ଓଡ଼ିଆ ଖଣ୍ଡ

ଆଚାର୍ଯ୍ୟ ଶଙ୍କର

ଭାରତୀୟ ଜୀବନରେ ସେତେବେଳେ ଘୋର ସଂକଟକାଳ। ଜୀବନଦର୍ଶନର ବହୁମୁଖୀ ପ୍ରସାର ମନୁଷ୍ୟକୁ ସଂଶୟ-ତମସରେ ଆଚ୍ଛନ୍ନ କରି ରଖୁଛି। ଏକ ଦିଗରେ ବୌଦ୍ଧ ଉଦ୍ଭଟ ପଣ୍ଡିତମାନେ ଭାରତର ସୀମା ଅତିକ୍ରମ କରି ତିବ୍ବତ ଓ ଚୀନରେ ମଧ୍ୟ ବୌଦ୍ଧମତ ପ୍ରତିପାଦନ ଓ ସ୍ପଷ୍ଟୀକରଣ କରୁଅଛନ୍ତି। ଅନ୍ୟ ଦିଗରେ ପୁନର୍ଜାଗରିତ ବୈଦିକ ଧର୍ମର ପୁରାତନ କର୍ମକାଣ୍ଡ ପ୍ରତି ଲୋକମନରେ ପୁନର୍ବିଶ୍ଵାସ ଫେରାଇ ଆଣିବାପାଇଁ ସର୍ବଦା ଚେଷ୍ଟିତ ମୀମାଂସକବୃନ୍ଦ ତଥା ବୌଦ୍ଧଧର୍ମର ଦାର୍ଶନିକ ଯୁକ୍ତିଜାଲ ଓ ତତ୍ତ୍ଵବାଦକୁ ତର୍କଦ୍ଵାରା ଖଣ୍ଡନ କରିବାରେ ସତତ ପ୍ରୟାସୀ ନୈୟାୟିକଗଣ।

ଏ ସନ୍ଧିକ୍ଷଣରେ ପୁନରାୟ ଧର୍ମସଂସ୍ଥାପନାର୍ଥ ଆବିର୍ଭୂତ ହେଲେ ଯୁଗାବତାର ଶଙ୍କର।

ମୀମାଂସକ କୁମାରିଲଭଟ୍ଟ ଆଉ ନାହାନ୍ତି – ଉତ୍ତରଭାରତରେ ବୌଦ୍ଧଧର୍ମର ପ୍ରତ୍ୟେକ ଅନୁଷ୍ଠାନକୁ ଉନ୍ମୁଳ କରିବାର ବିଜୟ-ଗୌରବ ଲାଭ ସମୟରେ ସେ ସ୍ଵୟଂ ନିଜ ନିକଟରେ ପରାଜୟ ସ୍ବୀକାରକରି ଜ୍ଵଳନ୍ତ ଅଗ୍ନିକୁଣ୍ଡରେ ଆତ୍ମବିସର୍ଜନ ଦେଇ ପ୍ରାୟଶ୍ଚିତ୍ତ କରିସାରିଥିଲେ।

