“ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାଂ
ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ।”
ଯେତେବେଳେ ବିଷୟ-ମଦରେ ଉନ୍ମତ୍ତ ମାନବ ନିଜର ଅସ୍ତିତ୍ଵକୁ ଚରମ ସତ୍ୟ ବୋଲି ବିବେଚନା କରି ମନୁଷ୍ୟକୁ ହିଁ ମାନବିକତାର ପରମ ପରିଣାମରୂପେ ବରଣ କରି ଦେବତ୍ୱ ତଥା ଈଶ୍ବରତ୍ଵକୁ ଅସ୍ଵୀକାର କଲା, ଧର୍ମର ସେହି ଗ୍ଳାନି ଓ ଅଧର୍ମର ଅଭ୍ୟୁତ୍ଥାନ କାଳରେ ଯେଉଁ ମହାପୁରୁଷ ଅକ୍ଷୟ କୀର୍ତ୍ତି ଓ ଅମିତ ତେଜପୁଞ୍ଜର ଅଧିକାରୀ ଯୁଗାବତାର ଏହି ପୁଣ୍ୟଭୂମି ଭାରତଭୂମିରେ ଅବତୀର୍ଣ୍ଣ ହୋଇ ଅଭୟବାଣୀ ଶୁଣାଇଥିଲେ, ‘ସାଧୁମାନଙ୍କର ପରିତ୍ରାଣ ଓ ଦୁଷ୍କୃତମାନଙ୍କର ବିନାଶାର୍ଥେ ମୁଁ ଯୁଗେ ଯୁଗେ ସମ୍ଭବ ହୁଏ’’, ସେହି ପୁରୁଷୋତ୍ତମ ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ ବାସ୍ତବରେ ଭାରତୀୟ ଅଧ୍ୟାତ୍ମଜୀବନର ଅଦ୍ବିତୀୟ ନିୟନ୍ତା। ଯାବତ୍ ଭାରତବର୍ଷର ସ୍ଥାନ ପୃଥିବୀବକ୍ଷରେ ନିର୍ଦ୍ଦିଷ୍ଟ ଧ୍ରୁବ, ଭାରତଭୂମିରେ ଯେତେଦିନ ପର୍ଯ୍ୟନ୍ତ ମୁନଷ୍ୟର ଅଧ୍ବସତି ସମ୍ଭବ ହୋଇଥବ, ସେତେଦିନଯାଏ ସେହି ଅନନ୍ତକାଳ ପର୍ଯ୍ୟନ୍ତ ଭଗବାନ ଶ୍ରୀକୃଷ୍ଣ ଏ ଦେଶର ହୃଦୟ-ସିଂହାସନରେ ପୂଜିତ ହେଉଥିବେ। ଶ୍ରୀକୃଷ୍ଣ ଏକ ଐତିହାସିକ ବ୍ୟକ୍ତିତ୍ଵ ହୁଅନ୍ତୁ କିମ୍ବା ଏକ କାଳ୍ପନିକ ଚରିତ୍ର ହୁଅନ୍ତୁ – ଆଧୁନିକ ପଣ୍ଡିତମାନଙ୍କର ଏ ସମ୍ବନ୍ଧରେ ଯାବତୀୟ ଯୁକ୍ତିକୁ ଖଣ୍ଡନ କରି ଭଗବାନ ଶ୍ରୀକୃଷ୍ଣଙ୍କର ଶ୍ରୀମୁଖ-ନିଃସୃତ ଶ୍ରୀମଦ୍ଭଗବଦ୍ଗୀତାର ଉଦାତ୍ତ ସ୍ବର ଯୁଗଯୁଗବ୍ୟାପୀ ସତ୍ୟ ଓ ଜୀବନ୍ତ ପ୍ରତୀୟମାନ ହେବ ହିଁ ହେବ। ଶ୍ରୀମଦ୍ଭଗବଦ୍ଗୀତା କୌଣସି ଧର୍ମସଂପ୍ରଦାୟର ନିଜସ୍ଵ ବା ସ୍ଵତ୍ଵ ନୁହେଁ ଏହା ବାସ୍ତବ ପକ୍ଷରେ ମନୁଷ୍ୟ ଓ ଈଶ୍ଵରଙ୍କ ମଧ୍ୟରେ ଅଚ୍ଛେଦ୍ୟ ଯୋଗସୂତ୍ର ଏବଂ ପ୍ରତ୍ୟେକ ଅନୁଯାୟୀ ମାନବାତ୍ମାର ନିର୍ଭର ଆଶ୍ଵାସନା।
