ବଣ ଅଦାଲତ
ଉଷାକୋଠି ଜଙ୍ଗଲ ଭିତରେ ଆଜି ବହୁତ କୋଳାହଳ। ବିଭିନ୍ନ ସ୍ଥାନରୁ ପଶୁପକ୍ଷୀମାନେ ଦଳଦଳ ହୋଇ ଆସି ଜମା ହୋଇଛନ୍ତି। ଗୋଟିଏ ଉଚ୍ଚ ପଥର ଚଟାଣ ଉପରେ ବସିଛନ୍ତି ମହାବଳ ବ୍ୟାଘ୍ର ମହାରାଜ। ମହାରାଜଙ୍କ ଡାହାଣ ପଟରେ ବସିଛନ୍ତି ମହାମନ୍ତ୍ରୀ ଭଚ୍ଛୁକ। ବାମ ପଟେ ପ୍ରଧାନ ସେନାପତି ଚିତାବାଘ। ତାଙ୍କ ପାଖକୁ ବସିଛନ୍ତି ହାତୀ, ଗଧିଆ, ବିଲୁଆ, ହରିଣ, ଗୟଳ, ହନୁମାଙ୍କଡ଼ ଓ ପାତିମାଙ୍କଡ଼। ପକ୍ଷୀମାନଙ୍କ ମଧ୍ୟରେ ଅଛନ୍ତି କାଉ, ବଗ, ସାରସ, କଜଳପାତି, ଶାଗୁଣା, ଚିଲ, ପାରା, କୋଇଲି ଓ ମୟୂର। ଅଜଗର, ଅହିରାଜ, ଗୋଧି, ଗୋଖର ଆଦି ସରୀସୃପ ମଧ୍ୟ ଉପସ୍ଥିତ। ଗୋଟିଏ ବୃକ୍ଷରେ ଅହିରାଜ ବାନ୍ଧିରଖିଥାଏ ଦୁଇଟି ମଣିଷ। ସେମାନଙ୍କ ବିଚାର ପାଇଁ ବସିଛି ଆଜି ବଣ ଅଦାଲତ।
ସମସ୍ତେ ଆସି ଉପସ୍ଥିତ ହେବା ପରେ ମହାରାଜ ବ୍ୟାଘ୍ର ତାଙ୍କ ଟାଣୁଆ ନିଶକୁ ଚମକାଇ ହେଣ୍ଟାଳଟିଏ ଛାଡ଼ିଲେ। ଏକା ଥରକେ ସଭାସୁଳଟି ଥମ୍କରି ନୀରବ ହୋଇଗଲା। ହନୁମାଙ୍କଡ଼ ଆଡ଼କୁ ଚାହିଁ ମହାରାଜ କହିଲେ, ‘ହନୁମାନ, କେଉଁଥି ପାଇଁ ଆଜି ଏ ସଭାର ଆୟୋଜନ? ବଣରେ କିଛି ବିପରି ପଡ଼ିଲା କି?’’ ହନୁମାଙ୍କଡ଼ ସଭା ମଝିକୁ ଯାଇ ମହାରାଜଙ୍କୁ ପ୍ରଣାମ ଜଣାଇଲା। ତା’ ପରେ ଦୁଇ ଗୋଡ଼ରେ ଠିଆ ହୋଇ କହିଲା, ‘‘ମହାରାଜ, ଆମେ ହେଲୁ ବଣର ଜୀବ। ମଣିଷ ଗାଁ’ଗଣ୍ଡା, ସହରନଗରରେ ରହୁଛି। ବେଳେବେଳେ ଆମ ବଣ ଭିତରକୁ ପଶି ଆସି ଜୀବଜନ୍ତୁଙ୍କୁ ମାରି ପକାଉଛି। ଗଛ କାଟି ଜଙ୍ଗଲ ସଫାକରି ଦେଉଛି। ଏହି ଦୁଇଜଣ ମଣିଷ ହରିଣ ଶିକାରପାଇଁ ଆସି ଗଛ ତଳେ ଛକି ଠିଆ ହୋଇଥିଲେ। ସେମାନଙ୍କ ହାତରେ ଥିଲା ବନ୍ଧୁକ। କୌଶଳକରି ଅହିରାଜ ଏ ଦୁହିଙ୍କୁ ନେଇ ଗଛ ଡାଳରେ ବାନ୍ଧି ରଖିଛି। ମଣିଷ ହାତରୁ ଖସି ପଡ଼ିଥିବା ଏହି ବନ୍ଧୁକ ହେଉଛି ତା’ର ପ୍ରମାଣ।’’ ଏହା କହି ବନ୍ଧୁକକୁ ଉପର ମୁହାଁ କରି ଟ୍ରିଗାରକୁ ଚିପିଦେଲା ମାଙ୍କଡ଼। ଟ୍ରିଗାର ଚିପିବା ମାତ୍ରେ ଢୋ’ କରି ଫୁଟିଲା ଗୁଳି। ନୀରବ ଥିବା ସଭାସ୍ଥଳଟି ଏକାଥରକେ କେଁ କାଁ, ଚେଁ ଚାଁ, ହାଉଁ ହାଉଁ, କିଚିରି ମିଚିରି ଶବ୍ଦରେ କମ୍ପିଉଠିଲା। ସଭାକୁ ଶାନ୍ତ କରିବାପାଇଁ ଗର୍ଜି ଉଠିଲେ ସେନାପତି ଚିତାବାଘ।
ସଭାସ୍ଥଳ ପୂର୍ବପରି ନୀରବ ହୋଇଗଲା। ‘ତା’ ପରେ କ’ଣ ହେଲା?”, ପଚାରିଲେ ବ୍ୟାଘ୍ର ମହାରାଜ। ହନୁମାଙ୍କଡ଼ କହିଲା, ‘ମହାରାଜ, ଯଦି ମଣିଷ ବଣର ଜୀବଜନ୍ତୁଙ୍କୁ ଏପରି ଶିକାର କରିଚାଲିବ, ବଣ ଜଙ୍ଗଲ ନଷ୍ଟ କରି ଚାଲିବ, ତେବେ ଦିନେ ପୃଥିବୀରୁ ଜୀବଜନ୍ତୁ ଲୋପ ପାଇଯିବେ ନାହିଁ କି?’ ହନୁମାଙ୍କଡ଼ର କଥା ନ ସରୁଣୁ ହସ୍ତୀରାଜ ତା’ର ଶୁଣ୍ଢ ଉପରକୁ ଟେକି କହିଲା, “ସତ କଥା ମହାରାଜ। ଶିକାର ପାଇଁ ମଣିଷର ଲୋଭ ଯୋଗୁଁ ମୋ ପରି ବଳୁଆ ପ୍ରାଣୀ ମଧ୍ୟ ଭୟଭୀତ।
ଆଉ କେତେ ବର୍ଷ ପରେ ଆମ ବଂଶ ଲୋପ ପାଇ ଯାଇପାରେ। ରାତି ଅଧରେ ମଣିଷ ଆସି ଗୋଟାଗୋଟା ହାତୀ ମାରି ପକାଉଛି। ସେମାନଙ୍କର ମୂଲ୍ୟବାନ ଦାନ୍ତ କାଟିନେଇ ପଳାଉଛି। ଏହି ମଣିଷକୁ ଉଚିତ ଶାସ୍ତି ମିଳିବା ଦରକାର।’’
ହାତୀ କହି ସାରିବା ପରେ ଡାମରାକାଉ କା..କା.. କରି କହିଲା, ‘‘ହଁ ହଁ, ମଣିଷ ବଡ଼ ନିର୍ଦ୍ଦୟ। ମୁଁ ଭିତରକନିକା ଓ ଟିକରପଡ଼ା ଜଙ୍ଗଲ ବୁଲି ଆସିଛି। ସେଠାରେ କୁମ୍ଭୀରମାନଙ୍କ ଅଭୟାରଣ୍ୟ ଅଛି। ହେଲେ ସେଠାରେ କେହି ନିରାପଦ ନାହାନ୍ତି।