ସେହି କୁମାରିଲଙ୍କ ଶିଷ୍ୟ ମିଥୁଳାର ମହାନ୍ ମୀମାଂସକ ପଣ୍ଡିତପ୍ରବର ପ୍ରବୀଣ ମଣ୍ଡନ ମିଶ୍ର ଏକ ପକ୍ଷରେ, ଅନ୍ୟ ପକ୍ଷରେ ସଦ୍ୟୋଜାତ ଶ୍ମଶ୍ରୁବିଶିଷ୍ଟ ଦୀପ୍ତାବୟବ ଜଣେ ତରୁଣ ସିଦ୍ଧ ସାଧୁ ସନ୍ନ୍ୟାସୀ। ତର୍କର ବିରାମ ନାହିଁ। ପ୍ରତ୍ୟେକ ପ୍ରତ୍ୟେକର ଯୁକ୍ତି ଓ ବିଚାରକୁ ଖଣ୍ଡନ କରିବାରେ ଅଲୌକିକ କୌଶଳ ପ୍ରୟୋଗ କରୁଛନ୍ତି। ମଧ୍ୟଭାଗରେ ବିଚାରିକାରୂପେ ଉପବିଷ୍ଟ ପଣ୍ଡିତ ମଣ୍ଡନଙ୍କର ବିଦୁଷୀ ପତ୍ନୀ ଦେବୀ ଭାରତୀ। ଉଭୟଙ୍କ ମଧ୍ୟରେ ସର୍ଭ ନିର୍ଦ୍ଦିଷ୍ଟ ରହିଛି – ଯଦି ପଣ୍ଡିତ ମଣ୍ଡନ ପରାଜିତ ହୁଅନ୍ତି ତେବେ ସେ ବାଧ୍ୟହୋଇ ସନ୍ନ୍ୟାସ ଅବଲମ୍ବନ କରିବେ ଏବଂ ଯଦି ନବାଗତ ସନ୍ନ୍ୟାସୀ ମଣ୍ଡନଙ୍କ ନିକଟରେ ପରାଜୟ ସ୍ବୀକାର କରନ୍ତି, ତେବେ ତାଙ୍କୁ ସନ୍ନ୍ୟାସ ପରିବର୍ତ୍ତରେ ଗୃହସ୍ଥାଶ୍ରମରେ ପ୍ରବେଶ କରିବାକୁ ହେବ।

ଦିନ ଦିନ ଧରି ତର୍କ ଚାଲିଲା। କେହି କାହାରିକୁ ପରାଜିତ କରିବାର ସୂଚନା ମଧ୍ୟ ମିଳିଲା ନାହିଁ। ପରିଶେଷରେ ପଣ୍ଡିତ-ପତ୍ନୀ ଭାରତୀ ସାରସିଦ୍ଧାନ୍ତ ଘୋଷଣା କଲେ, ‘କାମଶାସ୍ତ୍ରରେ ଅଭିଜ୍ଞତା ବିଷୟ ବିଚାରକୁ ନ ଆଣିଲେ ଆଗନ୍ତୁକ ସନ୍ନ୍ୟାସୀଙ୍କ ଆସନ ଉଚ୍ଚରେ।’’ କଥ୍ ଅଛି, ଏହି ବିଦ୍ୟା ସମ୍ବନ୍ଧରେ ସମ୍ୟକ୍ ଜ୍ଞାନ ଲାଭକରିବାପାଇଁ ସେହି ଯୁବକ ସନ୍ନ୍ୟାସୀଙ୍କୁ କାୟାନ୍ତର ଗ୍ରହଣ କରିବାକୁ ପଡିଥିଲା। କୌଣସି ମୃତ ରାଜାଙ୍କ କାୟାରେ ପ୍ରବେଶ କରିବା ପରେ ସ୍ବ-ରକ୍ଷିତ ଶରୀରରେ ପୁନଃ ପ୍ରବେଶକରି ସେ ଯେତେବେଳେ ପୁନରାୟ ପଣ୍ଡିତ ଓ ପଣ୍ଡିତ-ପତ୍ନୀଙ୍କର ସମ୍ମୁଖରେ ଉପସ୍ଥିତ ହେଲେ, ପଣ୍ଡିତ-ପତ୍ନୀ ନିର୍ବିବାଦରେ ସନ୍ନ୍ୟାସୀଙ୍କର ଶ୍ରେଷ୍ଠତ୍ଵ ସ୍ଵୀକାର କରିବାକୁ ବାଧ୍ୟହେଲେ। ପତି, ପତ୍ନୀ ଉଭୟେ ସନ୍ନ୍ୟାସୀଙ୍କର ଶିଷ୍ୟତ୍ବ ଗ୍ରହଣକଲେ।

କିଏ ଏହି ନବୀନ ସନ୍ନ୍ୟାସୀ ?

