ଜନ୍ମ : ୯.୮.୧୮୬୨
ମୃତ୍ୟୁ : ୪.୪.୧୯୨୪
୧୨- ସ୍ବଭାବ କବି। ସମ୍ବଲପୁର ଜିଲ୍ଲା ବରପାଲି ଗ୍ରାମର ଏକ ଭୁଲିଆ (ତନ୍ତୀ) ପରିବାରରେ ଜନ୍ମ। ପିତା ଚୈତନ୍ୟ ମେହେର ଏବଂ ମାତା ସେବତୀ ଦେବୀ। ତନ୍ତରେ ଲୁଗା ବୁଣିବା ଚୈତନ୍ୟଙ୍କ କୌଳିକ ବୃତ୍ତି ଥିଲା। ଲୁଗାବୁଣି ଯାହା କିଛି ରୋଜଗାର କରୁଥିଲେ, ସେଥିରେ ଦୁଃଖକଷ୍ଟରେ ପରିବାର ଚଳାଉଥିଲେ। ତେଣୁ ଗଙ୍ଗାଧରଙ୍କ ଶୈଶବ ଓ ବାଲ୍ୟଜୀବନ ଖୁବ୍ ଅଭାବ ଓ ଅସୁବିଧା ଭିତରେ ହିଁ କଟିଯାଇଥିଲା।
ଗଙ୍ଗାଧର ଘରେ ନିଜ ପିତାଙ୍କଠାରୁ ଅକ୍ଷର ଶିକ୍ଷା କରିଥିଲେ। ତା’ପରେ ଅନ୍ୟ ଏକ ଚାଟଶାଳୀରେ ପଢ଼ିଥିଲେ। ପିତାଙ୍କ ତତ୍ତ୍ଵାବଧାନରେ ଭାଗବତ, ରାସପଞ୍ଚାଧ୍ୟାୟୀ, ମଥୁରାମଙ୍ଗଳ, ନାମରତ୍ନଗୀତା ଆଦି କଣ୍ଠସ୍ଥ କରିବା ସଙ୍ଗେସଙ୍ଗେ ପଣିକିଆ ମଧ୍ୟ କଣ୍ଠ କରିପାରିଥିଲେ।
ସେତେବେଳେ ସମାଜରେ ବାଲ୍ୟବିବାହ ପ୍ରଚଳିତ ଥିବାରୁ ଚୈତନ୍ୟ ମେହେର ଗଙ୍ଗାଧରଙ୍କୁ ୧୦ ବର୍ଷ ବୟସରେ ଶାନ୍ତା ନାମକ ଏକ ବାଳିକା ସହ ବିବାହ କରାଇ ଦେଇଥିଲେ। ଏଥିପାଇଁ ତାଙ୍କୁ ୬୦ ଟଙ୍କା ଋଣ କରିବାକୁ ପଡ଼ିଥିଲା।
– ପଣ୍ଡିତ ଘନଶ୍ୟାମ ମିଶ୍ରଙ୍କ ପ୍ରେରଣାରେ ସେ ସମ୍ବଲପୁରରେ ଭିଲେଜ ସ୍କୁଲ ପରୀକ୍ଷା (୧୮୮୨) ଦେଇଥିଲେ। ହେଲେ ଗଣିତରେ ଉତ୍ତୀର୍ଣ୍ଣ ହୋଇ ପାରିନଥିଲେ। ଏହିଠାରୁ ହିଁ ତାଙ୍କ ପାଠପଢ଼ାରେ ଡୋରି ବନ୍ଧା ହେଲା। ହେଲେ ସେ ନିଜର ଶିକ୍ଷାଲାଭ ଅବ୍ୟାହତ ରଖୁଥିଲେ। ତନ୍ତ କାମରୁ ସାମାନ୍ୟ ଟିକେ ଅବସର ପାଇଲେ ସେ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ, ବଳରାମ ଦାସ, ସାରଳାଦାସ ଆଦି ପ୍ରାଚୀନ କବିମାନଙ୍କ ରଚିତ ଗ୍ରନ୍ଥ ଅଧ୍ୟୟନ କରୁଥିଲେ ଏବଂ ସେଇଥରୁ ସେ କାବ୍ୟରଚନାର ପ୍ରେରଣା ଲାଭ କରିଥିଲେ। ସେତେବେଳେ ନୃପରାଜସିଂହ ବରପାଲିର ଜମିଦାର ଥିଲେ। ସେ ନିଜ ଜମିଦାରୀର ବନ୍ଦୋବସ୍ତ ପାଇଁ ଗଙ୍ଗାଧରଙ୍କୁ ଅମିନ ରୂପେ ନିଯୁକ୍ତ କରିଥିଲେ। ମାସିକ ଦରମା ୭ଟଙ୍କା। ବନ୍ଦୋବସ୍ତ କାମ ଶେଷ ହେବା ପରେ ଗଙ୍ଗାଧର ସେଠାରେ ପୁଣି ମୋହରୀର ରୂପେ କାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ସେ ଯୁବରାଜ ମହେନ୍ଦ୍ର ସିଂହଙ୍କଠାରୁ କିଛି ଇଂରାଜୀ ଶିକ୍ଷା ମଧ୍ୟ କରିଥିଲେ ଏବଂ ନିଜ ଉଦ୍ୟମରେ ସଂସ୍କୃତ, ହିନ୍ଦୀ ଓ ବଙ୍ଗଳା ଭାଷାରେ ଦକ୍ଷତା ଅର୍ଜନ କରିପାରିଥିଲେ।