ମଣିଷ ବଣଭୋଜି କରିବାପାଇଁ ଆସି ଜୀବଜନ୍ତୁକୁ ମାରି ମାଂସର ସ୍ବାଦ ଚାଖୁଛି। ମୂଲ୍ୟବାନ ହାଡ଼, ଚମଡ଼ା ଧରି ଚାଲି ଯାଉଛି।’’
କୃ-କୁ କରି ସାରସ ପକ୍ଷୀଟି ତା’ର ଲମ୍ବ ଥଣ୍ଟ ହଲାଇ କହିଲା, ‘ଠିକ୍ ଠିକ୍। ଆମ ପକ୍ଷୀମାନଙ୍କ ଉପରେ କ’ଣ କମ୍ ବିପଦ ! ମଣିଷ ତା’ର ଜିଭର ଲାଳସା ମେଣ୍ଟାଇବାପାଇଁ ଅସଂଖ୍ୟ ପକ୍ଷୀ ଶିକାର କରିଚାଲିଛି। କେତେକ ପକ୍ଷୀ ଆଉ ଆମ ଜଗତରେ ଦେଖିବାକୁ ମିଳୁ ନାହାଁନ୍ତି। ଚିଲିକାପରି ପକ୍ଷୀମାନଙ୍କ ଅଭୟାରଣ୍ୟ ଆଜି ବିପଦପୂର୍ଣ୍ଣ।’’
ସାରସ ପକ୍ଷୀର କଥାକୁ ସମର୍ଥନକରି ଠେକୁଆ କହିଲା, ‘ଖାଲି ଚିଲିକା ନୁହେଁ, ଆଜିକାଲି ଭିତରକନିକାରେ କଇଁଛ, ଶିମିଳିପାଳରେ ବାଘ, ଚନ୍ଦକାରେ ହାତୀ, ଟିକରପଡ଼ାରେ କୁମ୍ଭୀର ଆଉ ଉଷାକୋଠିରେ ହରିଣ ମଧ୍ଯ ବିପଦରେ ପଡ଼ିଲେଣି। ଏହାର ପ୍ରତିକାର ଦରକାର।’
ହୁକେ ହୋ, ହୁକେ ହୋ ଶବ୍ଦ କରି ବିଲୁଆ କହିଲା, ‘ ମୋ’ କଥା ଟିକିଏ ଶୁଣ। ସୁସ୍ଵାଦୁ ମାଂସ, କୋମଳ ଚମଡ଼ା କି ସୁନ୍ଦର ପର ପାଇଁ ମଣିଷ ତୁମମାନଙ୍କୁ ଶିକାର କରୁଥାଇପାରେ; କିନ୍ତୁ ମୁଁ ଏକ ନିରୀହ ପଶୁ। ମଲା ଜୀବଜନ୍ତୁର ମାଂସ ଖାଇ ମୋର ପେଟ ପୂରାଏ। ମଣିଷର ପରିବେଶକୁ ସୁସ୍ଥ ରଖେ। ମୁଁ ନ ରହିଲେ ଚାରିପାଖ ଦୁର୍ଗନ୍ଧରେ ଫାଟି ପଡ଼ନ୍ତା, ଅଥଚ ମୁଁ ମଧ୍ୟ ଏବେ ନିରାପଦ ନୁହେଁ। ପରିବେଶ କ୍ଷୟ ଯୋଗୁଁ ମୋ’ ବଂଶ ମଧ୍ୟ କମିଯାଉଛି।’’ ବିଲୁଆ କଥାରେ ଗଧିଆ ମଧ୍ୟ ମୁଣ୍ଡ ହଲାଇଲା। ଗଛ ଉପରେ ଥିବା ଶାଗୁଣା, ଚିଲ ଓ କାଉ ଏକାଥରକେ ପାଟିକରି ଠିକ୍ଠିକ୍ ବୋଲି କଥାଟାକୁ ସ୍ୱୀକାର କଲେ।
ଏତିକିବେଳେ ହଠାତ୍ ଗୋଟିଏ ଦିଗରୁ ସାଇଁ ସାଇଁ ଶବ୍ଦ ହେଲା। ସେଇ ଆଡ଼କୁ ସମସ୍ତେ ଚାହିଁଲେ। ଶାଳଗଛଟି ଦୀର୍ଘ ନିଃଶ୍ବାସ ଛାଡ଼ି କହିଲା, ‘ମୋ’ କଥା ଏବେ ଶୁଣ। ମୋର ଭାଇବନ୍ଧୁଙ୍କୁ ନେଇ ବଣ ଜଙ୍ଗଲ। ବଣ ଭୂଇଁ ହେଉଛି ଜୀବଜନ୍ତୁଙ୍କ ଆବାସସ୍ଥଳ। ମଣିଷ ଏବେ ତା’ର ଘରଦ୍ବାର ଓ ଆସବାବପତ୍ର ପାଇଁ ଅବାଧରେ ଗଛ କାଟି ଜଙ୍ଗଲ ସଫା କରିଚାଲିଛି। ଅନ୍ୟର ଘର ଉଜାଡ଼ି ନିଜ ଘର ସଜାଡ଼ୁଛି। ହେଲେ ଏହାଦ୍ଵାରା ସେ ତା’ର ଧ୍ୱଂସକୁ ଆମନ୍ତ୍ରଣ କରିବା କଥା ବୁଝିପାରୁନାହିଁ। ତୁମ୍ଭେମାନେ ଦେଖିଥିବ, ଝଡ଼ ବତାସରେ ମୋ’ଜାତି ଭାଇମାନେ ମୁଣ୍ଡଟେକି ଠିଆହୋଇ ମଣିଷର ଘରକୁ ରକ୍ଷା କରନ୍ତି। ଚେରଦ୍ଵାରା ବର୍ଷାବେଳେ ମାଟିକୁ ଧରି ରଖନ୍ତି। ବିଷାକ୍ତ ଧୂଆଁ ପାନକରି ଅମ୍ଳଜାନ ବାଷ୍ପ ଯୋଗାଇ ଦିଅନ୍ତି। ଆମରି ଯୋଗୁଁ ମଣିଷ ନିଜ ପାଇଁ ଖାଦ୍ୟ, ବସ୍ତ୍ର ଓ ଔଷଧପତ୍ର ପାଇବାକୁ ସମର୍ଥ ହୁଏ। ଗଛଲତାଙ୍କ ସଂଖ୍ୟା ଅଧିକ ଥିଲେ ପ୍ରଚୁର ବର୍ଷା ହେବା ସମ୍ଭବ ହୁଏ। ହେଲେ ମଣିଷ ଏସବୁ ନ ବୁଝି ମୋ’ଜାତି ଉପରେ କୁଠାରାଘାତ କରୁଛି। ଏହା ତାହାର ଅନ୍ୟାୟ ଆଚରଣ ନୁହେଁ କି?”
ଶାଳଗଛର କଥା ନ ସରୁଣୁ ମୟୂର ତା’ର ବିଚିତ୍ର ପୁଚ୍ଛ ବିସ୍ତାର କରି, ଗ୍ରୀବା ଫୁଲାଇ, ଚୂଳ ହଲାଇ କହିଲା, ‘ହଁ ହଁ, ମଣିଷ ଦିନକୁ ଦିନ ବଡ଼ ସ୍ଵାର୍ଥପର ଓ ଅବିବେକୀ ହୋଇଯାଉଛି। ବିଚାରହୀନ ଭାବରେ ବଣ ଜଙ୍ଗଲ ନଷ୍ଟ କରୁଛି। ଜୀବଜନ୍ତୁ ମାରି ପକାଉଛି। ମଣିଷକୁ କଠୋର ଶାସ୍ତି ମିଳିବା ଦରକାର।’’
