବୀ ପୋଷାକ

पंजाबी (Panjabi)

पंजाबी पोशाक

Punjabi

ବଙ୍ଗଳା (Bangala)

ବଙ୍ଗଳା ଭାଷା

बंगला (Bangla)

बंगाली भाषा

Bengali

ପଶ୍ଚିମବଙ୍ଗ (Pashchimabanga)

ପଶ୍ଚିମ ବଙ୍ଗ

पश्चिम बंगाल (Pashchim Bengal)

पश्चिम बंगाल

West Bengal

ଚାଲିଚଳନ (Chalichalana)

ଆଚରଣ

चाल-चलन (Chal-chalan)

व्यवहार

Behavior

ଖାଦ୍ୟପେୟ (Khadyapeya)

ଖାଦ୍ୟ ଓ ପାନୀୟ

खाद्य-पेय (Khadya-peya)

भोजन और पेय

Food and Drink

ପୋଷାକ (Poshaka)

ପୋଷାକ

पोशाक (Poshak)

वस्त्र

Clothing

ଗାନ୍ଧି ଟୋପି (Gandhi Topi)

ଗାନ୍ଧୀ ଟୋପି

गांधी टोपी (Gandhi Topi)

गांधी टोपी

Gandhi Cap

ଝରକା (Jharaka)

ଜାନାଲା

खिड़की (Khidki)

खिड़की

Window

ଶୁଖିଲା (Shukhila)

ଶୁଷ୍କ

सूखा (Sookha)

सूखा

Dry

ଟାଙ୍ଗରା (Tangara)

ରୁକ୍ଷ

टांगरा (Tangara)

उबड़-खाबड़

Rough

ଖପର ଛାଉଣି (Khapara Chhauni)

ଖପରା ଛାତ

खपरैल (Khaprail)

खपरैल की छत

Tiled Roof

ଝାଡ଼ଖଣ୍ଡ (Jhadakhanda)

ଝାଡ଼ଖଣ୍ଡ

झारखंड (Jharkhand)

झारखंड

Jharkhand

ବିଳାସପୁର (Bilaspura)

ବିଳାସପୁର

बिलासपुर (Bilaspur)

बिलासपुर

Bilaspur

ଛତିଶଗଡ଼ (Chhatisagada)

ଛତିଶଗଡ଼

छत्तीसगढ़ (Chhattisgarh)

छत्तीसगढ़

Chhattisgarh

ଭାତ (Bhata)

ଚାଉଳ

चावल (Chawal)

चावल

Rice

ରୁଟି (Ruti)

ରୁଟି

रोटी (Roti)

रोटी

Flatbread

ପାହାଡ଼ିଆ (Pahadia)

ପାର୍ବତୀୟ

पहाड़ी (Pahadi)

पहाड़ी

Hilly

ଧଉଲପୁର (Dhaulapura)

ଧଉଲପୁର

धौलपुर (Dhaulpur)

धौलपुर

Dhaulpur

ରାଜସ୍ଥାନ (Rajasthana)

ରାଜସ୍ଥାନ

राजस्थान (Rajasthan)

राजस्थान

Rajasthan

ମଧ୍ୟପ୍ରଦେଶ (Madhyapradesha)

ମଧ୍ୟପ୍ରଦେଶ

मध्य प्रदेश (Madhya Pradesh)

मध्य प्रदेश

Madhya Pradesh

ରାଜପୁତ (Rajaputa)

ରାଜପୁତ

राजपूत (Rajput)

राजपूत

Rajput

ବୀରତ୍ଵ (Biratwa)

ବୀରତା

वीरता (Veerta)

वीरता

Bravery

ଗହମ (Gahama)

ଗହମ

गेहूं (Gehun)

गेहूं

Wheat

ବାଜରା (Bajara)

ବାଜରା

बाजरा (Bajra)

बाजरा

Pearl Millet

ପଗଡ଼ି (Pagadi)

ପଗଡ଼ି

पगड़ी (Pagdi)

पगड़ी

Turban

ତାଜମହଲ (Tajamahala)

ତାଜମହଲ

ताजमहल (Taj Mahal)