ଗଙ୍ଗାଧର ଥିଲେ କାର୍ଯ୍ୟଦକ୍ଷ। ଯେକୌଣସି କାର୍ଯ୍ୟକୁ ସେ ନିଷ୍ଠାର ସହ କରୁଥିଲେ। ତେଣୁ ଜମିଦାର ନୃପରାଜ ସିଂହ ତାଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ତାଙ୍କରି ସୁପାରିଶ୍ ବଳରେ ଗଙ୍ଗାଧର ୧୮୯୯ ମସିହାରେ ଜୁଡ଼ିସିଆଲ ମୋହରୀର ଭାବେ ନିଯୁକ୍ତି ପାଇଥିଲେ।
୧୯୨୦ ମସିହା ବେଳକୁ ବରପାଲିରେ ସବୌଦୟ ସିଂହ ନୂଆ ଜମିଦାର ହୋଇଥାନ୍ତି। ତାଙ୍କ ଅନୁରୋଧରେ ଗଙ୍ଗାଧର ବରପାଲି ଆସିଲେ। ଏଠାରେ ରହୁଥିବାବେଳେ ସେ ‘ସାଧୁ-ସମିତି’ ନାମରେ ଏକ ଅନୁଷ୍ଠାନ ଗଢ଼ିଥିଲେ। ନୂଆ ଜମିଦାର କିନ୍ତୁ ନାନା ପ୍ରକାର ଚକ୍ରାନ୍ତ କରି ସମିତିଟିକୁ ଭାଙ୍ଗି ହୋଇଥିଲେ। ଲେଖୁବା ଆରମ୍ଭ
ଦେଇଥିଲେ। ଫଳରେ ସ୍ଵାଭିମାନୀ ଗଙ୍ଗାଧର ୧୯୨୩ ମସିହାରେ ଚାକିରିରୁ ଇସ୍ତଫା ଦେଇଦେଲେ। କିଶୋର ଜୀବନରେ ହିଁ ଗଙ୍ଗାଧର ସାହିତ୍ୟ ପ୍ରତି ଆକୃଷ୍ଟ ବିଦ୍ୟାଳୟ ଶିକ୍ଷା ପରେ ସେ ମଧ୍ୟଯୁଗୀୟ ଶୈଳୀରେ ଛୋଟ ବଡ଼ କବିତା କରିଥିଲେ ଏବଂ ସେଗୁଡ଼ିକ ‘ସମ୍ବଲପୁର ହିତୈଷିଣୀ’ ପତ୍ରିକାରେ ପ୍ରକାଶ ପାଇ ବେଶ୍ ଆଦୃତ ହେଉଥିଲା। ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ କାବ୍ୟ ଅନୁସରଣରେ ସେ ଏକ ଦୀର୍ଘ କବିତା ‘ରସରତ୍ନାକର’ ଲେଖୁଥିଲେ (୧୯୧୮)। ତାଙ୍କର ପରବର୍ତ୍ତୀ କାବ୍ୟ ‘ଇନ୍ଦୁମତି’ (୧୮୯୩) ବାରିପଦାରୁ ପ୍ରକାଶିତ ‘ଉତ୍କଳପ୍ରଭା’ରେ ପ୍ରକାଶ ପାଇବା ଫଳରେ ଉପକୂଳ ଅଞ୍ଚଳରେ ତାଙ୍କର ପ୍ରତିଷ୍ଠା ବଢ଼ିଯାଇଥିଲା। ପରେ ପରେ ସେ ‘ଉତ୍କଳଲକ୍ଷ୍ମୀ’ (୧୮୯୪), ମହିମା (୧୮୯୭) ‘ଭକ୍ତି ଉପହାର’ (୧୮୯୯), ‘କୀଚକବଧ’ (୧୯୦୩), ଅଯୋଧ୍ୟାଦୃଶ୍ୟ (୧୯୧୧), ‘କବିତାକଲ୍ଲୋଳ’ (୧୯୧୨), ‘ତପସ୍ବିନୀ’ (୧୯୧୨), ଅର୍ଘ୍ୟଥାଳୀ(୧୯୧୪), ପ୍ରଣୟବଲ୍ଲରୀ(୧୯୧୫), ଭାରତଭାବନା (୧୯୧୫), କୃଷକସଂଗୀତ (୧୯୨୧), କୁମାର ଜନ୍ମୋତ୍ସବ (୧୯୨୩) ଏବଂ ଭାରତୀବନ୍ଦନା (୧୯୨୩) ରଚନା କରିଥିଲେ।
୭ମ ଶ୍ରେଣୀରେ ସ୍ଥାନିତ ‘ତାରା ସୂର୍ଯ୍ୟ’ କବିତାଟି କବିଙ୍କ ରଚିତ ‘ଅର୍ଘ୍ୟଥାଳୀ’ ପୁସ୍ତକରୁ ଓ ୮ମ ଶ୍ରେଣୀରେ ସ୍ଥାନିତ ‘ଉଦ୍ବୋଧନ’, ‘ଅର୍ଘ୍ୟଥାଳୀ ପୁସ୍ତକରୁ, ୧୦ମ ଶ୍ରେଣୀରେ ସ୍ଥାନିତ କବିତା ‘ମଙ୍ଗଳେ ଅଇଲା ଉଷା’ କବିତା ‘ତପସ୍ବିନୀ’ କାବ୍ୟରୁ ସଂଗୃହୀତ।