ଯନ୍ତ୍ରଯୁଗର ଶତ ପ୍ରତିବାଦ ସତ୍ତ୍ଵେ ଭଗବାନ ଶ୍ରୀକୃଷ୍ଣ ଅଦ୍ୟାବଧୂ ପରଂବ୍ରହ୍ମପ୍ରତୀକରୂପେ ସ୍ଵୟମ୍ଭୁ ଆତ୍ମପ୍ରକାଶକାରୀ ଅବତାର ଓ ଅବତାରୀ ନାମରେ ଆଖ୍ୟାତ। ବାସ୍ତବିକ ମନୁଷ୍ୟର ବହୁମୁଖୀ ପ୍ରତିଭାର ପୂର୍ଣ୍ଣ ବିକାଶ ଯଦି କେଉଁ ସମୟରେ କୌଣସି ଏକ ସଶରୀରୀ ବ୍ୟକ୍ତି ମଧ୍ୟରେ ପୂର୍ଣ୍ଣତମଭାବରେ ସମ୍ଭବ ହୋଇଥିଲା, ତାହା ଏହି ଅବର୍ଣ୍ଣନୀୟ କର୍ଣ୍ଣଧାରୀ ଅନନ୍ତ ଓ ଅସୀମନ୍ଦିର ସାନ୍ତ ସାକାର ପ୍ରକାଶ ସ୍ଵୟମ୍ଭୁ, ଶ୍ରୀକୃଷ୍ଣଙ୍କର ଅବତାର ବ୍ୟତୀତ ଅନ୍ୟ କେହି ନୁହନ୍ତି।
ସେଥିପାଇଁ ଶ୍ରୀକୃଷ୍ଣଙ୍କୁ ସାଧାରଣ ମନୁଷ୍ୟ କହିଲେ ଅନ୍ୟାୟ ହେବ। ସେ ସୃଷ୍ଟିର ବିକାଶଧାରାରେ (Evolution) ଶ୍ରେଷ୍ଠମାନବତ୍ଵ ପ୍ରାପ୍ତ ହୋଇଥାନ୍ତୁ କିମ୍ବା ଚୂଡାନ୍ତ ଐଶ୍ଵର୍ଯ୍ୟମୟ ଆସନରୁ ଅଧସ୍ତନ ମାନବର ଉଦ୍ଧାର ଓ ପରିତ୍ରାଣ କଳ୍ପ ମର୍ତ୍ତ୍ୟମଣ୍ଡଳରେ ଅବତରଣ କରିଥାନ୍ତୁ, ଶ୍ରୀକୃଷ୍ଣ ଯେ ଜଣେ ଅତିମାନବ ଓ ଅଦ୍ୱିତୀୟ-ଚରିତ୍ର, ଏହା ନିଃସନ୍ଦେହରେ କୁହାଯାଇପାରେ।
ପାଞ୍ଚ ହଜାର ବର୍ଷ ପୂର୍ବର ଭାରତ – କିଏ କହିବ ଆଉ କେତେ ସହସ୍ର ବର୍ଷ ବା ଯୁଗ ଏଥିପୂର୍ବରୁ ହୁଏତ ଅତିବାହିତ ହୋଇଯାଇଥବ – ଐତିହାସିକମାନଙ୍କର ପ୍ରାମାଣିକ କଳ୍ପନା ଯେତେଦୂର ଯାଇପାରିଛି, ତଦନୁସାରେ ପାଞ୍ଚହଜାର ବର୍ଷ ହେବ। ଭାରତର ସାମାଜିକ, ରାଜନୈତିକ ତଥା ନୈତିକ ଜୀବନ ପକ୍ଷରେ ଯେତେବେଳେ ଘୋର ଦୁର୍ଦ୍ଦିନ; ରାଷ୍ଟ୍ରହୀନ ସମାଜ ଯେଉଁ ସମାଜରେ ବ୍ୟଷ୍ଟି ସମଷ୍ଟିର ସ୍ଵାର୍ଥ ପାଇଁ ନିଜେ ନିଜକୁ ଆତ୍ମସଂଯମରେ ରଖ୍ ସୁଖୀ ହୋଇପାରୁଥିଲା – ସେହି ରାଷ୍ଟ୍ରହୀନ ସମାଜର ଯେତେବେଳେ ଅବସାନ ହୋଇଆସୁଛି; ଯୌବନର ଉନ୍ମାଦନାରେ ସୀମା ଲଙ୍ଘନ କରି ଜାତି ଯେତେବେଳେ ସ୍ଖଳନପଥରେ ପତନୋନୁ ଖ; ଧାର୍ମିକ ଉଚ୍ଛୁଙ୍ଖଳତା ଓ ରାଜନୈତିକ ନିରଙ୍କୁଶତା ଯେତେବେଳେ ଜାତରି ମେରୁଦଣ୍ଡ ଜୀଣ୍ଣକରିପକାଉଛି ; ମନୁଷ୍ୟଜୀବନର ଚାରୋଟି ମୁଖ୍ୟ ଅବସ୍ଥାରେ ଚାରି ଆଶ୍ରମ ବରଣ ପ୍ରଥାର ବିଲୋପ ସାଧ୍ୟ ହୋଇଆସୁଛି; ଗହନବନାକୀର୍ତ୍ତି ସାଧନା-ଉପଯୋଗୀ କ୍ଷୁଦ୍ର ଜନପଦ ପରିବର୍ତ୍ତରେ ବହିମୁଖୀ ପାର୍ଥିବ ଉନ୍ନତିର ଉନ୍ନତ ବିଳାସ, କୁଟୀର ପରିବର୍ତ୍ତରେ ତୁଳିତ-ସୁସଜ୍ଜିତ ବିଶାଳ ପ୍ରାସାଦରାଜି, କ୍ଷୁଦ୍ର କ୍ଷୁଦ୍ର ଆତ୍ମନିର୍ଭରଶୀଳ ଗୋଷ୍ଠୀ ବା ଗୋତ୍ର ପରିବର୍ତ୍ତରେ ବିଶାଳ ରାଜ୍ୟମାନ ପ୍ରତିଷ୍ଠିତ ହୋଇପାରିଛି; ସିନ୍ଧୁ, ସୌବୀର, କୁରୁ, ପଞ୍ଚାଳ, ବିଦର୍ଭ, ଆବର୍ଷ, କୋଶଳ, କଳିଙ୍ଗ ଓ ବିଦେହ ଆଦି ସୁଦୂରବ୍ୟାପୀ ରାଜ୍ୟସମୂହ ପରସ୍ପର ପ୍ରତି ସ୍ପଦ୍ଧାରେ ଗୀତ; କଂସ, ଜରାସନ୍ଧ ପ୍ରଭୃତି ଏକଚ୍ଛତ୍ର ନିରଙ୍କୁଶ ରାଜାମାନଙ୍କ ଅତ୍ୟାଚାରରେ ଦେଶ ଉପୀଡିତ; ଅଧର୍ମ ଓ ଅନୀତିର ଆପାତବିଜୟରେ ଜନସାଧାରଣ ଯେତେବେଳେ ସ୍ତମ୍ଭୀଭୂତ – ସେତିକିବେଳେ ଦୁଷ୍କୃତର ବିନାଶ ପାଇଁ କଂସର ବନ୍ଦିଶାଳାରେ ବନ୍ଦିନୀ ଦେବକୀ – ଉଦରରେ ଭଗବାନ ଶ୍ରୀକୃଷ୍ଣଙ୍କ ଆବିର୍ଭାବ।
ଭାଦ୍ରପଦ କୃଷ୍ଣାଷ୍ଟମୀ। ଆକାଶ ମେଘାଚ୍ଛନ୍ନ। ନିବିଡ଼ ଅନ୍ଧକାର। ଅବିରାମ ବୃଷ୍ଟି। ମଧ୍ୟ ମଧ୍ୟ ପ୍ରହରୀମାନଙ୍କର ଚିତ୍କାର। ହଠାତ୍ କାରାର ତମସାଚ୍ଛନ୍ନ ପ୍ରକୋଷ୍ଠ ଉଜ୍ଜ୍ବଳ ହୋଇଉଠିଲା। ଦେବକୀ ମୂର୍ତ୍ତିତା। ସେ ଚେତନା ଫେରିପାଇ ଦେଖିଲେ – ଏ କି ଅପରୂପ ରୂପ !
ଯୁଗପତ୍ ହର୍ଷ ଓ ବିଷାଦରେ କଂସର ଭଗିନୀ ଦେବକୀ ଓ ଭଗିନୀପତି ବସୁଦେବ ମ୍ରିୟମାଣ ହୋଇଗଲେ। ଦେବକୀ ଏକ ଅପୂର୍ବ ଅଦୃଷ୍ଟପୂର୍ବ ଅବର୍ଣନୀୟ ସୁନ୍ଦର ସୁଠାମ ସନ୍ତାନର ଜନନୀ। ମାତ୍ର ଏ ଯେ ବନ୍ଦିଶାଳା ଏବଂ ରାତ୍ରି ପ୍ରଭାତ ହେବାର ଅନତିବିଳମ୍ବରେ ଯେ କଂସହସ୍ତରେ ଏ ଅପରୂପ ଶିଶୁର ମୃତ୍ୟୁ ଅବଶ୍ୟମ୍ଭାବୀ !
