ସ୍ଵାଧୀନ ଗୋଟିଏ କ୍ଷୁଦ୍ରରାଜ୍ୟ ଶାସନର ବାଗ୍ରି ଯେଉଁଦିନ ସେ ବାଧ୍ୟ ହୋଇ ଗ୍ରହଣ କଲେ – ସେଦିନ – ସେ ମୁହୂର୍ତ୍ତରେ ରାଜ୍ୟାଭିଷେକ ହେଉ ନହେଉଣୁ ରାଜକୋଷ ଉପରେ ତୁଳସୀଦଳ ଅର୍ପଣ କରି ସେ ନୈବେଦ୍ୟ କରିଦେଲେ – ଏ ରାଜକୋଷର ସମସ୍ତ ଧନ କେବଳ ଧର୍ମ କାର୍ଯ୍ୟରେ ବ୍ୟୟିତ ହେବ।”
ଦୀର୍ଘ ସାର୍ଷ ଦୁଇଶତ ବର୍ଷ ପରେ ମଧ୍ୟ ସେହି ଅସାଧାରଣା ମହିଳାଙ୍କର ମହିମାନ୍ବିତ ନାମ ହିମାଚଳଠାରୁ କୁମାରିକା ଯାଏ ସାଧୁସନ୍ଥମାନଙ୍କ ମୁଖରେ ମୁଖରିତ ହେଉଛି। ଅଢେଇଶହ ବର୍ଷ ପରେ ମଧ୍ୟ କାଶୀଠାରୁ କଲିକତା ଗଙ୍ଗା, ଗଙ୍ଗାଠାରୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଯେଉଁ ବିଶାଳଦୀର୍ଘ ପ୍ରଶସ୍ତ ରାଜପଥ ପାର୍ଶ୍ଵବର୍ତୀ ତରୁଦ୍ରୁମଛାୟା ବିମଣ୍ଡିତ ହୋଇ ଅଦ୍ୟାବଧୂ ପଦଯାତ୍ରୀଠାରୁ ଆରମ୍ଭକରି ଯାନବାହନ ଆରୂଢ ବ୍ୟକ୍ତିମାନଙ୍କର ଅବିରତ ସେବା ବ୍ରତରେ ବ୍ରତୀ, ତାହାର ପ୍ରତି ରେଣୁରେ ରଜରେ ତାଙ୍କର ଅକ୍ଷୟ କୀର୍ତ୍ତି, ସୁମହାନ ହୃଦୟର ପରିଚୟ ବିଜଡିତ। ଏହି ଦୀର୍ଘ ଦୁଇଶତ ଅର୍ଥ ବର୍ଷ ପରିମିତକାଳ ଅତିବାହିତ ହେବା ପରେ ମଧ୍ୟ ତୀର୍ଥଭୂମି ଭାରତର ପ୍ରଧାନ ପ୍ରଧାନ କ୍ଷେତ୍ରମାନଙ୍କରେ କୂପ, ପୁଷ୍କରିଣୀ, ମନ୍ଦିର, ପାନ୍ଥଶାଳା ଆଦିର ଯେଉଁ ଆଦର୍ଶ ଏବେ ମଧ୍ୟ ସୁରକ୍ଷିତ ଅଛି ତାହା ସେହି ମହୀୟସୀ ମହିଳାଙ୍କର କୀର୍ତ୍ତିରାଜିରେ ସୁସଜ୍ଜିତ।
କିଏ ଏହି ନାରୀ ?
ଭାରତୀୟ ନାରୀ କ’ଣ ତାର ନରସନ୍ତାନମାନଙ୍କ ସମକକ୍ଷ ସମସ୍କନ୍ଦ ହୋଇ ସୁଶାସକ, ସୁପରି ଚାଳକ, ନ୍ୟାୟପରାୟଣ, ପୁଣ୍ୟଶ୍ଳୋକ, ପୁଣ୍ୟବାନ୍, ପ୍ରଜାନୁରଞ୍ଜନ, ପ୍ରଜାପାଳକରୂପେ ଭାରତର ଇତିହାସକୁ ସମୁଜ୍ଜ୍ବଳ କରିପାରିଛନ୍ତି ?
