ଐତିହାସିକ ରାଜସ୍ଥାନ। ନବପ୍ରତିଷ୍ଠିତ ମେଡତା ରାଜ୍ୟାନ୍ତର୍ଗତ ରାଠୋର ଅଧୂପତି ପରମବୈଷ୍ଣବ ଦୁଦାଜୀ ଜୀବିତାବସ୍ଥାରେ। ଦିନେ ସୁପ୍ରଭାତରେ ଜଣେ ପୁଣ୍ୟବନ୍ତ ସାଧୁ ଦୁଦାଜୀଙ୍କର ଆତିଥ୍ୟ ଗ୍ରହଣ କରନ୍ତି। ସାଧୁଙ୍କର ସମ୍ପତ୍ତି – ଅତି ସୁନ୍ଦର, ମନୋହର, ତ୍ରିଭଙ୍ଗ ଭଙ୍ଗୀରେ ଉଭା ମଣିମୟ ବିଗ୍ରହ – ଗୋଟିଏ କୃଷ୍ଣମୂର୍ତ୍ତି ପ୍ରାଣବନ୍ତ ପ୍ରତିମା ପ୍ରାୟ ପ୍ରତିଭାତ ହେଉଛନ୍ତି।
ମୀରା – ଦୁଦାଜୀଙ୍କ ପୁତ୍ର ନରସିଂହଙ୍କର କନ୍ୟା ମୀରା – ସେହି ପ୍ରତିମୂର୍ତ୍ତିର ସନ୍ଦର୍ଶନରେ ହଠାତ୍ ଭାବବିହ୍ଵଳା ହୋଇପଡିଲା। କେଜାଣି କେଉଁ କାରଣବଶତଃ ହୃଦୟ ତାର ଘନଘନ ମଥୁ ହେବାକୁ ଲାଗିଲା।
ସତେ ଯେପରି ଏ ମୂର୍ତ୍ତି କେବଳ ମୂର୍ତ୍ତି ନୁହେଁ – ଏକ ମୂର୍ତ୍ତିମନ୍ତ ପୁରୁଷ। ଯେପରି କେତେ ଦିନର, କେତେ ଜନ୍ମର ପରିଚୟ। ମୁହୂର୍ଭ ମାତ୍ର ସେହି ମୂର୍ତ୍ତିଠାରୁ ବିଚ୍ଛିନ୍ନ ହୋଇ ମୀରା ସ୍ଥିର ହୋଇ ରହିପାରିଲା ନାହିଁ। ମୀରାର ଏହି ଅସାଧାରଣ ଭାବଭକ୍ତି ସନ୍ଦର୍ଶନ କରି ଚମତ୍କୃତ ସାଧୁ ବାଧ୍ୟହୋଇ ମୀରା ହସ୍ତରେ ସେହି କମନୀୟ ସୁକାନ୍ତ କୃଷ୍ଣ ମୂର୍ତ୍ତିକୁ ସମର୍ପଣ କରି ସ୍ଵସ୍ଥାନକୁ ପ୍ରସ୍ଥାନକଲେ।
ଓ ସେହି ମୂର୍ତ୍ତି – ସେହି ପ୍ରାଣପ୍ରତିମ ପ୍ରତିମା ବାଳିକା ମୀରା ପକ୍ଷରେ ବିତ୍ତ କୋଟିନିଧ୍ ହୋଇଉଠିଲା। ଶୟନେ-ସ୍ୱପନେ-ଜାଗରଣରେ ସେହି ମୂର୍ତ୍ତି ମୀରାର ନୟନପିତୁଳି ହୋଇଗଲେ। ଚପଳମତି ବାଳିକାର କ୍ରୀଡନକ ଆସନରେ ବସି ସତେ ଯେପରି ସେହି କୃଷ୍ଣପ୍ରତିମା ବ୍ରଜର ମଧୁମୟ ଲୀଳା ଭୋଗକରୁଥିଲେ। ମୀରା ଅତି ଯତ୍ନରେ ସନ୍ତର୍ପଣରେ ଏବଂ ଅଶେଷ ସାବଧାନତାର ସହିତ ନିଜର ସୁସଜ୍ଜିତ ପେଟିକା ମଧ୍ୟରେ ପ୍ରତିମାଟିକୁ ସୁରକ୍ଷିତ କରି ପିତାମହଙ୍କର ଇଷ୍ଟପୂଜାବିଧ୍ଵ ଅନୁକରଣରେ ସେବା ପୂଜା କରୁଥାନ୍ତି – ପ୍ରତିନିତ୍ୟ। ବାହାରେ ପ୍ରତିମାରେ ପୂଜା, ଅନ୍ତରରେ ପ୍ରୀତିପନ୍ନ ପ୍ରଭୁର ଆରାଧନା। ସେ ପୂଜାର ନୈବେଦ୍ୟ, ସେ ପୂଜାର ଉପଚାର, ଅର୍ଜନା – ଗୋଟିଏ ନିରୀହା ବାଳିକାର ଐକାନ୍ତିକ ଶ୍ରଦ୍ଧା – ରାଜକୁମାରୀ ମୀରାଙ୍କର। ରାଜପ୍ରାସାଦର ଅଗ୍ରଦେଶରେ, ବାଦ୍ୟ ଟମକର ଯମକ ମଧ୍ୟରେ ଗୋଟିଏ ବିରାଟ ବରଯାତ୍ରାର ସାଡମ୍ବର ଶୋଭାଯାତ୍ରା ଦର୍ଶନକରି ସୁକୁମାରୀ କୁମାରୀ ମୀରା ମାତାଙ୍କୁ ପ୍ରଶ୍ନ କରିଥିଲେ – ‘ମା ! ମୋ ପାଇଁ କଣ ଏହିପରି ବରଯାତ୍ରୀ ଦଳ ଆସିବେ? ମୋର ବିବାହ କାହା ସହିତରେ ହେବ କହିପାରିବ ?’’ ମାତା ଏହି ସରଳା ବାଳିକାର ଅସମ୍ଭବ ପ୍ରଶ୍ନର କୌତୁକପୂର୍ଣ୍ଣ ଉତ୍ତର ଦେଇଥିଲେ ସେଦିନ ‘ଏହି ଗିରିଧାରୀ ଗୋପାଳଙ୍କ ସହିତ।’’
ମୀରାର ସେହି ପ୍ରାଣର ପିତୁଳା ସହିତ ? ଆନନ୍ଦର ସୀମା ନାହିଁ ମୀରାର ଅନ୍ତର ଭିତରେ ! ଯେପରି ଶତଜନ୍ମର ସ୍ଵପ୍ନ ଆଜି ତାହାର ସଫଳହୋଇଛି। ସେହିଦିନ, ସେହି ଶ ଶୁଭ ମୁହୂର୍ତ୍ତରେ ସତେଯେପରି ରାଜମାତା ସେହି ଗିରିଧର ନାଗରଙ୍କର କରକମଳରେ ରାଜକନ୍ୟାର ସମର୍ପଣ ବିଧୂ ସମାପନ କରିଦେଲେ !