ମଣିଷ ବିରୋଧରେ ପଶୁପକ୍ଷୀ, ଗଛଲତାଙ୍କ ଅଭିଯୋଗ ଶୁଣିଲା ପରେ ବ୍ୟାଘ୍ର ମହାରାଜ ଗର୍ଜନ କରି କହିଲେ, ‘ରେ ରେ ନିର୍ବୋଧ ମଣିଷ ! ଏ ପୃଥିବୀ ସମସ୍ତଙ୍କର ବାସଭୂଇଁ।
ଏଠାରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି। ମଣିଷ ସହିତ ପଶୁପକ୍ଷୀ, ଗଛଲତାର ସ୍ଥାନ ପୃଥିବୀ ପୃଷ୍ଠରେ ରହିବା ଆବଶ୍ୟକ। ଜୀବଜନ୍ତୁ, ଗଛଲତା ନ ରହିଲେ ଏ ବସୁଧାରେ ମଣିଷ ମଧ୍ୟ ବଞ୍ଚିରହି ପାରିବ ନାହିଁ। ତେଣୁ ମଣିଷ ନିଜେ ବଞ୍ଚିରହିବା ସହିତ ଅନ୍ୟମାନଙ୍କୁ ବଞ୍ଚାଇ ରଖିବା ପାଇଁ ଯତ୍ନବାନ ହେଉ।’ ଏହାପରେ ମନ୍ତ୍ରୀ ଭଲ୍ଲୁକ ଆଡ଼କୁ ଅନାଇ କହିଲେ, ‘ମନ୍ତ୍ରୀ ମହାଶୟ, ଏବେ ଏହି ଦୁଇ ମଣିଷଙ୍କୁ କି ଦଣ୍ଡ ଦିଆଯିବ ପ୍ରକାଶ କରନ୍ତୁ।’’
ମହାମନ୍ତ୍ରୀ ଭଲୁକ ମୁଣ୍ଡ ହଲାଇ କହିଲେ, ‘‘ ଅହିରାଜ ବାନ୍ଧି ରଖିଥିବା ମଣିଷ ଦୁଇଟିଙ୍କୁ ଆଜି ଛାଡ଼ି ଦିଆଯାଉ। ସେମାନେ ଆମ କଥାସବୁ ଶୁଣି ସାରିଛନ୍ତି। ତେଣୁ ସେମାନେ ଫେରିଯାଇ ଲୋକମାନଙ୍କୁ ଏ ବିଷୟରେ ଭଲଭାବରେ ବୁଝାନ୍ତୁ। ବଣ ଜଙ୍ଗଲ ପଦାକରି ଓ ଜୀବଜନ୍ତୁଙ୍କୁ ହତ୍ୟାକରି ସେମାନେ ନିଜର ଯେଉଁ କ୍ଷତି କରୁଛନ୍ତି, ସେ ବିଷୟରେ ସଚେତନ ହୁଅନ୍ତୁ। ତା ନ ହେଲେ ଭବିଷ୍ୟତରେ ସେମାନେ ଘୋର ବିପତ୍ତିର ସମ୍ମୁଖୀନ ହେବେ।’’
ଏକାଠି ହୋଇଥିବା ଜନ୍ତୁମାନେ ଏକଥାକୁ ସମର୍ଥନ କଲେ। ସେମାନଙ୍କ ଶବ୍ଦରେ ବନଭୂଇଁ କମ୍ପି ଉଠିଲା। ଲୋକ ଦୁଇଟିଙ୍କୁ ଖଲାସ କରି ଦିଆଗଲା। ଅଦାଲତ ଶେଷକରି ସମସ୍ତେ ନିଜନିଜ ସ୍ଥାନକୁ ଫେରିଗଲେ।
ଆସ ଜାଣିବା କେତୋଟି ନୂଆ ଶବ୍ଦ
Odia Word | Odia Meaning | Hindi Meaning | English Meaning |
ବଣ (Bana) | ଜଙ୍ଗଲ (Jangala) | जंगल (Jangal) | Forest |
ଅଦାଲତ (Adalata) | ନ୍ୟାୟାଳୟ (Nyayalaya) | अदालत (Adalat) | Court |
କୋଳାହଳ (Kolahala) | ହଟଗୋଳ (Hatagola) | कोलाहल (Kolaahal) | Commotion/Noise |
ପଶୁପକ୍ଷୀ (Pasupakshi) | ଜନ୍ତୁ ଓ ପକ୍ଷୀ (Jantu o pakshi) | पशु-पक्षी (Pashu-pakshi) | Animals and Birds |
ବ୍ୟାଘ୍ର (Byaghra) | ବାଘ (Bagha) | बाघ (Baagh) | Tiger |
ମହାରାଜ (Maharaja) | ରାଜା (Raja) | राजा (Raja) | King |
ଭଚ୍ଛୁକ (Bhachuka) | ଭାଲୁ (Bhalu) | भालू (Bhaloo) | Bear |
ଚିତାବାଘ (Chitabagha) | ଚିତ୍ତା (Chitta) | चीता (Cheetah) | Cheetah |
ହାତୀ (Hati) | ଗଜ (Gaja) | हाथी (Hathi) | Elephant |
ଗଧିଆ (Gadhia) | ଗଧ (Gadha) | गधा (Gadha) | Donkey |
ବିଲୁଆ (Bilua) | ବିଡ଼ାଳ (Bidala) | बिल्ली (Billi) | Cat |
ହରିଣ (Harina) | ମୃଗ (Mruga) | हिरण (Hiran) | Deer |
ଗୟଳ (Gayala) | ଗାଈଗୋରୁ (Gai goroo) | गाय (Gaay) | Cow |
ହନୁମାଙ୍କଡ଼ (Hanumankada) | ମାଙ୍କଡ଼ (Mankada) | बंदर (Bandar) | Monkey |
