ଓଡ଼ିଆ ଖଣ୍ଡ

ମଦର୍ସ ଡେ’ ଶିଣ୍ଡ୍ରୋମ୍

ବୃଦ୍ଧାଶ୍ରମ ଖଟିଆରେ ଆଉଟୁ-ପାଉଟୁ ଗୋଟେ

ଅସହାୟ ନିଲଠା ମାତୃତ୍ଵ!

ଲହୁ-ଲୁହାଣ ତୋ’ର ନିଷ୍ପାପ ବାତ୍ସଲ୍ୟ

ଆଜି ହାହାକାର କରେ ଲୋ ମା’-

ଲୋଚା-କୋଚା ପଣତର ତତଲା ତାୱାରେ

ତୋ’ ଜୀବନର ସାୟାହ୍ନ ଶିଝୁଛି II

ଆଜି ମୋ ମମୀ ପାଇଁ ଖାସ୍ ଦିନଟିଏ

ହ୍ଵାଟ୍ସଆପ୍‚ ଫେସବୁକ୍‚ ଇନ୍ସଟାଗ୍ରାମ୍ ସବୁଠି

ମା’ କୁ ପୁଳାପୁଳା ଗ୍ରୀଟିଂସ୍‚

ନେଉଳି, ସୁକୁଟା‚ ବୁଧିଆ କି ମିଲି-

ସବୁ ଆଜି ଉତ୍ଫୁଲ୍ଲିତ ମମି ସହ ସେଲ୍ଫି ନେବେ!!!

ଜଣାନାହିଁ ଆଜି କାହିଁ ଭାରି ଭିଡ଼

ଗାଁ ରୁ ସହର – ଦୋକାନ, ବଜାର ସବୁଠି ଚର୍ଚା

ଆଜି ୱାର୍ଲ୍ଡ  ମଦର୍ସ ଡେ’‚

ଭଙ୍ଗା ନିଡ଼ରେ ଦଶ-ମାସ ଦଶ-ଦିନର

ହିସାବ ଖୋଜୁଛି ମୋ ମା’ର ନିଃଶୁଳ୍କ ନୈରାଶ୍ୟ II

ନିଃସଙ୍ଗତାର ନିଆରାଏଲିଜି ଲେଖୁଛି ମା’

ଲୋଢା ନାହିଁ  କୋଟିପତି ସକସେସ୍ଫୁଲ୍ ପୁଅ

ଲୋଢା ନାହିଁ  ମଡର୍ଣ ଝିଅର କିଛି ବେଦରଦୀ ୱିସ୍

ମା’ ପାଇଁ ମନଟିଏ ଲୋଢା,

ଭରସାର ଭୋକିଲା ଆଖିରେ ସ୍ଵପ୍ନ ସବୁ

ନିସର୍ତ୍ତ ନିଦ ଖୋଜୁଛନ୍ତି – ସ୍ନେହ ରଙ୍କୁଣୀଟେ ସେ,

ତା’ ପାଇଁ ସରାଗର ବାସି ପଖାଳ ତ ତୃପ୍ତିର ଅବଢା!!  

(-ପ୍ରଦୀପ୍ତ କୁ. ଦାସମହାପାତ୍ର)

About the author

Avinash Ranjan Gupta

Leave a Comment

You cannot copy content of this page