ଓଡ଼ିଆ ଖଣ୍ଡ

ସ୍ମୃତି!

କେବେ ତୁମେ କୋଣାର୍କର ସ୍ୱପ୍ନଶିଳା

ପ୍ରଶସ୍ତ ଛାତିରେ ମୁଗ୍ଧ କମନୀୟ କାନ୍ତି

କେବେ ପୁଣି ଉତ୍ତାଳ ତରଙ୍ଗାୟିତ

ସାଗର ଶୈକତେ ଝାପ୍ସା ପାଦଚିହ୍ନ

ପରି ଆଗକୁ ଲମ୍ବିଛ,

ଏବେ ତୁମ କାଦମ୍ବିନୀ କଳ୍ପନା ବିଳାସ

ଅବଲୁପ୍ତ ଆନନ୍ଦର ଇତିବୃତ-

ବିଡମ୍ବନା ଅଭୁଲା ଗଳ୍ପର

ଅସମାପ୍ତ ଉଦଗ୍ର ବେଦନା ଭରା

ଆଖି ତଳ ଲୁହର କୌମୁଦୀ

ଉପ୍ତ ଆକାଙ୍କ୍ଷାର, ତରୁଣ ତୃଷ୍ଣାର।।

ସ୍ମୃତି!

ତୁମେ କେଉଁ ଛନ୍ଦାବଦ୍ଧ କବିତାର

ଛଳନାର ପଙ୍କ୍ତି,

ବିସ୍ମୃତିର ବିଲକ୍ଷଣ ଅନ୍ତହୀନ କାମନାର ଆଦିମ ଆଶକ୍ତି

ବିବସ ଏ ମନର ମାନସୀ ମୁକ୍ତା

ଲାସ୍ୟମୟୀ ସୁଖ ଚନ୍ଦ୍ରାବତୀ,

ଆଜିର ଏ ଉଦାସ ଆକାଶେ

ତୁମେ ସତେ ଚିକ୍ ମିକ୍ ଲଞ୍ଜାତାରା

ସମୟର କ୍ଷତଚିହ୍ନ ଖେଦମୁକ୍ତ କ୍ଷୁଧା

ବିଦଗ୍ଧ ସ୍ପନ୍ଦନ ଗୋଟେ

ଭଙ୍ଗା ହୃଦୟର-

ସ୍ମୃତି, ତୁମେ ତୁଠ ପଥରର ଦୁଃଖ

ଅସମାପ୍ତ ଅନୁସୋଚନାର।।

About the author

Avinash Ranjan Gupta

Leave a Comment

You cannot copy content of this page