ପାତିମାଙ୍କଡ଼ (Patimankada) | ଛୋଟ ମାଙ୍କଡ଼ (Chhota mankada) | छोटा बंदर (Chhota bandar) | Small Monkey |
କାଉ (Kau) | କାକ (Kaka) | कौआ (Kaua) | Crow |
ବଗ (Baga) | ବକ (Baka) | बगुला (Bagula) | Heron |
ସାରସ (Sarasa) | ସାରସ ପକ୍ଷୀ (Sarasa pakshi) | सारस (Saaras) | Crane |
କଜଳପାତି (Kajalapati) | କଳାପତିଆ ପକ୍ଷୀ (Kalapatia pakshi) | काला पक्षी (Kala pakshi) | Blackbird |
ଶାଗୁଣା (Shaguna) | ଶଗୁଣ (Shaguna) | शकुन (Shakun) | Vulture |
ଚିଲ (Chila) | ଚିଲ୍ଲା (Chilla) | चील (Cheel) | Kite (Bird) |
ପାରା (Para) | ପାରାବତ (Parabata) | कबूतर (Kabootar) | Pigeon |
କୋଇଲି (Koili) | କୁକିଳ (Kukila) | कोयल (Koyal) | Cuckoo |
ମୟୂର (Mayura) | ମୟୂର (Mayura) | मोर (Mor) | Peacock |
ଅଜଗର (Ajagara) | ଅଜଗର ସାପ (Ajagara saapa) | अजगर (Ajgar) | Python |
ଅହିରାଜ (Ahiraja) | ସାପରାଜ (Saaparaja) | सर्पराज (Sarparaj) | King Snake |
ଗୋଧି (Godhi) | ଗୋଧିକା (Godhika) | गोह (Goh) | Lizard |
ଗୋଖର (Gokhara) | ଗୋଖରା (Gokhara) | गोखर (Gokhar) | Monitor Lizard |
ମଣିଷ (Manisha) | ମାନବ (Manaba) | मनुष्य (Manushya) | Human |
ବନ୍ଧୁକ (Bandhuka) | ଅଗ୍ନିଅସ୍ତ୍ର (Agniastra) | बंदूक (Bandook) | Gun |
ଶିକାର (Shikara) | ମୃଗୟା (Mrugaya) | शिकार (Shikaar) | Hunting |
ଗର୍ଜନ (Garjana) | ଗର୍ଜନ (Garjana) | गर्जना (Garjana) | Roar |
ପରିବେଶ (Paribesha) | ପରିବେଶ (Paribesha) | पर्यावरण (Paryavaran) | Environment |
ଶାସ୍ତି (Shasti) | ଦଣ୍ଡ (Danda) | सजा (Saza) | Punishment |
ଅଭୟାରଣ୍ୟ (Abhayaranya) | ସଂରକ୍ଷିତ ସ୍ଥାନ (Sanrakshita sthana) | अभयारण्य (Abhayaranya) | Sanctuary |
ଗଛଲତା (Gachhalata) | ବୃକ୍ଷ ଓ ଲତା (Bruksha o lata) | पेड़-पौधे (Ped-paudhe) | Trees and Plants |
ବସୁଧା (Basudha) | ପୃଥିବୀ (Pruthibi) | पृथ्वी (Prithvi) | Earth |
ସାରାଂଶ
ଏହି କାହାଣୀ ଉଷାକୋଠି ଜଙ୍ଗଲରେ ଏକ ଅଭିନବ ବଣ ଅଦାଲତର ଚିତ୍ରଣ କରେ, ଯେଉଁଠାରେ ପଶୁ, ପକ୍ଷୀ ଓ ଗଛଲତା ମଣିଷର ଅନ୍ୟାୟ ଆଚରଣର ବିଚାର ପାଇଁ ଏକତ୍ରିତ ହୋଇଛନ୍ତି। ବ୍ୟାଘ୍ର ମହାରାଜଙ୍କ ନେତୃତ୍ୱରେ ଏହି ସଭାରେ ମହାମନ୍ତ୍ରୀ ଭଲ୍ଲୁକ, ସେନାପତି ଚିତାବାଘ, ହାତୀ, ଗଧିଆ, ବିଲୁଆ, ହରିଣ, ଗୟଳ, ହନୁମାଙ୍କଡ଼, ପାତିମାଙ୍କଡ଼, କାଉ, ବଗ, ସାରସ, କଜଳପାତି, ଶାଗୁଣା, ଚିଲ, କୋଇଲି, ମୟୂର ଓ ସରୀସୃପ ଜାତୀୟ ଅଜଗର, ଅହିରାଜ, ଗୋଧି, ଗୋଖର ଉପସ୍ଥିତ। ଅହିରାଜ ଦୁଇଜଣ ମଣିଷଙ୍କୁ ଗଛରେ ବାନ୍ଧି ରଖିଛି, ଯେଉଁମାନେ ହରିଣ ଶିକାର କରିବାକୁ ଆସିଥିଲେ।