ତା’ପରେ କିଭଳି ଭାବରେ କାରାଗାରର ରକ୍ଷୀ, କଂସର ଜନକ ଉଗ୍ରସେନ ସହିତ ପରାମର୍ଶ କରି ବିଶ୍ଵର ଅଗୋଚରରେ ସେଇ ଘନତମସାବୃତା ନିଦ୍ରିତା ଧରଣୀର ଅନ୍ଧକାରବକ୍ଷରେ ଏକାକୀ ବସୁଦେବ ସଦ୍ୟୋଜାତ ସନ୍ତାନ ଶ୍ରୀକୃଷ୍ଣଙ୍କୁ କୋଳରେ ଧରି ବନ୍ୟା-ଉଦ୍ବେଳିତ ଯମୁନା ଉଲ୍ଲଙ୍ଘନପୂର୍ବକ ମଥୁରାର ଗୋପପୁର ଯାଏ ଦୂରନ୍ତ ପଥ ଅତିକ୍ରମ କରି ଗୋପରାଜ ନନ୍ଦଙ୍କର ପତ୍ନୀ ନ ବ ପ୍ର ସୂ ତ – ଶି ଶୁ କ ନ୍ୟା ର ଜନନୀ ଯଶୋଦା କୋଳରେ ଥୋଇ ସନ୍ତାନ-ବିନିମୟସୂତ୍ରରେ ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ, ସେ ଇତିକଥା ଭାରତର ଆବାଳବୃଦ୍ଧବନିତା ସମସ୍ତଙ୍କର ସୁବିଦିତ।
କିନ୍ତୁ ନନ୍ଦ ଯଶୋଦାଙ୍କର ବାତ୍ସଲ୍ୟମମତା, ଗୋପଗୋପୀମାନଙ୍କର ଅପ୍ରାକୃତ ପ୍ରେମ ଓ ପ୍ରୀତି, ବଂଶୀବଟ, ଗିରିଗୋବଦ୍ଧନ, ଯମୁନାପୁଳିନ, ବୃନ୍ଦାବନର ନିଭୃତ ନି କୁଞ୍ଜର ମାୟା କର୍ମବୀର ଶ୍ରୀକୃଷ୍ଣଙ୍କୁ ଅଧିକ ଦିନ ବ୍ରଜଧାମରେ ବାନ୍ଧି ରଖ୍ଯାରିନଥିଲା।
କଂସର ଅତ୍ୟାଚାରରେ ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁର ଭାରତର ତ୍ରିକୋଣ ଏବଂ ତ୍ରିଖଣ୍ଡ ଭୂମି ବିବ୍ରତ ହୋଇପଡିଥିଲା। ଶିଶୁ ଶ୍ରୀକୃଷ୍ଣଙ୍କୁ ମଧ୍ୟ ସେଦିନ ସେହି ଅତ୍ୟାଚାରର ଆଘାତ ସହ୍ୟ କରିବାକୁ ହେଲା। ପୂତନାଠାରୁ ଆରମ୍ଭ କରି ବକା, ଶକଟାଦି ଦୁର୍ଘ୍ୟନ୍ତ ଅସୁର ବୀରମାନଙ୍କଦ୍ଵାରା ବାଳକ ଶ୍ରୀକୃଷ୍ଣ ବାରମ୍ବାର ଆକ୍ରାନ୍ତ ହୋଇ ସ୍ବୟଂଶକ୍ତିବଳରେ ଆତ୍ମରକ୍ଷା କରିପାରିଥିଲେ। ପରିଶେଷରେ ବିପ୍ଳବୀ ଶ୍ରୀକୃଷ୍ଣ ଅତି ଅର୍ବାଚୀନ ଅବସ୍ଥାରେ କଂସର ଧ୍ବଂସ ସାଧନ କରିବାକୁ ମଥୁରା ଗମନ କଲେ। ଅତ୍ୟାଚାରରେ ନିସ୍ପେଷିତ ଉତ୍ୟକ୍ତ ଜନତା ଶ୍ରୀକୃଷ୍ଣ-ଜନାର୍ଦ୍ଦନଙ୍କ ବଳିଷ୍ଠ ନେତୃତ୍ୱରେ ଅନାୟାସକ୍ରମେ କଂସ ତଥା ଚାଣୂର- ମୁଷ୍ଟିକାଦି ଅନ୍ୟାନ୍ୟ ଅସୁରବଂଶର ଧ୍ବଂସସାଧନ କରି କଂସପିତା ଧର୍ମାଧୀଶ ଉଗ୍ରସେନଙ୍କୁ ରାଜ୍ୟଭାର ଅର୍ପଣ କଲେ।