ताजमहल

Taj Mahal

ଆଗ୍ରା (Agra)

ଆଗ୍ରା

आगरा (Agra)

आगरा

Agra

ଉତ୍ତର-ପ୍ରଦେଶ (Uttara-Pradesha)

ଉତ୍ତର ପ୍ରଦେଶ

उत्तर प्रदेश (Uttar Pradesh)

उत्तर प्रदेश

Uttar Pradesh

ରାଷ୍ଟ୍ରଭାଷା (Rastrabhasa)

ଜାତୀୟ ଭାଷା

राष्ट्रभाषा (Rashtrabhasha)

राष्ट्रीय भाषा

National Language

ପଞ୍ଜାବୀ (Panjabi)

ପଞ୍ଜାବୀ ଭାଷା

पंजाबी (Panjabi)

पंजाबी भाषा

Punjabi

ଅସମୀୟା (Asamiya)

ଅସମୀୟା ଭାଷା

असमिया (Assamiya)

असमिया भाषा

Assamese

ତେଲୁଗୁ (Telugu)

ତେଲୁଗୁ ଭାଷା

तेलुगु (Telugu)

तेलुगु भाषा

Telugu

ତାମିଲ (Tamila)

ତାମିଲ ଭାଷା

तमिल (Tamil)

तमिल भाषा

Tamil

କନ୍ନଡ଼ (Kannada)

କନ୍ନଡ଼ ଭାଷା

कन्नड़ (Kannad)

कन्नड़ भाषा

Kannada

ମାଲୟାଲମ (Malayalama)

ମାଲୟାଲମ ଭାଷା

मलयालम (Malayalam)

मलयालम भाषा

Malayalam

ଗୁଜୁରାଟୀ (Gujurati)

ଗୁଜୁରାଟୀ ଭାଷା

गुजराती (Gujarati)

गुजराती भाषा

Gujarati

ମରାଠୀ (Marathi)

ମରାଠୀ ଭାଷା

मराठी (Marathi)

मराठी भाषा

Marathi

ବିଚିତ୍ର (Bichitra)

ବିଭିନ୍ନ

विचित्र (Vichitra)

अनोखा

Diverse

ଭିନ୍ନଭିନ୍ନ (Bhinnabhina)

ଅଲଗା ଅଲଗା

भिन्न-भिन्न (Bhinna-bhinna)

विभिन्न

Different

ଏକ (Eka)

ଏକ

एक (Ek)

एक

One

ଭାବନା (Bhabana)

ଅନୁଭବ

भावना (Bhavna)

भावना

Feeling

ଭାରତୀୟ (Bharatiya)

ଭାରତର

भारतीय (Bharatiya)

भारतीय

Indian

କବିତା (Kabita)

କବିତା

कविता (Kavita)

कविता

Poem

ସାରାଂଶ

ଏହି କାହାଣୀ ରମେଶ, ତାଙ୍କ ସାନ ଭଉଣୀ ମିଲି, ମା’ ଓ ବାପାଙ୍କର ପୁରୀରୁ ଦିଲ୍ଲୀକୁ ଉତ୍କଳ ଏକ୍ସପ୍ରେସରେ ଯାତ୍ରାକୁ ବର୍ଣ୍ଣନା କରେ। ଯାତ୍ରା ସମୟରେ ରମେଶ ଓ ମିଲି ବିଭିନ୍ନ ରାଜ୍ୟର ଲୋକ, ତାଙ୍କ ଭାଷା, ପୋଷାକ ଓ ଖାଦ୍ୟାଭ୍ୟାସରେ ଥିବା ବିବିଧତାକୁ ପ୍ରତ୍ୟକ୍ଷ କରନ୍ତି। ପ୍ରଥମେ ସେମାନେ ବଙ୍ଗଳା ଭାଷାରେ କଥା ହେଉଥିବା ପଶ୍ଚିମବଙ୍ଗର ଲୋକଙ୍କୁ ଭେଟନ୍ତି, ଯାହାଙ୍କର ଚାଲିଚଳନ ଓଡ଼ିଶା ସହିତ ମେଳ ଖାଏ। ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ସେମାନେ ହିନ୍ଦୀ ଭାଷୀ ଲୋକଙ୍କୁ ଦେଖନ୍ତି, ଯେଉଁମାନେ ଧୋତି, କୁର୍ତା ଓ ଗାନ୍ଧି ଟୋପି ପିନ୍ଧନ୍ତି। ରାଜସ୍ଥାନରେ ସେମାନେ ପଗଡ଼ି ଓ ରଙ୍ଗୀନ ପୋଷାକ ପିନ୍ଧିଥିବା ଲୋକଙ୍କୁ ଏବଂ ରାଜପୁତଙ୍କ ବୀରତ୍ୱର କାହାଣୀ ଶୁଣନ୍ତି। ଉତ୍ତର ପ୍ରଦେଶରେ ତାଜମହଲ ଦେଖି ରମେଶ ଉତ୍ସାହିତ ହୁଏ।