ଦିନେ ଯେଉଁ କ୍ରୀଡନକ କ୍ରୀଡାର ସାମଗ୍ରୀ ଥିଲା, ସେ ଆଜି ରସୋତ୍କର୍ଣ୍ଣ ସାଧନାର ସାଧ୍ୟ ବସ୍ତୁରେ ପରିଣତ ହୋଇଛି। ମୀରାର ଅଟଳ ପ୍ରତିଜ୍ଞା – ସେହି ପ୍ରତିମାରୂପୀ ଭଗବାନ ଗିରିଧାରୀ ବ୍ୟତିରେକେ ତାର ଗତ୍ୟନ୍ତର ନାହିଁ – ପତ୍ୟନ୍ତର ନାହିଁ।
–
କିନ୍ତୁ ହାୟ ! ପରିଶେଷରେ କଠୋର ଲୌକିକତାର ଅର୍ଗଳ ମଧ୍ୟରେ ମୀରାଙ୍କୁ ମସ୍ତକ ଅବନତ କରିବାକୁ ପଡିଥିଲା। ମୀରା ସାଂସାରିକ ଜୀବନ ଆରମ୍ଭକଲେ ଶିଶୋଦୀୟ ରାଜବଂଶଜ ପ୍ରଦୀପ, ମହାରାଣା ସାଙ୍ଗଙ୍କର ଜ୍ୟେଷ୍ଠପୁତ୍ର ଭୋଜରାଜଙ୍କ ସହିତ। ଜୀ ର। କାଳକ୍ରମେ ସେ ପୁଣି ଚିତୋରର ମହାରାଣୀ ପଦରେ ଭୂଷିତାହେଲେ।
ସେହି ବିଭୋରର ମହାରାଣୀ – ମୀରା ରାଜସିଂହାସନର ଅତୁଳ ବୈଭବ ମଧ୍ୟରେ ମଧ୍ୟ ପ୍ରାଣାଧୂକ, ଜୀବନର ଜୀବନ – ଅଶେଷ ଗୁଣଧାମ ଗିରିଧାରୀ ଲାଲଙ୍କୁ ଲବମାତ୍ର ଭୁଲି ପାରି ନ ଥିଲେ। ବାଲ୍ୟକାଳର ସେହି ପ୍ରତିଜ୍ଞା ଯୌବନରେ ମଧ୍ୟ ସେ ଅକ୍ଷରେ ଅକ୍ଷରେ ପ୍ରତିପାଳନ କରିଥିଲେ ଏବଂ ସଂସାରରେ ଥାଇ ମଧ୍ୟ ସଂସାର ପ୍ରତି ସତତ ଉଦାସୀନ ଭାବରେ କାଳ ଯାପନ କରୁଥିଲେ।
ଜୀବନରେ ଏ କି ଭୀଷଣ ସଂଘର୍ଷ? ‘ଯାକେ ଶିରମେ ମୌର ମୁକୁଟ ମୋରି ପତି ଶୋଇ’’ – ଏ କଣ ମୀରାଙ୍କର ଅନ୍ତରର ବାଣୀ ନୁହେଁ? ଏ ପଦ ଉଚ୍ଚାରଣ କଲା ପରେ ଅନ୍ୟ ସ୍ଵାମୀର କଳ୍ପନା କଣ ସମସମ୍ଭବ ? ମୀରା ତେବେ ଅସତୀ – ମୀରା ତେବେ ଦୁଶ୍ଚରିତା – ମୀରା କଳଙ୍କିନୀ ବ୍ୟାକୁଳ ବ୍ୟର୍ଥିତ ଚିତ୍ତରେ ଭୋଜରାଜଙ୍କ ପଦସ୍ପର୍ଶକରି ସ୍ପଷ୍ଟ ଏବଂ କୁଳଟା ? ମୀରା ବିନୀତ ନିବେଦନ କଲେ, ‘ରାଜନ ! ମୁଁ ସେହି ଗୋପାଳଗିରିଧର କୃଷ୍ଣଙ୍କ ଶ୍ରୀଚରଣ ତଳେ ବହୁ ପୂର୍ବରୁ ଜୀବନ ଅର୍ପଣ କରିସାରିଛି। ମୋତେ କ୍ଷମାକରନ୍ତୁ ମହାରାଜ !?’