ଗୋପଲୀଳା ସମାସ୍ତ ହେଲା। ଯେଉଁ ତପସ୍ବୀ ଋଷିବର୍ଗ ଜ୍ଞାନମାର୍ଗରେ ନୀରସତା ଉପଲବ୍ଧ କରି ଭଗବାନଙ୍କୁ ସମ୍ବନ୍ଧସୂତ୍ରରେ ବାନ୍ଧି ଭକ୍ତିରସ ଆସ୍ବାଦନ କରିବା ନିମନ୍ତେ ବର ଭିକ୍ଷା କରିଥିଲେ, ଶ୍ରୀକୃଷ୍ଣ ସେମାନଙ୍କର ମନୋବାଞ୍ଛା ପୂର୍ଣ୍ଣ କରିବା ପାଇଁ ସେଦିନ ଗାଇଥିଲେ ମଧୁର ଶ୍ରୀବୃନ୍ଦାବନରେ—
ମୋତେ ବରିଲେ ତପ କରି
ମୁଁ ତାଙ୍କ ପୂରାଇବି ଆଶ
ସେ ମୋର ଭକତ ବିଶ୍ଵାସ।
ପଲ୍ଲୀଗ୍ରାମର ଆଦର୍ଶ, ଏକଦା ଧେନୁରକ୍ଷୀ ଲଙ୍ଗଳଧାରୀ ହଳୀ ବାଳକ କୃଷ୍ଣ ବଳରାମ ରାଷ୍ଟ୍ରର ଆହ୍ଵାନରେ ଭାରତର ରାଜନୀତିକ୍ଷେତ୍ରରେ ଅବତୀଣ୍ଣ ହେଲେ। କ୍ଷାତ୍ରଧର୍ମର ଶିକ୍ଷା ନିମନ୍ତେ ଯାଦବ ଶ୍ରୀକୃଷ୍ଣ ସାନ୍ଦିପନୀ ମୁନିଙ୍କର ଗୁରୁକୁଳ ଆଶ୍ରମରେ ଆଶ୍ରୟପ୍ରାର୍ଥୀ ହେଲେ। ସେହିଠାରେ ହିଁ କୃଷ୍ଣ ବଳରାମ ଅତି ଅଳ୍ପ କାଳ ମଧ୍ୟରେ ଧନୁର୍ବିଦ୍ୟାଠାରୁ ଆରମ୍ଭ କରି ବେଦବେଦାନ୍ତାଦି ସମସ୍ତ ଶାସ୍ତ୍ରରେ କୁଶଳୀ ହୋଇ ସମାବର୍ତ୍ତନ ସମାପନକଲେ।
ଭାରତର ଚତୁର୍ଦ୍ଦିଗ ସେତେବେଳେ କୃଷ୍ଣକୀର୍ତ୍ତନରେ ଗୁଞ୍ଜରିତ। ଉପୀଡିତ ଜନତା ଏଭଳି ଏକ ବିରାଟ ନେତୃତ୍ଵକୁ ସତେ ଯେପରି ଉଦଗ୍ର ପଦାଙ୍ଗୁଷ୍ଠରେ ଉଦ୍ଗ୍ରୀବ ହୋଇ ଚାହିଁରହିଛି। ଶ୍ରୀକୃଷ୍ଣ ସେ ଆହ୍ଵାନକୁ ଅସ୍ବୀକାର ବା ଉପେକ୍ଷା କରିପାରିଲେ ନାହିଁ। ନନ୍ଦ ଯଶୋଦାଙ୍କ ଅନ୍ଧର ଲଉଡି ବାଳକ ଶ୍ରୀକୃ ଷ୍ଣଗୋପାଳ, ଦେବକୀବସୁଦେବଙ୍କର ତ୍ରାଣକର୍ତ୍ତା ଅରିନ୍ଦମ କୁଳପ୍ରଦୀପ ଶ୍ରୀକୃଷ୍ଣଯାଦବ ଆଜି ସମଗ୍ର ଭାରତର ସମ୍ପଦ। ସମଗ୍ର ଭାରତକୁ ନିରଙ୍କୁଶ ଛତ୍ରପତି ଜରାସନ୍ଧ, ଶିଶୁପାଳ ଆଦି ଯଥେଚ୍ଛାଚାରୀଙ୍କ ଆତଙ୍କରୁ ରକ୍ଷାକରି ଗଣତନ୍ତ୍ର ଶାସନ ପ୍ରତିଷ୍ଠା କରିବା ନିମନ୍ତେ ଶ୍ରୀକୃଷ୍ଣ ଆଜି ଦେଶର ପଥପ୍ରଦର୍ଶକ, ଲୋକପ୍ରିୟ ନେତା।