ସେଦିନ ମଣ୍ଡନ ପଣ୍ଡିତଙ୍କ ଗୁରୁ କୁମାରିଲଙ୍କୁ ଅଗ୍ନିପ୍ରବେଶରୂପକ କଠିନ ପ୍ରାୟଶ୍ଚି ତ୍ତ ରୁ ନି ବ ତ୍ତାଇବା ପାଇଁ ବହୁ ଚେଷ୍ଟା କରି ଏହି ସନ୍ନ୍ୟାସୀ ବିଫଳମନୋରଥ ହୋଇଥିଲେ। ସନ୍ନ୍ୟାସୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗୁରୁ କୁ ମାରିଲା ଏ ପ୍ରକାର କଠିନ ପ୍ରାୟଶ୍ଚିତ୍ତର ଦୁଇଟି ମୁଖ୍ୟ କାରଣ କହିଥିଲେ – ପ୍ରଥମତଃ ବୌଦ୍ଧ ଦୁରଭିସନ୍ଧି ଓ ବୌଦ୍ଧମାନଙ୍କର ଗୁପ୍ତ ଦୁର୍ବଳତା ସମ୍ବନ୍ଧରେ ଚାକ୍ଷୁଷ ଜ୍ଞାନ ଲାଭକରିବାପାଇଁ ଛଦ୍ମବେଶରେ ଜନୈକ ବୌଦ୍ଧ ଗୁରୁଙ୍କଠାରୁ ତାଙ୍କର ଶିକ୍ଷାପ୍ରାପ୍ତି ପରେ ଗୁରୁଙ୍କ ପ୍ରତି ବିଶ୍ଵାସଘାତକତା କରିଥିବାରୁ ଏବଂ ଦ୍ଵିତୀୟତଃ ବେଦକୁ ସ୍ଵୟମ୍ଭୂ ଓ ସ୍ଵତଃପ୍ରକାଶ ଗ୍ରନ୍ଥରୂପେ ପ୍ରତିପାଦିତ କରିବାକୁ ଯାଇ ପ୍ରକାରାନ୍ତରେ ଈଶ୍ଵରଙ୍କୁ ଅସ୍ବୀକାର କରିଥିବା ଅପରାଧ ହେତୁ ସେ ଅତିଶୟ ସନ୍ତପ୍ତ ହୋଇ ଅଗ୍ନିରେ ପ୍ରବେଶ କରିଥିଲେ। ମାତ୍ର ସନ୍ନ୍ୟାସୀଙ୍କ ପକ୍ଷରେ ତାଙ୍କୁ ଆତ୍ମହତ୍ୟାରୂପକ ଏହି କଠୋର ପ୍ରାୟଶ୍ଚି ତ୍ତବିଧାନରୁ ନିବତ୍ତାଇବା ସମ୍ଭବ ହୋଇ ନଥିଲା।

କୁମାରିଲ ଅଗ୍ନି ମଧ୍ୟକୁ ପ୍ରବେଶକଲେ ସନ୍ନ୍ୟାସୀ ବିଫଳମନୋରଥ ହୋଇ ସ୍ଵସ୍ଥାନକୁ ଫେରିଆସିଥିଲେ।

ଏ ସେହି ସନ୍ନ୍ୟାସୀ।

ଗୋଟି ଗୋଟି ହୋଇ ଦ୍ଵାଦଶ ଶତାବ୍ଦୀ କାଳ-ବକ୍ଷରେ ଲୀନ ହୋଇଗଲାଣି। ଦକ୍ଷିଣ-ଭାରତର ମାଲବାର ଅଞ୍ଚଳସ୍ଥ ଆନନ୍ଦଗିରିଙ୍କ ମତରେ ଚିଦଂବରମ୍, କାହାରି କାହାରି ମତରେ କାଲଡି ଗ୍ରାମରେ ଗୋଟିଏ ନାମ୍ବୁଦ୍ରୀ ବ୍ରାହ୍ମଣକୁଳରେ ତାଙ୍କର ଜନ୍ମ। ପିତାମହ ବିଦ୍ୟାଧର ବା ବିଦ୍ୟାଧରାଜ ସ୍ଥାନୀୟ ସୁପ୍ରସିଦ୍ଧ ଶିବ ମନ୍ଦିରର ସୁଦକ୍ଷ