ହନୁମାଙ୍କଡ଼ ଅଭିଯୋଗ କରେ ଯେ ମଣିଷ ବଣକୁ ନଷ୍ଟ କରୁଛି, ଜୀବଜନ୍ତୁଙ୍କୁ ଶିକାର କରୁଛି ଓ ଗଛ କାଟୁଛି। ହାତୀ କହେ ଯେ ମଣିଷର ଲୋଭ ହେତୁ ତାଙ୍କ ବଂଶ ଲୋପ ପାଉଛି। କାଉ, ସାରସ, ଠେକୁଆ ଓ ବିଲୁଆ ମଧ୍ୟ ମଣିଷର ନିର୍ଦ୍ଦୟତା ଓ পরିବେଶ ନଷ୍ଟ କରିବାର ଅଭିଯୋଗ କରନ୍ତି। ଶାଳଗଛ କହେ ଯେ ମଣିଷ ଗଛ କାଟି ଜଙ୍ଗଲ ସଫା କରୁଛି, ଯାହା ପରିବେଶ ଓ ଜୀବଜନ୍ତୁଙ୍କ ପାଇଁ ক୍ଷତିକାରକ। ମୟୂର ମଣିଷର ସ୍ୱାର୍ଥପରତା ଓ ଅବିବେକକୁ ଦୋଷ ଦେଇ କଠୋର ଶାସ୍ତି ଦାବି କରେ।
ବ୍ୟାଘ୍ର ମହାରାଜ ଘୋଷଣା କରନ୍ତି ଯେ ପୃଥିବୀ ସମସ୍ତଙ୍କର ବାସଭୂମି ଏବଂ ମଣିଷ ସମେତ ପଶୁ, ପକ୍ଷୀ ଓ ଗଛଲତାର ସହଅବସ୍ଥାନ ଆବଶ୍ୟକ। ମହାମନ୍ତ୍ରୀ ଭଲ୍ଲୁକ ପ୍ରସ୍ତାବ ଦିଅନ୍ତି ଯେ ଦୁଇ ମଣିଷଙ୍କୁ ଛାଡ଼ି ଦିଆଯାଉ, ଯାହା ଫଳରେ ସେମାନେ ଅନ୍ୟ ମଣିଷଙ୍କୁ ବଣ ଓ ଜୀବଜନ୍ତୁଙ୍କ ସୁରକ୍ଷା ବିଷୟରେ ସଚେତନ କରିବେ। ସମସ୍ତେ ଏହାକୁ ସମର୍ଥନ କରନ୍ତି, ମଣିଷଙ୍କୁ ମୁକ୍ତ କରାଯାଏ ଏବଂ ଅଦାଲତ ଶେଷ ହୁଏ। ଏହି କାହାଣୀ ପରିବେଶ ସଂରକ୍ଷଣ ଓ ଜୀବଜନ୍ତୁଙ୍କ ସୁରକ୍ଷାର ମହତ୍ତ୍ୱ ଉପରେ ଆଲୋକପାତ କରେ।
सारांश
यह कहानी उषाकोटी जंगल में एक अनोखे वन-अदालत का चित्रण करती है, जहाँ पशु, पक्षी और वृक्ष मनुष्यों के अन्यायपूर्ण व्यवहार का विचार करने के लिए एकत्रित हुए हैं। बाघ महाराज के नेतृत्व में इस सभा में महामंत्री भालू, सेनापति चीता, हाथी, गधा, बिलाव, हिरण, गायल, हनुमान, बंदर, कौआ, बगुला, सारस, कजलपति, शगुना, चील, कोयल, मोर, और सरीसृप जैसे अजगर, सर्पराज, गोह और गोखर उपस्थित हैं। सर्पराज ने दो मनुष्यों को, जो हिरण का शिकार करने आए थे, पेड़ पर बाँध रखा है।
हनुमान बताता है कि मनुष्य जंगल को नष्ट कर रहे हैं, जीव-जंतुओं का शिकार कर रहे हैं और पेड़ काट रहे हैं। हाथी कहता है कि मनुष्यों की लालच के कारण उसकी प्रजाति विलुप्त होने के कगार पर है। कौआ, सारस, ठेकुआ और बिलाव भी मनुष्यों की क्रूरता और पर्यावरण को नष्ट करने की शिकायत करते हैं। शाल वृक्ष कहता है कि मनुष्य पेड़ काटकर जंगल साफ कर रहे हैं, जो पर्यावरण और जीव-जंतुओं के लिए हानिकारक है। मोर मनुष्यों की स्वार्थपरता और अविवेक को दोषी ठहराते हुए कठोर दंड की माँग करता है।
बाघ महाराज घोषणा करते हैं कि पृथ्वी सभी की बस्ती है और मनुष्यों, पशु-पक्षियों व वृक्षों का सह-अस्तित्व आवश्यक है। महामंत्री भालू सुझाव देते हैं कि दोनों मनुष्यों को छोड़ दिया जाए ताकि वे अन्य मनुष्यों को जंगल और जीव-जंतुओं की सुरक्षा के बारे में जागरूक करें। सभी इसका समर्थन करते हैं, मनुष्यों को मुक्त किया जाता है और अदालत समाप्त होती है। यह कहानी पर्यावरण संरक्षण और जीव-जंतुओं की सुरक्षा के महत्व को रेखांकित करती है।
Summary