ବାପା ଓ ମା’ ରମେଶ ଓ ମିଲିଙ୍କୁ ଭାରତର ବିବିଧତା ବିଷୟରେ ବୁଝାନ୍ତି। ସେମାନେ କହନ୍ତି ଯେ ଭାରତରେ ହିନ୍ଦୀ, ବଙ୍ଗଳା, ପଞ୍ଜାବୀ, ଅସମୀୟା, ତେଲୁଗୁ, ତାମିଲ, କନ୍ନଡ଼, ମାଲୟାଲମ, ଗୁଜୁରାଟୀ, ମରାଠୀ ଆଦି ଅନେକ ଭାଷା ପ୍ରଚଳିତ। ଭାରତର ବିଭିନ୍ନ ରାଜ୍ୟରେ ଭାଷା, ପୋଷାକ, ଖାଦ୍ୟ ଓ ସଂସ୍କୃତିରେ ବିବିଧତା ଥାଇ ମଧ୍ୟ ସମସ୍ତେ ଏକ ମନ ଓ ଭାବନାରେ ଜୋଡ଼ି ହୋଇଛନ୍ତି। ବାପା ଭାରତକୁ ଏକ ଫୁଲମାଳା ସହିତ ତୁଳନା କରି କହନ୍ତି ଯେ ଭାରତୀୟମାନେ ଭିନ୍ନ ଭିନ୍ନ ଫୁଲ ପରି ହେଲେ ମଧ୍ୟ ଗୋଟିଏ ମାଳରେ ବାନ୍ଧି ହୋଇଛନ୍ତି। ସେ ହିନ୍ଦୀ କବିତାର ପଂକ୍ତି “ସାରେ ଜାହାଁସେ ଆଚ୍ଛା, ହିନ୍ଦୁହାଁ ହମାରା” ଉଦ୍ଧୃତ କରି ଭାରତର ଗୌରବ ବର୍ଣ୍ଣନା କରନ୍ତି। ଏହି କାହାଣୀ ଭାରତର ଏକତାରେ ବିବିଧତାକୁ ସୁନ୍ଦର ଭାବେ ଉପସ୍ଥାପନ କରେ।

 

सारांश

यह कहानी रमेश, उसकी छोटी बहन मिली, माँ और पिता के पुरी से दिल्ली तक उत्कल एक्सप्रेस में यात्रा का वर्णन करती है। यात्रा के दौरान रमेश और मिली विभिन्न राज्यों के लोगों, उनकी भाषा, वेशभूषा और खान-पान में विविधता को देखते हैं। सबसे पहले वे पश्चिम बंगाल के लोगों से मिलते हैं, जो बंगला भाषा में बात करते हैं और जिनका रहन-सहन ओड़िशा से मिलता-जुलता है। झारखंड और छत्तीसगढ़ में वे हिंदी बोलने वाले लोगों से मिलते हैं, जो धोती, कुर्ता और गांधी टोपी पहनते हैं। राजस्थान में वे पगड़ी और रंग-बिरंगे परिधानों में लोगों को देखते हैं और राजपूतों की वीरता की कहानियाँ सुनते हैं। उत्तर प्रदेश में ताजमहल देखकर रमेश उत्साहित हो जाता है।