ଅତ୍ୟାଚାରୀ ରାଜାମାନଙ୍କ ଆକ୍ରମଣରୁ ନିଜକୁ ସୁରକ୍ଷିତ କରିବା ନିମନ୍ତେ ଶ୍ରୀକୃଷ୍ଣ ସମ୍ଭବତଃ ମଥୁରାକଟକରୁ ଯାଦବମାନଙ୍କୁ ସଙ୍ଗରେ ଘେନି ଆଧୁନିକ କାଠିଆବାଡର ସମୁଦ୍ରତଟନିକଟସ୍ଥ ଦ୍ଵାରକା ନାମକ ଗୋଟିଏ ଦ୍ଵୀପରେ ରାଜଧାନୀ ସ୍ଥାପନ କଲେ। ଉଗ୍ରସେନଙ୍କ ସାହାଯ୍ୟରେ ଭାରତର ପଶ୍ଚିମ ଅଂଶରେ ପ୍ରଜାସଭା ସ୍ଥାପିତ ହେଲା। ଏହିଠାରେ ହିଁ ହେଲା ବିପ୍ଳବର ସୂତ୍ରପାତ। ସମଗ୍ର ଭାରତ ଦ୍ଵାରକାର ଆଦର୍ଶରେ ଉତ୍ସାହିତ ହୋଇଉଠିଲା। ଜରାସନ୍ଧ, ଶିଶୁପାଳଙ୍କର ଅକାଳ ବିନାଶ ହେଲା। ତେଣେ କୌରବ-ରାଜ ଦୁର୍ଯ୍ୟୋଧନଙ୍କ ଅନ୍ୟାୟ ଆଚରଣରେ ପଣ୍ଡୁରାଜାଙ୍କର ପଞ୍ଚପୁତ୍ର ବିଦ୍ରୋହର ଇନ୍ଧନ ପ୍ରସ୍ତୁତ କରି ରଖୁଥିଲେ। ଏ ଅବସରର ସୁଯୋଗ ନେଇ ଶ୍ରୀକୃଷ୍ଣ ପାଣ୍ଡବପକ୍ଷ ସମର୍ଥନପୂର୍ବକ ସେଇ ଇନ୍ଧନରେ ଅଗ୍ନି ସଂଯୋଗ କଲେ ମାତ୍ର। ତତ୍ପରେ ବଳାତ୍ମନ୍ତପଞ୍ଚକ କୁରୁକ୍ଷେତ୍ରରେ ଯେଉଁ ପ୍ରଳୟକାଣ୍ଡ ଘଟିଲା, ଯେଉଁ ଉତ୍ତପ୍ତ ରକ୍ତନଦୀ ପ୍ରବାହିତ ହେଲା, ତାହାର କେନ୍ଦ୍ରବିନ୍ଦୁରୂପେ ପାର୍ଥସାରଥ ଶ୍ରୀକୃଷ୍ଣ ପରିଦୃଷ୍ଟ ହେଲେହେଁ ସେହି ମର୍ମନ୍ତୁଦ ବିଭୀଷିକାର ଦାୟିତ୍ୱ ନ୍ୟାୟତଃ ତାଙ୍କ ଶିରରେ ଆରୋପ କରି ହେବ ନାହିଁ। ଏହି ସଙ୍ଘର୍ଷକୁ ଏଡିବା ନିମନ୍ତେ ଶ୍ରୀକୃଷ୍ଣ ପ୍ରଥମେ ପାଣ୍ଡବମାନଙ୍କର ଦୈତ୍ୟ ସ୍ଵୀକାର କରି ଦୁର୍ଯ୍ୟୋଧନଙ୍କୁ ପାଣ୍ଡବମାନଙ୍କ ପ୍ରତି ଯଥୋଚିତ ବ୍ୟବହାରକରିବା ନିମନ୍ତେ ଯତ୍ପରୋନାସ୍ତି ପ୍ରବର୍ତ୍ତାଇଥିଲେ। କିନ୍ତୁ କୁରୁରାଜପୁତ୍ର ଦୁର୍ଯ୍ୟୋଧନ ବିନାଯୁଦ୍ଧରେ ସୂଚ୍ୟଗ୍ରପରିମିତ ଭୂମି ଦେବାକୁ ଅସ୍ଵୀକାର କରିବାରୁ ଭାରତର ସେହି ପ୍ରଳୟପ୍ଲାବନ ଅଷ୍ଟାଦଶ ଦିବସବ୍ୟାପୀ ଅଭୂତପୂର୍ବ ରାଷ୍ଟ୍ରବିପ୍ଳବ ସଙ୍ଘଟିତ ହେଲା। ଏକ ପକ୍ଷରେ ଭାରତର ସମସ୍ତ ସାମନ୍ତରାଜାପରିବେଷ୍ଟିତ ଧନଗୌରବମଦାନ୍ବିତ ଶତଭ୍ରାତା ସମାରୋହରେ ରାଜାଧ୍ରାଜ ଅଭିମାନୀ ମାନଗୋବିନ୍ଦ ଦୁର୍ଯ୍ୟୋଧନ, ଅନ୍ୟ ପକ୍ଷରେ ବିରାଟ ଜନତାର ଅଧିନାୟକ ଶ୍ରୀକୃଷ୍ଣ ଓ ପଞ୍ଚାୟତ ପ୍ରଜାତନ୍ତ୍ର ଶାସନର ପ୍ରବର୍ତ୍ତକ ପଞ୍ଚପାଣ୍ଡବ। ପରିଶେଷରେ ପ୍ରଜାଶକ୍ତିର ହିଁ ବିଜୟ ହେଲା।