This story depicts a unique “forest court” held in the Ushakothi jungle, where animals, birds, and trees gather to judge the unjust actions of humans. Led by the Tiger King, the assembly includes the Chief Minister Bear, General Leopard, Elephant, Donkey, Civet, Deer, Gaur, Monkey, Langur, Crow, Heron, Crane, Black Drongo, Shaguna, Eagle, Cuckoo, Peacock, and reptiles like Python, King Cobra, Monitor Lizard, and Viper. Two humans, caught hunting deer, are bound to a tree by the King Cobra for trial.
The Monkey explains that humans invade the forest, kill animals, and cut down trees, destroying their habitat. The Elephant laments that human greed threatens its species with extinction, as they kill elephants for ivory. The Crow, Crane, Shikra, and Civet also complain about human cruelty and environmental destruction, citing examples from Bhitarkanika, Tikarpada, Chilika, and Similipal. The Sal Tree speaks out, noting that humans are clearing forests for their homes and furniture, unaware that this invites their own destruction. It highlights the role of trees in providing oxygen, food, clothing, and medicine, and preventing soil erosion. The Peacock condemns human selfishness and recklessness, demanding severe punishment.
The Tiger King declares that the Earth is a shared home for all, and humans, animals, birds, and trees must coexist. The Chief Minister Bear proposes releasing the two humans, as they have heard the grievances and can educate others about the importance of protecting forests and wildlife. The assembly agrees, the humans are freed, and the court adjourns. The story emphasizes the critical need for environmental conservation and the protection of wildlife, warning of the consequences of human actions.
ଅଭ୍ୟାସ
୧. ଆସ ଆମେ କଥାବାର୍ତ୍ତା ହେବା।
(କ) ବଣର ରାଜା କିଏ ଥିଲା?
ଉତ୍ତର – ମହାବଳ ବ୍ୟାଘ୍ର ବଣର ରାଜା ଥିଲା।
(ଖ) କାହାର ବିଚାର ପାଇଁ ଅଦାଲତ ବସିଥିଲା?
ଉତ୍ତର – ଗୋଟିଏ ବୃକ୍ଷରେ ଅହିରାଜ ବାନ୍ଧି ରଖିଥିବା ଦୁଇଟି ମଣିଷଙ୍କର ବିଚାର ପାଇଁ ଅଦାଲତ ବସିଥିଲା।
(ଗ) କାହାକୁ ଭାରତର ଜାତୀୟ ପଶୁ କୁହାଯାଏ?
ଉତ୍ତର – ବ୍ୟାଘ୍ରକୁ ଭାରତର ଜାତୀୟ ପଶୁ କୁହାଯାଏ।
(ଘ) ମଣିଷ କାହିଁକି ପଶୁପକ୍ଷୀକୁ ମାରିଥାଏ?
