ଓଡ଼ିଆ ଖଣ୍ଡ

 ସମୟର ଦୋଛକିରେ

କାଲିର ସ୍ୱପ୍ନ ଆଜିକୁ ଗପ

ଆଜିର ସମ୍ପର୍କ ଆସନ୍ତା କାଲିକୁ

କିଟ୍ ମିଟ୍ ଅନ୍ଧାରର ଛାଇ,

ମୁଁ  କିନ୍ତୁ ସମୟର ଦୋଛକିରେ

ଆଶା ଆଉ ଆଷାଢ଼ର ଆକ୍ତା ମାକ୍ତା

ମେଘର ଗର୍ଜନ – ଆକାଶରେ,

ଅସହାୟ ଅଭିଯୁକ୍ତ ଭଳି

ନିଜେ ନିଜ କଳ୍ପନାରେ ବନ୍ଦୀ।।

ଆଲୁବାଲୁ ଆକାଂକ୍ଷାକୁ

ଜାବୁଡ଼ି ଧରି – ମରୁଛି ମୁଁ

ମୁମୁର୍ଷୁ ଆସ୍ପର୍ଧା,

ବିଷାକ୍ତ ବିଶ୍ୱର ବେହାଲ୍ ବିଶ୍ୱାସ

ମୁକୁଳା ମନଟିଏ

ମୁଁ  ଆଜି ସମୟର ଦୋଛକିରେ-

ଆସ୍ଥା ଆଉ ଆବେଗର

ଖରା-ଛାଇ ଖେଳରେ

ନିଜ ସହ ନିଜେ ହିଁ ଜୁଝୁଛି ନିରନ୍ତର।।

ପ୍ରୀତି ପ୍ରତ୍ୟାଶାର କ୍ଳାନ୍ତ ପରିଧିରେ

ଅକ୍ଳାନ୍ତ ପ୍ରତ୍ୟୟ,

ଅନୁଯୋଗ ମୁଦ୍ରାରେ ଅବିରତ

ଅବିଶ୍ରାନ୍ତ ଚାଲିଛି ସମୟ

ଆଗରୁ ଆଗକୁ-

ଆପଣାପଣ ତ ଆଜି କ୍ଷତାକ୍ତ, ଭ୍ରମିତ,

ଭାରାକ୍ରାନ୍ତ ଭାବୁକତା ନେଇ-

ସାତବାଙ୍କ ନଈର ସୁଅରେ

ଆଗକୁ ଛୁଟିଛି ଏହି ଜୀବନ!

କାଲି ଯାହା ଠିକ୍ ଠାକ୍ ଥିଲା

ଆଜି କେତେ ଅସହାୟ –

ସମୟର ଦୋଛକିରେ ଠିଆ

ମୁଁ ଜଣେ ପ୍ରୀତିଭିକ୍ଷୁ ଅନନ୍ତ ପ୍ରତୀକ୍ଷା

ଵେଦନାର୍ତ୍ତ ଵୁଭୁକ୍ଷୁର ଆତ୍ମା

ପାନ୍ଥ ମୁଁ ଯେ ଅଜଣା ବାଟର

ଚାଲିବାକୁ ବାକିଅଛି ଆହୁରି ଅନେକ।।

    (-ପ୍ରଦୀପ୍ତ କୁମାର ଦାସମହାପାତ୍ର)

About the author

Avinash Ranjan Gupta

Leave a Comment

You cannot copy content of this page