पिता और माँ रमेश और मिली को भारत की विविधता के बारे में समझाते हैं। वे बताते हैं कि भारत में हिंदी, बंगला, पंजाबी, असमिया, तेलुगु, तमिल, कन्नड़, मलयालम, गुजराती, मराठी सहित कई भाषाएँ प्रचलित हैं। भारत के विभिन्न राज्यों में भाषा, वेशभूषा, खान-पान और संस्कृति में विविधता होने के बावजूद सभी एक मन और भावना से जुड़े हैं। पिता भारत की तुलना एक फूलों की माला से करते हैं, जिसमें विभिन्न प्रकार के फूल एक सूत्र में बंधे हैं। वे हिंदी कविता की पंक्ति “सारे जहाँ से अच्छा, हिंदुस्तान हमारा” उद्धृत कर भारत की महिमा का वर्णन करते हैं। यह कहानी भारत की एकता में विविधता को खूबसूरती से प्रस्तुत करती है।

English

This story narrates the journey of Ramesh, his younger sister Mili, their mother, and father from Puri to Delhi on the Utkal Express. During the train journey, Ramesh and Mili encounter people from different states, observing the diversity in their languages, attire, and food habits. Initially, they meet people from West Bengal speaking Bengali, whose lifestyle resembles that of Odisha. In Jharkhand and Chhattisgarh, they encounter Hindi-speaking individuals wearing dhotis, kurtas, and Gandhi caps. In Rajasthan, they see people in colorful attire and pagdis (turbans) and learn about the valor of Rajputs. In Uttar Pradesh, Ramesh is thrilled to catch a glimpse of the Taj Mahal from a distance.

Their parents explain India’s rich diversity to Ramesh and Mili, noting that languages like Hindi, Bengali, Punjabi, Assamese, Telugu, Tamil, Kannada, Malayalam, Gujarati, Marathi, and many others are spoken across the country. Despite differences in language, clothing, food, and culture, all Indians are united by a shared spirit and sentiment. The father compares India to a garland of diverse flowers, bound together in unity. He quotes the Hindi poem’s line, “Sare Jahan Se Achha, Hindustan Hamara,” emphasizing India’s greatness. The story beautifully highlights the theme of unity in diversity, showcasing India as a vibrant nation where varied cultures coexist harmoniously.

ଅଭ୍ୟାସ

୧. ଆସ କଥା ହେବା

(କ) ଭାରତର ରାଜଧାନୀର ନାମ କ’ଣ?

ଉତ୍ତର – ଭାରତର ରାଜଧାନୀର ନାମ ଦିଲ୍ଲୀ।

(ଖ) ତୁମେ ଦିଲ୍ଲୀ ଦେଖିଛ କି?

ଉତ୍ତର – ନା, ମୁଁ ଦିଲ୍ଲୀ ଦେଖିନି, କିନ୍ତୁ ଦେଖିବାକୁ ଚାହୁଁଛି।

(ଗ) ରମେଶ ବାପାଙ୍କ ସାଙ୍ଗରେ କେଉଁଠାକୁ ଯାଇଥିଲା?

ଉତ୍ତର – ରମେଶ ବାପାଙ୍କ ସାଙ୍ଗରେ ଦିଲ୍ଲୀକୁ ଯାଇଥିଲା।

(ଘ) କେଉଁ କେଉଁ ରାଜ୍ୟର ଲୋକମାନେ ହିନ୍ଦୀ କହନ୍ତି?

ଉତ୍ତର – ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତର-ପ୍ରଦେଶ ଓ ବିହାର ରାଜ୍ୟର ଲୋକମାନେ ହିନ୍ଦୀ କହନ୍ତି।

୨. ପାଖରେ ଅଙ୍କନ କରାଯାଇଥିବା ଭାରତ ମାନଚିତ୍ରରେ ଉତ୍କଳ ଏକ୍ସପ୍ରେସ ରେଳଗାଡ଼ି କ୍ରମ ଅନୁସାରେ ଯେଉଁ ଯେଉଁ ରାଜ୍ୟ ଦେଇ ଗତି କରୁଛି ଗାର ଟାଣି ଦେଖାଅ।

ଉତ୍ତର – ଛାତ୍ରମାନେ ନିଜେ କରିବେ।

 

୩. ଆସ, ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକୁ ଏକାଠି ମିଶି ଆଲୋଚନା କରି ଲେଖିବା

(କ) ରାଜସ୍ଥାନର କେଉଁ କେଉଁ କଥା ଆମକୁ ନୂଆ ଲାଗେ?