ଉତ୍ତର – ମଣିଷ ମାଂସ, ଚମଡ଼ା, ହାଡ଼, ଦାନ୍ତ ଓ ପର ପାଇଁ ପଶୁପକ୍ଷୀକୁ ମାରିଥାଏ।
(ଙ) ଅମ୍ଳଜାନ ବାଷ୍ପ ଆମର କି କାମରେ ଲାଗେ?
ଉତ୍ତର – ଅମ୍ଳଜାନ ବାଷ୍ପ ଆମେ ଶ୍ୱାସ ନେବା ପାଇଁ ବ୍ୟବହାର କରୁ।
(ଚ) ଅମ୍ଳଜାନବାଷ୍ପ ଆମେ କାହା ପାଖରୁ ପାଉ?
ଉତ୍ତର – ବୃକ୍ଷଲତା ପାଖରୁ ଆମେ ଅମ୍ଳଜାନବାଷ୍ପ ପାଉ।
୨. ଆସ ତଳ ଚିତ୍ରରୁ ପଶୁ ପକ୍ଷୀଙ୍କୁ ଚିହ୍ନଟ କରି ସେମାନଙ୍କ ନାମ ଲେଖିବା।
ଉତ୍ତର – ପଶୁ – ଜେବ୍ରା, ହାତୀ, ହରିଣ
ସରୀସୃପ – କୁମ୍ଭୀର, ସାପ
ପକ୍ଷୀ – ସୁଆ, କୋଇଲି
୩. କିଏ କେଉଁ ଘରେ ରହିବେ ଲେଖିବା।
ବାଘ, କାଉ, ବଗ, ଗୋଧି, ହାତୀ, ମୟୂର, ଅହିରାଜ, ଗଧିଆ, ହରିଣ, ଗୋଖର, କଜଳପାତି, ବିଲୁଆ, ଗୟଳ, କୁମ୍ଭୀର, ଶାଗୁଣା, ଚିଲ, ହନୁମାଙ୍କଡ଼, ଏଣ୍ଡୁଅ, ପାରା, ଭଲ୍ଲିକ, ଶୁଆ
ପଶୁ – ବାଘ, ହାତୀ, ଗଧିଆ, ହରିଣ, ଗୟଳ, ବିଲୁଆ, ହନୁମାଙ୍କଡ଼
ସରୀସୃପ – ଅହିରାଜ, ଗୋଧି, ଗୋଖର, କୁମ୍ଭୀର, ଏଣ୍ଡୁଅ
ପକ୍ଷୀ – କାଉ, ବଗ, ସାରସ, କଜଳପାତି, ଶାଗୁଣା, ଚିଲ, ପାରା, ମୟୂର, ଶୁଆ
୪. ଦେଖିବା ଆସ, କାହାକୁ କାହା ସହିତ ଯୋଡ଼ିଲେ ଠିକ ହେବ।
ଜୀବଜନ୍ତୁ ଅଭୟାରଣ୍ଯ
(କ) ବାଘ → ଶିମିଳିପାଳ
(ଖ) କୁମ୍ଭୀର → ଟିକରପଡ଼ା
(ଗ) ପକ୍ଷୀ → ଚିଲିକା
(ଘ) ହାତୀ → ଚନ୍ଦକା
(ଙ) ହରିଣ → ଉଷାକୋଠି
(ଚ) କଇଁଛ → ଭିତରକନିକା
୫. ଆସ ତଳେ ଦିଆଯାଇଥିବା ଶବ୍ଦଯୋଡ଼ା ପରି କେତୋଟି ନୂଆ ଶବ୍ଦଯୋଡ଼ା ଲେଖିବା।
ଯେପରି – ଜୀବଜନ୍ତୁ, ଗାଁଗଣ୍ଡା
ଉତ୍ତର – ଘରଦ୍ଵାର, ବାଟଘାଟ, ଭଲମନ୍ଦ, ଦିବାନିଶି, ଯାନିଯାତରା
୬. ଏକା ଅର୍ଥ ଥିବା ଶବ୍ଦଗୁଡ଼ିକୁ ଏକାଠି କରି କୋଠରି ଭିତରେ ଲେଖିବା।
କାକ, ମାନବ, ଧରା, ହସ୍ତୀ, ମନୁଷ୍ୟ, କରୀ, କୁଆ, ବସୁଧା
ମାନବ – ମନୁଷ୍ୟ
ଧରା – ବସୁଧା
ହସ୍ତୀ – କରୀ
କାକ – କୁଆ
୭. ଆସ ତଳେ ଦିଆଯାଇଥିବା ଶବ୍ଦକୁ ନେଇ ଗୋଟିଏ ଲେଖାଁଏ ବାକ୍ୟ ଗଢ଼ିବା
ସ୍ଵାର୍ଥପର – ସ୍ଵାର୍ଥପର ମଣିଷ ପରଙ୍କ ଉପରେ ଅନ୍ୟାୟ କରିଥାଏ।
ଅଦାଲତ – ବଣ ଅଦାଲତରେ ପଶୁମାନେ ମଣିଷ ବିରୋଧରେ ଅଭିଯୋଗ କଲେ।
ବିପତ୍ତି – ପରିବେଶ ନଷ୍ଟ ହେଲେ ଆମେ ବିପତ୍ତିରେ ପଡ଼ିବା।
ଯତ୍ନବାନ୍ – ଆମେ ପ୍ରକୃତିକୁ ରକ୍ଷା କରିବାରେ ଯତ୍ନବାନ୍ ହେବା ଉଚିତ୍।
ଧ୍ୱଂସ – ମଣିଷ ନିଜର ଲାଭ ପାଇଁ ପୃଥିବୀକୁ ଧ୍ୱଂସ କରୁଛି।