ମୀରା ଉନ୍ମତ୍ତ – ଉତ୍କ୍ଷିପ୍ତ ପାଗଳ। ମୀରାଙ୍କ ବ୍ୟବହାରରେ ଚିତୋରର ମୂର୍ଖଜନତା କ୍ଷୁବ୍ଧ ହୋଇଉଠିଲା। ଚିତୋରର ରାଣା ଭୋଜରାଜଙ୍କର ଶତଚେଷ୍ଟା ସତ୍ତ୍ଵେ ସଂସାର ପ୍ରତି ରାଜରାଣୀ ମୀରାଙ୍କର ସାମାନ୍ୟ ମାତ୍ର ଅନୁରାଗ ଜନ୍ମି ନଥିଲା। ସେ ଗିରିଧର ନାଗରଙ୍କର ଲୀଳାରସ ପାନଛଡା ଅନ୍ୟ କୌଣସି ସାଂସାରିକ ବାସନାରେ ରୁଚି ବା ଲାଳସାର ସରସ ଉପାଦାନ ପାଇପାରିଲେ ନାହିଁ।
କ୍ରମେ କ୍ରମେ ମୀରାଙ୍କର ଏହି କୃଷ୍ଣପ୍ରେମ, କୃଷ୍ଣାନୁରାଗ, କୃଷ୍ଣଚିନ୍ତନ, କୃଷ୍ଣସ୍ମରଣ, କୃଷ୍ଣ ଅର୍ଚ୍ଚନା, କୃଷ୍ଣ ମାଲ୍ୟାର୍ପଣ, କୃଷ୍ଣବନ୍ଦନାଦି ଅତ୍ୟନ୍ତ ପ୍ରବଳ ହୋଇଉଠିଲା। ସେହି ରମଣୀୟ ମଣିମୟ ବିଗ୍ରହ, ଆଜି ସତେ ଯେପରି ମୀରାଙ୍କ ପୂଜାର୍ଚ୍ଚନା ଲାଳସାରେ ଜୀବନ୍ତ ହୋଇଉଠିଛନ୍ତି। ଯେଉଁ ପ୍ରତିମାର ସୁଗଠ ଅବୟବ ମୀରାଙ୍କୁ କେତେକ ଜନ୍ମର ଚିହ୍ନା ଚିହ୍ନା ପରି ଲାଗୁଥିଲା ଆଜି ତାଙ୍କ ଦର୍ଶନ, ସ୍ମରଣ ମାତ୍ରକେ ମୀରାଙ୍କ କଳ୍ପଭରା ହୃଦୟର ଅଦମ୍ୟ ରାଗିଣୀ ବାଜିଉଠୁଚି – ‘ମୋର ଜନମ ଜନମର ସାଥୀ।’’ ସେହି ବା ସଙ୍ଗୀତର ସ୍ୱର ଲହରୀରେ ସ୍ଵର ମିଶାଇ ମୀରା ଉନ୍ମତ୍ତ ପ୍ରାୟ ଅହରହ ଗାଇବୁଲୁଛନ୍ତି – ‘ମେରେ ତ ଗିରିଧର ଗୋପାଲ, ଦୁସରା ନ କୋଇ।’’
ରାଜପ୍ରାସାଦର କୋଣେ କୋଣେ, ଅଙ୍ଗନେ ଅଙ୍ଗନେ, ଗୃହ ଅଭ୍ୟନ୍ତରରେ, ଚତୁଃପାର୍ଶ୍ଵରେ ସେହି ଆନନ୍ଦ କଲ୍ଲୋଳ ମୁଖରିତ ହୋଇଉଠିଲା; କିନ୍ତୁ ଶୈବ ରାଜପୁରୁଷମାନଙ୍କର ‘ଏକ ଲିଙ୍ଗ୍କୀ ଜୟ’ ଧ୍ଵନି ସେହି ହୃଦୟସ୍ପର୍ଶୀ ସ୍ବର ସହିତ ବିଲୀନ ହୋଇଗଲା। ମୀରାଙ୍କର ଏହି କୃଷ୍ଣନାମ ସଂକୀର୍ତ୍ତନରେ ରାଜପୁରୁଷମାନେ ବ୍ୟସ୍ତ ହେଲେ। ରାଜରାଣୀ ମୀରା ‘ଲୋକଲାଜ’କୁ ଉପେକ୍ଷାକରି ସତତ ‘ସାଧୁସଙ୍ଗରେ’ ରହିବା ଦ୍ବାରା ରାଜବଂଶ ପ୍ରତି ଘୋର ଅପମାନ ଏବଂ ଅବମାନନା ହେଲା। ଫଳରେ ମୀରାଙ୍କୁ ହତ୍ୟା କରିବା ପାଇଁ ନାନା ଷଡଯନ୍ତ୍ର ଚାଲିଲା।