କିନ୍ତୁ ଅତି ଦୁର୍ଭାଗ୍ୟର କଥା, ଶ୍ରୀକୃଷ୍ଣଙ୍କ ଭଳି ନେତା ପାଇ ମଧ୍ୟ ଭାରତ ପ୍ରଜାତନ୍ତ୍ରର ଉଚ୍ଛୁଙ୍ଖଳିତା ତଥା ଅନ୍ୟାନ୍ୟ ଅବଶ୍ୟମ୍ଭାବୀ ଅବଗୁଣରୁ ନିଜକୁ ମୁକ୍ତ ରଖ୍ ପାରି ନ ଥିଲା। ଏ ବିଶୃଙ୍ଖଳାର ଅୟମାରମ୍ଭ ହେଲା ପ୍ରଜାତନ୍ତ୍ରର ପ୍ରଥମ ପୀଠ, ଶ୍ରୀକୃଷ୍ଣଙ୍କର ସ୍ୱରାଜ୍ୟ ଦ୍ଵାରକାଦ୍ଵୀପରେ। ବିଜୟ ତଥା ସମୃଦ୍ଧିରେ ଉନ୍ମତ୍ତ ମଦାନ୍ଧ ଯଦୁକୁଳ ରାଷ୍ଟ୍ରର ମୂଳଭିତ୍ତି ଧର୍ମକୁ ଭୃକୁଟି କଟାକ୍ଷରେ ଉପହାସ କଲେ। ଧର୍ମର ଯାଜକ ବ୍ରାହ୍ମଣମାନଙ୍କୁ ଅବଜ୍ଞା ପ୍ରଦର୍ଶନ କଲେ। ଶ୍ରୀକୃଷ୍ଣ ନିଜେ ଏହି ଆତିଶଯ୍ୟ ସହ୍ୟ କରି ନ ପାରି ଦ୍ଵାରକାକୁ ଆପଣାର ଅଭିଶାପରେ ଆପେ ଧ୍ବଂସ କରିବାପାଇଁ ସେ ସ୍ଥାନ ପରିତ୍ୟାଗକଲେ। ଅଙ୍କୁଶହୀନ, ଧର୍ମଅବିଶ୍ୱାସୀ, ନାସ୍ତିକ ଯଦୁକୁଳ ପରସ୍ପର ଘୋର ଯୁଦ୍ଧରେ ଲିପ୍ତ ରହି ଏରକାରଣ୍ୟରେ ବିଧ୍ବସ୍ତ ହେଲେ।
ତେଣେ ଯୁଧିଷ୍ଠିର ଧର୍ମରାଜ୍ୟ ପ୍ରତିଷ୍ଠା କରିବାର ଉଦ୍ୟମରେ ମଧ୍ୟ ସଫଳକାମ ଓ ସନ୍ତୁଷ୍ଟ ହୋଇ ପାରି ନ ଥିଲେ। ଶ୍ରୀକୃଷ୍ଣଙ୍କର ଦେହତ୍ୟାଗ ସମ୍ବାଦ ପାଇ ସେ ନିଜକୁ ଶକ୍ତିଶୂନ୍ୟ ଓ ଚାଳକବିହୀନ ମନେକରି ସ୍ୱର୍ଗାରୋହଣ କଲେ।
ଇତିପୂର୍ବରୁ ଏକପ୍ରକାର ଉତ୍କଟ ଜାତୀୟତା ଭାରତକୁ ଗ୍ରାସ କରିବାକୁ ବସିଥିଲା। ଯୁଧ୍ର ନିଜେ ତା’ର ପୁରୋଧାରୂପେ ଅଶ୍ଵମେଧ ଯଜ୍ଞ ଆରମ୍ଭ କଲେ। ଶାସକମାନଙ୍କର କ୍ଷମତା ଓ ପ୍ରତିପତ୍ତି ବୃଦ୍ଧି ପାଇଲା। ମାତ୍ର ପ୍ରଜାବର୍ଗଙ୍କର ସୁଖସ୍ବାଚ୍ଛନ୍ଦ୍ୟ ସ୍ଵପ୍ନବିତ୍ ପ୍ରତୀୟମାନ ହେଲା। ତେଣୁ ସନ୍ଦିହାନ୍ ଯୁଧିଷ୍ଠିର ଧର୍ମକୁ ପ୍ରଶ୍ନକଲେ – ସୁଖ କାହିଁ – ସୁଖୀ କିଏ ଧର୍ମ?