ବ୍ୟାଟେରୀ – ଏହି ବନ୍ଧୁକର ବ୍ୟାଟେରୀ ଖରାପ ହୋଇଛି।
ନିର୍ବୋଧ – ନିର୍ବୋଧ ମଣିଷ ପ୍ରକୃତିକୁ ବୁଝିନାହାନ୍ତି।
ସମର୍ଥନ – ମୁଁ ରମେଶର କଥାକୁ ସମର୍ଥନ କରେ।
ଗ୍ରୀବା – ମୟୂର ତା’ର ଗ୍ରୀବା ଫୁଲାଇ ନାଚ କଲା।
୮. ଆସ ଦେଖିବା, ବୁଝିବା ଓ ଲେଖିବା।
(କ) ‘ଭୟ’ ଶବ୍ଦର ପୂର୍ବରୁ ‘ଅ’ ଯୋଗ କଲେ ‘ଅଭୟ’ ଶବ୍ଦ ହୁଏ ଓ ଭୟର ବିପରୀତ ଅର୍ଥ ପ୍ରକାଶ କରେ।
ତଳ ଶବ୍ଦ ଗୁଡ଼ିକରେ ସେପରି କଲେ କ’ଣ ହେବ ଲେଖିବା।
ସୁନ୍ଦର – ଅସୁନ୍ଦର
ସୁସ୍ଥ – ଅସୁସ୍ଥ
ସମୟ – ଅସମୟ
ସାଧୁ – ଅସାଧୁ
ସୁବିଧା – ଅସୁବିଧା
ଦରକାରୀ – ଅଦରକାରୀ
(ଖ) ବିପରୀତ ଅର୍ଥ ବୁଝାଉଥିବା ଶବ୍ଦଟିଏ ଲେଖ।
ଯେପରି ଧନୀ– ନିର୍ଦ୍ଧନ
ଲୋଭୀ – ନିର୍ଲୋଭୀ
ଜୀବ – ମୃତ, ନିର୍ଜୀବ
ଦୋଷୀ – ନିର୍ଦୋଷ
୯. ଆସ ବୁଝିବା ଓ ଲେଖିବା।
(କ) ସାରସ ପକ୍ଷୀର କଥାକୁ ସମର୍ଥନ କରି ଠେକୁଆ କଣ କହିଲା?
ଉତ୍ତର – ଠେକୁଆ କହିଲା ଯେ ଚିଲିକା ବ୍ୟତୀତ ଭିତରକନିକା, ଶିମିଳିପାଳ, ଚନ୍ଦକା, ଟିକରପଡ଼ା ଓ ଉଷାକୋଠିର ଜୀବଜନ୍ତୁ ମଧ୍ୟ ବିପଦରେ ପଡ଼ିଛନ୍ତି।
(ଖ) ଶାଳ ଗଛର କଥା ଶୁଣି ମୟୂର କ’ଣ କହିଲା?
ଉତ୍ତର – ମୟୂର କହିଲା ଯେ ମଣିଷ ସ୍ଵାର୍ଥପର ଓ ଅବିବେକୀ ହୋଇ ଜଙ୍ଗଲ ନଷ୍ଟ କରୁଛି ଓ ଜୀବଜନ୍ତୁଙ୍କୁ ମାରୁଛି, ତେଣୁ କଠୋର ଶାସ୍ତି ଦରକାର।
୧୦. ଆସ ଆମେ ବିଭିନ୍ନ ଜୀବର ଭୂମିକା ନେଇ ‘ବଣ ଅଦାଲତ’’ ପାଠକୁ ଅଭିନୟ କରିବା।
ଉତ୍ତର – ଅଭିନୟ ପାଇଁ ଛାତ୍ରମାନେ ବ୍ୟାଘ୍ର, ହନୁମାଙ୍କଡ଼, ହାତୀ, ସାରସ, ଶାଳଗଛ ଭୂମିକା ଗ୍ରହଣ କରି କଥାବାର୍ତ୍ତା ଓ କାର୍ଯ୍ୟ ଅଭିନୟ କରିବେ।
୧୧. ତୁମ ବାଡ଼ିରେ ଥିବା ଯେ କୌଣସି ଗୋଟିଏ ଗଛ ତୁମର କି ଉପକାର କରୁଛି, ତୁମେ ବାପା, ମା, ଭାଇ ବା ଭଉଣୀଙ୍କ ସଙ୍ଗେ କଥାବାର୍ତ୍ତା କରି ଲେଖ।
ଉତ୍ତର – ମୁଁ – ବାପା, ଆମ ବାଡ଼ିର ଆମ୍ବ ଗଛ ଆମର କ’ଣ ଉପକାର କରୁଛି ଜାଣିଛ?
ବାପା – ହଁ, ଆମେ ସେଥିରୁ ଆମ୍ବ ପାଇ ଥାଉ, ତାର କାଠକୁ ଜାଳେଣୀ ରୂପେ ବ୍ୟବହାର କରିଥାଉ ଏବଂ ଡାଳ ଆମକୁ ଛାୟା ପ୍ରଦାନ କରିଥାଏ।
ମା – ଏହା ମଧ୍ୟ ଆମକୁ ଅମ୍ଳଜାନ ଦେଇ ଶ୍ୱାସକ୍ରିୟାରେ ସାହାଯ୍ୟ କରିଥାଏ।
ଭଉଣୀ – ମୁଁ ତା’ର ଛାୟାରେ ଖେଳୁଛି।
ମୁଁ – ହଁ, ଆମେ ଏହାକୁ ଯତ୍ନ କରିବା ଉଚିତ୍, କାରଣ ଏହା ଆମର ସମସ୍ତଙ୍କ ପାଇଁ ଲାଭଦାୟକ ଅଟେ।