ଅଧ୍ୟକ୍ଷ ଥିଲେ। ପିତାଙ୍କର ନାମ ଥିଲା ଶିବଗୁରୁ। ପୁତ୍ରର ଉପନୟନ ସଂସ୍କାର ପରେ ପରେ ପିତା ଶିବଗୁରୁଙ୍କର ମୃତ୍ୟୁ ହେଲା।

କିନ୍ତୁ ସେ ବିପର୍ଯ୍ୟୟ ଶିଶୁପୁତ୍ରକୁ ବିଦ୍ୟାବିମୁଖ କରିପାରି ନ ଥିଲା। ମାତ୍ର ଆଠ ବର୍ଷ ବୟଃକ୍ରମରେ ହିଁ ଏହି ଅସାଧାରଣ ଧୀସମ୍ପନ୍ନ ବାଳକ ବେଦ ଓ ବେଦାଙ୍ଗାଦିରେ ପୂର୍ଣ୍ଣ ପାରଙ୍ଗମତା ଲାଭକରି କଠିନ ଦାର୍ଶନିକ ସମସ୍ୟାର ସମାଧାନ ଦିଗରେ ଚେଷ୍ଟିତ ହେଲେ। ସେତେବେଳେ କେହି ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲା ଯେ, ତାଙ୍କର ଏହି ମହତ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ମାତ୍ର ଚତୁର୍ବିଂଶ ବର୍ଷ ବାକି ରହିଥିଲା।

ବିଦ୍ୟାଶେଷରେ ଉଠିଲା ଯୁବକଙ୍କର ବିବାହ ପ୍ରଶ୍ନ। ବିଧବା ମାତା ଏକମାତ୍ର କୁଳପ୍ରଦୀପ ପୁତ୍ରସନ୍ତାନର ବିବାହନିମନ୍ତେ ବ୍ୟାକୁଳ; କିନ୍ତୁ ପିତୃହୀନ କୋମଳମତି ବାଳକ ସଂସାରବନ୍ଧନରେ ଆବଦ୍ଧ ହେବାକୁ ବାହାନ୍ତି ନାହିଁ। ଜନନୀର ସ୍ନେହଶୀଳ ହୃଦୟ ଏବଂ ଯୁବକର ତାପସବ୍ରତାନୁକୂଳ ମାନସ ମଧ୍ୟରେ ଲାଗିଲା ସଂଘର୍ଷ। ହଠାତ୍‌ ଦିନେ ସ୍ନାନଗତ ପୁତ୍ର ଚିତ୍କାର କରି ଉଠିଲା “ମା ! ମା ! ମୋତେ ରକ୍ଷା କର। ଗୋଟିଏ ଜଳଜନ୍ମର କବଳରୁ ମୋତେ ଉଦ୍ଧାରକର।

ମାତା ନିରୁପାୟ ହୋଇ ଚିତ୍କାର କରୁଛନ୍ତି, ନିରୁଦ୍‌ନିଗ୍ଧ ପୁତ୍ର ଉପାୟର ସୂଚନା ଦେଜ୍ କହୁଛନ୍ତି – ”ମାତା ! ମୋତେ ସନ୍ନ୍ୟାସୀ କରିଦିଅ। ଏ ସଂକଳ୍ପ ନ କଲେ ବିରଦିନ ପାଇଁ ମୋତେ ଏହି ଜଳରାଶି ମଧ୍ୟରେ ନିମଜ୍ଜିତ ହେବାର ଦୁର୍ଭାଗ୍ୟ ବରଣ କରିନେବାକୁ ହେବ।”’