ଉତ୍ତର – ରାଜସ୍ଥାନର କମ୍ ବର୍ଷା, ରାଜପୁତମାନଙ୍କର ବୀରତ୍ଵ, ପଗଡ଼ି ଓ ଝିଅମାନଙ୍କର ପୋଷାକ ଆମକୁ ନୂଆ ଲାଗେ।

(ଖ) ଭାରତ ଏକ ବିଚିତ୍ର ଦେଶ ବୋଲି କାହିଁକି କୁହାଯାଏ?

ଉତ୍ତର – ଭାରତର ବିଭିନ୍ନ ଭାଷା, ପୋଷାକ, ଖାଦ୍ୟ ଓ ସଂସ୍କୃତିରେ ଭିନ୍ନତା ଥିବାରୁ ଏକ ବିଚିତ୍ର ଦେଶ ବୋଲି କୁହାଯାଏ, ଯଦିଓ ସମସ୍ତେ ଏକ ଫୁଲ ମାଳ ଭଳି ଏକତ୍ରିତ।

(ଗ) ହିନ୍ଦୀ ଭାଷାକୁ କାହିଁକି ଭାରତର ରାଷ୍ଟ୍ରଭାଷା କରାଯାଇଛି?

ଉତ୍ତର – ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷା କରାଯାଇଛି କାରଣ ଏହା ଭାରତର ସବୁଠାରୁ ବହୁଳ କଥିତ ଭାଷା ଓ ବିଭିନ୍ନ ରାଜ୍ୟର ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବାରେ ସୁବିଧାଜନକ ହୋଇପାରିଛି ।

୪. ଯେପରି ଓଡ଼ିଶାର ଭାଷା ଓଡ଼ିଆ ସେହିପରି ତଳେ ଲେଖ।

ରାଜ୍ୟ            ଭାଷା

ପଶ୍ଚିମବଙ୍ଗ       ବଙ୍ଗଳା

ଝାଡ଼ଖଣ୍ଡ         ହିନ୍ଦୀ

ଆନ୍ଧ୍ରପ୍ରଦେଶ     ତେଲୁଗୁ

ତାମିଲନାଡୁ      ତାମିଲ

କେରଳ          ମାଲୟାଲମ

ଗୁଜୁରାଟ         ଗୁଜୁରାଟୀ

ଆସାମ           ଅସମୀୟା

ମହାରାଷ୍ଟ୍ର        ମରାଠୀ

୫. ଉପର ପ୍ରଶ୍ନରେ ଦିଆଯାଇଥିବା ରାଜ୍ୟଗୁଡ଼ିକ ବ୍ୟତୀତ ଭାରତର ଅନ୍ୟ ରାଜ୍ୟମାନଙ୍କରେ ବ୍ୟବହାର ହେଉଥିବା ଭାଷାର ଏକ ତାଲିକା କର।

ଉତ୍ତର – ପଞ୍ଜାବ – ପଞ୍ଜାବୀ

ହରିଆଣା – ହରିଆଣୀ

ବିହାର – ବିହାରୀ

ଉତ୍ତରାଖଣ୍ଡ – ଗଢୱାଳୀ

ହିମାଚଳପ୍ରଦେଶ – ପାହାଡ଼ୀ

ସିକ୍କିମ – ନେପାଳୀ

ମଣିପୁର – ମଣିପୁରୀ

୬. ଆମେ ଗୋଟିଏ ମାଳରେ ଭିନ୍ନ ଭିନ୍ନ ପ୍ରକାରର ଅନେକ ଫୁଲ’’ ଏହାକୁ ପାଞ୍ଚୋଟି ବାକ୍ୟରେ ବୁଝାଇ ଲେଖ

