ଦିନେ ତିନିଜଣ ବାଟୋଇ ଗୋଟିଏ ଗାଁ ଦେଇ ଯାଉ ଯାଉ ଗାଁର ଜମିଦାରଙ୍କ ବିଶାଳ କୋଠାଦ୍ବାରା ଆକୃଷ୍ଟ ହୋଇ ତାହା ପାଖକୁ ଆସିଲେ । ସେତେବେଳେ କୋଠା ଆଗରେ ମୁଠିଏ ହେବ ଧାନ ବୁଣି ହୋଇ ପଡ଼ିଥାଏ । ଜମିଦାର ନିଜେ ତାକୁ ଗୋଟାଇ
ଗୋଟିଏ ପାଛିଆରେ ରଖୁଥା’ନ୍ତି । ଏଡ଼େ ଧନୀ ଲୋକ ଧାନ ଗୋଟାଇଥିବାର ଦେଖୁ ଜଣେ ବାଟୋଇ କହିଲେ, ‘ଆପଣ ଏଡ଼େ ଯନ୍ତ୍ରରେ ଧାନ ଉଠାଇଛନ୍ତି ଯେମିତିକି ସେଗୁଡ଼ିକ ସୁନାଖଣ୍ଡ ।” ଜମିଦାର କିଛି କହିଲେ ନାହିଁ, କିନ୍ତୁ ବାଟୋଇମାନଙ୍କୁ ଖାଇବାକୁ ନିମନ୍ତ୍ରଣ କଲେ । ଖାଇବା ପତରରେ ବାଟୋଇମାନେ ଦେଖିବା ବେଳକୁ ପରଶା ଯାଇଛି ଛୋଟ ଛୋଟ ସୁନାଖଣ୍ଡ । ସେମାନେ ଆଚମ୍ବିତ ହେବାର ଦେଖୁ ଜମିଦାର କହିଲେ, ‘‘ଆପଣମାନଙ୍କ କଥାରୁ ମନେହେଲା- ସୁନା ତୁଳନାରେ ଧାନ ନିହାତି ନଗଣ୍ୟ । ବେଶ୍, ଏ ସୁନାଖଣ୍ଡ ଖାଇ ତୃପ୍ତ ହୁଅନ୍ତୁ ।’’ ବାଟୋଇମାନେ ନିଜ ଭୁଲ ବୁଝି ଜଢିବ ହେଲେ । ଚା’ପରେ ଜମିଦାର ସେମାନଙ୍କୁ ନାନାଦି ସୁଖାଦ୍ୟଦ୍ୱାରା ଆପ୍ୟାୟିତ କଲେ ।
ମନୁଷ୍ୟ ବେଳେବେଳେ ଗୋଟିଏ ଗୋଟିଏ ଜିନିଷକୁ ଲାଗି ଆଦର କରେ, କିନ୍ତୁ ସେହି ଜିନିଷ ଜୀବନର ପରିପୁଷ୍ଟି ପାଇଁ କିଛି ସାହାଯ୍ୟ କରିନଥାଏ । ଯାହା ଜୀବନ ପାଇଁ ଏକାନ୍ତ ଆବଶ୍ୟକ, ତାକୁ ଛାଡ଼ି ଅନ୍ୟକୁ ବଡ଼ ମନେ ବରିବା ହେଉଛି ମୋହ । ମନେରଖ – ଅନ୍ନରେ ପିଣ୍ଡ ଗଢ଼ା ହୁଏ, ସୁନାରେ ନୁହେଁ ।