ଜଳଜନ୍ତୁରୂପୀ ବିଷୟବାସନା ସନ୍ନ୍ୟାସବ୍ରତୀ ପୁତ୍ର ଶଙ୍କରଙ୍କୁ ଆଉ ସଂସାରସାଗର ମଧ୍ୟରେ ନିମଗ୍ନ କରିପାରିଲା ନାହିଁ। ମାତାଙ୍କ ଅନୁମତିକ୍ରମେ ସେ ସନ୍ନ୍ୟାସବ୍ରତ ଗ୍ରହଣକ ଲେ। ନର୍ମ ଦାତଟ ନିକଟସ୍ଥ ସନ୍ନ୍ୟାସୀ ଆଶ୍ରମରେ ଆଚାର୍ଯ୍ୟ ଗୋବିନ୍ଦପାଦଙ୍କଠାରୁ ଦୀକ୍ଷା ଗ୍ରହଣ କରି ତାଙ୍କର ଆଦେଶକ୍ରମେ ପରିବ୍ରାଜକରୂପେ ସେ ଭାରତୀୟ ଚିନ୍ତାଧାରାରେ ଏକ ଅଭୂତପୂର୍ବ ବିପ୍ଲବ ସୃଷ୍ଟି କରିବାପାଇଁ ସମଗ୍ର ଦେଶର କୋଣେ କୋଣେ ଭ୍ରମଣ କରିବାକୁ ଲାଗିଲେ। ବୌଦ୍ଧ, ଜୈନ, ବୈଦିକକର୍ମକାଣ୍ଡୀ, ଶାନ୍ତ, ପାଶୁପତ, ଭୈରବ, ଗାଣ୍ଡପତ୍ୟ ଓ କାପାଳିକାଦି ପଣ୍ଡିତବର୍ଗଙ୍କର ସମ୍ମୁଖୀନ ହୋଇ ସେମାନଙ୍କୁ ଅକାଟ୍ୟ ମୁକ୍ତି ଓ ତର୍କବାଣୀ ବଳରେ ପରାସ୍ତ କରି ଅପ୍ରତିଦ୍ବନ୍ଦ୍ବ ପଶ୍ଚିତରୂପେ ପରିଗଣିତ ହେଲେ। ଚତୁଦ୍ଦିଗରେ ସନ୍ନ୍ୟାସୀଙ୍କର ବିଜୟବାର୍ତ୍ତା ବିଘୋଷିତ ହେବାକୁ ଲାଗିଲା। ନାନାଦେଶର ଅଗଣିତ ଶୂନ୍ୟ ସାଗ୍ରହରେ ସନ୍ନ୍ୟାସୀଙ୍କର ଶରଣାପନ୍ନହେଲେ। ଦେଶର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତଯାଏ ଧ୍ଵନିତ ହେବାକୁ ଲାଗିଲା ସନ୍ନ୍ୟାସୀଙ୍କର ମଧୁମୟ ରଚନା

‘ଭଜ ଗୋବିନ୍ଦ ସ୍ମର ଗୋବିନ୍ଦ ଗୋବିନ୍ଦ ଭଜ ମୂଢମତେ।’’