ଉତ୍ତର – ଆମ ଭାରତ ଏକ ମାଳ ଭଳି, ଯେଉଁଠାରେ ବିଭିନ୍ନ ଭାଷା ଓ ସଂସ୍କୃତି ଫୁଲ ଭଳି।

ପ୍ରତ୍ୟେକ ରାଜ୍ୟ ଏକ ନୂଆ ଫୁଲ, ଯାହା ମାଳକୁ ସୁନ୍ଦର କରେ।

ଓଡ଼ିଆ, ବଙ୍ଗଳା, ହିନ୍ଦୀ ଭଳି ଭାଷାଗୁଡ଼ିକ ମାଳର ଭିନ୍ନ ଫୁଲ।

ଆମର ଏକତା ମାଳର ସୂତା, ଯାହା ସମସ୍ତ ଫୁଲକୁ ଜୋଡ଼ି ରଖେ।

ଭାରତ ମାତାର ସନ୍ତାନ ଭାବେ ଆମେ ମାଳର ସୁଗନ୍ଧିତ ଫୁଲ।

୭. ଆସ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ିବା।

ଗୌରବ – ରାଜପୁତମାନଙ୍କର ବୀରତ୍ଵ ଭାରତର ଗୌରବ ଅଟେ।

ବୀରତ୍ଵ – ରାଜସ୍ଥାନର ରାଜପୁତମାନଙ୍କର ବୀରତ୍ଵ ବହୁତ ପ୍ରଶଂସନୀୟ।

ସୀମା – ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶର ସୀମାରେ ଗାଡ଼ି ଯାଉଥିଲା।

ଟାଙ୍ଗରା – ଝାଡ଼ଖଣ୍ଡର ଭୂଇଁ ଟାଙ୍ଗରା ଜଣା ପଡୁଥିଲା।

କ୍ଷେତବାଡ଼ି – ପଞ୍ଜାବର କ୍ଷେତବାଡ଼ିରେ ଲୋକମାନେ ଗହମ ଚାଷ କରନ୍ତି।

ଧୂଆଁଳିଆ – ଗାଡ଼ିରୁ ଧୂଆଁଳିଆ ପର୍ବତ ଦେଖି ରମେଶ ଆଶ୍ଚର୍ଯ୍ୟ ହୋଇଗଲା।

ନୁଆଣିଆ – ଆଜିକାଲି ଗାଁ ଗଣ୍ଡାରେ ନୁଆଣିଆ ଘର ଦେଖାଯାଉ ନାହିଁ ।

୮. ନିମ୍ନରେ ଭାରତର କେତେଗୁଡ଼ିଏ ରାଜ୍ୟର ନାମ ଏବଂ ସେହି ରାଜ୍ୟର ଲୋକମାନଙ୍କର ଖାଦ୍ୟ ଓ ପୋଷାକର ନାମ ଦିଆଗଲା। ରାଜ୍ୟ ସହିତ ସମ୍ପର୍କ ଥିବା ଖାଦ୍ୟ ଓ ପୋଷାକକୁ ଗାର ଟାଣି ଯୋଡ଼।

ରୁଟିଉତ୍ତର ପ୍ରଦେଶ

ଭାତଓଡ଼ିଶା

ମାଛପଶ୍ଚିମ ବଙ୍ଗ

ପଗଡ଼ିରାଜସ୍ଥାନ

ଧୋତିଝାଡ଼ଖଣ୍ଡ

କୁରୁତାଉତ୍ତର ପ୍ରଦେଶ

ପାଇଜାମାଝାଡ଼ଖଣ୍ଡ

 

ତୁମ ପାଇଁ କାମ

୧. ତୁମ ଗାଁ’ରୁ ସବ୍‌ଡିଭିଜନ୍ ସଦର ମହକୁମାକୁ ବସ୍‌ରେ କେଉଁ କେଉଁ ସ୍ଥାନ ଦେଇ ଯିବ ଲେଖ।

ଉତ୍ତର – ଛାତ୍ରମାନେ ନିଜେ ଲେଖିବେ।  

You cannot copy content of this page