କିନ୍ତୁ ପ୍ରବାଦ ଅଛି – ମୀରା ବାରମ୍ବାର ମୃତ୍ୟୁକୁ ପରାଭୂତ କରି ଜୀବନର ପ୍ରତ୍ୟେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶୁଦ୍ଧ ସୁବର୍ଣ୍ଣ ସଦୃଶ ପ୍ରତିଭାତ ହୋଇଥିଲେ। ସତେ ଯେପରି ସେହି ଶୀଳାମୂର୍ତ୍ତି ଗିରିଧର ନାଗର ଭକ୍ତର ପରିତ୍ରାଣ ପାଇଁ ବାରମ୍ବାର ଜୀବନ୍ତ ରୂପ ଧାରଣ କରି ଅଲୌକିକ ଲୀଳା ପ୍ରକଟ କରିଥିଲେ।
ଏହି ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଗଲା। ମୀରାଙ୍କର ଲୌକିକ ସ୍ଵାମୀଙ୍କର ଦେହାନ୍ତ ହେଲା। ଲୋକାୟିତରେ ମୀରା ବର୍ତ୍ତମାନ ସ୍ଵାମୀହୀନା ବିଧବା। ଏହି ଦୁର୍ଭାଗ୍ୟ ନିମନ୍ତେ ଅସିହଷ୍ଣୁ ସମାଜ ମୀରାଙ୍କୁ ହିଁ ଦାୟୀକରି ନାନା ବିଦ୍ରୁପ, ଭର୍ତ୍ସନା ଓ ଦଣ୍ଡଦେବାକୁ ପଶ୍ଚାତ୍ଵପଦ ହେଲାନାହିଁ। ବିଶେଷତଃ ଆପଣା ଦେବରଙ୍କର ଗଞ୍ଜଣା ମୀରାଙ୍କୁ ଅସହ୍ୟ ବୋଧହେଲା।
ଈଶ୍ଵର ଇଚ୍ଛା ହିଁ ସର୍ବଥା ବଳବତ୍ତର। ସଂସାରର ଏହି ତାଡନା ଫଳରେ ମୀରାଙ୍କର ବନ୍ଧନରଜୁ ସ୍ୱତଃ ଛିନ୍ନହୋଇଗଲା। ଏଥର ସେ ମୁକ୍ତ, ସ୍ଵାଧୀନ ହୋଇ ଶ୍ରୀ ଗୋପାଳଙ୍କର ମନ୍ଦିର ମଣ୍ଡପରେ ନୃତ୍ୟ, ଗୀତ, କୀର୍ତନ ଆରମ୍ଭ କରିଦେଲେ। ରାଜପରିବାରର ବ୍ୟବହାରରେ କ୍ଷୁବ୍ଧ ହୋଇ ନିରୂପାୟା ମୀରା ସେଦିନ ଯାଇ ଗୋସ୍ଵାମୀ ତୁଳସୀଦାସଙ୍କର ଶରଣାପନ୍ନ ହେଲେ ଉପଦେଶ ଭିକ୍ଷା କରି। ତୁଳସୀଦାସ ଉତ୍ତର ଦେଇଥିଲେ
ଯାକେ ପ୍ରିୟନ ରାମ ବୈଦେହୀ,
ଛୋଡିଏ ତାକୁ କୋଟି ବୈରୀସମ ଯଦ୍ୟପି ପରମ ସନହୀ।