ସନ୍ନ୍ୟାସୀ ସେତେବେଳେ କାଶୀବାସୀ। କାଶୀରାଜ ଓ ଶିଷ୍ୟପ୍ରଶିଷ୍ୟମାନଙ୍କର ବିସ୍ମୟ ଉଦ୍ରେକ କରି ଏବଂ ରାଜକୀୟ ସଂରକ୍ଷଣ ତଥା ଭକ୍ତ ପରିଜନମାନଙ୍କର ସେବା-ସଂଭୋଗକୁ ଉପେକ୍ଷା କରି ସନ୍ନ୍ୟାସୀ ହଠାତ୍‌ ଦିନେ ଆରମ୍ଭକଲେ ଐତିହାସିକ ଦିଗ୍‌ବିଜୟ ! ବେଦ ଓ ଉପନିଷଦ୍ରର ବିସ୍ତୃତ ଜ୍ଞାନରତ୍ନକୋଷକୁ ସମଗ୍ର ଭାରତ ସମକ୍ଷରେ ପୁନରୁଦ୍‌ଘାଟିତ କରିଦେବାପାଇଁ ସନ୍ନ୍ୟାସୀ ଶଙ୍କରଙ୍କର ସେହି ବିଜୟଯାତ୍ରା ଐତିହାସିକ ଦିଗ୍‌ବିଜୟ ବାସ୍ତବ ପକ୍ଷରେ ଏକ ଅଘଟନଘଟନ ମଧ୍ୟରେ ପରିଗଣିତ। ସନ୍ନ୍ୟାସୀ ଶଙ୍କର ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କର ଭାରତବର୍ଷକୁ ଦାନ ବୁଦ୍ଧତୀତକାଳରୁ ତଦବଧୂ ସମୟ ପର୍ଯ୍ୟନ୍ତ ଅଦ୍ବିତୀୟ। ଏହା ନବମ ଶତାବ୍ଦୀର

କଥା।

ଆଚାର୍ଯ୍ୟ ଶଙ୍କର ବ୍ରାହ୍ମଣ୍ୟ ଧର୍ମର ପୁନଃ ପ୍ରତିଷ୍ଠା କରି ସମଗ୍ର ଭାରତଖଣ୍ଡର ଚତୁଃପାର୍ଶ୍ଵରେ ଚାରୋଟି ବିଜୟସ୍ତମ୍ଭସ୍ବରୂପ ଚାରି ମଠ ପ୍ରତିଷ୍ଠିତ କରିଥିଲେ। ପୁରୀର ଗୋବର୍ଦ୍ଧନ ମଠ, ଦ୍ଵାରକାର ସାରଦା ମଠ, ବଦ୍ରିନାଥରେ ଯୋଷୀ ମଠ ଏବଂ ଦକ୍ଷିଣରେ ଶୃଙ୍ଗେରୀ ମଠ ସେହି ସମୟରୁ ଅଦ୍ୟାବଧୂ ଶଙ୍କରଙ୍କ ଦିଗ୍‌ବିଜୟର ସ୍ମୃତିସ୍ତମ୍ଭରୂପେ ବିଦ୍ୟମାନ।

ମାତ୍ର ଏହି ଶଙ୍କରାଚାର୍ଯ୍ୟ, ଯାହାଙ୍କର ଅଦ୍ୱୈତବାଦ ବା ବେଦାନ୍ତତତ୍ତ୍ଵ ସର୍ବାଧ‌ିକ ଗୂଢ ଏବଂ ଗହନ ଭାରତୀୟ ଦର୍ଶନରୂପେ ବିବେଚିତ, ଯାହାଙ୍କର ମନ୍ଦ୍ରବାଣୀ ‘ତତ୍ତ୍ୱମସି’, ‘ଅହଂ ବ୍ରହ୍ମାସ୍ମି’, ‘ଶିବୋହଂ, ଶିବୋହଂ’ ଆଦି ମନ୍ତ୍ରବାକ୍ୟ ମନୁଷ୍ୟପ୍ରାଣରେ ଏକ ଅପୂର୍ବ ଆଶା ଓ ଉତ୍ସାହ ସଂଚାର କରିଛି, ଯାହାଙ୍କର ଜୀବ ଓ ଜଗତର ନାମ ରୂପାତ୍ମକ, ମିଥ୍ୟା-ପ୍ରତୀତିକାରିଣୀ ମାୟା ଓ ଅବିଦ୍ୟା ସତ୍ତାହୀନ ଏବଂ ଉପାଧ୍ହିତ ଏକ ନିର୍ଗୁଣ ନିର୍ବିଶେଷ ବ୍ରହ୍ମର ଏକମାତ୍ର ସତ୍ତା ହିଁ ସର୍ବଦା ବର୍ତ୍ତମାନ। ଏହି ନୂତନ ଆଲୋକ-ଉଦ୍‌ଭାସୀ ଏକ ନୂତନ ଧର୍ମବାଦ ଏ ଦେଶ ଆଗରେ ନବାଦର୍ଶ ଉପସ୍ଥାପିତ କରିଛି। ସେହି ଯୁଗାବତାର ଦିଗ୍‌ବିଜୟୀ ଅଦ୍ବିତୀୟ ପଣ୍ଡିତଙ୍କୁ ଯେପରିଭାବରେ ନିଷ୍ଠୁର ଅନ୍ଧ ସମାଜ ରୋଷକଷାୟିତ ନେତ୍ରରେ ଘୃଣ୍ୟ ବ୍ୟବହାର କରିଥିଲା, ତାହା ଏକ ମର୍ମନ୍ତୁଦ କାହାଣୀ।