ଧର୍ମ ଉତ୍ତର ଦେଲେ, ‘ଦିବସର ମଧ୍ୟମ ଭାଗରେ ଯେ ଅନ୍ନ ଆହାର କରିପାରେ, ଯେ ଅଋଣୀ, ଅପ୍ରବାସୀ – ସେହି ସୁଖୀ।’’
ସମ୍ଭବତଃ ଭାରତରେ ଧର୍ମ-ଆଖ୍ୟାତ ସୁଖୀ ବ୍ୟକ୍ତି ସେତେବେଳେ ମୁଷ୍ଟିମେୟ।
ତଥାପି ଶ୍ରୀକୃଷ୍ଣଙ୍କର ଅବତାର ବା ଜନ୍ମଗ୍ରହଣ ଅଯଥାର୍ଥ ନୁହେଁ। ଭାରତୀୟ ରାଜନୀତିକୁ ଶ୍ରୀକୃଷ୍ଣଙ୍କର ମହନୀୟ ଦାନର ମହତ୍ତ୍ଵ ହୁଏତ ଶାସକମାନଙ୍କର ଅବିଷ୍ୟକାରିତା ହେତୁ କ୍ଷୁଣ୍ଣ ହେବାର ମନେହେଲା। ମାତ୍ର ଶ୍ରୀକୃଷ୍ଣଙ୍କର ରାଜନୀତି ପ୍ରବେଶ କେବଳ ତାଙ୍କର ପ୍ରତିଶ୍ରୁତ ବାକ୍ୟ ‘ବିନାଶାୟ ଚ ଦୁଷ୍କୃତାଂ’’ ନିମନ୍ତେ ହୋଇଥିବାରୁ ଶତ୍ରୁମିତ୍ରନିର୍ବିଶେଷ ଏବଂ ନିର୍ବିଚାରରେ ସେ ତାହା ଅକ୍ଷରେ ଅକ୍ଷରେ ପୂର୍ଣ୍ଣକରିଥିବାରୁ ତାଙ୍କର ମହତ୍ତ୍ବ ଅଦ୍ୟାପି ଦୀପ୍ତ ହୋଇ ରହିଛି।
କିନ୍ତୁ ଶ୍ରୀକୃଷ୍ଣଙ୍କର ଜନ୍ମ ଯେପରି ଭାରତର ରାଷ୍ଟ୍ରନିୟାମକ ହେବା ନିମନ୍ତେ ହୋଇ ନ ଥିଲା। ଭାରତର ମହତ୍ତ୍ବ ପାର୍ଥିବ ସୁଖସ୍ବାଚ୍ଛନ୍ଦ୍ୟର ପ୍ରାଚୁର୍ଯ୍ୟ ନିମନ୍ତେ ନୁହେଁ, ଭାରତର ବିଶେଷତ୍ଵ ତା’ର ଆଧ୍ୟାତ୍ମିକତାରେ – ତା’ର ଅତୀନ୍ଦ୍ରିୟ ଅନୁଭୂତିମୂଳକ ଅଭିଜ୍ଞତାରେ। ତେଣୁ ସେ ଦୁଷ୍କୃତବିନାଶ ସଙ୍ଗେ ସଙ୍ଗେ ସାଧୁମାନଙ୍କର ପରିତ୍ରାଣ ପାଇଁ ଯାହା ଦେଇଯାଇଛନ୍ତି, ତାହା ବାସ୍ତବିକ ପୃଥବୀରେ ଅତୁଳନୀୟ ଅକ୍ଷୟ କୀର୍ତ୍ତି। କଳାକାର ବେଣୁବାଦନପର ଭକ୍ତବତ୍ସଳ ଶ୍ରୀକୃଷ୍ଣ ରାଷ୍ଟ୍ରର ଆହ୍ଵାନରେ ମଧୁର ବୃନ୍ଦାବନ ଛାଡି ଚକ୍ରଧାରୀ ହୋଇଥିଲେ ସତ୍ୟ; କିନ୍ତୁ ସେହି ରାଜନୀତି-ସମୁଦ୍ରମନ୍ଥନ ମଧ୍ୟରେ ସେ ଯେଉଁ ପରମ ଅଧ୍ୟାତ୍ମ ଆଲୋଚନା କରିଯାଇଛନ୍ତି, ସେହି ଅମୃତର ସମ୍ଭାର ଭଗବଦ୍ଗୀତାର ଦୋଗ୍ଧାରୂପେ ଭଗବାନ୍ ଗୋପାଳନନ୍ଦନ ପାର୍ଥସାରଥ ଶ୍ରୀକୃଷ୍ଣଙ୍କର ଅବତାର ସାର୍ଥକ ହୋଇଛି। ଗୀତା ଅବିନାଶୀ, ଅମର, ଚିର ସତ୍ୟ। ନାନା ରାଜନୈତିକ ବିପ୍ଳବ ଓ ଝଞ୍ଜା ମଧ୍ଯରେ ସେହି ଅବିନଶ୍ଵରକୀର୍ତ୍ତି ଚିର ଜାକ୍ସଲ୍ୟମାନ ରହିବ। ତାହାର ଜ୍ଞାନଯୋଗରୂପୀ ସରସ୍ଵତୀ, ଭକ୍ତିଯୋଗରୂପୀ ମନ୍ଦାକିନୀ ଓ କର୍ମଯୋଗରୂପୀ କାଳିନ୍ଦୀର ତ୍ରିବେଣୀସଙ୍ଗମରେ ଅଦ୍ୱୈତବାଦୀ ଶଙ୍କର, ବିଶିଷ୍ଟ-ଦ୍ୱୈତବାଦୀ ରାମାନୁଜ, ଦ୍ୱୈତବାଦୀ ମଧ୍ଧ, ଭକ୍ତମାର୍ଗୀ ବଲ୍ଲଭଙ୍କଠାରୁ ଆରମ୍ଭ କରି କର୍ମଯୋଗୀ ତିଜକ, ଅହିଂସାବାଦୀ ଗାନ୍ଧୀ, ଯୋଗିରାଜ ଅରବିନ୍ଦଙ୍କ ପର୍ଯ୍ୟନ୍ତ ସକଳ ମନୀଷୀ ପୁଣ୍ୟସ୍ନାନ କରି ପ୍ରସାଦମଣ୍ଡିତ ହୋଇଛନ୍ତି।