ମୀରାଙ୍କର ସନ୍ଦେହ ଦୂରହୋଇଗଲା। ସେ ଚିରଦିନ ନିମନ୍ତେ ଚିତୋର ବର୍ଜନକରି ଚାଲିଆସିଲେ। କେତେଦିନ ତୀର୍ଥ ପର୍ଯ୍ୟଟନ କରି ପରିଶେଷରେ ସେ ପରମପତି ଶ୍ରୀ ଶ୍ରୀ କୃଷ୍ଣଙ୍କର ଲୀଳାଭୂମି ଶ୍ରୀବୃନ୍ଦାବନ ଧାମରେ ବାସ କରିବାକୁ ଲାଗିଲେ।
ସେ ଏକ ଆଦର୍ଶ ଦର୍ଶନ ଉପାଖ୍ୟାନ। ପରମ ବୈଷ୍ଣବ ଜୀବଗୋସ୍ଵାମୀଙ୍କର ଭଜନ କୁଟୀର। କୁଟୀର ପ୍ରାଙ୍ଗଣରେ ନାରୀର ଛାୟାପାତ ମଧ୍ଯ ନିଷିଦ୍ଧ। ସେହି ସ୍ଥାନରେ ରାଜରାଣୀ ମୀରା ଗୋସ୍ଵାମୀଙ୍କର ସାକ୍ଷାତ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରେରଣ କଲେ। ଜୀବ ଗୋସ୍ଵାମୀଙ୍କର ଉତ୍ତର ଆସିଲା – ‘ଆଶ୍ରମ ମଧ୍ଯରେ ନାରୀ ପ୍ରବେଶାତ୍ମକାର ନାସ୍ତି।’’ ମୀରା ପୁନରାୟ ଜୀବଗୋସ୍ଵାମୀଙ୍କ ନିକଟକୁ ସମ୍ବାଦ ଦେଲେ, ‘ମୁଁ ଜାଣି ନ ଥିଲି ଗୋସ୍ଵାମୀ – ଏକମାତ୍ର ପୁରୁଷ ଗିରିଧାରୀଙ୍କର ବୃନ୍ଦାବନରେ ଅନ୍ୟ ଜଣେ କେହି ପ୍ରତିଦ୍ବନ୍ଦୀ ଅଛନ୍ତି। ମୋତେ କ୍ଷମା କରିବେ।’’
ସେଦିନ ପଣ୍ଡିତ ପ୍ରବର ବୈଷ୍ଣବାଗ୍ରଗଣ୍ୟ ଜୀବଗୋସ୍ଵାମୀ ଗୋଟିଏ ନାରୀ ନିକଟରେ ପରାଜିତ ହୋଇ ଲଜ୍ଜିତହେଲେ। ବୃନ୍ଦାବନଲୀଳା ସମାପନ କରି ରାଜରାଣୀ ମୀରା ଶ୍ରୀକୃଷ୍ଣଙ୍କର ଅନ୍ୟତମ ଲୀଳାଭୂମି ଦ୍ୱାରକାଭିମୁଖରେ ଯାତ୍ରାକଲେ। ଶ୍ରୀକୃଷ୍ଣଙ୍କ ଶେଷ ଜୀବନର ଅଶେଷ ଲୀଳା ଯେଉଁ ପୁଣ୍ୟଭୂମିର ପ୍ରତି ରଜରେଣୁକୁ ମହାତୀର୍ଥରେ ପରିଣତ କରିଛି – ରାଜରାଣୀ ମୀରାଙ୍କର ସେହି ପୁଣ୍ୟପୀଠରେ କୃଷ୍ଣ ପ୍ରାପ୍ତି ହେଲା – ପ୍ରାୟ ଷୋଳଶହ ତେଇଶ ଖ୍ରୀଷ୍ଟାବ୍ଦରେ।
ମୀରାଙ୍କର ଭକ୍ତି ଓ ପ୍ରେମର ସାଧନା ବାସ୍ତବିକ ମାନବ ଶରୀରରେ ଦୁର୍ଲଭ। କୃଷ୍ଣବିରହିଣୀ ମୀରା ଚୈତନ୍ୟଙ୍କର ବିରହବିଧୁର ଦରଦୀ ହୃଦୟର କରୁଣ ରାଗ ଧରି ଯେପରି ଭାବମୟ ସଙ୍ଗୀତ ମୂର୍ଦ୍ଧନାରେ ଭାରତର ଧାର୍ମିକ ଜଗତକୁ ସତ୍ମାର୍ଗ-ମୁଖୀ କରିଯାଇଛନ୍ତି ତାହାର ଦୃଷ୍ଟାନ୍ତ ଅନ୍ୟତ୍ର ବିରଳ।