ରାଣୀ ଅହଲ୍ୟାବାଈ ତାର ଜ୍ଵଳନ୍ତ ପ୍ରମାଣ।
ରାଣୀ ଅହଲ୍ୟାବାଈ ଇନ୍ଦୋରର ବିଖ୍ୟାତ ହୋଲକାର ରାଜ୍ୟର ସଂସ୍ଥାପକ ବୀର ମହ୍ଲାର ରାୟଙ୍କ ପୁତ୍ରବଧୂ। ବିବାହର କେତେକ ବର୍ଷ ପରେ ମହ୍ଲାରଙ୍କ ଏକମାତ୍ର ପୁତ୍ର ରଣଭୂମିରେ ପ୍ରାଣଦାନ ଦେଲେ। ବୃଦ୍ଧ ମହ୍ଲାର ଓ ଏକମାତ୍ର ପୌତ୍ର ମାଲୀରାବ ମଧ୍ୟ ଅଧ୍ଵକ ଦିନ ସଂସାରରେ ଜୀବନ ଧାରଣ କରି ଅହଲ୍ୟାଙ୍କୁ ସାମାନ୍ୟ ସାଂସାରିକ ସୁଖ ଦେଇ ପାରି ନ ଥିଲେ। ଫଳରେ ଅହଲ୍ୟାଙ୍କ ଉପରେ ରାଜ୍ୟଶାସନର ଦାୟିତ ପଡିଲା।
ଏ ଭାଗ୍ୟବିପର୍ଯ୍ୟୟରେ ସାମାନ୍ୟ ବିଚଳିତ ହେଲେ ଶୈଥଲ୍ୟବଶତଃ ପରିସ୍ଥିତି ସଂକଟାକୁଳ ହୋଇପାରେ – ଏ ଆଶଙ୍କା ଅହଲ୍ୟାଙ୍କର ଧୈର୍ଯ୍ୟ ଏବଂ ଧୈର୍ଯ୍ୟ ଆଣିଦେଇଥିଲା। ଅହଲ୍ୟା ଅଚଳମେରୁ ସଦୃଶ କର୍ତ୍ତବ୍ୟରେ ଦୃଢ ରହି ସ୍ଵଧର୍ମ ଓ କର୍ମରେ ନିଜକୁ ନିୟୋଜିତ କରିଥିଲେ।
ଦୀର୍ଘ ତିରିଶ ବର୍ଷ ରାଜତ୍ଵ କାଳରେ ସେ କେବଳ ଜଣେ ସୁଶାସକ ରୂପେ ଆପଣାର ପରିଚୟ ଦେଇଯାଇନାହାନ୍ତି – ପ୍ରଜା ପ୍ରତି ରାଜାର କର୍ତ୍ତବ୍ୟ ସମ୍ବନ୍ଧରେ ସେ ଯେଉଁ ସୁସ୍ପଷ୍ଟ ଧାରଣା ଦେଇଯାଇଛନ୍ତି ତାହା କ୍ଵଚିତ୍ ରାଜପୁରୁଷଙ୍କ ପକ୍ଷରେ ସମ୍ଭବ ହୋଇଥାଏ।
ବାଲ୍ୟକାଳରୁ ଅହଲ୍ୟା ଧର୍ମପରାୟଣା ସାଧୁ ପ୍ରକୃତିର ବାଳିକା ଥିଲେ। ପରବର୍ତ୍ତୀ ଜୀବନରେ ସେ ନିବୃତ୍ତିମାର୍ଗକୁ ହିଁ ଜୀବନର ସତ୍ୟାଦର୍ଶରୂପେ ଗ୍ରହଣ କରିଥିଲେ। ସିଂହାସନ ଲାଭ କରିବା ପରେ ମଧ୍ୟ କେହି କେବେ ରାଣୀ ଅହଲ୍ୟାବାଈଙ୍କଠାରେ ଆଡମ୍ବରର ଲେଶମାତ୍ର ଆଭାସ ପାଇନାହିଁ।
ଅହଲ୍ୟା ସନ୍ତାନହୀନା ଥିଲେ। ମାତ୍ର ଶତ ଶତ ଭାରତୀୟ ସନ୍ତାନ ଆଜି ମାତା ଅହଲ୍ୟାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାମାଲ୍ୟ ଅର୍ପଣ କରୁଛନ୍ତି।
ମନୁଷ୍ୟର ଆକୃତି ଭିତରେ ବାସ୍ତବିକ ଅହଲ୍ୟା ବିରାଜମାନ ହୋଇଥିଲେ ବୋଲି କହିଲେ ବାହୁଲ୍ୟ
ସାକ୍ଷାତ୍ ଦେବୀ ରୂପରେ ହେବ ନାହିଁ।