ବୃଦ୍ଧା ମାତା ଦେହତ୍ୟାଗ କରିଛନ୍ତି। ସନ୍ନ୍ୟାସୀ ଶଙ୍କର ମୁଖାଗ୍ନି ଦେଇ ଶ୍ରାଦ୍ଧକ୍ରିୟା ସମ୍ପନ୍ନ କରିବାକୁ ଉଦ୍ୟତ; ସମାଜ ନିର୍ଦ୍ଦେଶ ଦେଲା ସନ୍ନ୍ୟାସୀ ପକ୍ଷରେ ଏହା ଅନନୁମୋଦ୍ୟ। ମାତ୍ର ବୀର ଶଙ୍କର ସମାଜର ଏହି ଅନ୍ୟାୟ ବିରୋଧରେ ହସ୍ତ ଉତ୍ତୋଳନ କରି ନିଜର କର୍ତ୍ତବ୍ୟକାର୍ଯ୍ୟ ସମାଧାନ କରିଥିଲେ। ସ୍ଵୟଂ ଅଙ୍ଗନ ମଧ୍ୟରେ ସାମାନ୍ୟ କାଷ୍ଠଖଣ୍ଡ ସଂଗ୍ରହ କରି ମାତୃଶବ ସଂସ୍କାର କରିଥିଲେ। ଫଳରେ ସମାଜ ଶଙ୍କରଙ୍କୁ ବର୍ଜନ କରିଥିଲା।

ଆଠଶହ ଅଠେଇଶ ଖ୍ରୀଷ୍ଟାବ୍ଦ। ଶଙ୍କରଙ୍କୁ ମାତ୍ର ସେତେବେଳେ ବତିଶ ବର୍ଷ ବୟସ – କାହାରି କାହାରି ମତରେ ଅଠଚାଳିଶ ବର୍ଷ ହେବ। କେଦାରନାଥର ନିଃସଙ୍ଗ ନିର୍ମମ ବାତାବରଣ – ମହିମାମୟ କୈଳାସର ଶାନ୍ତ ପରିବେଶ ମଧ୍ୟରେ ଲୋକକଥ୍ତ ଶିବାବତାର ଶଙ୍କରାଚାର୍ଯ୍ୟଙ୍କର ମହାପ୍ରୟାଣ ହେଲା।

ଏହି ଅଳ୍ପାୟୁ ଘେନି ଆଚାର୍ଯ୍ୟ ଶଙ୍କର ଯେଉଁ ଯୁଗ ପରିବର୍ତ୍ତନ କରିଗଲେ, ତାହା ବାସ୍ତବିକ ବିସ୍ମୟକର। ପଣ୍ଡିତମାନେ ଯଥାର୍ଥରେ କହନ୍ତି – ‘ଶଙ୍କର ଶଙ୍କରବତ୍, ଅର୍ଥାତ୍ ଶଙ୍କର ଅଦ୍ବିତୀୟ।’

About the author

हिंदीभाषा

Leave a Comment

You cannot copy content of this page